ବର୍ଷେ ପରେ ବି କାମରେ ଆସୁନି

କଟକ, ୨୩ା୬(ଶିଳ୍ପା ପ୍ରିୟଦର୍ଶିନୀ): ରାଜ୍ୟରେ ଶିଶୁ ରୋଗ ଚିକିତ୍ସା ଦିଗରେ କଟକ ଶିଶୁଭବନ ଗୁରୁତ୍ୱପୂର୍ଣ ଭୂମିକା ବହନ କରିଆସୁଛି। ତେଣୁ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ଲକ୍ଷ୍ୟରେ ୧୨୭ କୋଟି ଟଙ୍କା ବ୍ୟୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁରୋଗ ପ୍ରତିଷ୍ଠାନର ନୂତନ କୋଠା ନିର୍ମାଣ କରାଯାଇଛି। ନିର୍ମାଣ ଶେଷ ପରେ ଏହି ଅଟ୍ଟାଳିକାକୁ ୱାର୍କସ ବିଭାଗ ମେଡିକାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାର ଇତିମଧ୍ୟରେ ଏକବର୍ଷ ବିତି ଲାଣି। ଏହା ସତ୍ତ୍ୱେ ନୂତନ ଅଟ୍ଟାଳିକା ଲୋକାର୍ପିତ ହୋଇପାରୁ ନାହିଁ, ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କର୍ମଚାରୀ ସଙ୍କଟ ଯୋଗୁ ନୂତନ କୋଠାରେ ରୋଗୀ ସେବା ଆରମ୍ଭ ହୋଇପାରୁ ନ ଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଥିବାବେଳେ ଏସମ୍ପର୍କରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ପ୍ରଦୀପ କୁମାର ଜେନାଙ୍କଠାରୁ କୌଣସି ମତାମତ ମିଳିପାରୁ ନାହିଁ।
ମିଳିଥିବା ସୂଚନା ମୁତାବକ, ଶିଶୁଭବନର ଉନ୍ନତୀକରଣ ପାଇଁ ନୂତନ ପ୍ରକଳ୍ପ ୨୦୨୦ ଫେବୃଆରୀରେ ଆରମ୍ଭ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ବିତିସାରିଛି। କିନ୍ତୁ ନୂତନ କୋଠାଟି ରୋଗୀ ସେବାରେ ଲାଗି ପାରୁନାହିଁ। ଏହା ୭ମହଲା(ଜି+୬) ବିଶିଷ୍ଟ ହୋଇଥିବାବେଳେ ଏଥିରେ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ନିମନ୍ତେ ହଷ୍ଟେଲ ସମେତ ଅନ୍ୟାନ୍ୟ ବିଭାଗ ରହିଛି। ଏବେ ଶିଶୁ ଭବନରେ ୨ଟି ଆଉଟଡୋର ବା ଓପିଡି ରହିଛି। ସେଥିମଧ୍ୟରୁ ଗୋଟିଏ ସର୍ଜରି ଓ ଅନ୍ୟଟି ସାଧାରଣ ଓପିଡି ରହିଛି। କିନ୍ତୁ ନୂତନ କୋଠାର ମଲ୍ଟି ୟୁଟିଲିଟି କମ୍ପ୍ଲେକ୍ସର ଗ୍ରାଉଣ୍ଡ ଫ୍ଲୋରରେ ୧୦ଟି ଓପିଡି ରହିବ। ଏଥିସହ ୪ଟି ସୁପର ସ୍ପେଶାଲିଟି ଓପିଡି ଏହି କମ୍ପ୍ଲେକ୍ସ ଭିତରେ କାର୍ଯ୍ୟ କରିବ। କୋଠାର ତଳ ମହଲାରେ ୩ହଜାର ୬୮୨ ବର୍ଗଫୁଟ ଜାଗା ବ୍ୟବହାର କରାଯାଇଥିବା ବେଳେ ମୋଟ ୧୪ଟି ଓପିଡି ରୁମ୍‌ ରହିବ। ଏହାସହ ୪୬ଟି କାଜୁଆଲିଟି ଶଯ୍ୟା ଏବଂ ଏକ ମାଇନର ଅପରେଶନ ଥିଏଟର ରୁମ୍‌ ମଧ୍ୟ ଏଠାରେ ଖୋଲିବ। ପ୍ରଥମ ମହଲାରେ ୩ହଜାର ୨୨ବର୍ଗଫୁଟ ଜାଗା ବ୍ୟବହାର ହୋଇଛି। ଏଠାରେ କେବଳ ୧୧୦ ଶଯ୍ୟା ଶିଶୁରୋଗୀଙ୍କ ନିମନ୍ତେ ମହଜୁଦ ରଖାଯିବ। ଦ୍ୱିତୀୟ ମହଲାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ୟୁନିଟ କାର୍ଯ୍ୟ କରିବ। ଏହି ମହଲାରେ ୩ହଜାର ୪୭୦ବର୍ଗଫୁଟ୍‌ ଜାଗା ବ୍ୟବହାର ହୋଇଛି। ଏଠାରେ ୩୦ ଶଯ୍ୟା ବିଶିଷ୍ଟ ହାଇ ଡିପେଣ୍ଡାଣ୍ଟ ୟୁନିଟ(ଏଚ୍‌ଡିୟୁ), ୧୫ ଶଯ୍ୟା ବିଶିଷ୍ଟ ପେଡିଆଟ୍ରିକ ଇନ୍‌ଟେନ୍‌ସିଭ କେୟାର ୟୁନିଟ(ପିଆଇସିୟୁ), ୪୦ ଶଯ୍ୟାବିଶିଷ୍ଟ ନିଓନାଟାଲ ଇନ୍‌ଟେନ୍‌ସିଭ୍‌ କେୟାର ୟୁନିଟ(ଏନ୍‌ଆଇସିୟୁ), ୧୧ଶଯ୍ୟା ବିଶିଷ୍ଟ କଙ୍ଗାରୁ ମଦର କେୟାର ୱାର୍ଡ(କେଏମ୍‌ସି) ଖୋଲିବ। ଏହାବ୍ୟତୀତ ଏକ ଫିଡିଂ ରୁମ୍‌ ରହିବ, ଯେଉଁଠାରେ ୬ଟି ଶଯ୍ୟା ଉପଲବ୍ଧ ରହିବ। ଏହି ମହଲାରେ ୬୦ଶଯ୍ୟାବିଶିଷ୍ଟ ପେଡିଆଟ୍ରିକ ମେଡିସିନ ୱାର୍ଡ ମଧ୍ୟ ଖୋଲିବ। ନୂତନ କୋଠାର ୫ମ ଏବଂ ୬ଷ୍ଠ ମହଲାକୁ ମେଡିକାଲର ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ବ୍ୟବହାର କରାଯିବ। ୬ଷ୍ଠ ମହଲାରେ ସମ୍ମିଳନୀ ଗୃହ, ସେମିନାର କକ୍ଷ ଏବଂ ପ୍ରଶିକ୍ଷଣ ଗୃହ ରହିବ। ସେହିପରି ୩ୟ ମହଲାରେ ୨୦୦ଶଯ୍ୟାବିଶିଷ୍ଟ ନ୍ୟୁ ବର୍ନ ୟୁନିଟ, ୯୨ ଶଯ୍ୟାବିଶିଷ୍ଟ ମାତୃ ବିଶ୍ରାମ ୱାର୍ଡ, ୨୨ ଶଯ୍ୟାବିଶିଷ୍ଟ କଙ୍ଗାରୁ ମଦର କେୟାର ୱାର୍ଡ, ୪ର୍ଥ ମହଲାରେ ୪୦ ଶଯ୍ୟାବିଶିଷ୍ଟ ପେଡିଆଟ୍ରିକ ସର୍ଜରି ୱାର୍ଡ ଏବଂ ୩ଟି ଅପରେସନ ଥିଏଟର କାର୍ଯ୍ୟ କରିବ। ସେହିପରି ନୂତନ ହଷ୍ଟେଲ କୋଠା ନିର୍ମାଣ ନିମନ୍ତେ ୪ହଜାର ୯୭୪ ବର୍ଗଫୁଟ ଜାଗା ବ୍ୟବହାର କରାଯାଇଛି। ଏଠାରେ ମୋଟ ୧୨୪ ପ୍ରକୋଷ୍ଠ ରହିବ। ସେଥିମଧ୍ୟରୁ ଡାକ୍ତରୀ ଛାତ୍ରୀଙ୍କ ନିମନ୍ତେ ୫୦ଟି, ଡାକ୍ତରୀ ଛାତ୍ରଙ୍କ ନିମନ୍ତେ ୫୦ଟି ଏବଂ ଡାକ୍ତର ଦମ୍ପତିଙ୍କ ନିମନ୍ତେ ୨୪ଟି ପ୍ରକୋଷ୍ଠ ରହିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?