Posted inଫୁରସତ

ବୁଡିବେନି ଏଇ ହ୍ରଦରେ; ପହଁରା ନ ଶିଖିଥିବା ଲୋକ ବି…

ପାଣିକୁ ଅନେକେ ଡରନ୍ତି। ସମୁଦ୍ର, ହ୍ରଦ ଦେଖିଲେ ତ ବୁଡିଯିବା ଭୟରେ ସେମାନଙ୍କ ଦେହ ଥରିଯାଏ। କିନ୍ତୁ ଆମେ ଏମିତି ଏକ ହ୍ରଦ ବିଷୟରେ କହିବୁ ଯାହା ମଧ୍ୟକୁ ଗଲେ ପାଣିକୁ ଭୟ କରୁଥିବା ମଣିଷଙ୍କ ଭୟ ଦୂର ହୋଇଯିବ। କାରଣ ଏହି ହ୍ରଦରେ କେହି କେବେ ବୁଡିବେ ନାହିଁ। ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏମିତି ଏକ ହ୍ରଦ ଇଜିପ୍ଟସ୍ଥ ମିଶରର ପଶ୍ଚିମ ଭାଗରେ ଥିବା ମରୁଭୂମିରେ ଅଛି। ଅନେକେ ଏହାକୁ ଜାଦୁ ହ୍ରଦ ବି କହନ୍ତି। କାରଣ ଏହାର ପାଣିରେ ଜଣେ ଚାହିଁଲେ ବି ବୁଡିପାରିବ ନାହିଁ ବରଂ ଭାସିବେ। ‘ସିଓ୍ବା ଓଏସିସ୍‌’ ନାମକ ଏହି ହ୍ରଦ ମିଶରରେ ‘ସଲ୍ଟ ଲେକ୍‌’ ନାମରେ ବି ପରିଚିତ। ଏଠାରେ ସବୁବେଳେ ପର୍ଯ୍ୟଟକଙ୍କ ଭିଡ ଜମେ। କାରଣ ପହଁରା ନ ଶିଖିଥିବା ଲୋକ ବି ପାଣିରେ ଭାସିବାର ମଜା ଏଠାରେ ଉଠାଇପାରନ୍ତି। ତେବେ ଏଭଳି ହେବା ପଛର କାରଣ ହେଉଛି, ଏହି ଜଳରେ ୯୫%ରୁ ଉର୍ଦ୍ଧ୍ୱ ଲବଣର ମାତ୍ରା ରହିଛି। ଉକ୍ତ ହ୍ରଦ ଜଳର ରଙ୍ଗ ସମ୍ପୂର୍ଣ୍ଣଭାବେ ନୀଳ ଓ ଗଭିରତା ୪ ମିଟର।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri