ପରାଜୟ ପରେ ବି ଭାରତୀୟ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ସାମ୍ନାକୁ ଆସିଲା ଡ୍ରେସିଂ ରୁମର ଫଟୋ

ଅହମଦାବାଦ,୨୦।୧୧: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। କଙ୍ଗାରୁ ଭାରତକୁ ୬ଟି ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମକୁ ଯାଇ ସେମାନଙ୍କ ଭାବପ୍ରବଣ ହେବାର ଫଟୋ ମଧ୍ୟ ପ୍ରକାଶ ପାଇଲା। ରୋହିତ ଶର୍ମା, ମହମ୍ମଦ ସିରାଜ ଏବଂ ବିରାଟ କୋହଲିଙ୍କ ସମେତ ସମସ୍ତ ଖେଳାଳି ଭାବପ୍ରବଣ ହୋଇଥିଲେ। ଅଷ୍ଟ୍ରେଲିଆଠାରୁ ହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡ୍ରେସିଂ ରୁମରେ ଭାରତୀୟ କ୍ରିକେଟରଙ୍କୁ ଭେଟିଥିଲେ। ଏହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ସମୟରେ ସେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଭାରତର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଡ୍ରେସିଂ ରୁମକୁ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ ଶେୟାର କରିଛନ୍ତି। ସେ ଲେଖିଛନ୍ତି- ଆମର ଟୁର୍ନାମେଣ୍ଟ ବହୁତ ଭଲ ଥିଲା, କିନ୍ତୁ ଆମେ ଫାଇନାଲରେ ହାରିଗଲୁ। ଆମେ ସମସ୍ତେ ଦୁଃଖିତ, କିନ୍ତୁ ଆମ ଦେଶର ଲୋକଙ୍କ ସମର୍ଥନ ଆମକୁ ଆଗକୁ ବଢାଉଛି। ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମରେ ପହଞ୍ଚିଥିଲେ। ତାଙ୍କର ଏହି ଗସ୍ତ ବିଶେଷ ଏବଂ ଅତ୍ୟନ୍ତ ପ୍ରେରଣାଦାୟକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗିରିରାଜ ସିଂଙ୍କ ବିବାଦୀୟ ବୟାନ, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ

ନୂଆଦିଲ୍ଲୀ,୭।୧୨: ଭାରତୀୟ ଜନତା ପାର୍ଟି ଏମପି ଗିରିରାଜ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ...

ଚା’ ସିଙ୍ଗଡାରେ ଶେଷ ହେଉଛି ଇଣ୍ଡିଆ ମେଣ୍ଟ ବୈଠକ: ଜେଡିୟୁ ନେତାଙ୍କ ମନ୍ତବ୍ୟ…

ପାଟନା,୭।୧୨ : ବିହାରର ଶାସକ ଦଳ ଜନତା ଦଳ (ୟୁନାଇଟେଡ) (ଜେଡିୟୁ) ଏମପି ସୁନୀଲ କୁମାର ପିଣ୍ଟୁ ବର୍ତ୍ତମାନ ଏକ ବିବାଦ ସୃଷ୍ଟି କରି କହିଛନ୍ତି...

ରାହୁଲଙ୍କ ଅଫିସକୁ ଏଏମ୍‌-ପିଏମ୍‌ ଭିତରେ ତଫାତ ଜଣାନାହିଁ, ଦିନେ ପିଏମ୍‌ଓ କିଭଳି ଚଳାଇବେ; କଂଗ୍ରେସ ନେତାଙ୍କ ଉପରେ ରାଗିଯାଇ…

ନୂଆଦିଲ୍ଲୀ,୭।୧୨: ଥମିବାର ନାଁ ନେଉନାହିଁ କଂଗ୍ରେସର ଅଡ଼ୁଆ। ପ୍ରଥମେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଦଳକୁ କଟାକ୍ଷ କରିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ...

ରେଭନ୍ଥ ମୁଖ୍ୟମନ୍ତ୍ରୀ-ମଲ୍ଲୁ ଭଟ୍ଟି ଉପମୁଖ୍ୟମନ୍ତ୍ରୀ…

ହାଇଦ୍ରାବାଦ,୭।୧୨ : ରେଭନ୍ଥ ରେଡ୍ଡୀ ଗୁରୁବାର ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବହୁ ଜନସମାଗମରେ...

ସଚିନଙ୍କ ରେକର୍ଡ ଭାଙ୍ଗିପାରିବେନି କୋହଲି: କାରଣ ବୁଝାଇ କହିଲେ ବ୍ରାଏନ ଲାରା

ନୂଆଦିଲ୍ଲୀ,୭।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଥରେ କହିଥିଲେ ବିରାଟ କୋହଲି କିମ୍ବା ରୋହିତ ଶର୍ମା ତାଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗି ପାରିବେ। ସେତେବେଳେ ରୋହିତ...

ସାହାରା ରିଫଣ୍ଡ ଲାଗି ଆସିଛି କି ଏଭଳି ମେସେଜ? ନୂଆ ପୋର୍ଟାଲରେ ଏଭଳି କରନ୍ତୁ ପୁନଃ ଆବେଦନ…

ନୂଆଦିଲ୍ଲୀ,୭।୧୨:ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା...

ଦୟାକରି ମୋତେ ମୋଦି ଜୀ ଡାକନ୍ତୁ ନାହିଁ: କାହିଁକି ଭାଜପା ଏମ୍‌ପିମାନଙ୍କୁ ଏପରି ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛି। ମୋଦି ପହଞ୍ଚିବା ପରେ ଭାଜପା ଏମ୍‌ପିମାନେ ‘ମୋଦି ଜୀ ସ୍ବାଗତ ହୈ’ ସ୍ଲୋଗାନ...

ଟଙ୍କା ଧାରକରଜ କରି ଲଢ଼ିଥିଲେ ନିର୍ବାଚନ, ବିଜୟୀ ହେବା ପରେ ବାଇକରେ ବିଧାନସଭା ପହଞ୍ଚିଲେ ବିଧାୟକ..

.ଭୋପାଳ,୭।୧୨ : ମଧ୍ୟପ୍ରଦେଶର ରାଜନୀତିରେ ସରପଞ୍ଚ, ଜିଲା ପରିଷଦ ସଦସ୍ୟ ତଥା ଜିଲା ପଞ୍ଚାୟତ ସଦସ୍ୟଙ୍କ ଭଳି ଅଧିକାରୀଙ୍କର ମଧ୍ୟ ନିଜସ୍ବ କାର ଅଛି, କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri