Posted inଖେଳ

ସମସ୍ତଙ୍କ ମୁହଁରେ କୋହଲିଙ୍କ ପ୍ରଶଂସା

ଟି୨୦ ବିଶ୍ୱକପ୍‌ରେ ରବିବାର ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବାରୁ ବିରାଟ କୋହଲିଙ୍କ ପ୍ରଶଂସାରେ କ୍ରିକେଟ୍‌ ଜଗତ ଶତମୁଖ। ମାଷ୍ଟର ବ୍ୟାଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବୀରେନ୍ଦ୍ର ସେହ୍ବାଗ, ମିଥାଲି ରାଜ୍‌, ହରଭଜନ ସିଂ ଏବଂ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଇଆନ ବିଶପ ଟୁଇଟର ଜରିଆରେ କୋହଲିଙ୍କୁ ପ୍ରଶଂସା କରିବା ସହ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ସଚିନ ତେନ୍ଦୁଲକର: ବିରାଟ କୋହଲି, ଏହା ତୁମ ଜୀବନର ଶ୍ରେଷ୍ଠ ଇନିଂସ୍‌ ବୋଲି ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରିବ। ତୁମ ଖେଳ ଦେଖିବା ଭଳି ଥିଲା। ୧୯ତମ ଓଭରରେ ରୌଫ୍‌ଙ୍କ ବଲ୍‌କୁ ତୁମେ ଯେପରି ବ୍ୟାକ୍‌ଫୁଟ୍‌ରେ ଲଙ୍ଗଅନ୍‌ ଉପରେ ଛକା ମାରିଲ ତାହା ଚମକପ୍ରଦ। ଆଗକୁ ଏଭଳି ଜାରି ରହୁ।
ବୀରେନ୍ଦ୍ର ସେହ୍ବାଗ: ଶୁଭ ଦୀପାବଳି, ଏହା ଏକ ଚମକପ୍ରଦ ମ୍ୟାଚ। ଏଥିସହିତ ସମସ୍ତଙ୍କ ଭାବାବେଗ ଜଡ଼ିତ ରହିଥିବାବେଳେ ମୁଁ ଦେଖିବାରେ ଏହା ସର୍ବଶ୍ରେଷ୍ଠ ଟି୨୦ ଇନିଂସ। ବିରାଟଙ୍କର ଏଭଳି ଇନିଂସ୍‌ ମୁଁ କେବେ ଦେଖି ନ ଥିଲି। ଚକ୍‌ ଦେ ଇଣ୍ଡିଆ।
ମିଥାଲି ରାଜ୍‌: କୋହଲି ଦକ୍ଷତା ଓ ଟେମ୍ପରାମେଣ୍ଟର ଅପୂର୍ବ ମିଶ୍ରଣ ପ୍ରଦର୍ଶନ କଲେ। ହାର୍ଦ୍ଦିକଙ୍କ ସହ ତାଙ୍କର ପାର୍ଟନରଶିପ୍‌ ମ୍ୟାଚ୍‌ ବଦଳାଇ ଦେଇଥିଲା। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତର ଚମକପ୍ରଦ ବିଜୟ। ବିଶ୍ୱକପ୍‌ରେ ଭାରତର ଭଲ ଆରମ୍ଭ। ବହୁତ ବଢ଼ିଆ।
ହରଭଜନ ସିଂ: ସରଳ ଭାବେ କହିଲେ ଚମତ୍କାର ଏବଂ ଭାରତର ଅନ୍ୟତମ ଶ୍ରେଷ୍ଠ ବିଜୟ। ଏପରି ଇନିଂସ୍‌ ପାଇଁ ବିରାଟ କୋହଲିଙ୍କୁ ଅଭିନନ୍ଦନ। ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂଙ୍କ ପ୍ରଦର୍ଶନ ମଧ୍ୟ ପ୍ରଶଂସନୀୟ।
ଭିଭିଏସ୍‌ ଲକ୍ଷ୍ମଣ: ମୋ ଦେଖିବାରେ ଟି୨୦ ବିଶ୍ୱକପ୍‌ରେ ମୋହାଲି ଗ୍ରାଉଣ୍ଡରେ ବିରାଟ କୋହଲିଙ୍କ ପ୍ରଦର୍ଶନ ସମ୍ଭବତଃ ଅନ୍ୟତମ ଶ୍ରେଷ୍ଠ ଥିଲା। ମାତ୍ର ଏହି ଇନିଂସ୍‌ ତା’ଠାରୁ ଉପରେ ରହିବ, କାରଣ ଭାରତ ୩୧ ରନ୍‌ରେ ୪ଟି ଉଇକେଟ ହରାଇ ସାରିଥିଲା। ଭାରତ ପାଇଁ ଏହା ଚିତ୍ତାକର୍ଷକ ବିଜୟ।
ଗୌତମ ଗମ୍ଭୀର: ଏପରି ପ୍ରଦର୍ଶନଠାରୁ ଭାରତର ବିଶ୍ୱକପ୍‌ ଆରମ୍ଭ ଆଉ ଭଲ ହୋଇ ନ ପାରେ।
ଯୁବରାଜ ସିଂ: ମୁଣ୍ଡ ଥଣ୍ଡା ରଖି ରବିଚନ୍ଦ୍ରନ ଅଶ୍ୱିନ ବଲ୍‌କୁ ଓ୍ବାଇଡ୍‌ ହେବାକୁ ଦେଲେ। ଏପରି ଗେମ୍‌ ଅବିଶ୍ୱସନୀୟ। ଭାରତ ପାକିସ୍ତାନ ମୁକାବିଲା ସାଧାରଣ ମ୍ୟାଚ୍‌ଠାରୁ ଭିନ୍ନ ଥାଏ। ଏଥି ସହିତ ଭାବାବେଗ ମଧ୍ୟ ଜଡ଼ିତ ଥାଏ। ବିରାଟ କୋହଲି ନିଜ ଶ୍ରେଷ୍ଠତ୍ୱ ପ୍ରତିପାଦନ କଲେ।
ସୁରେଶ ରାଇନା: ମ୍ୟାଚ୍‌ଟି ଶେଷପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଲା। ଶେଷରେ ଟିମ୍‌ ଇଣ୍ଡିଆର ବିଜୟ ହେଲା। ପ୍ରତି ଖେଳାଳିଙ୍କ ଲଢ଼ୁଆ ମନୋବୃତ୍ତି ଓ ଏନର୍ଜି ଚମତ୍କାର ଥିଲା। ବିଜୟ ପାଇଁ ଅଭିନନ୍ଦନ, ଜୟ ହିନ୍ଦ୍‌।
ଇଆନ ବିଶପ: ବିରାଟ କୋହଲି ବଢ଼ିଆ ଖେଳିଲେ। ନିଜର ଶ୍ରେଷ୍ଠଦିନକୁ ଫେରିଆସିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?