Posted inଜାତୀୟ

ପ୍ରତିବର୍ଷ ୯ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ପାଲଟିଛି ବିଶ୍ୱ ପାଇଁ ବିପଦ

ନୂଆଦିଲ୍ଲୀ,୧୪।୧୦: ଏକ ନୂତନ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ପ୍ରାୟ ୯ ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ଦୁନିଆ ପାଇଁ ସଙ୍କଟ ପାଲଟିଛି। ଅଦୃଶ୍ୟ ଇ-ଆବର୍ଜନା ସାମଗ୍ରୀ ମଧ୍ୟରେ କେବୁଲ, ଇ-ଖେଳନା, ଇ-ସିଗାରେଟ, ଇ-ବାଇକ, ପାୱାର୍‌ ଟୁଲ୍ସ, ସ୍ମୋକ ଡିଟେକ୍ଟର, ୟୁଏସବି ଷ୍ଟିକ, ଥରେ ବ୍ୟବହାର ଯୋଗ୍ୟ ହେଉଥିବା ସ୍ବାସ୍ଥ୍ୟ ଉପକରଣ ଓ ସ୍ମାର୍ଟ ହୋମ ଗ୍ୟାଜେଟ ଅନ୍ତର୍ଭୁକ୍ତ।

ବ୍ରୁସେଲ୍ସ ଭିତ୍ତିକ ବର୍ଜ୍ୟ ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ ଯନ୍ତ୍ରପାତି (WEEE) ଫୋରମ ପ୍ରତିବର୍ଷ ୧୪ ଅକ୍ଟୋବରରେ ଅନ୍ତର୍ଜାତୀୟ ଇ-ଆବର୍ଜନା ଦିବସ ଆୟୋଜନ ହୋଇଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ସାଧାରଣ ଅଦୃଶ୍ୟ ଇ-ଆବର୍ଜନା ସାମଗ୍ରୀର ବ୍ୟବହାର ସବୁ ପରିବାରରେ ବୃଦ୍ଧି ପାଉଛି। ଏଥିମଧ୍ୟରେ ଟୁଥ ବ୍ରଶ, ସେଭର୍‌, ଆସେସୋରିଜ, ହେଡଫୋନ, ଇୟରବଡ, ରିମୋଟ କଣ୍ଟ୍ରୋଲ, ସ୍ପିକର, ଏଲଇଡି ଲାଇଟ, ପାୱାର୍‌ ଟୁଲ୍ସ, ହୋମ ମେଡିକାଲ ଉପକରଣ, ଉତ୍ତାପ ଏବଂ ସ୍ମୋକ ଡିଟେକ୍ଟର ଅନ୍ତର୍ଭୁକ୍ତ।

ସୀସା, ପାରଦ କିମ୍ବା କ୍ୟାଡମିୟମ ପରି ପଦାର୍ଥ ମାଟି ଏବଂ ପାଣିରେ ନ ମିଶି ପରିବେଶକୁ ପ୍ରଦୂଷିତ କରିଥାଏ। କୃଷି ଉପରେ ଏହାର କ୍ଷତିକାରକ ପ୍ରଭାବ ବକେଇବା ସହ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଥାଏ।
ଯଦି ଇ-ବର୍ଜ୍ୟବସ୍ତୁର ‘ଅଦୃଶ୍ୟ’ ବର୍ଗକୁ ଗୋଟିଏ ସ୍ଥାନକୁ ଅଣାଯାଏ, ତେବେ ଏହା ପ୍ରାୟ ୫୦୦୦୪୦ଟନ ଟ୍ରକର ଓଜନ ସହିତ ସମାନ ହେବ। ପ୍ରାୟ ୩.୨ ବିଲିୟନ କିଲୋଗ୍ରାମ ଅର୍ଥାତ୍‌ ୩୫ପ୍ରତିଶତ ଇ-ଆବର୍ଜନା ଇ-ଖେଳନା ବର୍ଗରେ ଆସିଥାଏ। ଇ-ଆବର୍ଜନା ସଙ୍କଟରେ ଭାରତ ଏକ ପ୍ରମୁଖ ଯୋଗଦାନକାରୀ ଭାବରେ ଉଭା ହୋଇଛି। ମିଳିତ ଜାତିସଂଘର ଗ୍ଲୋବାଲ ଇ-ଆବର୍ଜନା ମନିଟର ୨୦୨୦ ଅନୁଯାୟୀ ଭାରତ ବର୍ତ୍ତମାନ ଚାଇନା ଏବଂ ଆମେରିକା ପରେ ବିଶ୍ୱରେ ତୃତୀୟ ବୃହତ୍ତମ ଅଦୃଶ୍ୟ ଇ-ଆବର୍ଜନା ସୃଷ୍ଟିକର୍ତ୍ତା ଭାବେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri