ମାଡ଼ି ଆସୁଛି ନୂଆ ବିପଦ, ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଭାକ୍ସିନ୍‌କୁ ପ୍ରଭାବହୀନ କରିବା ଆଶଙ୍କା…

ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ଦେଶରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଛି। ଅପରପକ୍ଷରେ ନୂଆ ଡେଲ୍ଡା ପ୍ଲସ୍‌ ଭାରିଆଣ୍ଟ୍‌କୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ଦେଶରେ ନୂଆ ବିପଦ ମାଡ଼ିଆସୁଛି। କରୋନା ଭୂତାଣୁର ନୂଆ ରୂପ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ସଂକ୍ରମଣ ଦେଶରେ ଆରମ୍ଭ ହୋଇସାରିଛି। ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଅର୍ଥାତ୍‌ ବି-୧-୬୧୭-୨-୧ କରୋନା ଭାକ୍ସିନ୍‌କୁ ପ୍ରଭାବହୀନ କରିବା ସହିତ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ସହଜରେ ପରାସ୍ତ କରିବ ବୋଲି ବିଶେଷଜ୍ଞ ମତପୋଷଣ କରିବା ସହିତ ସତର୍କ ସୂଚନା ଜାରି କରିଛନ୍ତି। ଦେଶରେ ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶ ଆଦି ୩ ରାଜ୍ୟରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ରରେ ୨୧ ଜଣଙ୍କଠାରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଚିହ୍ନଟ ହୋଇଥିବାବେଳେ କେରଳରେ ୩ ଜଣ ଏବଂ ମଧ୍ୟପ୍ରଦେଶରେ ୫ ଜଣ ଏହାଯୋଗୁ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରର ଜଲଗାଓଁରେ ୯ଜଣ, ମୁମ୍ବାଇରେ ୭ ଜଣ, ସିନ୍ଧୁଦୁର୍ଗ, ଥାଣେ ଏବଂ ପାଲଘର ଆଦି ଜିଲାରେ ଜଣେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କେରଳର ପାଲକ୍କଡ୍‌ ଜିଲାରେ ୨ ଜଣ ଏବଂ ପାଥାନାମିଥିଟ୍ଟା ଜିଲାରେ ଜଣେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମଧ୍ୟପ୍ରଦେଶର ଭୋପାଳରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଡେଲ୍ଟା ଭାରିଆଣ୍ଟ୍‌ ତୁଳନାରେ ଅଧିକ ବେଗରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ ନ ମିଳିବାରୁ ପାର୍ଟି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ନୌ,୧୬।୧: ଟିକେଟ ନ ମିଳିବାରୁ ଜଣେ ନେତା ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟି ଅଫିସ ସମ୍ମୁଖରେ।...

‘ଅବ୍ବା ଜାନ୍‌’ ମନ୍ତବ୍ୟ: ଯୋଗୀଙ୍କ ନାଁରେ ମାମଲା

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୫।୯: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଭାଜପାର ଧ୍ରୁବୀକରଣ ପ୍ରୟୋଗ ସେତିକି ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଅବ୍ବା ଜାନ୍‌’...

ସେପ୍ଟେମ୍ବର ୩୦ ଯାଏ ଅନ୍ତଃରାଷ୍ଟ୍ରୀୟ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବା କଟକଣାକୁ ସେପ୍ଟେମ୍ବର ୩୦ ଯାଏ ବଢ଼ାଇଛନ୍ତି। ଅର୍ଥାତ୍‌ ସେପ୍ଟେମ୍ବର ୩୦ ଯାଏ ବିଦେଶକୁ କମର୍ସିଆଲ ଫ୍ଲାଇଟଗୁଡ଼ିକ ବାତିଲ...

‘ମହିଳା ଏକାଠି ହେଲେ, ବଦଳିଯିବ ଦେଶର ରାଜନୀତି’

ରାଇବରେଲି,୧୯।୧୨: ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇପଡିଛି। ବିଭିନ୍ନ ଦଳ ପକ୍ଷରୁ ଏବେ ପ୍ରଚାର ଆରମ୍ଭ ହୋଇଯାଇଛି। ରବିବାର ରାଇ ବରେଲିରେ ସଂସ୍କାର...

ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌: ଟୁଇଟ୍‌ କରି ଦେଲେ ସୂଚନା

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି ସୂଚନା...

ବିଦ୍ରୋହୀଙ୍କୁ ମନାଇବାକୁ କସରତ

ବେଙ୍ଗାଲୁରୁ,୧୪ା୭(ପି.ଟି.): କର୍ନାଟକରେ ରାଜନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଦଳକୁ ଫେରାଇନେବା ଲାଗି କଂଗ୍ରେସ ପଛଦ୍ୱାର ବୁଝାମଣା ଚଳାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ...

ବ୍ରିଟେନ: ଅନ୍ୟ ସମୁଦାୟଠାରୁ ଭାରତୀୟ ଅଧିକ ପ୍ରଭାବିତ

ଲଣ୍ଡନ,୨୪ା୪: କରୋନା ଭୂତାଣୁ ସଂକ୍ରମଣରେ ବ୍ରିଟେନରେ ଗୁରୁବାର ସୁଦ୍ଧା ୧୮,୭୩୮ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୧ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ...

ଅଜବ ଶେଷ ଇଚ୍ଛା ସହ ଆତ୍ମହତ୍ୟା କଲେ ୟଶଙ୍କ ଫ୍ୟାନ

ବାଙ୍ଗାଲୋର,୨୦।୨: କର୍ନାଟକର ମାଣ୍ଡିଆ ଜିଲା ଅଧୀନ କୋଡିଡୋଡି ଗାଁରେ ଜଣେ ୨୫ ବର୍ଷୀୟ ଯୁବକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମାଣ୍ଡିଆ ପୋଲିସ ଅନୁଯାୟୀ,...

Advertisement
Archives

Model This Week