ଆତଙ୍କ ରୋକିପାରୁନି ‘ଐରାବତ’

ଢେଙ୍କାନାଳ ଅଫିସ, ୧୧।୧୧: ଚିନ୍ତା ବଢ଼ାଇଥିଲେ ହାତୀପଲ। ଏବେ ସେଥିରେ ସାମିଲ ହୋଇଛନ୍ତି ବାର୍‌ହା। ରାତିଅଧିଆ ଦଳବଦ୍ଧ ହୋଇ ସେମାନେ ଖାଇଯାଉଛନ୍ତି ଏକର ଏକର ଜମିର ଫସଲ। ଯେତିକି ଖାଉନାହାନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଦଳିଚକଟି ନଷ୍ଟ କରି ପକାଉଛନ୍ତି। ପାଚିଲା ଧାନ ଘରକୁ ଆଣିବା ସମୟରେ ଜଙ୍ଗଲୀ ଜନ୍ତୁଙ୍କ ଏପରି ଉପଦ୍ରବ ଚାଷୀଙ୍କ ଆଖିରେ ଭରିଦେଇଛି ଲୁହ। ହାତୀ ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ଆତଙ୍କ ରୋକିବା ଲାଗି ନିୟୋଜିତ ଏକମାତ୍ର ଅତ୍ୟାଧୁନିକ ଯାନ ‘ଐରାବତ’ ଯଥେଷ୍ଟ ହେଉ ନ ଥିବାବେଳେ ହାଡ଼ଭଙ୍ଗା ପରିଶ୍ରମର ମୂଲ୍ୟ ମିଳିବ କି ନାହିଁ, ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାର ଚାଷୀ।
ଶିଳ୍ପକୁ ନେଇ ସମୃଦ୍ଧ ହୋଇଥିଲେ ମଧ୍ୟ ଢେଙ୍କାନାଳ ଜିଲାବାସୀଙ୍କ ପ୍ରମୁଖ ଜୀବିକା କୃଷି। ଜିଲାରେ ମୋଟ ୧ ଲକ୍ଷ ୮୫ ହଜାର ୨୫୦ ହେକ୍ଟର ଚାଷ ଜମି ମଧ୍ୟରୁ ଚଳିତ ଖରିଫ୍‌ ଋତୁରେ ୧ ଲକ୍ଷ ୭୮ ହଜାର ୮୬୧ ହେକ୍ଟର ଜମିରେ ଚାଷ ହୋଇଥିଲା। କେବଳ ୯୩ ହଜାର ୬୦ ହେକ୍ଟର ଜମିରେ ଧାନ ଫସଲ କରାଯାଇଛି। ଏବେ ଧାନ ପାଚି ଆସୁଥିବାବେଳେ ବିଲରେ ମାତିଛନ୍ତି ହାତୀ ଓ ବାର୍‌ହା। ୨୦୨୧-୨୨ରେ ଏମାନେ ୧୩,୬୫୪.୧୦ ଏକର ଜମିରେ ଫସଲ ନଷ୍ଟ କରିଥିବାବେଳେ ଚଳିତବର୍ଷ ଏପ୍ରିଲ୍‌ରୁ ଅଗଷ୍ଟ ମଧ୍ୟରେ ୩୫୦ ଏକରରୁ ଊର୍ଦ୍ଧ୍ୱ ଜମିରେ ବ୍ୟାପକ କ୍ଷୟକ୍ଷତି କରିସାରିଲେଣି। ସେପ୍ଟେମ୍ବରରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କ୍ଷୟକ୍ଷତି ଆକଳନ କଲେ ଏହାର ପରିମାଣ ଦୁଇଗୁଣା ହୋଇଯିବ ବୋଲି ଅନୁମାନ କରାଯାଉଛି। ହାତୀଙ୍କ ପାଇଁ ହାତୀ ସ୍କ୍ବାଡ୍‌ କର୍ମଚାରୀ, ‘ଐରାବତ’ ଯାନ, ମହୁବାକ୍ସ, ସୋଲାର ଫ୍ୟାନ୍ସିଂ ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ କୌଣସି ଯୋଜନା ଫଳପ୍ରସୂ ହୋଇପାରୁନାହିଁ। ଏବେ ହାତୀଙ୍କଠାରୁ ବଳିଗଲାଣି ବାର୍‌ହା ଆତଙ୍କ। ହାତୀ ଘଉଡ଼ାଇବା ପାଇଁ ସବୁ ଯୋଜନା ଫସର ଫାଟୁଥିବାବେଳେ ବାର୍‌ହା ମୁହଁରୁ କିପରି ଫସଲକୁ ସୁରକ୍ଷିତ ରଖାଯିବ, ସେ ନେଇ ବାଟ ପାଉନାହିଁ ବନ ବିଭାଗ।
ସବୁଠାରୁ ବଡ଼କଥା ହେଲା, ହାତୀପଲ ଦାଉରୁ ଫସଲ ସୁରକ୍ଷା ପାଇଁ ଦୁଇବର୍ଷ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ବନ ବିଭାଗକୁ ପ୍ରଦାନ କରାଯାଇଥିଲା ଅତ୍ୟାଧୁନିକ ହାତୀ ଘଉଡ଼ାଇବା ଯାନ ‘ଐରାବତ’। ଏହାକୁ ଜିଲାର ସର୍ବାଧିକ ହାତୀ ଉପଦ୍ରୁତ ମହାବିରୋଡ ରେଞ୍ଜ୍‌ରେ ମୁତୟନ କରାଯାଇଥିଲା। ‘ଐରାବତ’ ଯାନରେ ତୀବ୍ର ଶବ୍ଦ ସୃଷ୍ଟିକାରୀ ସାଇରନ୍‌, ଲାଲ୍‌ବତୀ ହାତୀଙ୍କୁ କ୍ଷେତରୁ ଦୂରେଇ ରଖିବ ବୋଲି କୁହାଯାଉଥିଲା। ସେହିପରି ଆଧୁନିକ ଉପକରଣ ସହ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ ସଦସ୍ୟ ଏଥିରେ ରହି ହାତୀଙ୍କ ଉପରେ ନଜର ରଖୁଛନ୍ତି। ଆରମ୍ଭରୁ କିଛିଦିନ ‘ଐରାବତ’ ହାତୀଙ୍କ ମଧ୍ୟରେ ଭୟ ସଞ୍ଚାର କରିଥିଲା। ତେବେ ବିଶାଳ ଢେଙ୍କାନାଳ ବନଖଣ୍ଡରେ ମାତ୍ର ଗୋଟିଏ ‘ଐରାବତ’ ଯାନ ନିଅଣ୍ଟ ହେଉଛି। ଏକାସଙ୍ଗରେ ବିଭିନ୍ନ ରେଞ୍ଜ୍‌ରେ ହାତୀ ଉପଦ୍ରବ ଆରମ୍ଭ ହେଲେ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରୁନାହିଁ। ତେଣୁ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ବନ କର୍ମଚାରୀ, ହାତୀ ସ୍କ୍ବାଡ୍‌ କର୍ମଚାରୀ ନିୟୋଜିତ କରିବାକୁ ଚାଷୀମାନେ ଦାବି କରିଛନ୍ତି।

କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ

ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ କ୍ଷୟକ୍ଷତି ହେଲେ ଚାଷୀଙ୍କୁ ସରକାରୀସ୍ତରରେ କ୍ଷତିପୂରଣ ଯୋଗାଇ ଦିଆଯାଉଛି। ହେଲେ ପରିଶ୍ରମ ତୁଳନାରେ ଏହା ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀମାନେ କହିଛନ୍ତି। ହାତୀ ଆକ୍ରମଣରେ ଜୀବନ ଗଲେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦିଆଯାଉଛି। ହେଲେ ବାର୍‌ହା ଆକ୍ରମଣରେ ଜୀବନ ହାନି ହେଲେ ସେଭଳି କୌଣସି ଆର୍ଥିକ ସହାୟତା ବ୍ୟବସ୍ଥା ନାହିଁ। ଏକର ପିଛା ଫସଲ କ୍ଷତି ପାଇଁ ୧୦ ହଜାର ଟଙ୍କା ମିଳୁ ଥିବାବେଳେ ଆମ୍ବ, ପରିବା ଚାଷ କ୍ଷେତ୍ରରେ ଏହାର ପରିମାଣ ୧୨ ହଜାର। ଗତବର୍ଷ ଘରଭଙ୍ଗା ଏବଂ ଚାଷୀଙ୍କ ଫସଲ କ୍ଷତିପୂରଣ ବାବଦକୁ ବନ ବିଭାଗ ପକ୍ଷରୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କ୍ଷତିପୂରଣ ଲାଗି ଚାଷୀଙ୍କୁ ୭ଦିନ ମଧ୍ୟରେ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡ଼େ। ଅନ୍‌ଲାଇନ ଆବେଦନ ସୁବିଧା ନ ଥିବା ସ୍ଥାନରେ ବନ କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରି ବିଭାଗକୁ ପଠାଇଥାଆନ୍ତି ା

 

ଚାଷୀ ଆତଙ୍କିତ ଅବସ୍ଥାରେ ଅଛନ୍ତି
ହାତୀ, ବାର୍‌ହା ଉପଦ୍ରବ ବଢୁଥିବାରୁ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗଜବନ୍ଧୁମାନେ ହାତୀପଲ ଗତିବିଧି ସମ୍ପର୍କରେ ବନ ବିଭାଗକୁ ଠିକ୍‌ ସୂଚନା ଦେବା ସହ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ଉଚିତ୍‌ ା
-ବଳଭଦ୍ର ସାମଲ, ବେଲଟିକିରି ସରପଞ୍ଚ
୫ମାସ ହେଲା ଭାଡ଼ିରେ ଫସଲ ଜଗୁଛୁ
ଧାନ ବେଉଷଣ ପରଠାରୁ ହାତୀ, ବାର୍‌ହାଙ୍କ ଉପଦ୍ରବ ଲାଗି ରହିଛି। ସେମାନେ ପାଚିଲା ଫସଲ ଖାଇଯାଉଛନ୍ତି। ଦୀର୍ଘ ୫ ମାସ ହେଲା ରାତିରେ ଟର୍ଚ୍ଚ ଲାଇଟ୍‌ ଧରି ଜମି ନିକଟରେ ଭାଡ଼ି କରି ଫସଲ ଜଗୁଛୁ।
-ଗୋପାଳ ଷେଣ୍ଢ, ଚାଷୀ, ବେଲିଟିକିରି
ଜମିରେ ଆଉ ଫସଲ ନାହିଁ
ବାର୍‌ହା, ହାତୀ ପଲ ଗତ ଅକ୍ଟୋବର ୨୪ରେ ୮୮ ଡେସିମିଲ ଏବଂ ମାସେ ତଳେ ୧.୭ ଏକର ଜମିରେ ଫସଲ ଉଜାଡ଼ିଦେଇଛନ୍ତି। ଜମିରେ ଆଉ ଫସଲ ନାହିଁ। କ୍ଷତିପୂରଣ ପାଇଁ ଆବେଦନ କରାଯାଇଛି।

-ସନ୍ତୋଷ କୁମାର ସ୍ବାଇଁ, ଚାଷୀ, ଗୋବିନ୍ଦପୁର

ବନ ବିଭାଗର ଚିନ୍ତା ବଢ଼ିଯାଇଛି
ଫସଲ ଅମଳ ସମୟ ଆସିଥିବାରୁ ବନ ବିଭାଗର ଚିନ୍ତା ବଢ଼ିଯାଇଛି ା ଫସଲ ସୁରକ୍ଷା ପାଇଁ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ ଛଡ଼ା ଅନ୍ୟ ବ୍ୟବସ୍ଥା ନାହିଁ। ଅଧିକ ହାତୀ ଉପଦ୍ରୁତ ଅଞ୍ଚଳରେ ‘ଐରାବତ’କୁ ନିୟୋଜିତ କରାଯାଉଛି।
-ଡ. ପ୍ରକାଶଚାନ୍ଦ ଗୋଗିନେନି, ଡିଏଫ୍‌ଓ

ଜିଲାରେ ଅଛନ୍ତି ୩୦୮ ହାତୀ

ଢେଙ୍କାନାଳ ଜିଲାର ବିଭିନ୍ନ ବନାଞ୍ଚଳରେ ଏବେ ୩୦୮ ହାତୀ ବିଚରଣ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତନ୍ମଧ୍ୟରୁ କେବଳ ମହାବିରୋଡ୍‌ ରେଞ୍ଜ୍‌ରେ ଏକ ପଲରେ ୩୨ ଏବଂ ହିନ୍ଦୋଳ ରେଞ୍ଜ୍‌ରେ ଗୋଟିଏ ଦଳରେ ୭୦ଟି ହାତୀ ଅଛନ୍ତି। ସେମାନେ ବ୍ୟାପକ ଫସଲ ନଷ୍ଟ କରିବା ସହ ବାରମ୍ବାର ଜନବସତିମୁହଁା ହେଉଛନ୍ତି, ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡ଼ିଛନ୍ତି।
ଅନ୍ୟ ହାତୀପଲ ସଂରକ୍ଷିତ ଜଙ୍ଗଲ ଏବଂ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଡେରା ପକାଇଛନ୍ତି। ସେମାନଙ୍କୁ ମୂଳ ବାସସ୍ଥଳୀରେ ଛାଡ଼ିବାକୁ ବନ ବିଭାଗ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଥିଲେ ମଧ୍ୟ ସଫଳତା ମିଳୁନାହିଁ। ଫସଲ ଉତ୍ପାଦନ ସମୟ ହୋଇଥିବାରୁ ହାତୀପଲ ଜମି ଛାଡୁନାହାନ୍ତି, ଯାହା ବନ ବିଭାଗର ଚିନ୍ତା ବଢ଼ାଇଛି।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?