ପ୍ରସ୍ତାବିତ ୧୦୨୭ ଶିଳ୍ପ ମଧ୍ୟରୁ ୨୦୪ ପ୍ରତିଷ୍ଠା

ଯାଜପୁର,୧୪ା୬(ହର୍ଷବର୍ଦ୍ଧନ ବେହେରା): ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୫ରେ ଓଡ଼ିଶା ଶିଳ୍ପ ବିକାଶ ଯୋଜନା-୨୦୨୫ ପରିକଳ୍ପନା କରାଯାଇଥିଲା। ଏଥିରେ ୫ଟି କ୍ଷେତ୍ର ଭିତ୍ତିକ ଶିଳ୍ପ ଯଥା ଫୁଡ୍‌ ଆଣ୍ଡ ଆଲାଏଡ ପ୍ରୋସେସିଂ, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଡାଉନଷ୍ଟ୍ରିମ ଆଣ୍ଡ ଆନ୍ସିଲିଆରି, ଆଇଟି ଆଣ୍ଡ ଆଇଟିଇଏସ୍‌ ମାଧ୍ୟମରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୩୦ ଲକ୍ଷ ନିଯୁକ୍ତି ହେବ ବୋଲି ଘୋଷଣା ହୋଇଥିଲା। ହେଲେ ଶିଳ୍ପ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମେକ୍‌ ଇନ୍‌ ଓଡ଼ିଶା ଜରିଆରେ ୧୦୨୭ଟି ଶିଳ୍ପ ପ୍ରସ୍ତାବ ମଧ୍ୟରୁ ମାତ୍ର ୨୦୪ଟି ପ୍ରତିଷ୍ଠା ହୋଇଛି। ୨୦୧୬ରେ ମଞ୍ଜୁରପ୍ରାପ୍ତ ୫୮ରୁ ୩୬ଟି ପ୍ରକଳ୍ପ, ୨୦୧୮ରେ ମଞ୍ଜୁର ପ୍ରାପ୍ତ ୧୦୯ରୁ ୭୩ ଓ ୨୦୨୨ରେ ମଞ୍ଜୁରପ୍ରାପ୍ତ ୪୭୦ରୁ ୯୫ଟି ଶିଳ୍ପ ପ୍ରତିଷ୍ଠା ହୋଇଛି। ହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ନୂତନ ଶିଳ୍ପ ପ୍ରତିଷ୍ଠା ପ୍ରସ୍ତାବ ଅତି ନୈରାଶ୍ୟଜନକ ରହିଛି। ଭିସିଆଇ କମ୍ପାନୀ ବାଡ ନିର୍ମାଣ କରୁଥିବାବେଳେ ଜଟିଆ ଷ୍ଟିଲ ପ୍ରାୟ ସମ୍ପୂର୍ଣ୍ଣ ସ୍ଥିତିକୁ ଆସିଛି। ଅନ୍ୟପକ୍ଷେ ଇମ୍ଫା ଫେରୋ ଆଲଏଜ ନିକଟରେ ଜନଶୁଣାଣି ପ୍ରକ୍ରିୟା ସମ୍ପନ୍ନ କରି ବସି ରହିଛି। ଏଥିଯୋଗୁ ସରକାରଙ୍କ ସ୍ଥାନୀୟ ନିଯୁକ୍ତି ପ୍ରତିଶ୍ରୁତି ଫସର ଫାଟିଛି ବୋଲି ମତପ୍ରକାଶ ପାଇଛି।
ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନଷ୍ଟ୍ରିମ ଶିଳ୍ପକୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଏହି କ୍ରମରେ ୩୬ଟି ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ(ଏସ୍‌ଏସ୍‌ଆଇ)କୁ ଇଡ୍‌କୋ ଜରିଆରେ ଜମି ଯୋଗାଇ ଦିଆଯାଇଛି। କିନ୍ତୁ ଏଯାଏ ସମସ୍ତ ଆବେଦନକାରୀ ଶିଳ୍ପ କମ୍ପାନୀକୁ ଜମି ଦଖଲ ମିଳି ପାରି ନାହିଁ ବୋଲି ସୂଚନା ମିଳିଛି। ଫଳରେ କଳିଙ୍ଗନଗର ଏସ୍‌ଏସ୍‌ଆଇର ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଏହାବାଦ୍‌ ପ୍ରସ୍ତାବିତ ଏସ୍‌ଏସ୍‌ଆଇ କାର୍ଯ୍ୟ ଆରମ୍ଭ ପାଇଁ ରାସ୍ତା, ଡ୍ରେନେଜ, ବିଦ୍ୟୁତ୍‌କରଣ, ପାଣି ଯୋଗାଣ ଇତ୍ୟାଦି ପ୍ରମୁଖ ସୁବିଧା ମିଳୁ ନ ଥିବାରୁ ଡାଉନଷ୍ଟ୍ରିମ ଶିଳ୍ପର ଅଗ୍ରଗତି ଏକ ପ୍ରକାର ସ୍ଥାଣୁ ପାଲଟିଛି। ଅନ୍ୟପକ୍ଷେ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରଙ୍କ ଅଭିଜ୍ଞତା ହାସଲ ପାଇଁ ଗତ ପ୍ରାୟ ୫ ବର୍ଷ ହେଲା ପୁରୀରୁ କଳିଙ୍ଗନଗରକୁ ବିଜୁ ପଟ୍ଟନାୟକ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ (ବିପିଏନ୍‌ଏସ୍‌ଆଇ) ସ୍ଥାନାନ୍ତର ପ୍ରସ୍ତାବ ରହିଥିଲା। କିନ୍ତୁ ଇଡ୍‌କୋ ଏହି ଇନ୍‌ଷ୍ଟିଚ୍ୟୁଟକୁ ଆବଶ୍ୟକ ଜମି ଯୋଗାଇ ଦେଇ ନ ପାରିବାରୁ ତାହା କେବଳ ପ୍ରସ୍ତାବରେ ସୀମିତ ରହିଛି।
ସୂଚନା ଅନୁଯାୟୀ, ୨୦୨୦ରେ ବିପିଏନ୍‌ଏସ୍‌ଆଇ ପ୍ରତିଷ୍ଠା ପାଇଁ ଜିଲାର ଦାନଗଦି ତହସିଲ ଅଧୀନ ଯଖପୁରା ଓ କଚେରୀଗାଓଁ ମୌଜାରେ ୧୦ ଏକର ଜମି ଆବଣ୍ଟିତ ହୋଇଥିଲା। ଏହି ଜମି ବିପିଏନ୍‌ଏସ୍‌ଆଇ ପ୍ରତିଷ୍ଠା ପାଇଁ ନିଅଣ୍ଟ ହେବ ବୋଲି କର୍ତ୍ତୃପକ୍ଷ ଜଣାଇବା ପରେ ଅଧିକ ଜମି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏଯାଏ ଜମି ମିଳି ନ ଥିବାରୁ ବିପିଏନ୍‌ଏସ୍‌ଆଇ ସ୍ଥାନାନ୍ତର ପ୍ରସ୍ତାବ ଅଟକି ରହିଛି ବୋଲି ସୂଚନା ମିଳିଛି । କଳିଙ୍ଗନଗରଠାରେ ରାଜ୍ୟର ସର୍ବାଧିକ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ରହିଥିବାରୁ ବିପିଏନ୍‌ଏସ୍‌ଆଇର ଆବଶ୍ୟକତାକୁ ଉପଲବ୍ଧି କରି ସରକାର ଏହି ନିଷ୍ପତ୍ତି ନେଇଥିଲେ। ଏହି ଅନୁଷ୍ଠାନରେ ଉପତ୍ାଦିତ ସମସ୍ତ ଷ୍ଟିଲ ସାମଗ୍ରୀର ମାନ ପରୀକ୍ଷା ହେବା ସହିତ ଷ୍ଟିଲ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯିବ। ଏହାବାଦ୍‌ କାରଖାନାରେ ନିଯୁକ୍ତି ପାଇଁ ଅପେକ୍ଷାରତ କିମ୍ବା ବିଭିନ୍ନ ବୈଷୟିକ ଡିଗ୍ରୀଧାରୀମାନେ ଏଠାରେ ତାଲିମ ନେଇ ଅଭିଜ୍ଞତା ହାସଲ କରି ପାରିବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ପରିବର୍ତ୍ତେ ଛଟେଇ ସଂଖ୍ୟା ଅଧିକ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ପୁରୁଣା କମ୍ପାନୀ ହଜାରରୁ ଊର୍ଦ୍ଧ୍ୱ ଏକର ଜମି ଅଯଥାରେ ମାଡ଼ି ବସିଛନ୍ତି। ଫଳରେ ନୂତନ ଆଗ୍ରହୀ ଶିଳ୍ପ କମ୍ପାନୀ ପାଇଁ ଜମି ଅଭାବ ଦେଖାଦେଇଛି। ମେସ୍କୋ ଷ୍ଟିଲ ଖଣି ହାତେଇବା ପାଇଁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଥମେ କାରଖାନା ନିର୍ମାଣ କରିଥିଲା। ଏଥିପାଇଁ ଉକ୍ତ କମ୍ପାନୀକୁ ସରକାରୀ ଓ ବେସରକାରୀ ଭାବେ ୫୩୦ ଏକର ଜମି ଯୋଗାଇ ଦିଆଯାଇଛି। ହେଲେ ଉକ୍ତ କମ୍ପାନୀ ପ୍ରାୟ ୫ ବର୍ଷ ହେଲା ବନ୍ଦ ପଡିଛି। ଏଥିଯୋଗୁ ୧୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ନୂତନ ସରକାର ଆସିବା ପରେ ଏହି ଶିଳ୍ପ କମ୍ପାନୀର କର୍ମଚାରୀ ଓ ଶ୍ରମିକମାନେ କାରଖାନା ପୁଣିଥରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?