ଭୂକମ୍ପ ଯୋଗୁ ନିର୍ବାଚନ ରଣନୀତି ବଦଳାଇଲେ ଏର୍ଦୋଗନ…

ଆଙ୍କରା,୨୭।୨ : ଫେବୃଆରୀ ୬ରେ ତୁର୍କୀରେ ଘଟିଥିବା ଭୟଙ୍କର ଭୂକମ୍ପରେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ହଜାର ହଜାର ଘର ଅଳିଆ ଗଦାରେ ପରିଣତ ହୋଇଛି। ୫୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୮୦ ବିଲିୟନ ଆମେରିକୀୟ ଡଲାରର କ୍ଷତି ହୋଇଥିବା ଆକଳନ କରାଯାଇଛି। ଦେଶରଇତିହାସରେ ତୁର୍କୀ ଏଭଳି ଏକ ବଡ଼ ବିପର୍ଯ୍ୟୟ କେବେ ଦେଖି ନ ଥିଲା। ଏହି ଭୟଙ୍କର ଭୂକମ୍ପ ରାଷ୍ଟ୍ରପତି ରେସେପି ତାୟାପି ଏର୍ଦୋଗନଙ୍କୁ ତୁର୍କୀର ଆଗାମୀ ନିର୍ବାଚନରେ ରଣନୀତି ସମ୍ପୂର୍ଣ୍ଣ ରୂପେ ବଦଳାଇବାକୁ ବାଧ୍ୟ କରିଛି।

ପ୍ରକୃତରେ, ଏହି ନିର୍ବାଚନ ତୁର୍କୀର ଆଧୁନିକ ଇତିହାସରେ ସବୁଠାରୁ ପ୍ରତୀକାତ୍ମକ, ନାଟକୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କାରଣ ତୁର୍କୀ ଗଣତନ୍ତ୍ରର ପ୍ରତିଷ୍ଠା ହେବାର ୧୦୦ ବର୍ଷ ପୂରିଛି। ଏଭଳି ପରିସ୍ଥିତିରେ ଦେଶ କ’ଣ କରିବ ଏବଂ ଆଗାମୀ ଦଶନ୍ଧିରେ ଏହା କିପରି ଆଗକୁ ବଢ଼ିବ ତାହା ଏହି ନିର୍ବାଚନ ସ୍ଥିର କରିବ।

ରାଷ୍ଟ୍ରପତି ଏର୍ଦୋଗନ ପ୍ରାୟ ୨୨ ବର୍ଷ ଧରି ତୁର୍କୀରେ କ୍ଷମତାରେ ଅଛନ୍ତି। ଭୂକମ୍ପ ପରେ କୋଠା ନିର୍ମାଣରେ ବ୍ୟାପକ ଦୁର୍ନୀତି ପ୍ରକାଶ ପାଇବା ପରେ ଜନସାଧାରଣ ଏବଂ ବିରୋଧୀ ଦଳ ଏହାକୁ ନେଇ ପ୍ରଶ୍ନ ଉଠାଉଥିବାରୁ ରାଷ୍ଟ୍ରପତି କ୍ଷମତା ହରାଇବାର ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ସେ ନିଜର ନିର୍ବାଚନ ରଣନୀତି ବଦଳାଇଛନ୍ତି। ଫେବୃଆରୀ ୬ ପୂର୍ବରୁ ରାଷ୍ଟ୍ରପତିଙ୍କ ନିର୍ବାଚନ ଅଭିଯାନ ତୁର୍କୀ ଲିରାର ମୂଲ୍ୟ ହ୍ରାସ, ଖାଦ୍ୟ ଏବଂ ଶକ୍ତି ମୂଲ୍ୟ ବୃଦ୍ଧି ଉପରେ ଧ୍ୟାନ ଦେଇଥିଲା। କିନ୍ତୁ ବର୍ତ୍ତମାନ ଲୋକଙ୍କୁ ଏହି ବିପର୍ଯ୍ୟୟରୁ ବାହାର କରିବା ପାଇଁ ତାଙ୍କର ରଣନୀତି କେନ୍ଦ୍ରିତ ହୋଇଛି।

ରାଷ୍ଟ୍ରପତି ବର୍ତ୍ତମାନ ତୁର୍କୀ ଲୋକଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରୁଛନ୍ତି ଯେ ସେ ହିଁ ଏକମାତ୍ର ଯିଏ ବିନାଶ ହୋଇଥିବା ଘର ଓ ସହରଗୁଡ଼ିକୁ ଏକ ବର୍ଷ ମଧ୍ୟରେ ପୁଣି ନିର୍ମାଣ କରିପାରିବେ। ଲୋକଙ୍କ ପାଇଁ ଉନ୍ନତ ଅବସ୍ଥା ସୁନିଶ୍ଚିତ କରିପାରିବେ। ଭୂକମ୍ପ ପ୍ରଭାବିତ ଓସମାନିଆ ସହରର ବାସିନ୍ଦାଙ୍କ ସହ କଥାବାର୍ତ୍ତା କରି ଏର୍ଦୋଗନ କହିଛନ୍ତି ଯେ ଆପଣ ଆମକୁ ଗୋଟିଏ ବର୍ଷ ଦିଅନ୍ତି। ଗୋଟିଏ ବର୍ଷ ମଧ୍ୟରେ, ଆମେ ସ୍ଥାୟୀ ଘର ନିର୍ମାଣ କରି ଆମର ନାଗରିକମାନଙ୍କ ସମସ୍ୟାର ସମାଧାନ କରିବୁ। ଏକ ବର୍ଷ ମଧ୍ୟରେ ଆମର ସହର, ଗ୍ରାମଗୁଡ଼ିକୁ ପୁନର୍ଜୀବିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ତଥାପି, ୨୭୦ ହଜାର ହାଉସିଂ ୟୁନିଟ ପୁନର୍ନିର୍ମାଣ ଏବଂ ୨୩୦ ନିୟୁତ ଟନ ଆବର୍ଜନା ହଟାଇବା ଅତ୍ୟନ୍ତ କଷ୍ଟକର ବ୍ୟାପାର ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri