୪୦ ବର୍ଷ ପରେ ବି ପ୍ରକଳ୍ପ ସରୁନି

ଭୁବନେଶ୍ୱର,୬ା୪(ବ୍ୟୁରୋ): ଚାଷୀଙ୍କ ଜମିକୁ ଜଳସେଚନ କରିବାକୁ ରାଜକୋଷ ଖୋଲି ଦିଆଯାଉଛି। ସେଚ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରତିବର୍ଷ ବଜେଟରେ ବିପୁଳ ଟଙ୍କା ବ୍ୟୟବରାଦ କରାଯାଉଛି। ହେଲେ ପ୍ରକଳ୍ପ ଶେଷ ହେଉଛି ନା ଜମିକୁ ମିଳୁଛି ଜଳ। ପ୍ରକଳ୍ପ କାମ ଶେଷ ହେବାକୁ ଲାଗିଯାଉଛି ୩୦ରୁ ୪୦ ବର୍ଷ। କେବଳ ସମୟ ସରୁନି, ରାଜକୋଷ ମଧ୍ୟ ଫାଙ୍କା ହୋଇଯାଉଛି। କେବଳ ସେତିକି ନୁହେଁ, ଶେଷ ହୋଇଥିବା ଅନେକ ପ୍ରକଳ୍ପରୁ ଧାର୍ଯ୍ୟ ଚାଷଜମିକୁ ପାଣି ମଧ୍ୟ ଯୋଗାଇ ଦିଆଯାଇପାରୁନାହିଁ। ତ୍ରୁଟିପୂର୍ଣ୍ଣ ଡିଜାଇନ, ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର)ରେ ତ୍ରୁଟିବିଚ୍ୟୁତି, ଜମି ଅଧିଗ୍ରହଣରେ ବିଳମ୍ବ, ଆର୍ଥିକ ପରିଚାଳନାରେ ଅନିୟମିତତା ଯୋଗୁ ପ୍ରକଳ୍ପ ସ୍ବପ୍ନ ବାସ୍ତବ ରୂପ ନେଇପାରୁନି। ଏଥିଯୋଗୁ ରାଜକୋଷ ଉପରେ ୧୮,୧୪୭.୯ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିଛି। କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଜଳ ସମ୍ପଦ ବିଭାଗର ଏଭଳି ଅପାରଗତାକୁ ପଦାରେ ପକାଇଛନ୍ତି।
ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ଯେ, ୧୯୭୮ରୁ ଆରମ୍ଭ କରାଯାଇଥିବା ଜଳସେଚନ ପ୍ରକଳ୍ପ କାମ ଏ ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ଏବେ ବି ଉକ୍ତ ପ୍ରକଳ୍ପ କାମ ଚାଲୁ ରହିଛି। ସବୁଠାରୁ ବିଡ଼ମ୍ବନା ଯେ ପ୍ରକଳ୍ପ ପାଇଁ ଧାର୍ଯ୍ୟ ଖର୍ଚ୍ଚ ବଢ଼ି ଚାଲିଥିବା ବେଳେ କେବେ ଶେଷ ହେବ ତାହା ସ୍ଥିର କରାଯାଇ ପାରୁନାହିଁ। ବୃହତ୍‌, ମଧ୍ୟମ, କ୍ଷୁଦ୍ର ଜଳ ପ୍ରକଳ୍ପ ପାଇଁ ୧୯୭୮ରୁ ୨୦୧୩-୧୪ ମଧ୍ୟରେ ୯୫୫.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେଥିରୁ ଅପର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ୟୁଆଇଆଇପି)ପାଇଁ ୧୩୬.୬୭ କୋଟି ଟଙ୍କା, ଏସ୍‌ଆଇପି ପାଇଁ ୨୨୧.୬୮ କୋଟି, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ଏଲ୍‌ଆଇଆଇପି) ପାଇଁ ୨୧୧. ୭୦ କୋଟି, ରେଙ୍ଗାଲି ଦକ୍ଷିଣ ପାର୍ଶ୍ୱ କେନାଲ (ଆର୍‌ଆରବିସି) ପାଇଁ ୬୯.୬୪ କୋଟି, ରେଙ୍ଗାଲି ବାମପାର୍ଶ୍ୱ କେନାଲ(ଆରଏଲ୍‌ବିସି) ପାଇଁ ୧୬୪ କୋଟି, ୯ଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ (ଏମ୍‌ଏଲ୍‌ପି)ପାଇଁ ୧୩୭.୩୩ କୋଟି ଏବଂ ୧୦ଟି କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି)ପାଇଁ ୧୪.୭୧ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏହି ସବୁ ପ୍ରକଳ୍ପ ୧୯୭୮ରୁ ୨୦୧୩-୧୪ ମଧ୍ୟରେ ଆରମ୍ଭ ହୋଇଥିଲା। ଏଥିରେ ଅଦ୍ୟାବଧି ୧୯,୧୦୩ .୬୩ କୋଟି ଟଙ୍କା ବ୍ୟୟବୃଦ୍ଧି କରାଯାଇଛି। ଯଦି ପ୍ରକଳ୍ପ ଆରମ୍ଭ ଖର୍ଚ୍ଚକୁ ହିସାବକୁ ନିଆଯାଏ ତେବେ ରାଜକୋଷରୁ ୧୮,୧୪୭.୯ କୋଟି ଟଙ୍କା ଅଧିକ ବ୍ୟୟବରାଦ କରାଯାଇଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ ବାବଦରେ ୧୨,୭୪୨.୬୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି। ସେଥିରୁ ମାତ୍ର ୩ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ ୪ଟି କାର୍ଯ୍ୟ ଚାଲୁ ରହିଛି। ପ୍ରକଳ୍ପ ବିଳମ୍ବ ପାଇଁ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମତି, ଡିପିଆର ଚୂଡ଼ାନ୍ତ କରିବାରେ ବିଳମ୍ବ ଆଦିକୁ ଦାୟୀ କରାଯାଇଛି।
ଏମ୍‌ଏଲ୍‌ପି ପ୍ରକଳ୍ପକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ପ୍ରକଳ୍ପଗୁଡ଼ିକର ମୂଲ୍ୟ ୧୮୨ ପ୍ରତିଶତରୁ ୪,୫୯୬ ପ୍ରତିଶତକୁ ବୃଦ୍ଧିପାଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ପ୍ରକଳ୍ପ ଖର୍ଚ୍ଚ ପାଇଁ ପାଣିଭଳି ଟଙ୍କା ବ୍ୟୟ କରାଯାଉଥିବାବେଳେ କେବଳ ଅପର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ୨୦୨୧ ମାର୍ଚ୍ଚ ସୁଦ୍ଧା ଅନ୍ୟ ପ୍ରକଳ୍ପଗୁଡ଼ିକ ଅଗ୍ରଗତି ପର୍ଯ୍ୟାୟରେ ରହିଛି। ଏହି ପ୍ରକଳ୍ପଗୁଡ଼ିକ ସମାପ୍ତ ପାଇଁ ଆହୁରି ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ସିଏଜି କହିଛନ୍ତି। ଆର୍ଥିକ ପରିଚାଳନାରେ ଅନିୟମିତତା, କେନ୍ଦ୍ରୀୟ ସହାୟତା ଫେରିଯିବା, ବିଭିନ୍ନ ବ୍ୟାଙ୍କରେ ଟଙ୍କା ପଡ଼ି ରହିବା, ରାଜସ୍ବ ଟଙ୍କା ପଇଠ ନ ହେବା ଯୋଗୁ ପ୍ରକଳ୍ପ କାର୍ଯ୍ୟ ମନ୍ଥର ହେବା ଓ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ିଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଭାଗୀୟ ଅଧିକାରୀମାନଙ୍କ ଅପରାଗତା ଓ ଖାମଖିଆଲ ମନୋଭାବ ଯୋଗୁ ପ୍ରକଳ୍ପ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ସତ୍ତ୍ୱେ ଅର୍ଥ ବିନିଯୋଗରେ ବ୍ୟାପକ ଅବହେଳାରୁ ରାଜକୋଷ ଉପରେ ଅତିରିକ୍ତ ବୋଝ ଲଦି ହୋଇଯାଇଛି। ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ବେପରୁଆ ଦାୟିତ୍ୱ ନିର୍ବାହ ଯୋଗୁ ସରକାରଙ୍କ ଉପରେ ଖର୍ଚ୍ଚ ବୋଝ ବଢ଼ିଛି। ସମସ୍ତ ଆର୍ଥିକ ଅନିୟମିତତା ପାଇଁ ସରକାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଉପରେ ଉତ୍ତରଦାୟିତ୍ୱ ସ୍ଥିର କରିବା ସହ ପ୍ରକଳ୍ପର ଆର୍ଥିକ ପରିଚାଳନା ଉପରେ ବିଭାଗ କଡ଼ା ନଜର ରଖିବାକୁ ସିଏଜି ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?