ଟ୍ରକ୍‌ ଧକ୍କାରେ ଚାଲିଗଲା ଅଭିନେତାଙ୍କ ଜୀବନ, ଶୁଟିଂ ପାଇଁ ଯାଉଥିଲେ…

ମୁମ୍ବାଇ: ଟେଲି ଧାରାବାହିକ ‘ଧର୍‌ତିପୁତ୍ର ନନ୍ଦିନୀ’ ଫେମ୍‌ ଅଭିନେତା ଅମନ୍‌ ଜୈସଓ୍ବାଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ବାଇକ୍‌ ଯୋଗେ ଶୁଟିଂକୁ ଯାଉଥିଲେ। ମୁମ୍ବାଇର ଜାଗେଶ୍ୱରୀ ହାଇଓ୍ବେରେ ଟ୍ରକ୍‌ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ୨୫-୩୦ ମିନିଟ୍‌ରେ ତାଙ୍କ ମୃତ୍ୟୁ ଘଟିଥିଲା।

ଅମନ୍‌ଙ୍କ ଘର ୟୁପିରେ ହୋଇଥିବା ବେଳେ ସେ ଅଭିନେତା ହେବାର ସ୍ବପ୍ନ ନେଇ ମୁମ୍ବାଇ ଆସିଥିଲେ। ନିଜର ପରିଶ୍ରମ ବଳରେ ସେ ସଫଳତାର ଶିଢ଼ି ଚଢ଼ିବା ଆରମ୍ଭ କରିଥିଲେ। ହେଲେ ମାତ୍ର ୨୩ ବର୍ଷରେ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଛି। ୨୦୨୩ରେ ନଜାରା ଟିଭିରେ ‘ଧର୍‌ତିପୁତ୍ର ନନ୍ଦିନୀ’ ଶୋ’ ଆରମ୍ଭ ହୋଇଥିଲା। ଏଥିରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ସେ ‘ଉଡାରିଆ ’ ଏବଂ ପୁଣ୍ୟାଶ୍ଳୋକ ଅହିଲ୍ୟାବାଇ’ ଭଳି ଟେଲି ଧାରାବାହିକରେ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଆଜି ସେ ଅଡିଶନ୍‌ ଲାଗି ହେଉଥିବା ସ୍କ୍ରିନ୍‌ ଟେଷ୍ଟ ପାଇଁ ଶୁଟିଂ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।

 

View this post on Instagram

 

A post shared by Aman Jaiswal (@aman__jazz)


Enter your email to get our daily news in your inbox.

All Right Reserved By Dharitri.Com

Uttam Mohanty Hospitalized: ଏହି ରୋଗରେ ପୀଡ଼ିତ ଅଛନ୍ତି ଉତ୍ତମ ମହାନ୍ତି, ଖୁବ୍‌ଶୀଘ୍ର ଦିଲ୍ଲୀକୁ ହେବେ ଏୟାରଲିଫ୍ଟ

ଭୁବନେଶ୍ୱର,୮।୨: ଭେଟେରାନ ଓଲିଉଡ୍‌ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ସେ ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଏବେ ରାଜଧାନରର ଏକ ଘରୋଇ ହସ୍ପିଟାଲର...

ଅଭିନେତା ଉତ୍ତମ ମହାନ୍ତି ଗୁରୁତର: ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର,୮।୨: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର ଅଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେ ଆଇସିୟୁ ଚିକିତ୍ସିତ ହେଉଥିବା ନେଇ...

ଅଧରାତିରେ ଏମିତି ପୋଷ୍ଟ କଲେ ଅମିତାଭ ବଚ୍ଚନ: ପ୍ରଶଂସକ ଚିନ୍ତିତ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ ମଧ୍ୟ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଯେଉଁ ବୟସରେ ଲୋକମାନେ ଅବସର ନେଇ ଘରେ ଆରାମ କରନ୍ତି, ସେହି ବୟସରେ...

ଗ୍ଲାମର ଦୁନିଆ ଛାଡ଼ି ସାଧ୍ୱୀ ହେଲେ

ପ୍ରୟାଗରାଜ: ଚଳଚ୍ଚିତ୍ର ଏବଂ ଅନେକ ମ୍ୟୁଜିକ୍‌ ଭିଡିଓରେ ଅଭିନୟ କରିଥିବା ଅଭିନେତ୍ରୀ ଇଶିକା ତନେଜାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ସେ ମହାକୁମ୍ଭରେ ସାଧ୍ୱୀ ରୂପେ...

ବଦଳିଗଲା ମୋନାଲିସାଙ୍କ ଭାଗ୍ୟ: ଫୁଲ୍‌ଡ୍ରେସରୁ ଟପ୍ସ ସର୍ଟ ଫ୍ୟାଣ୍ଟ ପିନ୍ଧି ନାଚିଲେ

କୁମ୍ଭମେଳା (୨୦୨୫)ରେ ରାତାରାତି ଭାଇରାଲ ହୋଇଥିଲେ ମୋନାଲିସା। କୁମ୍ଭ ମେଳାରେ ମାଳା ବିକୁଥିବା ମୋନାଲିସା ନିଜର ଆଖି ପାଇଁ ଭାଇରାଲ ହୋଇଥିଲେ। ପରେ ତାଙ୍କ ଭାଗ୍ୟ...

ସୋନୁ ସୁଦଙ୍କ ବଢିଲା ଅଡୁଆ: ଗିରଫ ଓ୍ବାରେଣ୍ଟ୍‌ ଜାରି

ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ଏକ ଠକେଇ ମାମଲାରେ ସାକ୍ଷ୍ୟ ଦେବାକୁ ହାଜର ନ ହେବା ପରେ କୋର୍ଟ ତାଙ୍କ ବିରୋଧରେ...

ମୁମ୍ବାଇରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟ୍‌କୁ ଏତିକି ଟଙ୍କାରେ ବିକ୍ରି କଲେ ଅକ୍ଷୟ କୁମାର, ମୂଲ୍ୟ ଜାଣିଲେ…

ମୁମ୍ବାଇ: ସେଲିବ୍ରିଟି ଦମ୍ପତି ଅକ୍ଷୟ କୁମାର ଏବଂ ଟ୍‌ବିଙ୍କଲ ଖାନ୍ନା ମୁମ୍ବାଇରେ ଥିବା ସେମାନଙ୍କର ବିଳାସପୂର୍ଣ୍ଣ ଫ୍ଲାଟକୁ ୮୦ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହି...

ବିବାହ ପୂର୍ବରୁ କାହିଁକି ମାଆ ହୋଇ ଯାଇଥିଲେ ଏସବୁ ଲୋକପ୍ରିୟ ଅଭିନେତ୍ରୀ, ଲିଷ୍ଟ ଦେଖିଲେ ଉଡିବ ହୋସ୍‌

ମା’ – ଦୁନିଆର ସବୁଠୁ ମଧୁର ଶବ୍ଦ । ଜଣେ ନାରୀତ୍ୱର ପରିପୂର୍ଣ୍ଣତା ମା’ ଡାକରୁ ହିଁ ଜଣାପଡେ। କିନ୍ତୁ ଜାଣି ତାଜୁବ ହେବେ ବଲିଉଡର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri