ଇଭିଏମ୍‌ ଭାଙ୍ଗି ଫେରାର ହୋଇଯାଉଥିଲେ ପ୍ରଶାନ୍ତ ଜଗଦ୍ଦେବ, ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

ଖୋର୍ଦ୍ଧା,୨୫ା୫(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଦାଦାଗିରି ଦେଖିବାକୁ ମିଳିଛି। ବୋଲଗଡ଼ ବ୍ଲକର ଏକ ବୁ୍‌ଥ୍‌ରେ ପଶି ଇଭିଏମ୍‌ ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଏମ୍‌ପି ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ଫେରାର ହୋଇ ଯାଉଥିବା ବେଳେ ସଦର ଏସ୍‌ଡିପିଓ ଦିଲ୍ଲୀପ ଦାସ ପହଞ୍ଚି ତାଙ୍କୁ ଧରି ବୋଲଗଡ ଥାନାରେ ଅଟକ ରଖିଛନ୍ତି।
ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଭୋଟିଂ ସମୟରେ ଇଭିଏମ୍‌ ଭାଙ୍ଗିଛନ୍ତି। ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ହିଂସାକାଣ୍ଡ ପରେ ଅପରାଜିତାଙ୍କ ଗାଡ଼ିରେ ବସି ଫେରାର ହୋଇଯାଇଥିଲେ, ଅଧା ବାଟରେ ପୋଲିସ ମାଡ଼ି ବସିଥିଲା। ଦୁଇଦିନ ତଳେ ଧମକ ଦେଇଥିଲେ ପ୍ରଶାନ୍ତ। ବେଗୁନିଆ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମତଦାନ ଚାଲିଥିବା ବେଳେ ବୁଥ୍‌ ଭିତରକୁ ପଶି ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରଙ୍କୁ ଗାଳିଗୁଲଜ, ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ଭୋଜି ଖାଇ ଫେରିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଲା କାର୍‌, ୪ ସାଙ୍ଗ ମୃତ

ଖଡ଼ିଆଲ,୧୭ା୬: ଭବାନୀପାଟଣା ଲଛିପୁର ଛକ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଚାରି ଜଣ ପ୍ରାଣ ହରାଇଛନ୍ତି। ଟ୍ରାକ୍ଟରକୁ କାର୍‌ ଧକ୍କା ଦେବା...

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା...

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

ମଜୁରି ବୃଦ୍ଧି ଯୋଗୁ ଚାଷୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୭ା୬ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଏବଂ ଚାଷଖର୍ଚ୍ଚ ବୃଦ୍ଧିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏପରି କି ଅନେକ...

ଗଜାମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା,୧୭ା୬ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ଆସିବାରେ ବିଳମ୍ବ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା...

ଅନ୍ତର୍ଦ୍ୱନ୍ଦ୍ୱ, ଆତ୍ମଘାତୀ କାର୍ଯ୍ୟ ପରାଜୟର କାରଣ

ବାଲେଶ୍ୱର,୧୭।୬(ମାନସ ବିଶ୍ୱାଳ): ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବିଜେଡିର ପରାଜୟ ପରେ ଦଳ ପକ୍ଷରୁ ରବିବାର ସ୍ଥାନୀୟ ଷ୍ଟେଶନ କ୍ଲବଠାରେ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏଥିରେ...

ବଣରେ ରହୁଛି ୧୦୮ ଆମ୍ବୁଲାନ୍ସ, କ୍ଲବ ଘରେ ଷ୍ଟାଫ୍‌

ଗୋପ,୧୭।୬(ଭାରତୀ ଭୂଷଣ ଉପାଧ୍ୟାୟ): ସରକାର ସ୍ବାସ୍ଥ୍ୟସେବାକୁ ନେଇ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ନାଗପୁର ଉପ...

କେନ୍ଦ୍ରୀୟ ଟିମ୍‌ ଫୋକସ୍‌ରେ ‘ବଲ୍କ ଓ୍ବେଷ୍ଟ ଜେନେରେଟର୍ସ’

ଭୁବନେଶ୍ୱର,୧୭।୬ (ବନ୍ଦନା ସେଠୀ): ୨୦୨୪ ସ୍ବଚ୍ଛ ସର୍ବେକ୍ଷଣର ତୃତୀୟ ପର୍ଯ୍ୟାୟ ସର୍ବେକ୍ଷଣ ଜୁଲାଇ ୫ରୁ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ କେନ୍ଦ୍ରୀୟ ଟିମ୍‌ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri