Posted inଜାତୀୟ

ପରକୀୟା ପ୍ରୀତି ଥିଲେ ବି ମା’ ନେଇପାରିବେ ପିଲାଙ୍କ ଦାୟିତ୍ୱ

ଚଣ୍ଡିଗଡ଼, ୪ା୬: ପରକୀୟା ପ୍ରୀତି ଥିଲେ ବି ଜଣେ ମହିଳା ଭଲ ମା’ ନୁହନ୍ତି ବୋଲି ସିଦ୍ଧାନ୍ତ ହୋଇପାରିବ ନାହିଁ। ଏହି ଆଧାରରେ ସନ୍ତାନର ସୁରକ୍ଷା ଦାୟିତ୍ୱ ତାଙ୍କୁ ନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇପାରିବନି ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ କହିଛନ୍ତି।
ପଞ୍ଜାବର ଜଣେ ମହିଳା ଅଷ୍ଟ୍ରେଲିଆ ନାଗରିକ ଥିବା ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ୪ ବର୍ଷୀୟ ଝିଅଙ୍କ ଲାଳନପାଳନ ଦାୟିତ୍ୱ ନେବା ପାଇଁ କୋର୍ଟରେ ପିଟିଶନ ଦାଖଲ କରିଥିଲେ। ଜଷ୍ଟିସ୍‌ ଅନୁପିନ୍ଦର ସିଂ ଗ୍ରଓ୍ବୋଲ ପିଟିଶନ ଗ୍ରହଣ କରି ମହିଳା ଜଣକ ଅଷ୍ଟ୍ରେଲିଆରେ ରହୁଥିବା ତାଙ୍କ ଝିଅର ଦାୟିତ୍ୱ ନେଇପାରିବେ ବୋଲି ରାୟ ଦେଇଥିଲେ। ମହିଳାଙ୍କ ଅନ୍ୟ କାହା ସହ ସମ୍ପର୍କ ରହିଥିବା ନେଇ ତାଙ୍କ ସ୍ବାମୀ ଅଭିଯୋଗ ଆଣିଥିଲେ। ପୁରୁଷ ପ୍ରଧାନ ସମାଜରେ ନାରୀଙ୍କ ଚରିତ୍ର ଉପରେ କଥା ଉଠିବା ସାଧାରଣ କଥା ଏବଂ ଅନେକ ସମୟରେ ଏହା ଭିତ୍ତିହୀନ ହୋଇଥାଏ। ମହିଳାଙ୍କ ଅନ୍ୟ କାହା ସହ ସମ୍ପର୍କ ଥିଲେ ମଧ୍ୟ ସେ ଜଣେ ଭଲ ମା’ ହୋଇପାରିବେନି ବୋଲି କହିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ନେଉଛି ଶହ ଶହ ପ୍ରାଣୀଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୧୧।୯: ପ୍ରତିବର୍ଷ ପ୍ଲାଷ୍ଟିକ ଖାଇବାରୁ ଦେଶରେ ହଜାର ହଜାର ସଂଖ୍ୟାରେ କଥା କହିପାରୁ ନ ଥିବା ପ୍ରାଣୀଙ୍କ ମୃତ୍ୟୁ ହେଉଛି। ପ୍ଲାଷ୍ଟିକ ଆବର୍ଜନା ସ୍ଥଳଚର ପ୍ରାଣୀଙ୍କ...

ମୁମ୍ବାଇର ୱୋକାର୍ଡ ହସ୍ପିଟାଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଗଲା

ମୁମ୍ବାଇ,୬ ।୪: ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କେତେଜଣ ସ୍ୱାସ୍ଥ୍ୟକର୍ମୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ତେବେ...

୨୦୦ ମାଓବାଦୀ କରୋନାରେ ଆକ୍ରାନ୍ତ: ୧୦ ଜଣଙ୍କର ଘଟିଲାଣି ମୃତ୍ୟୁ…

ବସ୍ତର,୧୧।୫: ଜଙ୍ଗଲରେ ବିନା ସ୍ବାସ୍ଥ୍ୟ ସୁରକ୍ଷାରେ ଥିବା ମାଓବାଦୀଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବସ୍ତର ଜିଲାର ଏସ୍‌ପି ଅଭିଷେକ ପଲ୍ଲବ...

ଶପଥ ଗ୍ରହଣ ଉତ୍ସବକୁ ହଳଦିଆ ପଗଡି ପିନ୍ଧି ଆସିବାକୁ ଅନୁରୋଧ କଲେ ଭଗଓ୍ବନ୍ତ ମାନ

ଚଣ୍ଡିଗଡ,୧୪।୩:ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ମାର୍ଚ୍ଚ ୧୬ରେ ଶପଥ ନେବେ ଆମ ଆଦମୀ ପାର୍ଟି ନେତା ଭଗଓ୍ବନ୍ତ ମାନ। ଏହି ଶପଥ ଗ୍ରହଣ ସମାରୋହ ପାଇଁ...

କାର୍‌ ହେଡ୍‌ଲାଇଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ପାଟନା, ୩ା୨: ବିହାରର ମୋତିହାରୀ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ର ପ୍ରାୟ ୪ ଶହ ଛାତ୍ରୀଛାତ୍ର ବିଦ୍ୟୁତ୍‌ ନ ଥିବାରୁ କାର୍‌ ହେଡ୍‌ଲାଇଟ୍‌ ଆଲୁଅରେ ପରୀକ୍ଷା...

ଅଜିତ ପାଓ୍ବରଙ୍କୁ ମିଳିଲା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ

ମୁମ୍ବାଇ,୩୦।୧୨: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଅଜିତ ପାଓ୍ବାର ସୋମବାର ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ...

୧୧୨ ଜିଲାରେ ସର୍ଭେ କରିବ ନୀତି ଆୟୋଗ

ନୂଆଦିଲ୍ଲୀ,୨୭ା୪: କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତରେ ଗରିବମାନେ ସୋସିଆଲ ଡିଷ୍ଟାନ୍ସିଂ କରୁଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦେଶର ୧୦୦ରୁ ଊର୍ଦ୍ଧ୍ୱ ଜିଲାରେ...

ହାତରୁ ଗଲା ମୁଖ୍ୟମନ୍ତ୍ରୀ ପଦ, ଏବେ ଘର ଛାଡିଲେ ଦେବେନ୍ଦ୍ର-ଅମୃତା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ଶେଷରେ ଶିବସେନା, ଏନସିପି ମିଳିତ ଭାବେ ସରକାର ଗଢିଛନ୍ତି। ଉଦ୍ଧବ ଠାକ୍‌ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର...

Advertisement
Archives

Model This Week