୪୦ ବର୍ଷ ପରେ ବି ପ୍ରକଳ୍ପ ସରୁନି

ଭୁବନେଶ୍ୱର,୬ା୪(ବ୍ୟୁରୋ): ଚାଷୀଙ୍କ ଜମିକୁ ଜଳସେଚନ କରିବାକୁ ରାଜକୋଷ ଖୋଲି ଦିଆଯାଉଛି। ସେଚ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରତିବର୍ଷ ବଜେଟରେ ବିପୁଳ ଟଙ୍କା ବ୍ୟୟବରାଦ କରାଯାଉଛି। ହେଲେ ପ୍ରକଳ୍ପ ଶେଷ ହେଉଛି ନା ଜମିକୁ ମିଳୁଛି ଜଳ। ପ୍ରକଳ୍ପ କାମ ଶେଷ ହେବାକୁ ଲାଗିଯାଉଛି ୩୦ରୁ ୪୦ ବର୍ଷ। କେବଳ ସମୟ ସରୁନି, ରାଜକୋଷ ମଧ୍ୟ ଫାଙ୍କା ହୋଇଯାଉଛି। କେବଳ ସେତିକି ନୁହେଁ, ଶେଷ ହୋଇଥିବା ଅନେକ ପ୍ରକଳ୍ପରୁ ଧାର୍ଯ୍ୟ ଚାଷଜମିକୁ ପାଣି ମଧ୍ୟ ଯୋଗାଇ ଦିଆଯାଇପାରୁନାହିଁ। ତ୍ରୁଟିପୂର୍ଣ୍ଣ ଡିଜାଇନ, ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର)ରେ ତ୍ରୁଟିବିଚ୍ୟୁତି, ଜମି ଅଧିଗ୍ରହଣରେ ବିଳମ୍ବ, ଆର୍ଥିକ ପରିଚାଳନାରେ ଅନିୟମିତତା ଯୋଗୁ ପ୍ରକଳ୍ପ ସ୍ବପ୍ନ ବାସ୍ତବ ରୂପ ନେଇପାରୁନି। ଏଥିଯୋଗୁ ରାଜକୋଷ ଉପରେ ୧୮,୧୪୭.୯ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିଛି। କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଜଳ ସମ୍ପଦ ବିଭାଗର ଏଭଳି ଅପାରଗତାକୁ ପଦାରେ ପକାଇଛନ୍ତି।
ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ଯେ, ୧୯୭୮ରୁ ଆରମ୍ଭ କରାଯାଇଥିବା ଜଳସେଚନ ପ୍ରକଳ୍ପ କାମ ଏ ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ଏବେ ବି ଉକ୍ତ ପ୍ରକଳ୍ପ କାମ ଚାଲୁ ରହିଛି। ସବୁଠାରୁ ବିଡ଼ମ୍ବନା ଯେ ପ୍ରକଳ୍ପ ପାଇଁ ଧାର୍ଯ୍ୟ ଖର୍ଚ୍ଚ ବଢ଼ି ଚାଲିଥିବା ବେଳେ କେବେ ଶେଷ ହେବ ତାହା ସ୍ଥିର କରାଯାଇ ପାରୁନାହିଁ। ବୃହତ୍‌, ମଧ୍ୟମ, କ୍ଷୁଦ୍ର ଜଳ ପ୍ରକଳ୍ପ ପାଇଁ ୧୯୭୮ରୁ ୨୦୧୩-୧୪ ମଧ୍ୟରେ ୯୫୫.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେଥିରୁ ଅପର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ୟୁଆଇଆଇପି)ପାଇଁ ୧୩୬.୬୭ କୋଟି ଟଙ୍କା, ଏସ୍‌ଆଇପି ପାଇଁ ୨୨୧.୬୮ କୋଟି, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ଏଲ୍‌ଆଇଆଇପି) ପାଇଁ ୨୧୧. ୭୦ କୋଟି, ରେଙ୍ଗାଲି ଦକ୍ଷିଣ ପାର୍ଶ୍ୱ କେନାଲ (ଆର୍‌ଆରବିସି) ପାଇଁ ୬୯.୬୪ କୋଟି, ରେଙ୍ଗାଲି ବାମପାର୍ଶ୍ୱ କେନାଲ(ଆରଏଲ୍‌ବିସି) ପାଇଁ ୧୬୪ କୋଟି, ୯ଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ (ଏମ୍‌ଏଲ୍‌ପି)ପାଇଁ ୧୩୭.୩୩ କୋଟି ଏବଂ ୧୦ଟି କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି)ପାଇଁ ୧୪.୭୧ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏହି ସବୁ ପ୍ରକଳ୍ପ ୧୯୭୮ରୁ ୨୦୧୩-୧୪ ମଧ୍ୟରେ ଆରମ୍ଭ ହୋଇଥିଲା। ଏଥିରେ ଅଦ୍ୟାବଧି ୧୯,୧୦୩ .୬୩ କୋଟି ଟଙ୍କା ବ୍ୟୟବୃଦ୍ଧି କରାଯାଇଛି। ଯଦି ପ୍ରକଳ୍ପ ଆରମ୍ଭ ଖର୍ଚ୍ଚକୁ ହିସାବକୁ ନିଆଯାଏ ତେବେ ରାଜକୋଷରୁ ୧୮,୧୪୭.୯ କୋଟି ଟଙ୍କା ଅଧିକ ବ୍ୟୟବରାଦ କରାଯାଇଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ ବାବଦରେ ୧୨,୭୪୨.୬୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି। ସେଥିରୁ ମାତ୍ର ୩ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ ୪ଟି କାର୍ଯ୍ୟ ଚାଲୁ ରହିଛି। ପ୍ରକଳ୍ପ ବିଳମ୍ବ ପାଇଁ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମତି, ଡିପିଆର ଚୂଡ଼ାନ୍ତ କରିବାରେ ବିଳମ୍ବ ଆଦିକୁ ଦାୟୀ କରାଯାଇଛି।
ଏମ୍‌ଏଲ୍‌ପି ପ୍ରକଳ୍ପକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ପ୍ରକଳ୍ପଗୁଡ଼ିକର ମୂଲ୍ୟ ୧୮୨ ପ୍ରତିଶତରୁ ୪,୫୯୬ ପ୍ରତିଶତକୁ ବୃଦ୍ଧିପାଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ପ୍ରକଳ୍ପ ଖର୍ଚ୍ଚ ପାଇଁ ପାଣିଭଳି ଟଙ୍କା ବ୍ୟୟ କରାଯାଉଥିବାବେଳେ କେବଳ ଅପର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ୨୦୨୧ ମାର୍ଚ୍ଚ ସୁଦ୍ଧା ଅନ୍ୟ ପ୍ରକଳ୍ପଗୁଡ଼ିକ ଅଗ୍ରଗତି ପର୍ଯ୍ୟାୟରେ ରହିଛି। ଏହି ପ୍ରକଳ୍ପଗୁଡ଼ିକ ସମାପ୍ତ ପାଇଁ ଆହୁରି ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ସିଏଜି କହିଛନ୍ତି। ଆର୍ଥିକ ପରିଚାଳନାରେ ଅନିୟମିତତା, କେନ୍ଦ୍ରୀୟ ସହାୟତା ଫେରିଯିବା, ବିଭିନ୍ନ ବ୍ୟାଙ୍କରେ ଟଙ୍କା ପଡ଼ି ରହିବା, ରାଜସ୍ବ ଟଙ୍କା ପଇଠ ନ ହେବା ଯୋଗୁ ପ୍ରକଳ୍ପ କାର୍ଯ୍ୟ ମନ୍ଥର ହେବା ଓ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ିଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଭାଗୀୟ ଅଧିକାରୀମାନଙ୍କ ଅପରାଗତା ଓ ଖାମଖିଆଲ ମନୋଭାବ ଯୋଗୁ ପ୍ରକଳ୍ପ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ସତ୍ତ୍ୱେ ଅର୍ଥ ବିନିଯୋଗରେ ବ୍ୟାପକ ଅବହେଳାରୁ ରାଜକୋଷ ଉପରେ ଅତିରିକ୍ତ ବୋଝ ଲଦି ହୋଇଯାଇଛି। ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ବେପରୁଆ ଦାୟିତ୍ୱ ନିର୍ବାହ ଯୋଗୁ ସରକାରଙ୍କ ଉପରେ ଖର୍ଚ୍ଚ ବୋଝ ବଢ଼ିଛି। ସମସ୍ତ ଆର୍ଥିକ ଅନିୟମିତତା ପାଇଁ ସରକାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଉପରେ ଉତ୍ତରଦାୟିତ୍ୱ ସ୍ଥିର କରିବା ସହ ପ୍ରକଳ୍ପର ଆର୍ଥିକ ପରିଚାଳନା ଉପରେ ବିଭାଗ କଡ଼ା ନଜର ରଖିବାକୁ ସିଏଜି ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri