ଶାଶ୍ୱତ ସମ୍ପର୍କର ଅବକ୍ଷୟ

ଗୁରୁ-ଶିଷ୍ୟର ସମ୍ପର୍କ ଅତି ମାନବୀୟ ସ୍ତରର। ଏ ନୈସର୍ଗିକ ବନ୍ଧନଟି କାମନାରହିତ ସିନା କିନ୍ତୁ ଭାବାବେଗ ଭରା ସମ୍ବେଦନଶୀଳ। ତ୍ରେତୟା ଯୁଗର ଗୁରୁ ବଶିଷ୍ଠ, ବିଶ୍ୱାମିତ୍ରଙ୍କର ଅନୁଶାସନ ଯେତିକି କଠୋର, ଦ୍ୱାପରର ଗୁରୁ ସନ୍ଦିପନୀ ତଥା ଦ୍ରୋଣାଚାର୍ଯ୍ୟଙ୍କର ଶିଷ୍ୟ ପରୀକ୍ଷା ସେତିକି ମାର୍ମିକ ତଥା ତାତ୍ପର୍ଯ୍ୟପୂର୍ଣ୍ଣ। ଏହି ଗୁରୁକୁଳୀୟ ପରମ୍ପରାରେ ଶିଷ୍ୟମାନେ ଯେ ଖାଲି ବିଦ୍ୱାନ ହେଉଥିଲେ ତା’ ନୁହେଁ ବରଂ ଚରିତ୍ରବାନ୍‌ ଓ ସର୍ବଗୁଣ ବିଶାରଦ ହୋଇପାରୁଥିଲେ। କଳିଯୁଗରେ ଶିକ୍ଷାଦାନ ବ୍ୟବସ୍ଥା ଜଙ୍ଗଲର ଗୁରୁକୁଳୀୟ ପରମ୍ପରାରୁ ଜନବସତି ଆଡ଼କୁ ମୁହଁାଇଲା ପରେ ଗ୍ରାମ୍ୟ ଆଖଡ଼ାଶାଳ ତଥା ଚାହାଳି ଘରମାନଙ୍କରେ ଆତ୍ମପ୍ରକାଶ କଲା। ତଥାପି ତଦାନିନ୍ତନ ଗୁରୁରୂପୀ ଅବଧାନମାନେ ଶିଷ୍ୟ ରୂପରେ ପାଇଥିବା ଛାତ୍ରମାନଙ୍କୁ କଡ଼ା ଅନୁଶାସନ ଭିତରେ ବାନ୍ଧିରଖୁଥିଲେ। କ୍ରମବିବର୍ତ୍ତନ ବାଦରେ ଗ୍ରାମ୍ୟ ଚାହାଳିର ରୂପରେଖ ବଦଳି ଚାଟଶାଳୀରେ ଓ ଇଂରେଜମାନଙ୍କ ଅମଳରେ ପ୍ରାଥମିକ ବିଦ୍ୟାଳୟର କାୟାକଳ୍ପ ଧାରଣ କଲା। ଅବଧାନ, ପଣ୍ଡିତମାନଙ୍କ ଜାଗାରେ ଶିକ୍ଷକମାନେ ଅଧ୍ୟାପନାର କର୍ଣ୍ଣଧାର ସାଜିଲେ। ଲର୍ଡ ଉଇଲିୟମ ବେଣ୍ଟିକ୍‌ଙ୍କ ସମୟରେ ବିଦ୍ୟାଳୟର ବିକାଶ ଘଟି ଉଚ୍ଚବିଦ୍ୟାଳୟ ଏବଂ ଲର୍ଡ କର୍ଜନଙ୍କ ସମୟରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ ହେଲା। ଧୀରେ ଧୀରେ ନାରୀ ଶିକ୍ଷାର ପ୍ରସାର ଘଟି ସ୍ବାଧୀନୋତ୍ତର ଭାରତରେ ସମସ୍ତଙ୍କ ପାଇଁ ଶିକ୍ଷା ଅଧିକାର ନିଶ୍ଚିତ କରାଗଲା। ଶିକ୍ଷାର ବ୍ୟବସାୟୀକରଣ ପରେ ଅଧୁନା ନିଜ ଉଦ୍ୟୋଗରେ ଗଢ଼ି ଉଠିଥିବା ଘରୋଇ ଶିକ୍ଷାଦାନ କେନ୍ଦ୍ରଗୁଡ଼ିକ ପ୍ରତିଯୋଗିତା ଭିତ୍ତିରେ ଆତ୍ମପ୍ରକାଶ କରିଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁ-ଶିଷ୍ୟ ସମ୍ପର୍କଟି ମଧ୍ୟ ଅବକ୍ଷୟମୁଖୀ ହୋଇ ଛାତ୍ର-ଶିକ୍ଷକ ସମ୍ପର୍କକୁ ରୂପାନ୍ତରିତ ହୋଇଯାଇଛି। କିନ୍ତୁ ଚାହାଳି କିମ୍ବା ଚାଟଶାଳୀର କଡ଼ା ଅନୁଶାସନ ବିଦ୍ୟାଳୟର ଦଣ୍ଡମୁକ୍ତ ଅଞ୍ଚଳରେ ସମାଧି ନେଇଛି। ତତ୍କାଳୀନ ଚାଟଶାଳୀରେ ଅବଧାନଙ୍କ ବୟସ ତୁଳନାରେ ଛାତ୍ରୀଟିର ବୟସର ତାରତମ୍ୟ ଯଥେଷ୍ଟ ଅଧିକ ଥିବାରୁ କଡ଼ା ଅନୁଶାସନ ହେତୁରୁ ହେଉ କିମ୍ବା ବାତ୍ସଲ୍ୟ ମମତା ଦୃଷ୍ଟିରୁ, ସମ୍ପର୍କ କଳଙ୍କିତ ହେବାର ନିଜର ନାହିଁ। ଏହି ବୟସର ବ୍ୟବଧାନ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଯଥେଷ୍ଟ ସଂକୀର୍ଣ୍ଣ। ପରିବର୍ତ୍ତିତ ପରିବେଶ ପରିସ୍ଥିତି ଦୃଷ୍ଟିରୁ ଛାତ୍ରୀ-ଶିକ୍ଷକ ସମ୍ପର୍କ ଘୁଣ ଖାଇ ଏକ ସାମାଜିକ ବ୍ୟାଧିରେ ପରିଣତହେବାକୁ ବସିଲାଣି। ଉପାନ୍ତରୁ ଉପକୂଳ ପ୍ରତିଟି ଟିକିନିଖି ଖବର ଲୋକଲୋଚନକୁ ଆସିବା ହେତୁରୁ ପ୍ରତିଦିନ ଏ ସମ୍ପର୍କର ଦୁରବସ୍ଥା ସମ୍ବନ୍ଧୀୟ ଘଟଣାମାନ ଖବର କାଗଜର ପୃଷ୍ଠା ମଣ୍ଡନ କରୁଛି। ଥରେ ଭାବନ୍ତୁତ, ଏକ ଆବେଗ ଭରା ଐଶ୍ୱରୀକ ସମ୍ପର୍କରେ ପତନ ଘଟାଇ ଆମେ ତାକୁ ରସାତଳଗାମୀ କରିସାରିଲେଣି କି ନା ? ଏକ ବୈଷୟିକ ଶିକ୍ଷାନୁଷ୍ଠାନରେ ଦୀର୍ଘ ବର୍ଷ ଅଧ୍ୟାପନା କରିବା ଭିତରେ ଅନେକ ଉପଲବ୍ଧି ହାସଲ କରିଛି। ଏକଦା ଛାତ୍ରଟିଏ ବିଳମ୍ବରେ ଶ୍ରେଣୀଗୃହକୁ ଆସିବାରୁ ତାଗିଦା ପରିବର୍ତ୍ତେ କାରଣ ପଚାରନ୍ତେ ସେ ନିଃସଙ୍କୋଚରେ ଡେରିରେ ଉଠିଥିବା କଥା ପ୍ରକାଶ କଲା, ତହୁଁ ଅପତ୍ୟ ସ୍ନେହରେ କୌତୁହଳୀ ହୋଇ ଦନ୍ତ ମାର୍ଜନ କରିଛ କି ନା ପଚାରି ଦେବାରୁ ଭରା ଶ୍ରେଣୀରେ ଅତି ନିର୍ଭୀକ ଭାବରେ ନା କହି ଆସନରେ ବସିଲା। ବୁଝିବା କଥା, ଏହା ହେଉଛି ନିଚ୍ଛକ ଗୁରୁଭକ୍ତି। ଛାତ୍ର-ଶିକ୍ଷକ ସମ୍ପର୍କରେ ଆତ୍ମୀୟତା ବଢ଼ିଗଲେ ଯାଇ ପରସ୍ପର ପରସ୍ପରର ସୁବିଧା ଅସୁବିଧା ବାଣ୍ଟିପାରନ୍ତି। ଛାତ୍ର ବା ଛାତ୍ରୀଟିର ମନରେ ଏହି ଆସ୍ଥା ଓ ବିଶ୍ୱାସ ଜନ୍ମାଇବା ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମୟ ଦେଇ ତା’ର ଯଥେଷ୍ଟ ନିକଟତର ହେବାକୁ ପଡ଼େ, ଏହି ସମ୍ପର୍କଟି ମମତାର ଉତ୍କର୍ଷରେ ପହଞ୍ଚିଗଲେ ଛାତ୍ରୀଛାତ୍ରମାନେ ସମ୍ମୋହିତ ହେଲା ପରି ଶିକ୍ଷକ/ ଶିକ୍ଷିକାଙ୍କର ବ୍ୟକ୍ତିତ୍ୱ ଆଗରେ ମୁଣ୍ଡ ନୁଆଁଇ ଥାନ୍ତି ଏବଂ ତାଙ୍କ ମନରେ ଭୟ ହେତୁରୁ ନୁହେଁ ଭାବାବେଗ ହେତୁରୁ ଗୁରୁଭକ୍ତିର ଭଦ୍ରେକ ହୁଏ। ଥରେ ଭକ୍ତି ଜାଗ୍ରତ ହେଲେ ସମସ୍ତ ନିର୍ଦ୍ଦେଶ ମାନି ବସ ଉଠ ବ଼ି ହୋଇପାରେ, କାରଣ ଛାତ୍ରୀଛାତ୍ରମାନେ ସାବାଳିକା ସାବାଳକ ହେଲେ ବି ଶିକ୍ଷକଙ୍କ ଆଗରେ ଶିଶୁ ସୁଲଭ। ଶାରୀରିକ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ା ଶିକ୍ଷକମାନେ ମଧ୍ୟ ଶିକ୍ଷାନବିସଙ୍କୁ ଦୁଷ୍କର୍ମ କରିବାକୁ ପଛାଉ ନାହାନ୍ତି। ଏହା ଶାଶ୍ୱତ ସମ୍ପର୍କର ଅବକ୍ଷୟ ନିଶ୍ଚୟ।

ଡ. ଚିନ୍ତାମଣି ପଣ୍ଡା
ମୋ:୮୧୪୪୦୬୬୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ରୀଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri