Posted inଫୁରସତ

ମୁକେଶ ଅମ୍ବାନୀଙ୍କୁ ବିବାହ ପରେ ବି କରୁଥିଲେ ଶିକ୍ଷକତା, ମାଗଣା ମ୍ୟାଚ୍‌ ଟିକେଟ ଦେଇ ଜଣେ କହିଥିଲେ…

ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଅମ୍ବାନୀ ନିଜର ଫ୍ୟାଶନ୍‌ ଏବଂ ସଉକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ତାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣନ୍ତି। ସେ ବିବାହ ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ଥିଲେ। ବିବାହ ପରେ ମଧ୍ୟ ସେ କିଛି ଦିନଯାଏ ପଢ଼ାଉଥିଲେ। ମୁକେଶ ଏହାକୁ ବିରୋଧ ମଧ୍ୟ କରୁ ନ ଥିଲେ। କାରଣ ନୀତାଙ୍କ ସବୁ ନିଷ୍ପତ୍ତିକୁ ସେ ସମ୍ମାନ ଦେଉଥିଲେ। ଏକଦା ସ୍କୁଲରେ ପଢ଼ାଉଥିବା ସମୟରେ ଏକ ଅଜବ ଘଟଣା ଘଟିଥିଲା।

ନୀତାଙ୍କ ବିବାହକୁ ୨ ବର୍ଷ ହୋଇଥାଏ। ସେତେବେଳେ ମଧ୍ୟ ସେ ସ୍କୁଲରେ ଶିକ୍ଷକତା କରୁଥିଲେ। କାରଣ ତାଙ୍କୁ ଶିକ୍ଷାଦାନ କରିବାକୁ ଭଲ ଲାଗୁଥିଲା। ଏତେ ବଡ଼ ଉଦ୍ୟୋଗପତିଙ୍କ ବୋହୁ ହୋଇଥିବା ସତ୍ତ୍ୱେ ସେ ମାତ୍ର ୮୦୦ ଟଙ୍କାରେ ଏହା କରୁଥିଲେ। ବମ୍ବେର ଯେଉଁ ନର୍ସରୀରେ ସେ ପଢ଼ାଉଥିଲେ ସେଠାରେ ଏକଦା ଜଣେ ଶିଶୁଙ୍କ ବାପା ତାଙ୍କୁ ଭେଟିବାକୁ ଚାହିଁଥିଲେ। ସେ ତାଙ୍କୁ ଏକ ଉପହାର ଦେବାକୁ ଚାହୁଁଥିଲେ।

୧୯୮୭ ମସିହାରେ ହୋଇଥିବା ରିଲାଏନ୍ସ କ୍ରିକେଟ ବିଶ୍ୱକପ୍‌ର ଏକ କପଲ୍‌ ଟିକେଟ୍‌ ନେଇ ସେ ନୀତାଙ୍କୁ ଦେଇଥିଲେ। ଆପଣ ଯଦି ଚାହାନ୍ତି ତେବେ ସ୍ବାମୀ ନଚେତ ଅନ୍ୟ କାହା ସହ ଯାଇ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିପାରିବେ ବୋଲି ଅଭିଭାବକଜଣଙ୍କ କହିଥିଲେ। ହେଲେ ନୀତା ତାହା ନେବାକୁ ମନା କରିଦେଇଥିଲେ। ପରେ ମ୍ୟାଚ୍‌ରେ ନୀତାଙ୍କୁ ପ୍ରେସିଡେନ୍ସ ବକ୍ସରେ ଦେଖି ଚମକି ପଡ଼ିଥିଲେ। ଆପଣ ଏଠାରେ କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ହେଲେ ନୀତା ହସି ଦେଇ ଚାଲି ଆସିଥିଲେ। ସେଠାରେ ଜଣେ ବ୍ୟକ୍ତି ସେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ଏବଂ ଧିରୁଭାଇ ଅମ୍ବାନୀଙ୍କ ବୋହୁ ବୋଲି ତାଙ୍କର ପରିଚୟ ଦେଇଥିଲେ। ଏହାକୁ ଶୁଣି ଉକ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଥିବା ନୀତା ଏକ ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେସ୍‌ବୁକ୍‌ ଖୋଲିଲେ ଚାପୁଡ଼ା

ସୋସିଆଲ ମିଡିଆ ମଧ୍ୟରୁ ଫେସ୍‌ବୁକ ହେଉଛି ଅନ୍ୟତମ। ଏହା ୟୁଜରମାନଙ୍କର ସବୁଠୁ ପସନ୍ଦ। ମାତ୍ର ଜଣେ ବ୍ୟକ୍ତି ଏଥିରୁ ମୁକ୍ତି ପାଇବା ପାଇଁ ଜଣେ ମହିଳାଙ୍କୁ...

ପ୍ରଶ୍ନ ଏକ, ଉତ୍ତର ଅଲଗା – ତାହା ହିଁ ଜୀବନ

କିଏ କେତେ କାଳ ବଞ୍ଚିବ ମରିବ ସେ ତ ନୁହେଁ ବଡ଼ କଥା l ଧର୍ମ କର୍ମ ଯଦି କିଛି କଲ ନାହିଁ ତେବେ ବଞ୍ଚିବାଟା...

ଗଙ୍ଗାପାଣି ପିଇଲେ କାହିଁକି ହୁଏ ରୋଗନାଶ…

ନୂଆଦିଲ୍ଲୀ, ୧୪।୭: ଗଙ୍ଗାନଦୀ ଜଳରେ ରୋଗ ନାଶକାରୀ ଏକ ପ୍ରକାର ଭୂତାଣୁ ରହିଛନ୍ତି। ଏହି ଭୂତାଣୁ ଦ୍ୱାରା ଗଙ୍ଗାନଦୀ ଜଳର ଔଷଧୀୟ ଗୁଣ ବଜାୟ ରହିଥିବା...

ସାବଧାନ! ଭୁଲ୍‌ରେ ବି ଗୁଗଲ୍‌ରେ ଏସବୁ କରନ୍ତୁନି ସର୍ଚ୍ଚ, ହୋଇପାରେ ଜେଲ

ଗୁଗଲ୍‌ ଏମିତି ଏକ ପ୍ଲାଟର୍ଫମ ଯାହା ବିନା ଆଜିକାଲି ସମୟରେ ସବୁକିଛି ଅଧୁରା। ଯେକୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ ଲୋକେ ସଙ୍ଗେ ସଙ୍ଗେ ଗୁଗଲ୍‌ର ସହାୟତା...

କୁକୁରକୁ ରାସ୍ତା ପାର କରାଇବା ପାଇଁ ଟ୍ରାଫିକକୁ ଅଟକାଇଲେ ପୋଲିସ

ଗାଡ଼ି ଧକ୍କାରେ ଅନେକ ସମୟରେ ନିରୀହ ପଶୁପକ୍ଷୀଙ୍କ ଜୀବନ ଯାଉଥିବା ଆମେ ଦେଖିଛୁ। ତେବେ ଏହି କରୋନା ସମୟରେ ଏମିତି ଏକ ଭିଡିଓ ସମ୍ମୁଖକୁ ଆସିଛି...

ମରୁଭୂମିରେ ଗଠନ କଲେ ନୂଆ ଦେଶ, ଘୋଷଣା କଲେ ସ୍ବାଧୀନତା, ନିଜକୁ ବି କହିଲେ ରାଷ୍ଟ୍ରପତି

ଆପଣ ନିଶ୍ଚିତ ଭାବରେ ଏକଛତ୍ରବାଦୀ ଶାସକଙ୍କ ନାଁ ଶୁଣିଥିବେ। କିନ୍ତୁ ଜାଣନ୍ତି କି ଆମେରିକାରେ ମଧ୍ୟ ଜଣେ ଏକଛତ୍ରବାଦୀ ଶାସକ ଅଛନ୍ତି। ଯିଏ ଆମେରିକାର ମରୁଭୂମିରେ...

ଚୋରି କରିବାକୁ ଆସିଥିଲେ, ରେଲିଂରେ ଫସିଗଲା ମୁଣ୍ଡ; ଆଉ ତା’ ପରେ…

ଚୋରି କରିବାକୁ ଚୋରମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ମାତ୍ର କିଛି ତରିକା ଏମିତି ଭୁଲ୍‌ ହୋଇଥାଏ, ଯାହାଦ୍ୱାରା ଚୋର ଧରା ପଡ଼ିବା ସହ ଜେଲ୍‌ ଯିବାକୁ...

ଲକ୍‌ଡାଉନ୍‌ ଉଲ୍ଲଂଘନ କଲେ ଲେଖିବାକୁ ପଡ଼ିବ ‘ରାମ’ ନାମ

ଭୋପାଳ,୧୭।୫: ଦେଶରେ କରୋନା ଭାଇରସ୍‌ ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ କଟକଣା ଲାଗୁ କରାଯାଇଛି। କରୋନାକୁ ରୋକିବା ପାଇଁ...

Advertisement
Archives

Model This Week