ଭୂକମ୍ପ ଯୋଗୁ ନିର୍ବାଚନ ରଣନୀତି ବଦଳାଇଲେ ଏର୍ଦୋଗନ…

ଆଙ୍କରା,୨୭।୨ : ଫେବୃଆରୀ ୬ରେ ତୁର୍କୀରେ ଘଟିଥିବା ଭୟଙ୍କର ଭୂକମ୍ପରେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ହଜାର ହଜାର ଘର ଅଳିଆ ଗଦାରେ ପରିଣତ ହୋଇଛି। ୫୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୮୦ ବିଲିୟନ ଆମେରିକୀୟ ଡଲାରର କ୍ଷତି ହୋଇଥିବା ଆକଳନ କରାଯାଇଛି। ଦେଶରଇତିହାସରେ ତୁର୍କୀ ଏଭଳି ଏକ ବଡ଼ ବିପର୍ଯ୍ୟୟ କେବେ ଦେଖି ନ ଥିଲା। ଏହି ଭୟଙ୍କର ଭୂକମ୍ପ ରାଷ୍ଟ୍ରପତି ରେସେପି ତାୟାପି ଏର୍ଦୋଗନଙ୍କୁ ତୁର୍କୀର ଆଗାମୀ ନିର୍ବାଚନରେ ରଣନୀତି ସମ୍ପୂର୍ଣ୍ଣ ରୂପେ ବଦଳାଇବାକୁ ବାଧ୍ୟ କରିଛି।

ପ୍ରକୃତରେ, ଏହି ନିର୍ବାଚନ ତୁର୍କୀର ଆଧୁନିକ ଇତିହାସରେ ସବୁଠାରୁ ପ୍ରତୀକାତ୍ମକ, ନାଟକୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କାରଣ ତୁର୍କୀ ଗଣତନ୍ତ୍ରର ପ୍ରତିଷ୍ଠା ହେବାର ୧୦୦ ବର୍ଷ ପୂରିଛି। ଏଭଳି ପରିସ୍ଥିତିରେ ଦେଶ କ’ଣ କରିବ ଏବଂ ଆଗାମୀ ଦଶନ୍ଧିରେ ଏହା କିପରି ଆଗକୁ ବଢ଼ିବ ତାହା ଏହି ନିର୍ବାଚନ ସ୍ଥିର କରିବ।

ରାଷ୍ଟ୍ରପତି ଏର୍ଦୋଗନ ପ୍ରାୟ ୨୨ ବର୍ଷ ଧରି ତୁର୍କୀରେ କ୍ଷମତାରେ ଅଛନ୍ତି। ଭୂକମ୍ପ ପରେ କୋଠା ନିର୍ମାଣରେ ବ୍ୟାପକ ଦୁର୍ନୀତି ପ୍ରକାଶ ପାଇବା ପରେ ଜନସାଧାରଣ ଏବଂ ବିରୋଧୀ ଦଳ ଏହାକୁ ନେଇ ପ୍ରଶ୍ନ ଉଠାଉଥିବାରୁ ରାଷ୍ଟ୍ରପତି କ୍ଷମତା ହରାଇବାର ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ସେ ନିଜର ନିର୍ବାଚନ ରଣନୀତି ବଦଳାଇଛନ୍ତି। ଫେବୃଆରୀ ୬ ପୂର୍ବରୁ ରାଷ୍ଟ୍ରପତିଙ୍କ ନିର୍ବାଚନ ଅଭିଯାନ ତୁର୍କୀ ଲିରାର ମୂଲ୍ୟ ହ୍ରାସ, ଖାଦ୍ୟ ଏବଂ ଶକ୍ତି ମୂଲ୍ୟ ବୃଦ୍ଧି ଉପରେ ଧ୍ୟାନ ଦେଇଥିଲା। କିନ୍ତୁ ବର୍ତ୍ତମାନ ଲୋକଙ୍କୁ ଏହି ବିପର୍ଯ୍ୟୟରୁ ବାହାର କରିବା ପାଇଁ ତାଙ୍କର ରଣନୀତି କେନ୍ଦ୍ରିତ ହୋଇଛି।

ରାଷ୍ଟ୍ରପତି ବର୍ତ୍ତମାନ ତୁର୍କୀ ଲୋକଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରୁଛନ୍ତି ଯେ ସେ ହିଁ ଏକମାତ୍ର ଯିଏ ବିନାଶ ହୋଇଥିବା ଘର ଓ ସହରଗୁଡ଼ିକୁ ଏକ ବର୍ଷ ମଧ୍ୟରେ ପୁଣି ନିର୍ମାଣ କରିପାରିବେ। ଲୋକଙ୍କ ପାଇଁ ଉନ୍ନତ ଅବସ୍ଥା ସୁନିଶ୍ଚିତ କରିପାରିବେ। ଭୂକମ୍ପ ପ୍ରଭାବିତ ଓସମାନିଆ ସହରର ବାସିନ୍ଦାଙ୍କ ସହ କଥାବାର୍ତ୍ତା କରି ଏର୍ଦୋଗନ କହିଛନ୍ତି ଯେ ଆପଣ ଆମକୁ ଗୋଟିଏ ବର୍ଷ ଦିଅନ୍ତି। ଗୋଟିଏ ବର୍ଷ ମଧ୍ୟରେ, ଆମେ ସ୍ଥାୟୀ ଘର ନିର୍ମାଣ କରି ଆମର ନାଗରିକମାନଙ୍କ ସମସ୍ୟାର ସମାଧାନ କରିବୁ। ଏକ ବର୍ଷ ମଧ୍ୟରେ ଆମର ସହର, ଗ୍ରାମଗୁଡ଼ିକୁ ପୁନର୍ଜୀବିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ତଥାପି, ୨୭୦ ହଜାର ହାଉସିଂ ୟୁନିଟ ପୁନର୍ନିର୍ମାଣ ଏବଂ ୨୩୦ ନିୟୁତ ଟନ ଆବର୍ଜନା ହଟାଇବା ଅତ୍ୟନ୍ତ କଷ୍ଟକର ବ୍ୟାପାର ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

ମୋଦିଙ୍କ ପ୍ରଶଂସା ମଧ୍ୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ହସ ପୁଟିନଙ୍କ ସାମ୍ନାରେ ବସିଥିବା ଏହି ରହସ୍ୟମୟୀ ମହିଳା ଜଣକ କିଏ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୬: ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

କାହିଁକି ଭାଜପା ଛାଡିଲେ ଆନ୍ନାମଲାଇ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୬: ତାମିଲନାଡୁରେ କେ. ଆନ୍ନାମଲାଇ ଏବଂ ଭାଜପା ଅଲଗା ହୋଇଯାଇଛନ୍ତି; ଭାଜପା ଆନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ କରିଛି। ଭାଜପାରୁ ଅଲଗା ହେବା ପରେ ତୁରନ୍ତ ଆନ୍ନାମଲାଇ ଘୋଷଣା…

ରାଜନୀତିରେ ବଡ଼ ହଲଚଲ: NAC ଅଧ୍ୟକ୍ଷଙ୍କ ସହ ୧୧ କାଉନସିଲର ଛାଡ଼ିଲେ ବିଜେଡି

ବାଲିଗୁଡ଼ା,୫ା୬: କନ୍ଧମାଳ ଜିଲା ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ହଲଚଲ ହୋଇଛି। ଏକାଧିକ ନେତା ବିଜେଡି ଛାଡ଼ିଛନ୍ତି। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ଏକାବେଳକେ…

ଆନ୍ନାମଲାଇ ଦଳ ଛାଡିବା ପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା, କହିଲା ସେ ଦଳ ଛାଡିଲେ କିଛି…

ନୂଆଦିଲ୍ଲୀ,୫।୬: ତାମିଲନାଡୁ ଭାଜପାର ଅନ୍ୟତମ ପ୍ରମୁଖ ନେତା କେ. ଆନ୍ନାମଲାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦିନକର କଳ୍ପନାଜଳ୍ପନା ପରେ, ଭାଜପା ଶୁକ୍ରବାର ତାଙ୍କ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri