ଗ୍ରାମ୍ୟ ଜଙ୍ଗଲ ନଷ୍ଟ ଆଶଙ୍କା କଲେ ପରିବେଶବିତ୍‌

କେନ୍ଦ୍ରାପଡା ଅଫିସ, ୧୫ା୧୦: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଓଳାଭର ରାଜସ୍ବ ସର୍କଲ ଅନ୍ତର୍ଗତ ପାରି ମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଘୋଷଣାକୁ ଇତିମଧ୍ୟରେ ପ୍ରାୟ ୮ ମାସ ବିତିଲାଣି। ପାନୀୟ ଜଳକଷ୍ଟରେ ଥିବା ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ଅପେକ୍ଷା କରିଥିବା ବେଳେ ପ୍ରକଳ୍ପ ପାଇଁ ପ୍ରଶାସନିକ ସ୍ତରରେ କୌଣସି ଆଗ୍ରହ ପ୍ରକାଶ କରାଯାଉନାହିଁ। ଅପରପକ୍ଷରେ ପ୍ରସ୍ତାବିତ ପ୍ରକଳ୍ପ ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଉପରେ ଥିବାରୁ ବିବାଦ ମଧ୍ୟକୁ ଟାଣି ହୋଇଗଲାଣି। ପୂର୍ବରୁ ଜଙ୍ଗଲ ଜମି ପାଇଁ ବହୁ ସମୟରେ ଏନ୍‌ଜିଟି ଆକ୍ରୋଶର ଶିକାର ହେବାକୁ ପଡିଛି। ପ୍ରକଳ୍ପ ଆରମ୍ଭ ପୂର୍ବରୁ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି, ଆଳୟ ସାମନ୍ତରାୟ, ପରିବେଶବିତ୍‌ ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ପ୍ରତାପ ଚନ୍ଦ୍ର ପାଢ଼ୀ ପ୍ରମୁଖ କହିଛନ୍ତି, ଜିଲାର ବିକାଶ ନାମରେ ପ୍ରାକୃତିକ ପରିବେଶ ନଷ୍ଟ କରାଯାଉଛି। ଯାହାକୁ ଜିଲାବାସୀ ସମର୍ଥନ କରୁଛନ୍ତି। ତେବେ ପ୍ରକଳ୍ପ ପାଇଁ ନଷ୍ଟ ହେଉଥିବା ଗଛର ଭରଣା ହେଉନାହିଁ। ପ୍ରକଳ୍ପ ଆରମ୍ଭ ପୂର୍ବରୁ ଏ ନେଇ କୌଣସି ସତର୍କତା ଅଥବା ତପତ୍ରତାର ସହ ପଦକ୍ଷେପ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ନିଆଯାଉନାହିଁ। ଫଳରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମାମଲା ବଢୁଛି। ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବା ସହ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜକନିକା ବ୍ଲକ ବରୁଣାଡିହା ନିକଟସ୍ଥ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଅଛି ା ଆନ୍ଦୋଳନକୁ ସାମୟିକ ଭାବେ ପ୍ରଶମିତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହେବ ବୋଲି ଘୋଷଣା ହେଲା। ସ୍ଥାନୀୟ ଅଞ୍ଚଳରେ ଖରସ୍ରୋତା ନଦୀରୁ ପାଇପ ଯୋଗେ ନିକଟସ୍ଥ ଗ୍ରାମକୁ ପାଣି ଯୋଗାଣ ପାଇଁ ରାଜକନିକା ବ୍ଲକ ପାରିମୁକୁନ୍ଦପୁରଠାରେ ପ୍ରକଳ୍ପ ନିର୍ମାଣ ହେବ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରଶାସକ ଜଣାଇଲେ। ତେବେ ଓଳାଭର ଆର୍‌ଆଇ ସର୍କଲରେ ଥିବା ଏହି ପ୍ରକଳ୍ପ ପ୍ରାୟ ଏକ ଏକର ଜମି ଉପରେ ହେବାକୁ ଥିବା ବେଳେ ୨୮ ଡିସିମିଲ ଜମି ଉପରେ ଗ୍ରାମ୍ୟ ଜଙ୍ଗଲ ଅଛି। ସେହିପରି ଗୋଚର ଜମି ଉପରେ ଏହି ପ୍ରକଳ୍ପ ହେବାକୁ ଯାଉଛି। ୨୦୨୦ରେ ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପଟି ଗ୍ରାମ୍ୟ ଜଙ୍ଗଲ ଉପରେ ଥିବାରୁ ଏନ୍‌ଜିଟିରେ ମାମଲା ହୋଇଥିଲା। ଟ୍ରିବ୍ୟୁନାଲରେ ଅନ୍ୟତ୍ର ଜଙ୍ଗଲ ସୃଷ୍ଟି ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଜଙ୍ଗଲ ବିଭାଗକୁ ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଥିଲା। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅଦ୍ୟାବଧି ଜଙ୍ଗଲ ସୃଷ୍ଟି ତ ଦୂରର କଥା, ସେହି ସ୍ଥାନରେ ଚାରାଟିଏ ମଧ୍ୟ ଲଗାଯାଇନାହିଁ। ସେହିପରି ୧୫ ବର୍ଷ ପୂର୍ବେ କଟକ-ଚାନ୍ଦବାଲି ଜାତୀୟ ରାଜପଥ ନିର୍ମାଣ ପାଇଁ ୩୦ହଜାରରୁ ଊର୍ଦ୍ଧ୍ୱ ଗଛ କଟାଯାଇଥିଲା। ରାସ୍ତା ନିର୍ମାଣ ସତ୍ତ୍ୱେ କଟା ହୋଇଥିବା ଗଛର ଭରଣା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ଉଦ୍ୟମ ହୋଇନାହିଁ। ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଗଲେ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ନଷ୍ଟ ହେବ। ସ୍ଥାନୀୟ ଅଞ୍ଚଳର ଜୀବନ ଜୀବିକା ବିପଦରେ ପଡିବ। ଏହାକୁ ନେଇ ଦୁଇବର୍ଷୁ ଊର୍ଦ୍ଧ୍ୱ ହେବ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଚାଲିଥିବା ବେଳେ ପାରିମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପ ନୂଆ ସଙ୍କଟକୁ ଆହ୍ବାନ କରୁଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରେ ପ୍ରକଳ୍ପ ସ୍ଥାନର ଚିହ୍ନଟ ପାଇଁ ରାଜକନିକା ତହସିଲଦାରଙ୍କୁ ଚିଠି ହୋଇଛି। ଏଥିରେ ଗ୍ରାମ୍ୟ ଜଙ୍ଗଲ ଅଥବା ଗୋଚର ଜମି ଥିଲେ, ଏହାର ଭରଣା ଅନ୍ୟତ୍ର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri