ମହାମାରୀ ପ୍ରଭାବିତ ମାଟ୍ରିକ୍‌ ପରୀକ୍ଷା

ରବିନାରାୟଣ ସାମଲ

 

ମାଟ୍ରିକ୍‌ ପରୀକ୍ଷା ସରିଗଲା। କିନ୍ତୁ ଅନିୟମିତତା ପିଛା ଛାଡ଼ିଲା ନାହିଁ। କପି ତ ହେଉଛି , ହେବ। ପରୀକ୍ଷା ପଦ୍ଧତିରେ ଉପଯୁକ୍ତ ସଂସ୍କାର ନ ହେଲା ପର୍ଯ୍ୟନ୍ତ ସେମିତି ଚାଲିଥିବ। ଆଗରୁ ପ୍ରଶ୍ନପତ୍ର ପ୍ରଘଟ ହେଉଥିଲା, ଏବେ ଭାଇରାଲ ହେଉଛି। ପ୍ୟାକେଟ୍‌ ଭିତରୁ ପ୍ରଶ୍ନପତ୍ର ଗାଏବ ହୋଇଯିବା କଥା ଆମେ ଅନେକଥର ଶୁଣିଛୁ। କିନ୍ତୁ ଏଥର ପ୍ରଶ୍ନପତ୍ରରୁ ପ୍ରଶ୍ନ ଗାଏବ ହୋଇଯିବା କଥା ନୂଆ ଶୁଣିଲୁ। ଏହାକୁ ‘ମୁଦ୍ରଣଜନିତ ତ୍ରୁଟି’ କହି ବୋର୍ଡ କର୍ତ୍ତୃପକ୍ଷ ଘଟଣାଟିକୁ ଏଡ଼ାଇ ଦେଇଛନ୍ତି। ମାତ୍ର ଏହାକୁ ‘ମାନବାକୃତ ତ୍ରୁଟି’ କହିଲେ କ’ଣ ଅଯଥାର୍ଥ ହେବ? ମେଶିନ୍‌ କ’ଣ ପ୍ରଶ୍ନପତ୍ର ତିଆରି କରିଥିଲା ନା ପ୍ରୁଫ୍‌ କରେକ୍ସନ୍‌ କରୁଥିଲା? ବି-ସେଟ୍‌ରେ ଏ-ସେଟ୍‌କୁ ଭର୍ତ୍ତି କରିଥିଲା ନା ଏକା ପ୍ରଶ୍ନକୁ ବାରମ୍ବାର କପି-ପେଷ୍ଟ କରିଥିଲା? ଏହାର ସନ୍ତୋଷଜନକ ଉତ୍ତର ବୋର୍ଡ କର୍ତ୍ତୃପକ୍ଷ ଦେଇପାରିବେ ନାହିଁ।
ଚଳିତ ବର୍ଷ ୧୯ ହଜାରରୁ ଊର୍ଦ୍ଧ୍ୱ ପିଲା ପରୀକ୍ଷାରେ ଅନୁପସ୍ଥିତ ରହିବା ଚିନ୍ତାଜନକ। ସେହି ପିଲାମାନେ କୁଆଡ଼େ ଗଲେ ତା’ର ହିସାବ ବୋର୍ଡ ପାଖରେ ଅଛି ନା ଗଣଶିକ୍ଷା ବିଭାଗ ପାଖରେ ଅଛି? ଗତବର୍ଷ ୪୫ ହଜାର ପିଲା ପରୀକ୍ଷା ଦେଇ ନ ଥିଲେ କହି ଗଣଶିକ୍ଷା ମନ୍ତ୍ରୀ ପରିସ୍ଥିତିକୁ ହାଲୁକା କରିଦେବାକୁ ଚେଷ୍ଟା କରିଛନ୍ତି। ମାତ୍ର ଏଇଟା ତାହାର ସମାଧାନ ନୁହେଁ। ଗତବର୍ଷର ଅନୁପସ୍ଥିତ ସଂଖ୍ୟାକୁ ଦେଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯଦି ତପତ୍ରତା ପ୍ରକାଶ କରିଥା’ନ୍ତା, ତେବେ ଏଥର ୧୯ ହଜାର ପିଲା ନିରୁଦ୍ଦିଷ୍ଟ ହୋଇ ନ ଥାନ୍ତେ।
କୋଭିଡ୍‌ ମହାମାରୀ ଛାତ୍ରୀଛାତ୍ରମାନଙ୍କର ଯାହା କ୍ଷତି ଘଟାଇଛି ତାହା ଆଦୌ ଭରଣା କରାଯାଇ ପାରିବ ନାହିଁ। ଚଳିତ ବର୍ଷ ଯେଉଁ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେଲେ ସେମାନେ ଅନ୍ୟମାନଙ୍କ ପରି ଦୁଇବର୍ଷ ଶିକ୍ଷା ଗ୍ରହଣରୁ ବଞ୍ଚତ୍ତ ହୋଇଥିଲେ। ଲକ୍‌ ଡାଉନ୍‌ ହେଲା, ସ୍କୁଲ-କଲେଜ ବନ୍ଦ ହୋଇଗଲା। ଧର୍ମକୁ ଆଖିଠାର ମାରିବା ଭଳି ଅନ୍‌ ଲାଇନ୍‌ ପାଠପଢ଼ା ଚାଲିଲା। ଗଣଶିକ୍ଷା ବିଭାଗ ଛାତ୍ରୀଛାତ୍ରଙ୍କ କ୍ଷତିଭରଣା କରିବାକୁ ଉଜ୍ଜ୍ୱଳ, ଉତ୍ଥାନ, ଉତ୍କୃଷ୍ଟ ଆଦି ଆରମ୍ଭ କରିଦେଲେ। ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ଏଲ୍‌ଆର୍‌ପି ଆଣି ପୂରାଇ ଦେଲେ। କୋଭିଡ୍‌ ଭଳି ଇଏ ଆଉ ଗୋଟିଏ ଲହର ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାର ଭାବିଥିଲେ ଛାତ୍ରୀଛାତ୍ରମାନେ ଏହାଦ୍ୱାରା ଉପକୃତ ହେବେ, ମାତ୍ର ସେମାନେ ଘାଟାରେ ପଡ଼ିଗଲେ। ପରୀକ୍ଷା ପ୍ରସ୍ତୁତିର ମୂଲ୍ୟବାନ୍‌ ସମୟକୁ ଏଲ୍‌ଆର୍‌ପିରେ ଅପଚୟ କଲେ।
ମାଟ୍ରିକ୍‌ ପରୀକ୍ଷା ଛାତ୍ରଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ। ଏହାକୁ ଯେ କେହି ସ୍ବୀକାର କରିବେ। ଏଥି ସକାଶେ ଛାତ୍ର, ଶିକ୍ଷକ ଓ ଅଭିଭାବକ ଚାପଗ୍ରସ୍ତ ରହିବା ଅସ୍ବାଭାବିକ ନୁହେଁ। କିନ୍ତୁ ପରୀକ୍ଷାକୁ ଏକ ‘ଉତ୍ସବ’ ଭାବେ ମନାଇବାକୁ କିଛିଦିନ ତଳେ ଆମ ପ୍ରଧାନମନ୍ତ୍ରୀ ଯେଉଁ ପରାମର୍ଶ ଦେଇଥିଲେ ତାହା ଏଠାରେ ବିଚାର୍ଯ୍ୟ। ଛାତ୍ରୀଛାତ୍ରମାନେ ଏହାକୁ ମର୍ମେ ମର୍ମେ ଉପଲବ୍ଧି କରୁଥିବେ। ପରୀକ୍ଷା ଶେଷ ଦିନ କେତେକ କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ଆକାଶକୁ କପି ଉଡ଼ାଇ ଓ ମୁହଁରେ ରଙ୍ଗ ବୋଳି ଖୁସି ମନାଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। କେବଳ ସେହିମାନଙ୍କ ପାଇଁ ହୁଏତ ପରୀକ୍ଷାଟା ଏକ ‘ଉତ୍ସବ’ ହୋଇପାରେ, କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ।
ପୂର୍ବରୁ ଏପ୍ରିଲ୍‌-ମେ’ରେ ପରୀକ୍ଷା ହେଉଥିଲା, ପିଲାମାନଙ୍କ ପାଇଁ ଭଲ ଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହା ଫେବୃୟାରୀ-ମାର୍ଚ୍ଚକୁ ଘୁଞ୍ଚତ୍ ଆସିବା ଫଳରେ ସେମିତି କିଛି ଲାଭ ହେଲା ନାହିଁ। ବରଂ କ୍ଷତି ହେଲା। କାରଣ ଫେବୃୟାରୀ-ମାର୍ଚ୍ଚ ପର୍ବପର୍ବାଣିର ମାସ। ଠିକ୍‌ ପରୀକ୍ଷା ଋତୁରେ ପୁରପଲ୍ଲୀ କୋଳାହଳମୟ। ପିଲାମାନଙ୍କ ପରୀକ୍ଷା ପ୍ରସ୍ତୁତି ପାଇଁ ସମୟଟି ଅନୁକୂଳ ହୁଏ ନାହିଁ। ପ୍ରତିକୂଳ ପାଣିପାଗ ଯୋଗୁ ଛଅ ଋତୁ ତ ବଦଳି ଗଲାଣି, ପିଲାମାନଙ୍କ ସ୍ବାର୍ଥକୁ ଆଖିଆଗରେ ରଖି ପରୀକ୍ଷା ଋତୁକୁ ବଦଳାଇ ଦେଲେ ଅସୁବିଧା କେଉଁଠି? ଆମ ବିଚାରରେ ବାର୍ଷିକ ପରୀକ୍ଷା ପାଇଁ ଡିସେମ୍ବର ହିଁ ସର୍ବୋକ୍ତୃଷ୍ଟ।
ରାଜ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଆମ ଜାଣିବାରେ ଏମିତି ପ୍ରାୟ ଗୋଟିଏ ସ୍କୁଲ ନାହିଁ, ଯେଉଁଠି ଶିକ୍ଷକ ଅଭାବ ନାହାନ୍ତି। ର’ଠ’କି ସବୁଠି ପାଠପଢ଼ା ଚାଲିଛି। ବିଳମ୍ବରେ ହେଲେ ବି ଗଣଶିକ୍ଷା ବିଭାଗ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କରୁ। କୋଭିଡ୍‌ ପ୍ରଭାବିତ ଛାତ୍ରୀଛାତ୍ରଙ୍କ କ୍ଷତିର ଭରଣା ପାଇଁ ଅନ୍ଧାଦୁନିଆ ନିଷ୍ପତ୍ତି ନ ନେଇ ବିଭିନ୍ନ ସ୍ଥାନରେ ଶିକ୍ଷକ ଓ ଶିକ୍ଷାବିତ୍‌ମାନଙ୍କର କର୍ମଶାଳାମାନ ଆୟୋଜନ କରି ଉପାୟ ସ୍ଥିର କରୁ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri