ନିର୍ଣ୍ଣୟରେ ନୈତିକ ଦାୟିତ୍ୱ

ଡ. ସତ୍ୟ ନାରାୟଣ ମିଶ୍ର

 

ମଣିଷ ସମାଜରେ ଶୃଙ୍ଖଳିତ ଭାବେ ବଞ୍ଚିବାର କୌଶଳ ଯେତେବେଳେ ସ୍ବୀକାର କରିଥାଏ, ସେତେବେଳେ ତାହାକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବା ପାଇଁ ଜୀବନର ଗତିପଥକୁ ନିର୍ଣ୍ଣୟର ନୈତିକ ଦାୟିତ୍ୱ ଉପରେ ନିହିତ କରିଥାଏ। ନିର୍ଣ୍ଣୟ କେତେବେଳେ ଓ କେଉଁ ପରିପ୍ରେକ୍ଷୀରେ ବ୍ୟକ୍ତି ଉଦ୍ଦିଷ୍ଟ କରିଥାଏ ତାହା ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଜୀବନଶୈଳୀ ତଥା ବିଚାର ବ୍ୟବସ୍ଥାର ପରିପକ୍ୱତା ଉପରେ ନିର୍ଭର କରେ। ଜଣେ ବ୍ୟକ୍ତି ଯେତେବେଳେ କୌଣସି ନିର୍ଣ୍ଣୟ ପାରିବାରିକ, ସାମାଜିକ, ବ୍ୟକ୍ତିଗତ, ସାମୂହିକ, ଆନୁଷ୍ଠାନିକ, ସରକାରୀ ବା ବେସରକାରୀ କ୍ଷେତ୍ରରେ ନେଇଥାଏ, ସେତେବେଳେ ତା’ନିକଟରେ ଥିବା ନୀତି ଓ ନୈତିକ ମୂଲ୍ୟବୋଧର ଦାୟିତ୍ୱକୁ ଉପଯୋଗ କରିବା ଏକାନ୍ତ ବାଞ୍ଛନୀୟ ।
କାରଣ ନିର୍ଣ୍ଣୟର କାର୍ଯ୍ୟକାରିତା ଓ ପ୍ରୟୋଗ ଯେତେବେଳେ ହୋଇଯାଏ ସେଥିପାଇଁ ନିର୍ଣ୍ଣାୟକର୍ତ୍ତା ମଧ୍ୟ ଉତ୍ତରଦାୟୀ ରହିବା ଉଚିତ। କୌଣସି ପ୍ରସଙ୍ଗରେ ଯେତେବେଳେ ବ୍ୟକ୍ତି ନିର୍ଣ୍ଣୟ ନିଏ ସେତେବେଳେ ବ୍ୟକ୍ତି ଏହାକୁ ଏକ ନୈତିକ ଦାୟିତ୍ୱର ସୁପରିଚାଳନା ବୋଲି ହୃଦୟଙ୍ଗମ କରିବା ଉଚିତ।
ନୀତି ଓ ଦାୟିତ୍ୱ ସଦାବେଳେ ମଣିଷକୁ ଉଚିତ୍‌ ମାର୍ଗରେ ଧାବମାନ କରାଇଥାଏ। ପରିବାରରେ ଯେତେବେଳେ ବରିଷ୍ଠମାନେ କୌଣସି ବିଷୟ ଉପରେ ନିର୍ଣ୍ଣୟ ନେଇଥା’ନ୍ତି, ତାହା ଥାଏ ସୀମିତ ଉଦ୍ଦେଶ୍ୟ ସହ ଜଡ଼ିତ ଓ ସେଥିରେ ପରିବାରର ସଦସ୍ୟମାନଙ୍କର ସ୍ଥିତି ନିହିତ ଥାଏ। ତାହା ମଧ୍ୟ ନୈତିକତାର ବିଚାରଧାରା ମଧ୍ୟରେ ହେବା ଉଚିତ। ସେହିଭଳି ସାମାଜିକ କ୍ଷେତ୍ରରେ ବା ଆନୁଷ୍ଠାନିକ କ୍ଷେତ୍ର ବା ସରକାରୀ କ୍ଷେତ୍ରରେ ଯେଉଁ ନିର୍ଣ୍ଣୟ ନିଆଯାଏ, ତାହା କୌଣସି ଗୋଷ୍ଠୀ ବା ସୀମିତ ଉଦ୍ଦେଶ୍ୟରେ ହେବା ଉଚିତ ନୁହେଁ। ସୀମିତ ଉଦ୍ଦେଶ୍ୟର ନିର୍ଣ୍ଣୟ ମଣିଷର ନୈତିକ ସ୍ଖଳନ ହୋଇ ସମଗ୍ର ସାମାଜିକ ସ୍ଥିତିକୁ ଧୀରେ ଧୀରେ ଦୁର୍ବଳ କରିଥାଏ, କାରଣ ତାହା ଥାଏ ସାମୂହିକ ସ୍ବାର୍ଥର ସଙ୍କୋଚନ। ନିର୍ଣ୍ଣୟ ନେବା ଏକ ଅତ୍ୟାବଶ୍ୟକ ଦକ୍ଷତା, ଯାହା ବ୍ୟକ୍ତିଗତ ଜୀବନରେ ଆବଶ୍ୟକ। ନିର୍ଣ୍ଣୟ ନେବାର କ୍ଷମତା ହେଉଛି ଏକ ଦକ୍ଷତା, ଯାହା ପ୍ରାୟତଃ ଅଭିଜ୍ଞତା ମାଧ୍ୟମରେ ଶିଖାଯାଏ ଓ ବିବେକର ସୁ-ପ୍ରୟୋଗ ଦାରା ନିର୍ଦ୍ଧାରିତ ହୋଇଥାଏ।
ଦାୟିତ୍ୱକୁ ଗ୍ରହଣ କରିବାରେ ଯେତିକି ସାମର୍ଥ୍ୟ ଆବଶ୍ୟକ ହୋଇଥାଏ, ତାହାଠୁ ଅଧିକ ସାମର୍ଥ୍ୟ ଆବଶ୍ୟକ ହୋଇଥାଏ ତାହାକୁ ନିଷ୍ଠାର ସହ ପାଳନ କରିବା। ବ୍ୟକ୍ତି ଜାଣିବାକୁ ଚାହିଁବା ଉଚିତ ଯେ ଏକ ନିର୍ଣ୍ଣୟର କାହିଁକି ଆବଶ୍ୟକ, ଏହାଦ୍ୱାରା ଅନ୍ୟର ଜୀବନରେ କ’ଣ ପରିବର୍ତ୍ତନ ହେବ ଓ ନିର୍ଣ୍ଣୟ ବିଷୟରେ ବ୍ୟକ୍ତି ପାଇଁ ବା ସମାଜ ଲାଗି କ’ଣ ଗୁରୁତ୍ୱପୂର୍ଣ୍ଣ ନିହିତ ରହିଥାଏ। ଅତଏବ୍‌ ତର୍ଜମା ଓ ଅନୁସନ୍ଧାନ ତଥା ଅନୁଶୀଳନ ହେଉଛି ନୈତିକ ଦାୟିତ୍ୱର ମାନଦଣ୍ଡ। ଉକ୍ତ କାରଣଗୁଡ଼ିକର ସମୀକ୍ଷା କରିବା ପରେ ବ୍ୟକ୍ତି କିଛି ବିକଳ୍ପ ସହିତ ନିର୍ଣ୍ଣୟ ନେବା ଉଚିତ, ଯେଉଁଥିରେ ବ୍ୟକ୍ତିର ଉଦ୍ଦେଶ୍ୟ ନିହିତ ରହିଥାଏ ଯେ ବ୍ୟକ୍ତି କେଉଁ ଉପାୟରେ ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି ଓ ତାହାର ସକାରାତ୍ମକ ପ୍ରକ୍ରିୟା କେତେମାତ୍ରାରେ ବ୍ୟକ୍ତି ବା ସମାଜ ପାଇଁ ଉଦ୍ଦିଷ୍ଟ ହୋଇପାରିବ। ନିର୍ଣ୍ଣୟ ନେବାବେଳେ ବ୍ୟକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଏକ ଉତ୍ତମ ନିର୍ଣ୍ଣୟ ଓ ଖରାପ ନିର୍ଣ୍ଣୟ ମଧ୍ୟରେ ପାର୍ଥକ୍ୟକୁ ଜାଣିବା ଓ ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତକୁ ଦୂରଦୃଷ୍ଟିରେ ପ୍ରକ୍ଷାଳନ କରିବା। ଏକ ଭଲ ନିର୍ଣ୍ଣୟ ଓ ଏକ ଖରାପ ନିର୍ଣ୍ଣୟ ମଧ୍ୟରେ ପ୍ରାଥମିକ ପାର୍ଥକ୍ୟ ହେଉଛି ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ କେତେ ଓ କେଉଁ ମାତ୍ରାରେ ଉପଯୋଗ ହୋଇଥାଏ। ସେଦୃଷ୍ଟିରୁ ବିଚାରକଲେ ଏକ ଉତ୍ତମ ନିର୍ଣ୍ଣୟ ହେଉଛି ଯାହା ବ୍ୟକ୍ତିର ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ, ଯେତେବେଳେ ଏକ ଖରାପ ନିଷ୍ପତ୍ତି ବ୍ୟକ୍ତିର ଜୀବନ ଉପରେ ନକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ। ମାତ୍ର ଉତ୍ତମ ନୈତିକ ଦାୟିତ୍ୱବୋଧ ନିର୍ଣ୍ଣୟ ସାଧାରଣତଃ ଅଧିକ ସୁଯୋଗ ଆଣିଥାଏ ଓ ତାହା ସର୍ବଜନରେ ଆଦୃତ ମଧ୍ୟ ହୋଇଥାଏ। ତଥାପି, ଅନେକ କ୍ଷେତ୍ରରେ କେତେକ ପରିସ୍ଥିତିରେ ଯେତେବେଳେ ବ୍ୟକ୍ତି କୌଣସି ନୂ୍ୟନ ନିର୍ଣ୍ଣୟ ନିଅନ୍ତି, ଏହାର ପ୍ରତିକ୍ରିୟା ସଙ୍ଗେସଙ୍ଗେ ସମାଜର କୋଣ ଅନୁକୋଣରେ ବିଛୁରିତ ହୋଇଥାଏ, ସେତେବେଳେ ତାହା ସମାଲୋଚିତ ହୋଇ ନୂ୍ୟନତାର ତୁଷ୍ଟୀକରଣକୁ ଧିକ୍କାର ଦେଇଥାଏ। ମାତ୍ର ଉପଯୁକ୍ତ ନୈତିକ ଦାୟିତ୍ୱର ନିର୍ଣ୍ଣୟ ଦୀର୍ଘସ୍ଥାୟୀ ହୋଇ ସମାଜର ହିତ ସାଧନ କରିବାରେ ସହାୟକ ହୋଇଥାଏ। ଉତ୍ତମ ନିର୍ଣ୍ଣୟ ବିବେକର ଲକ୍ଷ୍ୟ ହାସଲ କରେ ଓ ଖରାପ ନିର୍ଣ୍ଣୟ ତୁଷ୍ଟୀକରଣ କରି ଏକ ଅବାଞ୍ଛତ୍ତ ଉପାୟରେ ବଳପୂର୍ବକ ପ୍ରୟୋଗ ହୋଇଥାଏ, ଯାହା ଥାଏ ଅପରିପକ୍ୱତାର ନିଦର୍ଶନ। ମଣିଷ ଜୀବନରେ ପରିଚାଳନାରେ ଥିବା ସମସ୍ତ ସମସ୍ୟା ମଧ୍ୟରୁ ନିର୍ଣ୍ଣୟ ନେବା ସମସ୍ୟା ହେଉଛି ସବୁଠାରୁ କଷ୍ଟସାଧ୍ୟ କାର୍ଯ୍ୟ, କାରଣ ସେଥିରେ ଥାଏ ଆତ୍ମିକ ବିଚାରଧାରା। ସାଧାରଣ ଜୀବନରେ ମଧ୍ୟ ‘କରିବା ବା ନ କରିବା’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ, ଯାହା ଜଣେ ବ୍ୟକ୍ତିର କାର୍ଯ୍ୟକୁ ତର୍ଜମା କରିଥାଏ। ଅନ୍ୟପକ୍ଷରେ ନିର୍ଣ୍ଣୟ ନେବାରେ ମଧ୍ୟ ସମୟର ସଦୁପଯୋଗ ହେବା ନିତାନ୍ତ ଆବଶ୍ୟକ, କାରଣ ଉପଯୁକ୍ତ ସମୟରେ ଉପଯୁକ୍ତ ନିର୍ଣ୍ଣୟ ନ ନେଲେ କାର୍ଯ୍ୟ ଫଳପ୍ରସୂ ହୋଇ ନ ଥାଏ ।
ଅତୀତର ପୁରାଣ, ଗ୍ରନ୍ଥ, ରାମାୟଣ, ମହାଭାରତରେ ଅନେକ ଦୃଷ୍ଟାନ୍ତ ଏ ମଣିଷ ସମାଜ ଜାଣିଛି ଓ ତଦନୁଯାୟୀ ନିର୍ଣ୍ଣୟ ନେବା ମଧ୍ୟ ଆବଶ୍ୟକ, ଯାହା ସମୟୋପଯୋଗୀ ହେବା ଉଚିତ। ସରକାରୀ, ବେସରକାରୀ କିମ୍ବା ସାର୍ବଜନୀନ ସଂଗଠନର ଅର୍ଥ ହେଉଛି ଚରମ ବିଶ୍ଳେଷଣରେ ଠିକ୍‌ ଓ ଦାୟିତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବା। ଜଣେ ଭଲ ନେତା ହେଉଛନ୍ତି ସିଏ, ଯିଏ ନିଷ୍ପତ୍ତି ନେଇପାରିବେ। କିଏ କ’ଣ କରିବ ବା ନ କରିବ ସମସ୍ୟାର ସମାଧାନ କରିପାରିବେ ଓ ନିର୍ଣ୍ଣୟର ନିଷ୍ପତ୍ତି ନେବା ପାଇଁ ଯିଏ ସ୍ବେଚ୍ଛାକୃତ ଭାବେ ଦାୟିତ୍ୱ ଗ୍ରହଣ କରିପାରିବ। ବାସ୍ତବରେ ଦାୟିତ୍ୱ ହେଉଛି ଏକ ଭାର, ଯାହା ବର୍ତ୍ତମାନର ସମାଜରେ ଅନେକଙ୍କ ମଧ୍ୟରୁ ଅଧିକାଂଶ ଭଲଭାବେ ବହନ କରନ୍ତି ନାହିଁ ଓ ଅଧିକାଂଶ ଗ୍ରହଣ କରିବାକୁ ଇଚ୍ଛୁକ ନୁହନ୍ତି। କିନ୍ତୁ ନେତୃତ୍ୱର ଅର୍ଥ ହେଉଛି ନିର୍ଣ୍ଣୟ ନିଆଯିବା ଓ ଦାୟିତ୍ୱ ଗ୍ରହଣ କରାଯିବା ଆବଶ୍ୟକ ତାହା ପୁଣି ନୈତିକ ବିଚାରଧାରା ଉପରେ ପର୍ଯ୍ୟବସିତ ହେବା ଆବଶ୍ୟକ। ଜଣେ ବ୍ୟକ୍ତି ଠିକ୍‌ ନିର୍ଣ୍ଣୟ ନେବାକୁ ହେଲେ, ସେ ତାଙ୍କ ବ୍ୟକ୍ତିତ୍ୱର କିଛି ବୈଶିଷ୍ଟ୍ୟ ଧାରଣ କରିବା ଆବଶ୍ୟକ। ଭାବନା ସହିତ ଚିନ୍ତା କରିବା ପାଇଁ ବ୍ୟକ୍ତିଙ୍କୁ ନୈତିକ ଅନୁଶାସନକୁ ପାଥେୟ କରିବା ଆବଶ୍ୟକ। ନୈତିକ ଦାୟିତ୍ୱ ଯାହା ନିଜକୁ ଏକ ଅନୁଶାସିତ ବ୍ୟବସ୍ଥା ଭାବରେ ପରିପ୍ରକାଶ କରେ, ଏକ ନୈତିକ ବିଚାରର ସ୍ବଭାବ ଓ ଏକ ଆତ୍ମସଚେତନ ନୈତିକ ଆଭିମୁଖ୍ୟ ସହିତ ନୈତିକ ଶକ୍ତି ତଥା ନୈତିକ ଭାବନା ଉପରେ କାର୍ଯ୍ୟ କରିବା, ନିଷ୍ପତ୍ତି ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମ୍ପ୍ରତି ସମାଜରେ ସାମୂହିକ ନିର୍ଣ୍ଣୟକୁ ନିଷ୍ପତ୍ତିରେ ପରିଣତ କରିବା ପାଇଁ ଅନେକ କ୍ଷେତ୍ରରେ ଏକ ଚାପ ଗୋଷ୍ଠୀ ସକ୍ରିୟ ହେଉଅଛି, ଯାହା ନୈତିକ ନିର୍ଣ୍ଣୟ ନେବାରେ ବାଧକ ହୋଇଥାଏ ଓ ଦାୟିତ୍ୱର ସୁପ୍ରୟୋଗ ହୋଇପାରି ନ ଥାଏ। ନିର୍ଣ୍ଣୟର ନୈତିକ ଦାୟିତ୍ୱକୁ ଉପଯୁକ୍ତ ଭାବେ ପ୍ରୟୋଗ କଲେ ସମାଜରେ ଅସମାନତା ଓ ତୁଷ୍ଟୀକରଣ ବ୍ୟବସ୍ଥାର ବିଲୋପ ହୋଇପାରନ୍ତା ଓ ବିଶ୍ୱାସରୁ ଆତ୍ମବିଶ୍ୱାସର ସୃଷ୍ଟିହୋଇ ସମାଜ, ଦେଶ ଓ ଜାତିର ସମୃଦ୍ଧି ହୋଇପାରନ୍ତା।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭାରତ ସରକାର
ମୋ: ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri