ୟୁରୋପା ଅଭିମୁଖେ ୟୁରୋପା କ୍ଲିପର ଯାନ

ୟୁରୋପା ହେଉଛି ସୌରଜଗତର ବୃହତ୍ତମ ଗ୍ରହ ବୃହସ୍ପତିର ଗୋଟିଏ ଉପଗ୍ରହ। ଇଟାଲୀର ବୈଜ୍ଞାନିକ ଗାଲିଲିଓ ୧୬୧୦ ମସିହାରେ ବୃହସ୍ପତିର ଚାରିଟି ବଡ଼ ଉପଗ୍ରହ ଆବିଷ୍କାର କରିଥିଲେ। ସେଗୁଡ଼ିକ ହେଉଛି ଆଇଓ, ୟୁରୋପା, ଗାନିମୀଡ ଓ ବାଲିଷ୍ଟୋ। ଏହି ଚାରିଟିକୁ ତାଙ୍କ ନାମ ଅନୁସାରେ ‘ଗାଲିଲୀୟ ଉପଗ୍ରହ’ କୁହାଯାଏ।
ୟୁରୋପାର ବ୍ୟାସ ହେଉଛି ୩୧୨୧ କିମି, ଯାହା ଚନ୍ଦ୍ରର ବ୍ୟାସଠାରୁ ସାମାନ୍ୟ କମ୍‌। ଏହା ହେଉଛି ସୌରଜଗତର ଷଷ୍ଠ ବୃହତ୍ତମ ଉପଗ୍ରହ। ବୃହସ୍ପତିଠାରୁ ଏହାର ହାରାହାରି ଦୂରତା ହେଉଛି ୬୭୧୧୦୦ କିମି ଏବଂ ବୃହସ୍ପତିକୁ ଥରେ ପରିକ୍ରମଣ କରିବା ପାଇଁ ଏହା ୩.୫୫୧ ଦିନ ନେଇଥାଏ।
ୟୁରୋପାର ପୃଷ୍ଠ ବରଫ ଦ୍ୱାରା ଆଚ୍ଛାଦିତ ହୋଇଛି। ଭଏଜର ଓ ଗାଲିଲିଓ ଅଭିଯାନରୁ ମିଳିଥିବା ତଥ୍ୟ ଅନୁସାରେ ଏହାର ବରଫାଚ୍ଛାଦିତ ତ୍ୱକ୍‌ରୁ ୩ ର ୩୦କିମି ତଳେ ଲୁଣି ଜଳର ମହାସାଗର ଥିବାର ସୂଚନା ମିଳୁଛି। ପୃଥିବୀର ମହାସାଗରଗୁଡିର ଆୟତନର ଏହା ଦୁଇଗୁଣ ହେବ ବୋଲି ଅନୁମାନ କରାଯାଉଛି। ଏହାର ଆଭ୍ୟନ୍ତରରେ ଜୁଆରୀୟ ଶକ୍ତି ନିର୍ଗତ ହୋଇ ଜଳକୁ ଉଷୁମ ତଥା ତରଳ କରିପାରିଛି। ୟୁରୋପାରେ ମଧ୍ୟ ଗନ୍ଦିକ ଏବଂ ଜୈବିକ ପଦାର୍ଥ ଥିବାର ଜଣାଯାଇଛି।
ଯଦି ୟୁରୋପାରେ ସମୁଦ୍ର ଓ ଏହାର ଉତ୍ତାପ ଉତ୍ସ ପ୍ରକୃତରେ ଥାଏ, ତାହାହେଲେ ସେଠାରେ ଅତି କମ୍‌ରେ ଆଣୁବୀକ୍ଷଣିକ ଜୀବ ଥିବାର ସମ୍ଭାବନା ରହିଛି। ଯଦି ଏହା ପ୍ରମାଣ ହୋଇପାରିବ, ତାହାହେଲେ ସୌରଜଗତରେ ପୃଥିବୀ ବାହାରେ ପ୍ରଥମ ଜୀବଜଗତ ୟୁରୋପାରେ ରହିଥିବାର ଜଣାପଡିବ। ଏଣୁ ୟୁରୋପା ବର୍ତ୍ତମାନ ବୈଜ୍ଞାନିକମାନଙ୍କର ଦୃଷ୍ଟି ଆକର୍ଷଣ କରିଛି। ଏହି ଉଦ୍ଦେଶ୍ୟ ନେଇ ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ସଂସ୍ଥା ‘ନାସା’ ଗତ ବର୍ଷ ଅକ୍ଟୋବର ୧୪ ତାରିଖରେ ୟୁରୋପା ଅଭିମୁଖେ ଏକ ଯାନ ପ୍ରେରଣ କରିଛି। ଏହାର ନାମ ହେଉଛି ‘ୟୁରୋପା କ୍ଲିପର’। ଏହା ୨.୯ ବିଲିୟନ କିମି ପଥ ଅତିକ୍ରମ କରି ୨୦୩୦ ମସିହାରେ ବୃହସ୍ପତି ଓ ଏହାର ଉପଗ୍ରହଗୁଡିକ ନିକଟରେ ପହଞ୍ଚତ୍ବ।
ବର୍ତ୍ତମାନ ବୃହସ୍ପତି କକ୍ଷରେ ‘ନାସା’ର ଜୁନୋ ଯାନ ପରିକ୍ରମଣ କରୁଛି। ଏହାକୁ ୨୦୧୧ ମସିହା ଅଗଷ୍ଟ ୫ ତାରିଖରେ ଉତ୍‌କ୍ଷେପଣ କରାଯାଇଥିଲା ଏବଂ ୨୦୧୬ ମସିହା ଜୁଲାଇରୁ ଏହା ବୃହସ୍ପତିକୁ ପରିକ୍ରମଣ କରି ତଥ୍ୟ ପଠାଉଛି। ପୁନଶ୍ଚ ୟୁରୋପୀୟ ମହାକାଶ ସଂସ୍ଥା ୨୦୨୩ ମସିହା ଏପ୍ରିଲରେ ‘ଜୁଇସ୍‌’ ଯାନକୁ ବୃହସ୍ପତି ଅଭିମୁଖେ ପଠାଇଛି ଏବଂ ଏହା ୨୦୩୧ ମସିହାରେ ସେଠାରେ ପହଞ୍ଚିବ। ବୃହସ୍ପତି ପାଖକୁ ଦୁଇଟି ଯାନ ପ୍ରେରଣ କରାଯିବା ପରେ ‘ୟୁରୋପା କ୍ଲିପର’ର ଆବଶ୍ୟକତା କ’ଣ?
‘ଜୁନୋ’ କେବଳ ବୃହସ୍ପତିକୁ ଅଧ୍ୟୟନ କରିବା ପାଇଁ ଉଦ୍ଦିଷ୍ଟ, ଯଦିଓ ଏହା ତାହାର ଉପଗ୍ରହଗୁଡିକର ମଧ୍ୟ କେତେକ ଭଲ ଚିତ୍ର ପଠାଇଛି। ପୁନଶ୍ଚ ଏହାର କାର୍ଯ୍ୟକାଳ ୨୦୨୫ ମସିହା ସେପ୍ଟେମ୍ବର ମାସରେ ଶେଷ ହୋଇଯିବ। ଜୁଇସ ଯାନ ୨୦୩୧ ମସିହାରେ ବୃହସ୍ପତି ନିକଟରେ ପହଞ୍ଚିବ ଏବଂ ୨୦୩୨ ମସିହା ଜୁଲାଇ ମାସରେ ଏହା ୟୁରୋପା ନିକଟରେ ମାତ୍ର ଦୁଇ ଥର ଯିବା ପରେ ଗାନିମୀଡ ଓ ବାଲିଷ୍ଟୋକୁ ବିଶଦ ଭାବରେ ଅଧ୍ୟୟନ କରିବ। ଏହି ଦୁଇ ଉପଗ୍ରହର ପୃଷ୍ଠ ତଳେ ମଧ୍ୟ ତରଳ ମହାସାଗର ଥିବାର ଅନୁମାନ କରାଯାଉଛି। ଏଣୁ କେବଳ ୟୁରୋପାକୁ ଅଧ୍ୟୟନ କରିବା ହେଉଛି ୟୁରୋପା କ୍ଲିପର ଲକ୍ଷ୍ୟ। ୟୁରୋପା କ୍ଲିପର୨୦୨୫ ମସିହାରେ ମଙ୍ଗଳ ଏବଂ ୨୦୨୬ ମସିହାରେ ପୃଥିବୀ ନିକଟ ଦେଇ ଓ ଏହାର ମାଧ୍ୟାକର୍ଷଣର ସାହାଯ୍ୟ ନେଇ ବୃହସ୍ପତି ଅଭିମୁଖେ ଗତି କରିବ। ଏହା ୨୦୩୧ ମସିହା ଆରମ୍ଭରେ ୟୁରୋପାର କକ୍ଷରେ ପ୍ରବେଶ କରିବ ଏବଂ ମେ ମାସରେ ଏହାର ବିଜ୍ଞାନ କାର୍ଯ୍ୟକ୍ରମ ଆରମ୍ଭ କରିବ। ଏହା ବୃହସ୍ପତିଠାରୁ ଦୂରରେ ଥିବା ୟୁରୋପାର ପାର୍ଶ୍ୱକୁ ପ୍ରଥମେ ଅଧ୍ୟୟନ କରିବ ଏବଂ ୨୦୩୩ ମସିହା ମେ ମାସରେ ଏହା ବୃହସ୍ପତିର ନିକଟରେ ଥିବା ୟୁରୋପାର ପାର୍ଶ୍ୱକୁ ଅଧ୍ୟୟନ କରିବ। ଏହା ୟୁରୋପା ଚାରିପଟେ ୪୯ ଥର ଘୂରିବ ଏବଂ ୟୁରୋପାଠାରୁ ଏହାର ସର୍ବନିମ୍ନ ଦୂରତା ୨୫ କିମି ହେବ।
ଏହି ଯାତ୍ରା ସମୟରେ ୟୁରୋପା କ୍ଲିପର କେତେକ ସମସ୍ୟାର ସମ୍ମୁଖୀନ ହୋଇପାରେ। ବୃହସ୍ପତିର ଗୋଟିଏ ବଡ଼ ଚୁମ୍ବକ ବଳୟ ଅଛି। ସୂର୍ଯ୍ୟ ଓ ବୃହସ୍ପତିରୁ ଏବଂ ‘ଆଇଓ’ର ଆଗ୍ନେୟଗିରିରୁ ଚାର୍ଜ କଣିକା ବୃହସ୍ପତିର ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ଆକର୍ଷିତ ହୋଇ ଗୋଟିଏ ପ୍ରଖର ଚୁମ୍ବକ ବଳୟ ସୃଷ୍ଟି କରିଥାଏ। ଏହି ବଳୟ ଆଇଓ, ୟୁରୋପା ଓ ଗାନିମୀଡକୁ ଆଚ୍ଛାଦନ କରିଥାଏ। ଏଥିପାଇଁ ଏହି ଯାନର କମ୍ପ୍ୟୁଟର ଓ ସୂକ୍ଷ୍ମ ଇଲେକ୍ଟ୍ରୋନିକ୍‌ସକୁ ୯.୨ ମିଲିମିଟର ମୋଟେଇର ଆଲୁମିନିୟମ ଓ ଦସ୍ତାର ପ୍ରାଚୀର ଥିବା ଗୋଟିଏ ବାକ୍ସ ଭିତରେ ରଖାଯାଇଛି। ଜୁନୋ ଯାନର ଅଭିଜ୍ଞତାରୁ ଏହି ପଦକ୍ଷେପ ନିଆଯାଇଛି।
ଗ୍ରାହକ ଅଭିଯାନ ପାଇଁ ନାସା ନିର୍ମାଣ କରିଥିବା ଯାନଗୁଡିକ ମଧ୍ୟରେ ୟୁରୋପା କ୍ଲିପର ହେଉଛି ବୃହତ୍ତମ। ଏହାର ଓଜନ ହେଉଛି ୫୯୦୦ କିଗ୍ରା ଏବଂ ଓସାର ହେଉଛି ୩୦.୫ ମିଟର (ଏକ ବାସ୍କେଟବଲ ପଡ଼ିଆର ଦୈର୍ଘ୍ୟ ସହିତ ସମାନ)।
ୟୁରୋପାର ଗଠନ ଜାଣିବା ପାଇଁ ଏହି ଯାନରେ ଦୃଶ୍ୟମାନ ଆଲୋକ ଓ ଅବଲୋହିତ କ୍ୟାମେରା ଏବଂ ଅତିବାଇଗଣି ଓ ଅବଲୋହିତ ବର୍ଣ୍ଣବୀକ୍ଷଣ ଯନ୍ତ୍ର ରଖାଯାଇଛି। ଏଥିରେ ଥିବା ଚୁମ୍ବକମାପକ ଯନ୍ତ୍ର ଓ ପ୍ଲାଜ୍‌ମା ଯନ୍ତ୍ର ୟୁରୋପାର ଚୁମ୍ବକୀୟ କ୍ଷେତ୍ରକୁ ମାପ କରିବ। ଏଥିରୁ ୟୁରୋପା ପୃଷ୍ଠ ତଳେ ମହାସାଗରର ସନ୍ଧାନ ଜଣାପଡିବ। ଏପରିକି ଏହା ସମୁଦ୍ରର ଲବଣତା, ଗଭୀରତା ଏବଂ ଏହା ଉପରେ ଥିବା ବରଫର ମୋଟେଇକୁ ମଧ୍ୟ ଜାଣିପାରିବ। ଯାନରେ ଥିବା ଗୋଟିଏ ରାଡାର ଯନ୍ତ୍ର ମଧ୍ୟ ୟୁରୋପାର ପୃଷ୍ଠର ମାନଚିତ୍ର ନେଇପାରିବ। ଏହାର ତ୍ୱକ୍‌ରେ ବରଫର ମୋଟେଇ ଗଣନା କରିପାରିବ ଏବଂ ଏପରିକି ଏହା ତଳେ ଥିବା ସମୁଦ୍ରର ଗଭୀରତାକୁ ଜାଣିପାରିବ। ଯାନରେ ଥିବା ବସ୍ତୁତ୍ୱ ବର୍ଣ୍ଣବୀକ୍ଷଣ ଯନ୍ତ୍ର ଏବଂ ପୃଷ୍ଠ ଧୂଳି ବିଶ୍ଳେଷଣ ଯନ୍ତ୍ର ୟୁରୋପାର ଚାରିପଟର ପରିବେଶକୁ ଅଧ୍ୟୟନ କରିବ। ଉଷ୍ଣ ପ୍ରସ୍ରବଣରୁ ନିର୍ଗତ ହେଉଥିବା ପଦାର୍ଥକୁ ମଧ୍ୟ ବିଶ୍ଳେଷଣ କରିବ।
ୟୁରୋପା କ୍ଲିପର କାର୍ଯ୍ୟକାଳ ୨୦୩୪ ମସିହା ସେପ୍ଟେମ୍ବରରେ ଶେଷ ହେବ। ଏହାପରେ ଏହାକୁ କକ୍ଷଚ୍ୟୁତ କରାଇ ଗାନିମୀଡ଼ ଉପରେ ପକାଇ ଦିଆଯିବ। ସୂଚନାଯୋଗ୍ୟ ଯେ ଜୁଇସ ଯାନକୁ ମଧ୍ୟ କାର୍ଯ୍ୟକାଳ ଶେଷ ପରେ ଗାନିମୀଡ ଉପରେ ଖସାଇ ଦିଆଯିବ। ୟୁରୋପାରେ ଜୀବଜଗତର ସମ୍ଭାବନା ଥିବାରୁ ଏହା ଉପରକୁ କୌଣସି ଯାନ ସଂଘର୍ଷ କରାଯାଉନାହିଁ। ୟୁରୋପାର ପୃଷ୍ଠରେ ବରଫ ଓ ଏହା ତଳେ ଥିବା ଜଳକୁ ଅଧ୍ୟୟନ କରି ଏହା ଜୀବଜଗତ ପାଇଁ ଉପଯୁକ୍ତ କି ନାହିଁ ତାହା ବୈଜ୍ଞାନିକମାନେ ନିର୍ଦ୍ଧାରଣ କରିବେ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?