Posted inଖେଳ

ତୃତୀୟ ଅମ୍ପାୟରଙ୍କ ତ୍ରୁଟି: ପୁନଃ ଲାଗୁ ହେଲା ଇଂଲଣ୍ଡର ଡିଆରଏସ୍‌

ଚେନ୍ନାଇ,୧୪।୨(ପି.ଟି.): ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ତୃତୀୟ ଅମ୍ପାୟର ଅନିଲ ଚୌଧୁରୀଙ୍କ ଏକ ତ୍ରୁଟି ଯୋଗୁ ବିବାଦ ସୃଷ୍ଟି ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ନିୟମ ଅନୁସାରେ ଭ୍ରମଣକାରୀ ଇଂଲଣ୍ଡର ଡିଆରଏସ୍‌କୁ ପୁନଃ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
ତୃତୀୟ ଅମ୍ପାୟରଙ୍କ ତ୍ରୁଟି ଯୋଗୁ ଇଂଲଣ୍ଡକୁ ଭାରତୀୟ ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଉଇକେଟ ମିଳି ନ ଥିଲା। କେବଳ ସେତିକି ନୁହେଁ ଇଂଲଣ୍ଡର ଡିଆରଏସ୍‌ ମଧ୍ୟ ଚାଲିଯାଇଥିଲା। ଭାରତୀୟ ଇନିଂସର ୭୫ତମ ଓଭରରେ ଜ୍ୟାକ ଲିଚ୍‌ଙ୍କ ଏକ ବଲ୍‌ ରାହାନେଙ୍କ ଗ୍ଲୋଭ୍ସରେ ବାଜି ଫରଓ୍ବାର୍ଡ ଶର୍ଟଲେଗ୍‌ରେ ଫିଲ୍ଡିଂ କରୁଥିବା ଓଲି ପୋପ୍‌ଙ୍କ ହାତକୁ ଯାଇଥିଲା। ଫିଲ୍ଡ ଅମ୍ପାୟର ଇଂଲଣ୍ଡ ଆବେଦନକୁ ଖାରଜ କରିଥିଲେ। ବଲ୍‌ ଷ୍ଟମ୍ପ ବାହାରକୁ ଯାଉଥିବାରୁ ଅନିଲ ଚୌଧୁରୀ ମଧ୍ୟ ଏହା ଏଲ୍‌ବିଡବ୍ଲ୍ୟୁ ନୁହଁ ବୋଲି ରିଭ୍ୟୁ ଖାରଜ କରିଥିଲେ। କିନ୍ତୁ ବ୍ୟାଟ୍‌ରେ ନୁହେଁ ଗ୍ଲୋଭ୍ସରେ ବଲ୍‌ ବାଜିଥିବାରୁ ଇଂଲଣ୍ଡ ଖେଳାଳି ପ୍ରକୃତରେ କ୍ୟାଚ୍‌ ପାଇଁ ଅପିଲ କରିଥିଲେ। ଏହାକୁ ଅନିଲ ବୁଝିପାରି ନ ଥିଲେ।
ପଡିଆର ବଡ଼ ସ୍କ୍ରିନ୍‌ରେ ରି-ପ୍ଲେ ଦେଖି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ନିରାଶ ହେବା ସହ ଫିଲ୍ଡ ଅମ୍ପାୟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତୃତୀୟ ଅମ୍ପାୟର ଆବେଦନ ନାକଚ କରିବା ପରେ ଇଂଲଣ୍ଡ ରିଭ୍ୟୁ ହରାଇଥିଲା। କିନ୍ତୁ ତ୍ରୁଟିକୁ ଫିଲ୍ଡ ଅମ୍ପାୟର ହୃଦୟଙ୍ଗମ କରିଥିଲେ। ଫଳରେ ଆଇସିସି ନିୟମ ୩.୬.୮ ଅନୁସାରେ ଇଂଲଣ୍ଡର ରିଭ୍ୟୁକୁ ପୁନଃ ଲାଗୁ କରାଯାଇଥିଲା। କିନ୍ତୁ ଏହି ଘଟଣାର ୬ଟି ବଲ୍‌ ପରେ ରାହାନେ ଆଉଟ ହୋଇଥିଲେ। ୬୭ ରନ କରି ସେ ମୋଇନ ଅଲିଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେବ୍ୟୁ କରିବା ମାତ୍ରେ ଭାରତୀୟ କ୍ରିକେଟ ଇତିହାସ ବଦଳାଇଦେବେ ବୈଭବ ସୂର୍ଯ୍ୟବଂଶୀ: ଭାଙ୍ଗିବେ ୫ ମହାରେକର୍ଡ

ନୂଆଦିଲ୍ଲୀ,୨୬।୬:ଭାରତୀୟ କ୍ରିକେଟ ଦଳର ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଆୟରଲାଣ୍ଡ ବିପକ୍ଷରେ ଆଗାମୀ ଟି-୨୦ ସିରିଜ ପାଇଁ ବରିଷ୍ଠ ଭାରତୀୟ…

ସୁନା ଦର ବୃଦ୍ଧିରୁ ‘ଫିଫା ଟ୍ରଫି’ ମୂଲ୍ୟ ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୬।୬(ପି.ଟି.): ବିଶ୍ୱ ବଜାରରେ ସୁନା ଦରର ପ୍ରବଳ ବୃଦ୍ଧି ଯୋଗୁ ଫିଫା ବିଶ୍ୱକପ୍‌ ଟ୍ରଫିର ଧାତବ ବଜାର ମୂଲ୍ୟରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆର୍ଥିକ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ମେସି, ରୋନାଲ୍ଡୋଙ୍କ କ୍ଲବରେ ସାମିଲ ହେଲେ ଏହି ମହାନ ଗୋଲକିପର, ଜାଣନ୍ତୁ…

ମେକ୍ସିକୋ ସିଟି,୨୫ା୬: ମେକ୍ସିକୋର ଭେଟେରାନ ଗୋଲକିପର ଗୁଇଲେର୍ମୋ ଓଚୋଆ ଫିଫା ବିଶ୍ୱକପ୍‌ ଇତିହାସରେ ତୃତୀୟ ଖେଳାଳି ଭାବେ ଷଷ୍ଠ ବିଶ୍ୱକପ୍‌ ଖେଳିଛନ୍ତି। ତାଙ୍କ ଭଳି ଚଳିତ ସଂସ୍କରଣରେ…

କାନାଡ଼ାକୁ ହରାଇ ଗ୍ରୁପ୍‌-ବି’ ଶୀଷର୍ର୍ରେ ସୁଇଜରଲାଣ୍ଡ

ଭାଙ୍କୋଭର,୨୫ା୬: ରୁବେନ ଭର୍ଗାସ ଓ ଜୋହାନ ମାଜାମ୍ବିଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ୨-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ଏହି ବିଜୟ ସହ ସୁଇଜରଲାଣ୍ଡ ଗ୍ରୁପ୍‌-ବି’ ଟପ୍ପର…

VIDEO: କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ରାତାରାତି ଫେମଶ କରିଦେଲା FIFA ଓ୍ବାର୍ଲଡ କପ

ନୂଆଦିଲ୍ଲୀ,୨୫।୬: ୨୦୨୬ ଫିଫା ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ, ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦର୍ଶକଙ୍କ ମଧ୍ୟରେ,…

ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶ୍ରେୟସ ଆୟର ପୋଷ୍ଟ କଲେ ଦ୍ୱିତୀୟ ଜନ୍ମର ତାରିଖ, ବଢ଼ିଲା ଚର୍ଚ୍ଚା                                                          

ନୂଆଦିଲ୍ଲୀ,୨୫।୬: ଭାରତୀୟ ଟି-୨୦ କ୍ରିକେଟ ଦଳର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଜୁନ ୨୬ ରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri