ଶତାୟୁ ହେଲେ ବି ଶାଳରେ କରୁଛନ୍ତି କାମ

ମହାକାଳପଡା,୩୦ା୯(ଡି.ଏନ.ଏ.):ଭାରତ ୧୯୪୭ରେ ସ୍ବାଧୀନତା ଲାଭ କରିଥିଲା। ଏହି ସମୟରେ ପୂର୍ବ ପାକିସ୍ତାନ ଏବେକାର ବାଂଲାେ ଦଶରେ ଗୃହଯୁଦ୍ଧରେ ସଂଖ୍ୟାଧିକ ମହିଳାପୁରୁଷ ନିର୍ଯାତିତ ହୋଇଥିଲେ। ସେମାନେ ଭାରତକୁ ପଳାଇ ଆସିବାରୁ ସରକାର ଶରଣାର୍ଥୀ ଭାବେ ଆଶ୍ରୟ ଦେଇଥିଲେ। ୧୯୫୦/୫୧ ପରେ ଅନେକ ଶରଣାର୍ଥୀଙ୍କୁ ଭାରତ ସରକାର ଓଡ଼ିଶାର କଟକ-ଚୌଦ୍ୱାର ଚାରବାଟିଆ କ୍ୟାମ୍ପରେ ଆଶ୍ରୟସ୍ଥଳରେ ଥଇଥାନ କରିଥିଲେ। ପରବର୍ତ୍ତୀ ସମୟରେ ବହୁ ଶରଣାର୍ଥୀଙ୍କୁ ଅବିଭକ୍ତ କଟକ ଜିଲା ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ, ଖରିନାସୀ, ରାମନଗର ଅଞ୍ଚଳରେ ଥଇଥାନ କରାଯାଇଥିଲା। ଥଇଥାନ କରାଯାଇଥିବା ଶରଣାର୍ଥୀମାନଙ୍କ ମଧ୍ୟରେ ଅଦ୍ୟାବଧି ଶତାୟୁ ଅନିଲ କର୍ମକାର ୧୦୩ ବର୍ଷ ଅନ୍ୟତମ। ଶତାୟୁ ହେଲେ ମଧ୍ୟ ଅନିଲ ଏବେବି ଶତ ସିଂହର ବଳ ଦେଖାଇ ଲୁହାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ତାଙ୍କ କହିବା କଥା, ବାଂଲାଦେଶର ଫରିଦପୁର ଜିଲା ଘାଗୁର ଥାନା ଅଧୀନ ହିରନ୍‌ ଗ୍ରାମରେ ୧୯୧୯ରେ ଜନ୍ମଗ୍ରହଣ କରିଥିଲେ। ୧୫ ବର୍ଷରେ ନିଜ ବଂଶର କୌଳିକ ବୃତ୍ତି (ବିଶ୍ୱକର୍ମା)ରେ ସୁନାରୁପା କାମ ଆରମ୍ଭ କରିଥିଲେ। ଦିନେ ରାତିରେ ଅନିଲ ସ୍ବପ୍ନ ଦେଖିଲେ ଲୁହା ଓ ସୁନାଙ୍କ ମଧ୍ୟରେ ବିବାଦ ଲାଗିଲା। ଶେଷରେ ଲୁହା ବଡ଼ ବୋଲି ଜଣାପଡ଼ିଲା। ସେହିଦିନଠାରୁ ଲୁହା କାମରେ ମନ ବଳାଇଛନ୍ତି। ପ୍ରତିଦିନ ଲୁହାକୁ ନିଅଁାରେ ଆଉଟି ବିଭିନ୍ନ ବିଭିନ୍ନ ଘରକରଣା ଓ ଅନ୍ୟ ସାମଗ୍ରୀକୁ ପ୍ରସ୍ତୁତ କରୁଛନ୍ତି।
ଅନିଲ ୧୯୫୩/୫୪ରେ କଟକ ମହାନଦୀ ଜଳପଥରେ ଚଉମୁହାଣି ଦେଇ ଲଞ୍ଚ ଯୋଗେ ଘଞ୍ଚ ଜଙ୍ଗଲ ଓ ନଦୀ ନାଳ ଘେରା ଅଞ୍ଚଳ ମହାକାଳପଡ଼ାର ରାମନଗରଠାରେ ପ୍ରଥମେ ପହଞ୍ଚତ୍ ଛୋଟ କୁଡିଆ ନିର୍ମାଣ କରି ଆଶ୍ରୟ ନେଇଥିଲେ। ପରବର୍ତ୍ତୀ ସମୟରେ ନିକଟ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ରାମନଗର ବଜାରକୁ ସଫା କରିବା ପରେ ଛୋଟ ଚାଳିଆ ଛପର ତିଆରି କରି କମାର ଶାଳ କାମ ଆରମ୍ଭ କରିଥିଲେ। ଅନିଲ ଲୁହାରେ ଘରକରଣା ସାମଗ୍ରୀ ତିଆରି କରି ବିକ୍ରି କରିବା ଆରମ୍ଭ କଲେ। ଯେଉଁ ଦୁଇ ପଇସା ରୋଜଗାର ହେଲା ସେଥିରୁ ପରିବାର ପ୍ରତିପୋଷଣ କରୁଛନ୍ତି। ଅନିଲ ରାମନଗରଠାରେ ବିବାହ କରି ୯ ଝିଅ ଓ ଦୁଇପୁଅ କାମରେ ସହାୟତା କରୁଥିଲେ। ଝିଅମାନେ ବିବାହ ପରେ ପୁଅମାନେ ଶାଳ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ଅନିଲଙ୍କ କହିବା କଥା ମୋତେ ଶହେରୁ ଅଧିକ ବର୍ଷ ହୋଇଥିଲେ ମଧ୍ୟ ଲୁହା କାମ କରିବା ପରେ କେବେ ବିଶ୍ରାମ ନେଇନାହିଁ। ଅଦ୍ୟାବଧି ଅନିଲ ସକାଳୁ କମାର ଶାଳକୁ ଆସି ସା ପର୍ଯ୍ୟନ୍ତ ଖରା, ଝଡ଼, ବର୍ଷାରେ ଲୁହା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ଦୈନିକ ଶତାୟୁ ଅନିଲ ଏକ ଲିଟର କ୍ଷୀର ପିଇବା ସହ ଚୂନା ମାଛ ଖାଇଥାନ୍ତି। ତାହା ସାଙ୍ଗକୁ ବିଭିନ୍ନ ଶାଗ ଓ ପନିପରିବା ଖାଇବାକୁ ପସନ୍ଦ କରିଥାନ୍ତି ବୋଲି କୁହନ୍ତି। ଜୀବନ ଥିବା ପର୍ଯ୍ୟନ୍ତ କୌଳିକ ବୃତ୍ତି କାମ ଚାଲିବ ବୋଲି ସେ କହିଛନ୍ତି। ଅନିଲଙ୍କ ସ୍ତ୍ରୀ ପୁଷ୍ପଙ୍କ ମୃତ୍ୟୁ ହୋଇଯାଇଛି। ହେଲେ ସେ ସରକାରୀ ସହାୟତା ରାଶନ କାର୍ଡରୁ ବଞ୍ଚତ୍ତ। ମନରେ ବହୁତ ଦୁଃଖ ଲାଗୁଛି ଶତାୟୁ ପରେ ବି ରାଶନ ଚାଉଳ ଗଣ୍ଡେ ମିଳୁନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri