ମଣିପୁରର ପ୍ରମାଣ

ଅଷ୍ଟାଦଶ ଲୋକ ସଭା ନିର୍ବାଚନରେ ମଣିପୁରର ଦୁଇଟି ଆସନ ପାଇଁ ଏପ୍ରିଲ ୧୯ ଓ ୨୬ ଦୁଇ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏହି କ୍ରମରେ ମଣିପୁର ହିଂସାରେ ପ୍ରଭାବିତ ହୋଇ ରିଲିଫ୍‌ କ୍ୟାମ୍ପ୍‌ରେ ଥିବା ଲୋକମାନଙ୍କ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ମଣିପୁର ହିଂସାର ୧୧ ମାସ ପରେ ୩୦୦ଟି କ୍ୟାମ୍ପ୍‌ରେ ରହୁଥିବା ୫୦,୦୦୦ରୁ ଊର୍ଦ୍ଧ୍ୱ ବିସ୍ଥାପିତଙ୍କ ମଧ୍ୟରୁ ୨୪,୦୦୦ରୁ ଅଧିକ ଭୋଟରଙ୍କ ମତଦାନ ଲାଗି ୯୪ଟି ସ୍ବତନ୍ତ୍ର ବୁଥ୍‌ କରାଯାଇଛି। ମଣିପୁରର ଇନର ଓ ଆଉଟର ଏହି ଦୁଇଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ୨୦,୨୬,୬୨୩ ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରୁ ଆଉଟର ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା ୧୦,୧୬,୦୦୫ ଥିବାବେଳେ ଇନରରେ ଏହି ସଂଖ୍ୟା ୧୦,୧୦,୬୧୮। ଏମାନଙ୍କ ମଧ୍ୟରେ ବିସ୍ଥାପିତମାନେ ମଧ୍ୟ ରହିଛନ୍ତି। ତେବେ ନିର୍ବାଚନକୁ ନେଇ ବିସ୍ଥାପିତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି କ୍ୟାମ୍ପ୍‌ରେ ରହୁଥିବା ଲୋକମାନଙ୍କର ଦାବି ଏବେ ଶୁଣିବାକୁ ମିଳୁଛି। ସେମାନଙ୍କ କହିବା ଅନୁଯାୟୀ, ଗଣତନ୍ତ୍ର ସୁଦୃଢ଼ ଅଛି ବୋଲି ଦେଖାଇବାକୁ ଯାଇ ସରକାର ଭୋଟ ମାଗିବା ପୂର୍ବରୁ ଭୋଟରଙ୍କ ଜୀବନ ପ୍ରତି ଥିବା ବିପଦକୁ ଦୂରେଇବା ଉଚିତ। ଏହି ପ୍ରତିକ୍ରିୟାରୁ ବିସ୍ଥାପିତଙ୍କ ମାନସିକ ଓ ସାମାଜିକ ସ୍ଥିତି ବୁଝାପଡ଼ୁଛି। କେବଳ ବିସ୍ଥାପିତ ନୁହନ୍ତି, ମଣିପୁରରେ ନାଗରିକ ସମାଜ ମଧ୍ୟ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛି। ଦେଖିବାକୁ ଗଲେ ଭିଟାମାଟି ଛାଡ଼ି, ପରିବାରର ସଦସ୍ୟଙ୍କୁ ହରାଇ ଶଙ୍କାକୁଳ ପରିବେଶରେ ରହୁଥିବା ଲୋକମାନଙ୍କର ଶାନ୍ତିରେ ବଞ୍ଚତ୍ବାର ଅଧିକାର ଦାବି କରିବା ଯୁକ୍ତିଯୁକ୍ତ ମନେହୁଏ। ଏଭଳି ପରିସ୍ଥିତିରେ ନିର୍ବାଚନ ପ୍ରକ୍ରିୟା ରଚି ଭୋଟ ଗ୍ରହଣ କରିବା ଏକପ୍ରକାର ଉପହାସ ଭଳି ମନେହେଉଛି।
ଉଲ୍ଲେଖନୀୟ, ମାର୍ଚ୍ଚ ୨୦୨୩ରେ ମଣିପୁର ଉଚ୍ଚ ନ୍ୟାୟାଳୟ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପାଇଁ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପରେ ହିଂସା ଦେଖାଯାଇଥିଲା। ଏହାକୁ କେନ୍ଦ୍ରକରି ଗତବର୍ଷ ମେ’ ପ୍ରଥମ ସପ୍ତାହରୁ ମଣିପୁରର ପୁରାତନ ଆଦିବାସୀ କୁକି ଓ ମେଇତିଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ସରକାରୀ ତଥ୍ୟ ଅନୁଯାୟୀ, ଏଥିରେ ୨୦୦ରୁ ଅଧିକ ମୃତ୍ୟୁ ହେବାସହ ଅନେକ ମହିଳାଙ୍କ ବଳାତ୍କାର ହୋଇଛି। ତତ୍‌ସହିତ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇ ବର୍ତ୍ତମାନ ରିଲିଫ୍‌ କ୍ୟାମ୍ପ୍‌ରେ ରହୁଛନ୍ତି। ବିସ୍ଥାପିତଙ୍କ ପାଖରେ ରହୁଥିବା ୧୪ ହଜାରରୁ ଅଧିକ ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସଙ୍କଟରେ ପଡ଼ିଥିବା ସମୟରେ ନିର୍ବାଚନ ସେମାନଙ୍କ ପାଇଁ ଗୌଣ ହୋଇଯିବା ସ୍ବାଭାବିକ। ପେଟରେ ଭୋକ ଥିଲେ ମଣିଷ ଯେଭଳି ଧର୍ମ କି ରାଷ୍ଟ୍ର ଚିନ୍ତା କରିପାରେନାହିଁ ଠିକ୍‌ ସେମିତି ବିସ୍ଥାପିତଙ୍କ ପାଇଁ ଗଣତନ୍ତ୍ର ଓ ନିର୍ବାଚନ କଥା ଭାବିବାର ଇଚ୍ଛାଶକ୍ତି ନ ଥିବ।
ହିଂସାର ୯ ମାସ ପରେ ଚଳିତବର୍ଷ ଫେବୃଆରୀରେ ମଣିପୁର ଉଚ୍ଚ ନ୍ୟାୟାଳୟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶରେ ବିବାଦୀୟ ପାରାକୁ ହଟାଇ ନେବାପରେ ଶାନ୍ତିର ଆଶା ଦେଖାଯାଇଛି। ମନେ ରଖିବାକୁ ହେବ ଯେ, ହିଂସା ସୃଷ୍ଟି କରିବା ସହଜ କିନ୍ତୁ ଶାନ୍ତି ଫେରାଇବା କଷ୍ଟକର। ଏହା ସ୍ପଷ୍ଟ ଯେ ମଣିପୁର ଜନସଂଖ୍ୟାର ୫୩% ମେଇତି ସମ୍ପ୍ରଦାୟଙ୍କ ଭୋଟ ଆଶାରେ ଭାଜପା ସେଠାରେ ସାମାଜିକ ଅଶାନ୍ତି ସୃଷ୍ଟି କରିଛି। ଏଠାରେ ମନେ ପକାଇ ଦିଆଯାଇପାରେ ଯେ, ମଣିପୁର ଏବେ ଭାଜପା ଦ୍ୱାରା ଶାସିତ। ସେଥିପାଇଁ ଡବଲ ଇଞ୍ଜିନ ସରକାର ଅର୍ଥାତ୍‌ ଦିଲ୍ଲୀ ଏବଂ ରାଜ୍ୟରେ ଗୋଟିଏ ଦଳ କ୍ଷମତାରେ ରହିଲେ ଉନ୍ନତି ହେବ ଯାହା କୁହାଯାଉଛି ତାହା ଅସତ୍ୟ ବୋଲି ମଣିପୁର ପ୍ରମାଣ କରିଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri