Posted inଖେଳ

ସ୍ତ୍ରୀଙ୍କ ହାତରୁ ଗାଜର ହାଲଓ୍ବା ଖାଇ ଖୁସିହେଲେ ଏହି କ୍ରିକେଟର

ଭାରତୀୟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ନିକଟରେ ଦୁବାଇରୁ ହନିମୁନ୍‌ ସାରି ଭାରତ ଫେରିଛନ୍ତି। ଦିଲ୍ଲୀ ଫେରିବା ପରେ ସ୍ତ୍ରୀ ଧନଶ୍ରୀ ବର୍ମା ଶାଶୁ ଘରେ ବହୁତ ଏନ୍‌ଜୟ କରୁଛନ୍ତି। କେତେବେଳେ ନଣନ୍ଦଙ୍କର ଜନ୍ମଦିନ ପାଳନ କରୁଛନ୍ତି ତ ଆଉ କେତେବେଳେ ରୋଷେଇ ଘରେ କାମ କରୁଛନ୍ତି। ଏହି ସମୟର ଫଟୋ ସେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଥାନ୍ତି।
ନିକଟରେ ଧନଶ୍ରୀ ଶାଶୁଘରେ ଗାଜର ହାଲ୍‌ଓ୍ବା ତିଆରି କରିଥିଲେ। ଏହାର ଫଟୋ ସେ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର ମଧ୍ୟ କରିଛନ୍ତି। ଚହଲ ମଧ୍ୟ ସ୍ତ୍ରୀଙ୍କ ହାତରନ୍ଧା ଗାଜର ହାଲଓ୍ବାର ଫଟୋ ସାଙ୍ଗକୁ ଧନଶ୍ରୀଙ୍କ ସହ ନିଜର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ନବ ଦମ୍ପତି ବାହାରେ କେଉଁଠି ବୁଲୁଥିବାର ଦେଖିବାକୁ ମିଳୁଛି। ଫଟୋରେ ଧନଶ୍ରୀ ଲାଲ ଏବଂ କଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ କେଶ ଖୋଲା କରିଛନ୍ତି। ଏହି ଫଟୋକୁ ପ୍ରଶଂସକମାନେ ପସନ୍ଦ କରିବା ସହ ନିଜର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ ଅଧିନାୟକଙ୍କୁ ପ୍ରଥମେ କିଏ ଫୋନ କରିଥିଲେ ଜାଣନ୍ତୁ

ଲଣ୍ଡନ, ୧୯।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ବୃହତ୍‌ ପରାଜୟକୁ ସହଜରେ ହଜମ କରିପାରି ନାହାନ୍ତି ପୂର୍ବତନ ଖେଳାଳି...

ସିଏସ୍‌କେ ଦଳରେ ନୂଆ ବିଦେଶୀ ପେସର

ମୁମ୍ବାଇ,୨୧।୪: ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲରୁ ଆଡାମ ମିଲନେ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଶ୍ରୀଲଙ୍କା...

କୋଲକାତାରେ ପୁରସ୍କାର ଗ୍ରହଣ କରିବେ ଦୂତୀ

ଭୁବନେଶ୍ୱର, ୨୮।୮(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ରାଷ୍ଟ୍ରପତି ଭବନରେ ହେବନାହିଁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ଅନ୍‌ଲାଇନ୍‌ ଚେସ୍‌: ବିକାଶ ଚାମ୍ପିୟନ

ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୭ମ ଅନ୍‌ଲାଇନ୍‌ ଚେସ୍‌ରେ ପ୍ରଭୁଜୀ ଇଂଲିଶ୍‌ ମିଡିୟମ ସ୍କୁଲର ବିକାଶ କୁମାର ଲେଙ୍କା ଚାମ୍ପିୟନ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା

ମୁମ୍ବାଇ,୨।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୪୭ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। କୋଲକାତା...

ପୁଣି ବିଶ୍ୱକପ୍‌ରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମାଞ୍ଚେଷ୍ଟର,୨୮।୬- ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ‘ମଦର ଅଫ୍‌ ଅଲ ବ୍ୟାଟ୍‌ଲ’ ବୋଲି କୁହାଯାଏ। ଗତ ୧୬ ତାରିଖରେ ପାକିସ୍ତାନକୁ ଏକତରଫା ମ୍ୟାଚ୍‌ରେ ହରାଇ ଭାରତୀୟ ଦଳ...

ସଙ୍କଟରେ ଭାରତ

ଅକ୍‌ଲାଣ୍ଡ ,୮।୨- ସ୍ଥାନୀୟ ଇଡେନ ପାର୍କଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ସଙ୍କଟଜନକ ସ୍ଥିତିରେ ପହଞ୍ଚତ୍ଛି। ୨୭୪ ରନ୍‌ର ବିଜୟ ଲକ୍ଷ୍ୟର ପିଛା...

ରାଜ୍ୟଗୋଷ୍ଠୀ ଜୁଡୋ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ଓଡ଼ିଶାର ନିତ୍ୟା

ଭୁବନେଶ୍ୱର, ୧୦।୭(କ୍ରୀଡ଼ା ପ୍ରତିନିଧି)-ସେପ୍ଟେମ୍ବର ୨୨ରୁ ୩୦ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ନିତ୍ୟା...

Advertisement
Archives

Model This Week