ମହାମାରୀ ପ୍ରଭାବିତ ମାଟ୍ରିକ୍‌ ପରୀକ୍ଷା

ରବିନାରାୟଣ ସାମଲ

 

ମାଟ୍ରିକ୍‌ ପରୀକ୍ଷା ସରିଗଲା। କିନ୍ତୁ ଅନିୟମିତତା ପିଛା ଛାଡ଼ିଲା ନାହିଁ। କପି ତ ହେଉଛି , ହେବ। ପରୀକ୍ଷା ପଦ୍ଧତିରେ ଉପଯୁକ୍ତ ସଂସ୍କାର ନ ହେଲା ପର୍ଯ୍ୟନ୍ତ ସେମିତି ଚାଲିଥିବ। ଆଗରୁ ପ୍ରଶ୍ନପତ୍ର ପ୍ରଘଟ ହେଉଥିଲା, ଏବେ ଭାଇରାଲ ହେଉଛି। ପ୍ୟାକେଟ୍‌ ଭିତରୁ ପ୍ରଶ୍ନପତ୍ର ଗାଏବ ହୋଇଯିବା କଥା ଆମେ ଅନେକଥର ଶୁଣିଛୁ। କିନ୍ତୁ ଏଥର ପ୍ରଶ୍ନପତ୍ରରୁ ପ୍ରଶ୍ନ ଗାଏବ ହୋଇଯିବା କଥା ନୂଆ ଶୁଣିଲୁ। ଏହାକୁ ‘ମୁଦ୍ରଣଜନିତ ତ୍ରୁଟି’ କହି ବୋର୍ଡ କର୍ତ୍ତୃପକ୍ଷ ଘଟଣାଟିକୁ ଏଡ଼ାଇ ଦେଇଛନ୍ତି। ମାତ୍ର ଏହାକୁ ‘ମାନବାକୃତ ତ୍ରୁଟି’ କହିଲେ କ’ଣ ଅଯଥାର୍ଥ ହେବ? ମେଶିନ୍‌ କ’ଣ ପ୍ରଶ୍ନପତ୍ର ତିଆରି କରିଥିଲା ନା ପ୍ରୁଫ୍‌ କରେକ୍ସନ୍‌ କରୁଥିଲା? ବି-ସେଟ୍‌ରେ ଏ-ସେଟ୍‌କୁ ଭର୍ତ୍ତି କରିଥିଲା ନା ଏକା ପ୍ରଶ୍ନକୁ ବାରମ୍ବାର କପି-ପେଷ୍ଟ କରିଥିଲା? ଏହାର ସନ୍ତୋଷଜନକ ଉତ୍ତର ବୋର୍ଡ କର୍ତ୍ତୃପକ୍ଷ ଦେଇପାରିବେ ନାହିଁ।
ଚଳିତ ବର୍ଷ ୧୯ ହଜାରରୁ ଊର୍ଦ୍ଧ୍ୱ ପିଲା ପରୀକ୍ଷାରେ ଅନୁପସ୍ଥିତ ରହିବା ଚିନ୍ତାଜନକ। ସେହି ପିଲାମାନେ କୁଆଡ଼େ ଗଲେ ତା’ର ହିସାବ ବୋର୍ଡ ପାଖରେ ଅଛି ନା ଗଣଶିକ୍ଷା ବିଭାଗ ପାଖରେ ଅଛି? ଗତବର୍ଷ ୪୫ ହଜାର ପିଲା ପରୀକ୍ଷା ଦେଇ ନ ଥିଲେ କହି ଗଣଶିକ୍ଷା ମନ୍ତ୍ରୀ ପରିସ୍ଥିତିକୁ ହାଲୁକା କରିଦେବାକୁ ଚେଷ୍ଟା କରିଛନ୍ତି। ମାତ୍ର ଏଇଟା ତାହାର ସମାଧାନ ନୁହେଁ। ଗତବର୍ଷର ଅନୁପସ୍ଥିତ ସଂଖ୍ୟାକୁ ଦେଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯଦି ତପତ୍ରତା ପ୍ରକାଶ କରିଥା’ନ୍ତା, ତେବେ ଏଥର ୧୯ ହଜାର ପିଲା ନିରୁଦ୍ଦିଷ୍ଟ ହୋଇ ନ ଥାନ୍ତେ।
କୋଭିଡ୍‌ ମହାମାରୀ ଛାତ୍ରୀଛାତ୍ରମାନଙ୍କର ଯାହା କ୍ଷତି ଘଟାଇଛି ତାହା ଆଦୌ ଭରଣା କରାଯାଇ ପାରିବ ନାହିଁ। ଚଳିତ ବର୍ଷ ଯେଉଁ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେଲେ ସେମାନେ ଅନ୍ୟମାନଙ୍କ ପରି ଦୁଇବର୍ଷ ଶିକ୍ଷା ଗ୍ରହଣରୁ ବଞ୍ଚତ୍ତ ହୋଇଥିଲେ। ଲକ୍‌ ଡାଉନ୍‌ ହେଲା, ସ୍କୁଲ-କଲେଜ ବନ୍ଦ ହୋଇଗଲା। ଧର୍ମକୁ ଆଖିଠାର ମାରିବା ଭଳି ଅନ୍‌ ଲାଇନ୍‌ ପାଠପଢ଼ା ଚାଲିଲା। ଗଣଶିକ୍ଷା ବିଭାଗ ଛାତ୍ରୀଛାତ୍ରଙ୍କ କ୍ଷତିଭରଣା କରିବାକୁ ଉଜ୍ଜ୍ୱଳ, ଉତ୍ଥାନ, ଉତ୍କୃଷ୍ଟ ଆଦି ଆରମ୍ଭ କରିଦେଲେ। ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ଏଲ୍‌ଆର୍‌ପି ଆଣି ପୂରାଇ ଦେଲେ। କୋଭିଡ୍‌ ଭଳି ଇଏ ଆଉ ଗୋଟିଏ ଲହର ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାର ଭାବିଥିଲେ ଛାତ୍ରୀଛାତ୍ରମାନେ ଏହାଦ୍ୱାରା ଉପକୃତ ହେବେ, ମାତ୍ର ସେମାନେ ଘାଟାରେ ପଡ଼ିଗଲେ। ପରୀକ୍ଷା ପ୍ରସ୍ତୁତିର ମୂଲ୍ୟବାନ୍‌ ସମୟକୁ ଏଲ୍‌ଆର୍‌ପିରେ ଅପଚୟ କଲେ।
ମାଟ୍ରିକ୍‌ ପରୀକ୍ଷା ଛାତ୍ରଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ। ଏହାକୁ ଯେ କେହି ସ୍ବୀକାର କରିବେ। ଏଥି ସକାଶେ ଛାତ୍ର, ଶିକ୍ଷକ ଓ ଅଭିଭାବକ ଚାପଗ୍ରସ୍ତ ରହିବା ଅସ୍ବାଭାବିକ ନୁହେଁ। କିନ୍ତୁ ପରୀକ୍ଷାକୁ ଏକ ‘ଉତ୍ସବ’ ଭାବେ ମନାଇବାକୁ କିଛିଦିନ ତଳେ ଆମ ପ୍ରଧାନମନ୍ତ୍ରୀ ଯେଉଁ ପରାମର୍ଶ ଦେଇଥିଲେ ତାହା ଏଠାରେ ବିଚାର୍ଯ୍ୟ। ଛାତ୍ରୀଛାତ୍ରମାନେ ଏହାକୁ ମର୍ମେ ମର୍ମେ ଉପଲବ୍ଧି କରୁଥିବେ। ପରୀକ୍ଷା ଶେଷ ଦିନ କେତେକ କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ଆକାଶକୁ କପି ଉଡ଼ାଇ ଓ ମୁହଁରେ ରଙ୍ଗ ବୋଳି ଖୁସି ମନାଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। କେବଳ ସେହିମାନଙ୍କ ପାଇଁ ହୁଏତ ପରୀକ୍ଷାଟା ଏକ ‘ଉତ୍ସବ’ ହୋଇପାରେ, କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ।
ପୂର୍ବରୁ ଏପ୍ରିଲ୍‌-ମେ’ରେ ପରୀକ୍ଷା ହେଉଥିଲା, ପିଲାମାନଙ୍କ ପାଇଁ ଭଲ ଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହା ଫେବୃୟାରୀ-ମାର୍ଚ୍ଚକୁ ଘୁଞ୍ଚତ୍ ଆସିବା ଫଳରେ ସେମିତି କିଛି ଲାଭ ହେଲା ନାହିଁ। ବରଂ କ୍ଷତି ହେଲା। କାରଣ ଫେବୃୟାରୀ-ମାର୍ଚ୍ଚ ପର୍ବପର୍ବାଣିର ମାସ। ଠିକ୍‌ ପରୀକ୍ଷା ଋତୁରେ ପୁରପଲ୍ଲୀ କୋଳାହଳମୟ। ପିଲାମାନଙ୍କ ପରୀକ୍ଷା ପ୍ରସ୍ତୁତି ପାଇଁ ସମୟଟି ଅନୁକୂଳ ହୁଏ ନାହିଁ। ପ୍ରତିକୂଳ ପାଣିପାଗ ଯୋଗୁ ଛଅ ଋତୁ ତ ବଦଳି ଗଲାଣି, ପିଲାମାନଙ୍କ ସ୍ବାର୍ଥକୁ ଆଖିଆଗରେ ରଖି ପରୀକ୍ଷା ଋତୁକୁ ବଦଳାଇ ଦେଲେ ଅସୁବିଧା କେଉଁଠି? ଆମ ବିଚାରରେ ବାର୍ଷିକ ପରୀକ୍ଷା ପାଇଁ ଡିସେମ୍ବର ହିଁ ସର୍ବୋକ୍ତୃଷ୍ଟ।
ରାଜ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଆମ ଜାଣିବାରେ ଏମିତି ପ୍ରାୟ ଗୋଟିଏ ସ୍କୁଲ ନାହିଁ, ଯେଉଁଠି ଶିକ୍ଷକ ଅଭାବ ନାହାନ୍ତି। ର’ଠ’କି ସବୁଠି ପାଠପଢ଼ା ଚାଲିଛି। ବିଳମ୍ବରେ ହେଲେ ବି ଗଣଶିକ୍ଷା ବିଭାଗ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କରୁ। କୋଭିଡ୍‌ ପ୍ରଭାବିତ ଛାତ୍ରୀଛାତ୍ରଙ୍କ କ୍ଷତିର ଭରଣା ପାଇଁ ଅନ୍ଧାଦୁନିଆ ନିଷ୍ପତ୍ତି ନ ନେଇ ବିଭିନ୍ନ ସ୍ଥାନରେ ଶିକ୍ଷକ ଓ ଶିକ୍ଷାବିତ୍‌ମାନଙ୍କର କର୍ମଶାଳାମାନ ଆୟୋଜନ କରି ଉପାୟ ସ୍ଥିର କରୁ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri