ସବୁ ପରିବାରକୁ ଆବାସ, ଘରକୁ ଆସିବ ପାଣି

ନନ୍ଦପୁର,୧ା୪(ଡି.ଏନ୍‌.ଏ.): ଖରାଦିନେ ସୀମାନ୍ତ ଅଞ୍ଚଳରେ ଜଳକଷ୍ଟକୁ ଏକ ସୁଯୋଗ ଦେଖି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସେଠାରେ ପାଣି ସୁବିଧା କରି ଅନୁପ୍ରବେଶ ଉଦ୍ୟମ ଚଳାଇଥିଲା। କୋରାପୁଟ ଜିଲା ନନ୍ଦପୁର ବ୍ଲକର ରାଇପାହାଡ଼ ଓ ପାନ୍ଥଲୁଙ୍ଗ ପଞ୍ଚାୟତରେ ଆନ୍ଧ୍ର ବିଭିନ୍ନ ସଂସ୍ଥା ଜରିଆରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ଚାଲ୍‌ ଚଳାଇଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପରେ ରାଇପାହାଡ଼ ଗ୍ରାମର ବିକାଶ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଡିଓ ସୁଜିତ କୁମାର ମିଶ୍ରଙ୍କ ପ୍ରତିଶ୍ରୁତି ମୁତାବକ ରାଇପାହାଡ଼ ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀଙ୍କ ଉପସ୍ଥିତିରେ ନଳକୂପ ଖନନ କରାଯାଇଛି।
ଆଗକୁ ଗାଁକୁ ରାସ୍ତା ନିର୍ମାଣ ସହ ଗାଁରେ ବସବାସ କରୁଥିବା ସମସ୍ତ ପରିବାରକୁ ସ୍ବତନ୍ତ୍ର ଭାବେ ଆବାସ ଯୋଜନାରେ ସାମିଲ କରାଯାଇ ଗୃହ ନିର୍ମାଣ ସହ ଘରଗୁଡ଼ିକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ଏହାକୁ ରାଇପାହାଡ଼ ଗ୍ରାମବାସୀଙ୍କ ସମେତ ଗୋଲୁର ପଞ୍ଚାୟତର ଜନପ୍ରତିନିଧିମାନେ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ଆନ୍ଧ୍ର ପାଣି ଯୋଗାଇବା ଆଳରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଖବର ପ୍ରକାଶ ପରେ ବିଡିଓଙ୍କ ନିର୍ଦ୍ଦେଶ ମୁତାବକ ପ୍ରଶାସନିକ ଅଧିକାରୀ ରାଇପାହାଡ଼ ଗ୍ରାମକୁ ଯାଇଥିଲେ। ସେଠାରେ ସ୍ଥିତି ପରଖିବା ପରେ ଗୁରୁବାର ସୁଦ୍ଧା ଗଭୀର ନଳକୂପ ଖନନ କରାଯାଇଛି। ପ୍ରଶାସନର ପ୍ରତିଶ୍ରୁତି ମୁତାବକ ବୃଦ୍ଧା ଯାମି ହନ୍ତାଳଙ୍କୁ ପିଇଓ ଭତ୍ତା ପ୍ରଦାନ କରିଛନ୍ତି। ଆଗକୁ ଡୁମୁରିଗୁଡ଼ାଠାରୁ ରାଇପାହାଡ଼କୁ ପକ୍କାରାସ୍ତା ନିର୍ମାଣ କରାଯିବ। ଗାଁରେ ବସବାସ କରୁଥିବା ସମସ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଆବାସ ଗୃହ, ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇ ପ୍ରତି ଘରକୁ ଜଳଯୋଗାଣ ବ୍ୟବସ୍ଥା କରାଯିବ। ବିଭିନ୍ନ ପରିଚୟପତ୍ର ଯଥା ଆଧାରକାର୍ଡ, ରାଶନ ଓ ଭୋଟର କାର୍ଡ ଦିଆଯାଇ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରାଯିବ। ରାଇପାହାଡ଼ ଗ୍ରାମ ପରେ ସୀମାନ୍ତବର୍ତ୍ତୀ ଅନ୍ୟ ପଞ୍ଚାୟତର ଗ୍ରାମଗୁଡ଼ିକ ପ୍ରତି ସମାନ ଦୃଷ୍ଟି ଦିଆଯିବ ବୋଲି ବିଡିଓ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?