ଦ୍ୱିତୀୟ ଟେଷ୍ଟ ଜିତିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୦।୭- ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜକୁ ୧୧୩ ରନରେ ପରାସ୍ତ କରିଛି। ୩୧୨ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୧୯୮ ରନରେ ଅଲଆଉଟ ହୋଇ ଯାଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ପହଞ୍ଚତ୍ଛି। ସାଉଥାମ୍ପଟନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟରେ ବିଜୟୀ ହୋଇଥିଲା।
ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ମାତ୍ର ୨୩ ରନ ମଧ୍ୟରେ ୩ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓ୍ବକ୍ସ ଭମଣକାରୀ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଜନ କ୍ୟାମ୍ପବେଲ ମାତ୍ର ୪ ରନ କରି ବ୍ରଡ୍‌ଙ୍କ ପ୍ରଥମ ଶିକାର ହୋଇଥିଲେ। ଫର୍ମରେ ଥିବା କ୍ରେଗ୍‌ ବ୍ରାଥଓ୍ବେଟଙ୍କ ୪ର୍ଥ ଇନିଂସରେ ଖରାପ ପ୍ରଦର୍ଶନ ଏଠାରେ ମଧ୍ୟ ଜାରି ରହିଥିଲା। ଚଳିତ ସିରିଜର ୨ଟି ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରି ସାରିଥିବା ଏହି ଓପନିଂ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସରେ ୨୩ ବଲ୍‌ରୁ ମାତ୍ର ୧୨ ରନ କରି କ୍ରିସ୍‌ ଓ୍ବକ୍ସଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଶାଇ ହୋପ୍‌ ୭ ଓ ନିର୍ଭରଯୋଗ୍ୟ ରଷ୍ଟନ ଚେଜ୍‌ ମାତ୍ର ୬ ରନ କରି ଆଉଟ ହେବାଦ୍ୱାରା ଭ୍ରମଣକାରୀ ଦଳର ବିପଦ ଆଶଙ୍କା ବଢ଼ି ଯାଇଥିଲା। ତେବେ ଶାମରା ବ୍ରୁକ୍ସ ଓ ଜର୍ମେନ ବ୍ଲାକ୍‌ଉଡ୍‌ ବ୍ୟକ୍ତଗତ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ସହ ୫ମ ଉଇକେଟରେ ଶତକୀୟ ଭାଗୀଦାରି ଗଢ଼ି ଓ୍ବେଷ୍ଟଇଣ୍ଡିଜ ପାଇଁ ଆଶା ସଞ୍ଚାର କରିଥିଲେ। ଏହି ଯୋଡ଼ିରେ ଠିକ୍‌ ୧୦୦ ରନ ଯୋଗ ହେବାପରେ ବ୍ଲାକ୍‌ଉଡ୍‌ଙ୍କୁ ଉଇକେଟ କିପର ଜୋସ ବଟଲରଙ୍କ ହାତରେ କ୍ୟାଚ କରାଇ ବେନ୍‌ ଷ୍ଟୋକ୍ସ ଘରୋଇ ଦଳକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ। ୮୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବ୍ଲାକ୍‌ଉଡ୍‌ ୮ ଚୌକା ସହ ୫୫ ରନ କରିଥିବାବେଳେ ଷ୍ଟୋକ୍ସଙ୍କ ଏକ ଶର୍ଟ ବଲ୍‌କୁ ଠିକ୍‌ଭାବେ ଖେଳି ନ ପାରି କଟ୍‌ ବିହାଇଣ୍ଡ ହୋଇ ଯାଇଥିଲେ। ଶେନ ଡୋରିଚ୍‌ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିବା ଓ୍ବେଷ୍ଟଇଣ୍ଡିଜକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ପରେ ଧୈର୍ଯ୍ୟର ସହ ଖେଳୁଥିବା ବ୍ରୁକ୍ସଙ୍କୁ ଆଉଟ କରି ସାମ୍‌ କୁରାନ ଇଂଲଣ୍ଡର ବିଜୟ ସମ୍ଭାବନା ଦୃଢ଼ୀଭୂତ କରି ଦେଇଥିଲେ। ୧୩୬ ବଲ୍‌ ଖେଳିଥିବା ବ୍ରୁକ୍ସ ୪ ଚୌକା ଓ ୨ ଛକା ସହ ୬୨ ରନ କରିଥିଲେ। ଅଧିନାୟକ ଜାସନ ହୋଲ୍ଡର ୩୫ ରନ କରି ଆଉଟ ହେବାରୁ ଇଂଲଣ୍ଡ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା। ଇଂଲଣ୍ଡ ପକ୍ଷରୁ ବ୍ରଡ୍‌ ୩ଟି, କ୍ରିସ୍‌ ଓ୍ବକ୍ସ, ବେନ୍‌ ଷ୍ଟୋକ୍ସ ଓ ଓ ଡୋମିନିକ୍‌ ବେସ୍‌ ୨ଟି ଲେଖାଏ ଏବଂ ସାମ୍‌ କୁରାନ୍‌ ଗୋଟିଏ ଉଇକେଟ ନେଇଥିଲେ।


ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସକୁ ୧୨୯/୩ରେ ଘୋଷଣା କରିଥିଲା। ବଟଲର ଖାତା ଖୋଲିବା ପୂର୍ବରୁ ଏବଂ ଜ୍ୟାକ କ୍ରାଉଲେ ୧୧ ରନ କରି ଆଉଟ ହେବାରୁ ଇଂଲଣ୍ଡ ମାତ୍ର ୧୭ ରନରେ ୨ଟି ଉଇକେଟ ହରାଇଥିଲା। ତେବେ ଦ୍ରୁତ ହାରରେ ରନ ସଂଗ୍ରହ ରଣନୀତିରେ ପ୍ରଥମଥରପାଇଁ ଇନିଂସ ଓପନ କରିଥିବା ବେନ୍‌ ଷ୍ଟୋକ୍ସ ୫୭ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ସର୍ବାଧିକ ୭୮ ରନ କରି ଅପରାଜିତ ରହି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଷ୍ଟାକ୍ସ ୩୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଜଣେ ଇଂଲଣ୍ଡ ଓପନରଭାବେ କମ୍‌ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବାରେ ଏହା ଏକ ରେକର୍ଡ। ଅଧିନାୟକ ଜୋ ରୁଟ୍‌ ୨୨ କରି ରନଆଉଟ ହୋଇଥିବାବେଳେ ଓଲି ପୋପ୍‌ ୧୨ ରନରେ ଅପରାଜିତ ରହିଥିଲେ। ଓ୍ବେଷ୍ଟଇଣ୍ଡିଜର କେମର ରୋଚ୍‌ ୨ଟି ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ମାତ୍ର ୪୨ ରନ ମଧ୍ୟରେ ଶେଷ ୬ଟି ଉଇକେଟ ହରାଇଥିଲା। ଫଳରେ ଏକଦା ୪ ଉଇକେଟ ହରାଇ ୨୪୨ ରନ କରିଥିବା ଏହିଦଳ ୨୮୭ ରନରେ ଅଲଆଉଟ ହୋଇ ଯାଇଥିଲା। କ୍ରେଗ୍‌ ବ୍ରାଥଓ୍ବେଟ, ଶାମରା ବ୍ରୁକ୍ସ ଓ ରଷ୍ଟନ ଚେଜ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଦଳ ଫଲୋନ ଏଡ଼ାଇବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓ୍ବକ୍ସ ୩ଟି ଲେଖାଏ, ସାମ୍‌ କୁରାନ ୨ଟି ଏବଂ ବେନ୍‌ ଷ୍ଟୋକ୍ସ ଓ ଡୋମିନିକ ବେସ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୪୬୯/୯ ଘୋଷଣା
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୨୮୭।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୧୨୯/୩(ଘୋଷଣା)।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୧୯୮/ଅଲଆଉଟ(ବ୍ରୁକ୍ସ-୬୨, ବ୍ଲାକ୍‌ଉଡ-୫୫, ହୋଲ୍ଡର-୩୫, ବ୍ରଡ୍‌-୩/୪୨, ଓ୍ବକ୍ସ-୨/୩୪, ଷ୍ଟୋକ୍ସ-୨/୩୦, ବେସ୍‌-୨/୫୯, କୁରାନ-୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ୨୦୨୧ ଧୋନୀ ଭାଙ୍ଗିପାରନ୍ତି ଏହି ୭ ରେକର୍ଡ

ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଜଗତର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ପରିଗଣିତ ହୋଇଛନ୍ତି। ଆଇପିଏଲ ୨୦୨୧ରେ ଧୋନୀଙ୍କ ଏହା ହେଉଛି...

ବିଶ୍ୱକପ୍‌ ଫାଇନାଲ୍‌ ସୁପର ଓଭର ପୂର୍ବରୁ ସିଗାରେଟ୍‌ ଟାଣିଥିଲେ ଏହି ଖେଳାଳି

ଆଜିକୁ ଠିକ୍‌ ବର୍ଷେ ପୂର୍ବେ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମଥର ପାଇଁ ବିଶ୍ୱବିଜେତା ହୋଇଥିଲା। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଲରାଉଣ୍ଡର...

ୟୁଏସ୍‌ ଓପନ୍‌ରୁ ଓହରିଲେ ଆଣ୍ଡରସନ

ନ୍ୟୁୟର୍କ, ୨୫।୮(ଏଏଫ୍‌ପି)- ୨ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବିଶ୍ୱର ୧୭ ନମ୍ବର ଖେଳାଳି ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ ଏଥର ୟୁଏସ୍‌ ଓପନ୍‌ରୁ ଓହରିଯାଇଛନ୍ତି।...

ବିରାଟଙ୍କ କ୍ଲବରେ ରୋହିତ

ଅହମ୍ମଦାବାଦ,୧୮।୩: ବରିଷ୍ଠ ଭାରତୀୟ ଓପନର ରୋହିତ ଶର୍ମା ଗୁରୁବାର ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଟି୨୦ କ୍ରିକେଟରେ ୯ ହଜାର ରନ୍‌ ପୂରଣ କରିଛନ୍ତି। ଅଧିନାୟକ...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଦଳଗତ ଇଭେଣ୍ଟରେ ଭାରତକୁ ଡବଲ ସ୍ବର୍ଣ୍ଣ

କଟକ ଅଫିସ,୨୦ା୭- ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ ତମ ସଂସ୍କରଣରେ ଭାରତ ଦଳଗତ ଇଭେଣ୍ଟରେ ଡବଲ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି ।...

‘କୋହଲି ଜଣେ ଭାବପ୍ରବଣ ଅଧିନାୟକ’

ନୂଆଦିଲ୍ଲୀ, ୭।୫-ସାମ୍ପ୍ରତିକ ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ଜଣେ ଦକ୍ଷ ଖେଳାଳି, ଏଥିରେ ଦ୍ୱିମତ ନାହିଁ। ମାତ୍ର ଅଧିନାୟକଭାବେ ତାଙ୍କୁ ଆହୁରି ଅନେକ ବାଟ...

କାହିଁକି ଅଷ୍ଟ୍ରେଲିଆ ଗସ୍ତରେ ଗଲେ ନାହିଁ ରୋହିତ ଶର୍ମା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ତେବେ ଏହି ସିରିଜରେ ଟିମ ଇଣ୍ଡିଆ ଏହାର ସବୁଠାରୁ ବଡ...

କ୍ରିକେଟ୍‌ରେ ନୂଆ ସ୍ମାର୍ଟ ବଲ୍‌

ଓ୍ବେଲିଂଟନ, ୧୩।୮- ଆଧୁନିକ କ୍ରିକେଟ୍‌ରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିସାରିଛି। ଏବେ କ୍ରିକେଟ୍‌ ଖେଳରେ ଆଉ ଏକ ନୂଆ ଟେକ୍ସନୋଲୋଜିର ପ୍ରୟୋଗ ଦେଖିବାକୁ...

Advertisement

BGU

Archives

Model This Week

Why Dharitri