Posted inଖେଳ

ଧୋନୀଙ୍କ ଶେଷ, ଇଂଲଣ୍ଡର ପ୍ରଥମ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଇଂଲଣ୍ଡ ମାଟିରେ ଆୟୋଜିତ ହୋଇଥିଲା। ପଞ୍ଚମ ଥର ପାଇଁ ଇଂଲଣ୍ଡ କ୍ରିକେଟ ବିଶ୍ୱକପ ଆୟୋଜନର ସୌଭାଗ୍ୟ ହାସଲ କରିଥିଲା। ଭାରତୀୟ କ୍ରିକେଟ ଦଳର କରିତ୍‌କର୍ମା ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରର ଏହା ଅନ୍ତିମ ବିଶ୍ୱକପ ହୋଇଥିବା ବେଳେ ଇଂଲଣ୍ଡ ଦଳ ହାସଲ କରିଥିଲା ଏହାର ପ୍ରଥମ ବିଶ୍ୱକପ ଟାଇଟଲ। କ୍ରିକେଟର ଜନକ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଇଂଲଣ୍ଡ ପୂର୍ବରୁ ୩ ଥର ବିଶ୍ୱକପ ଫାଇନାଲରେ ପ୍ରବେଶ କରି ପରାଜିତ ହୋଇଥିବା ବେଳେ ପ୍ରଥମ ଥର ଟାଇଟଲ ଜିତିବାର ସୌଭାଗ୍ୟ ହାସଲ କରିଥିଲା। ତେବେ ବିଶ୍ୱକପର ଫାଇନାଲ ଅନେକ କାରଣରୁ ବେଶ୍‌ ବିବାଦୀୟ ରହିଥିଲା। ଫାଇନାଲ ମ୍ୟାଚର ସ୍କୋର ଟାଇ ରହିବା ପରେ ସୁପର ଓଭର ଖେଳା ଯାଇଥିଲା। ସୁପର ଓଭର ଟାଇ ରହିବା ପରେ ଅଧିକ ବାଉଣ୍ଡ୍ରି ମାରିଥିବା ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା। ତେବେ ଅମ୍ପାୟର କୁମାର ଧର୍ମସେନାଙ୍କ ଏକ ନିଷ୍ପତ୍ତିକୁ ନେଇ ବିତର୍କ ଦେଖିବାକୁ ମିଳିଥାଏ।
ଇଂଲଣ୍ଡକୁ ବିଶ୍ୱକପ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପୂର୍ବ ଦୁଇ ସଂସ୍କରଣ ଅପେକ୍ଷା ୧୦ ଦଳ ଅଂଶଗ୍ରହଣ କରିଥିଲେ। ସମୁଦାୟ ୪୮ ମ୍ୟାଚ ଖେଳା ଯାଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇଂଲଣ୍ଡ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୯ଟି ଲେଖାଏ ମ୍ୟାଚ୍‌ ଖେଳିଥିବା ବେଳେ ସର୍ବାଧିକ ପଏଣ୍ଟ ଅର୍ଜନ କରିଥିବା ୪ ଦଳ ସେମି ଫାଇନାଲରେ ପ୍ରବେଶ କରିଥିଲେ। ଭାରତ ସର୍ବାଧିକ ୧୫ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲା। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିଲେ। ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ସମାନ ୧୧ ପଏଣ୍ଟ ଅର୍ଜନ କରିଥିଲେ। ମାତ୍ର ଉନ୍ନତ ରନରେଟ୍‌ ହାରରେ ପାକିସ୍ତାନକୁ ପଛରେ ପକାଇଥିଲା ନ୍ୟୁଜିଲାଣ୍ଡ।
ଇଂଲଣ୍ଡ ଚତୁର୍ଥ ଥର ପାଇଁ ଦିନିକିଆ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିଲା। ଏହା ପୂର୍ବରୁ ୧୯୭୯,୧୯୮୭ ଓ ୧୯୯୨ ବିଶ୍ୱକପରେ ଦଳ ରନର ଅପ୍‌ ରହିଥିଲା। ଫାଇନାଲ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୨୪୧ ରନ୍‌ କରିଥିଲା। ଜବାବରେ ଇଂଲଣ୍ଡ ୫୦ ଓଭରରେ ୨୪୧ ରନରେ ଅଲଆଉଟ ହୋଇଥିଲା। ସୁପର ଓଭର ଖେଳା ଯାଇଥିବା ବେଳେ ଉଭୟ ଦଳ ସମାନ ୧୫ ରନ୍‌ ଲେଖାଏ ସ୍କୋର କରିଥିଲେ। ଅଧିକ ବାଉଣ୍ଡ୍ରି ସ୍କୋର କରିଥିବା ଇଂଲଣ୍ଡକୁ ଟାଇଟଲ ବିଜେତା ଘୋଷଣା କରାଯାଇଥିଲା। ଇଂଲଣ୍ଡ ଇନିଂସରେ ୨୬ ଓ ନ୍ୟୁଜିଲାଣ୍ଡ ଇନିଂସରେ ୧୭ ବାଉଣ୍ଡ୍ରି ସ୍କୋର ହୋଇଥିଲା। ରୋହିତ ଶର୍ମା ଏହି ସଂସ୍କରଣରେ ସର୍ବାଧିକ ୬୪୮ ରନ୍‌ ସ୍କୋର କରିଥିବା ବେଳେ ମିଚେଲ ଷ୍ଟାର୍କ ୨୭ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ଆଜି ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ: ୫ ରାଶିଙ୍କୁ ମିଳିବ ବଡ଼ ସୁଯୋଗ, ଏହି ରାଶି ଉପରେ ମାଡିଆସୁଛି ବିପଦ!

୧୨ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଏବଂ ବାର ବୁଧବାର ଅଟେ। ଏହା ଚାତୁର୍ମାସର ୧୯ ତମ ଦିନ, ଯାହାକି…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶ

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧାତାଲିକା ମଙ୍ଗଳବାର ସାମ୍‌ସ ପୋର୍ଟାଲରେ ପ୍ରକାଶ ପାଇଛି। ମୋଟ ୪୪,୨୨୨ ଜଣ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri