Posted inଖେଳ

ସମସ୍ତଙ୍କ ମୁହଁରେ କୋହଲିଙ୍କ ପ୍ରଶଂସା

ଟି୨୦ ବିଶ୍ୱକପ୍‌ରେ ରବିବାର ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବାରୁ ବିରାଟ କୋହଲିଙ୍କ ପ୍ରଶଂସାରେ କ୍ରିକେଟ୍‌ ଜଗତ ଶତମୁଖ। ମାଷ୍ଟର ବ୍ୟାଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବୀରେନ୍ଦ୍ର ସେହ୍ବାଗ, ମିଥାଲି ରାଜ୍‌, ହରଭଜନ ସିଂ ଏବଂ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଇଆନ ବିଶପ ଟୁଇଟର ଜରିଆରେ କୋହଲିଙ୍କୁ ପ୍ରଶଂସା କରିବା ସହ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ସଚିନ ତେନ୍ଦୁଲକର: ବିରାଟ କୋହଲି, ଏହା ତୁମ ଜୀବନର ଶ୍ରେଷ୍ଠ ଇନିଂସ୍‌ ବୋଲି ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରିବ। ତୁମ ଖେଳ ଦେଖିବା ଭଳି ଥିଲା। ୧୯ତମ ଓଭରରେ ରୌଫ୍‌ଙ୍କ ବଲ୍‌କୁ ତୁମେ ଯେପରି ବ୍ୟାକ୍‌ଫୁଟ୍‌ରେ ଲଙ୍ଗଅନ୍‌ ଉପରେ ଛକା ମାରିଲ ତାହା ଚମକପ୍ରଦ। ଆଗକୁ ଏଭଳି ଜାରି ରହୁ।
ବୀରେନ୍ଦ୍ର ସେହ୍ବାଗ: ଶୁଭ ଦୀପାବଳି, ଏହା ଏକ ଚମକପ୍ରଦ ମ୍ୟାଚ। ଏଥିସହିତ ସମସ୍ତଙ୍କ ଭାବାବେଗ ଜଡ଼ିତ ରହିଥିବାବେଳେ ମୁଁ ଦେଖିବାରେ ଏହା ସର୍ବଶ୍ରେଷ୍ଠ ଟି୨୦ ଇନିଂସ। ବିରାଟଙ୍କର ଏଭଳି ଇନିଂସ୍‌ ମୁଁ କେବେ ଦେଖି ନ ଥିଲି। ଚକ୍‌ ଦେ ଇଣ୍ଡିଆ।
ମିଥାଲି ରାଜ୍‌: କୋହଲି ଦକ୍ଷତା ଓ ଟେମ୍ପରାମେଣ୍ଟର ଅପୂର୍ବ ମିଶ୍ରଣ ପ୍ରଦର୍ଶନ କଲେ। ହାର୍ଦ୍ଦିକଙ୍କ ସହ ତାଙ୍କର ପାର୍ଟନରଶିପ୍‌ ମ୍ୟାଚ୍‌ ବଦଳାଇ ଦେଇଥିଲା। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତର ଚମକପ୍ରଦ ବିଜୟ। ବିଶ୍ୱକପ୍‌ରେ ଭାରତର ଭଲ ଆରମ୍ଭ। ବହୁତ ବଢ଼ିଆ।
ହରଭଜନ ସିଂ: ସରଳ ଭାବେ କହିଲେ ଚମତ୍କାର ଏବଂ ଭାରତର ଅନ୍ୟତମ ଶ୍ରେଷ୍ଠ ବିଜୟ। ଏପରି ଇନିଂସ୍‌ ପାଇଁ ବିରାଟ କୋହଲିଙ୍କୁ ଅଭିନନ୍ଦନ। ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂଙ୍କ ପ୍ରଦର୍ଶନ ମଧ୍ୟ ପ୍ରଶଂସନୀୟ।
ଭିଭିଏସ୍‌ ଲକ୍ଷ୍ମଣ: ମୋ ଦେଖିବାରେ ଟି୨୦ ବିଶ୍ୱକପ୍‌ରେ ମୋହାଲି ଗ୍ରାଉଣ୍ଡରେ ବିରାଟ କୋହଲିଙ୍କ ପ୍ରଦର୍ଶନ ସମ୍ଭବତଃ ଅନ୍ୟତମ ଶ୍ରେଷ୍ଠ ଥିଲା। ମାତ୍ର ଏହି ଇନିଂସ୍‌ ତା’ଠାରୁ ଉପରେ ରହିବ, କାରଣ ଭାରତ ୩୧ ରନ୍‌ରେ ୪ଟି ଉଇକେଟ ହରାଇ ସାରିଥିଲା। ଭାରତ ପାଇଁ ଏହା ଚିତ୍ତାକର୍ଷକ ବିଜୟ।
ଗୌତମ ଗମ୍ଭୀର: ଏପରି ପ୍ରଦର୍ଶନଠାରୁ ଭାରତର ବିଶ୍ୱକପ୍‌ ଆରମ୍ଭ ଆଉ ଭଲ ହୋଇ ନ ପାରେ।
ଯୁବରାଜ ସିଂ: ମୁଣ୍ଡ ଥଣ୍ଡା ରଖି ରବିଚନ୍ଦ୍ରନ ଅଶ୍ୱିନ ବଲ୍‌କୁ ଓ୍ବାଇଡ୍‌ ହେବାକୁ ଦେଲେ। ଏପରି ଗେମ୍‌ ଅବିଶ୍ୱସନୀୟ। ଭାରତ ପାକିସ୍ତାନ ମୁକାବିଲା ସାଧାରଣ ମ୍ୟାଚ୍‌ଠାରୁ ଭିନ୍ନ ଥାଏ। ଏଥି ସହିତ ଭାବାବେଗ ମଧ୍ୟ ଜଡ଼ିତ ଥାଏ। ବିରାଟ କୋହଲି ନିଜ ଶ୍ରେଷ୍ଠତ୍ୱ ପ୍ରତିପାଦନ କଲେ।
ସୁରେଶ ରାଇନା: ମ୍ୟାଚ୍‌ଟି ଶେଷପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଲା। ଶେଷରେ ଟିମ୍‌ ଇଣ୍ଡିଆର ବିଜୟ ହେଲା। ପ୍ରତି ଖେଳାଳିଙ୍କ ଲଢ଼ୁଆ ମନୋବୃତ୍ତି ଓ ଏନର୍ଜି ଚମତ୍କାର ଥିଲା। ବିଜୟ ପାଇଁ ଅଭିନନ୍ଦନ, ଜୟ ହିନ୍ଦ୍‌।
ଇଆନ ବିଶପ: ବିରାଟ କୋହଲି ବଢ଼ିଆ ଖେଳିଲେ। ନିଜର ଶ୍ରେଷ୍ଠଦିନକୁ ଫେରିଆସିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri