Posted inଖେଳ

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବୋଲିଂ କରିବ। ଯୁବ ଦ୍ରୁତ ବୋଲର ଗୁରନୂର ବ୍ରାରଙ୍କୁ ଭାରତୀୟ ଦଳରେ ସୁଯୋଗ ଦିଆଯାଇଛି। ସାଢ଼େ ଛଅ ଫୁଟ ଉଚ୍ଚତା ହେତୁ ସେ ଇଂଲଣ୍ଡ ପରିସ୍ଥିତିରୁ ଯଥେଷ୍ଟ ଲାଭ ପାଇବାର ଆଶା କରାଯାଉଛି। ଶିବମ ଦୁବେଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି। କୁଲଦୀପ ଯାଦବ ଏବଂ ଅର୍ଶଦୀପ ସିଂହ ପ୍ଲେଇଂ-୧୧ରୁ ବଞ୍ଚିତ ହୋଇଛନ୍ତି।
ଇଂଲଣ୍ଡ ଏଜବାଷ୍ଟନ ଷ୍ଟାଡିୟମରେ ଶେଷ ୭ଟି ମ୍ୟାଚ ଜିତିଛି। ଶେଷ ଥର ପାଇଁ ଇଂଲଣ୍ଡ ଦଳ ଏଠାରେ ଟିମ ଇଣ୍ଡିଆଠାରୁ ପରାସ୍ତ ହୋଇଥିଲା। ଭାରତ ୨୦୧୪ରେ ଏହି ସ୍ଥାନରେ ଇଂଲଣ୍ଡକୁ ୯ ଉଇକେଟରେ ପରାସ୍ତ କରିଥିଲା ଏବଂ ସେବେଠାରୁ ଇଂଲଣ୍ଡ ଦଳ ଏଠାରେ ଅପରାଜିତ ରହିଛି। ଏହା ଇଂଲଣ୍ଡର ଉଇକେଟକିପର-ବ୍ୟାଟସମ୍ୟାନ ଜୋସ ବଟଲରଙ୍କ ପାଇଁ ୨୦୦ତମ ମ୍ୟାଚ। ଇଂଲଣ୍ଡ ପାଇଁ ୨୦୦ ଦିନିକିଆ ଖେଳିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ।

ଟିମ ଇଣ୍ଡିଆ ପାଖରେ ଛଅଟି ବୋଲିଂ ବିକଳ୍ପ ଉପଲବ୍ଧ ଅଛି। ତିନି ଜଣ ବିଶେଷଜ୍ଞ ଦ୍ରୁତ ବୋଲର ଅଛନ୍ତି – ଗୁରନୂର ବ୍ରାର, ଜଶପ୍ରୀତ ବୁମରାଏଂବ ପ୍ରସିଦ୍ଧ କ୍ରିଷ୍ଣା। ଶିବମ ଦୁବେ ମିଡିୟମ ପେସ୍‌ ବୋଲିଂ କରନ୍ତି। ଏହା ବ୍ୟତୀତ ଦଳରେ ଦୁଇ ଜଣ ସ୍ପିନର ଅଛନ୍ତି ୱାଶିଂଟନ ସୁନ୍ଦର ଏବଂ ଅକ୍ଷର ପଟେଲ।

ଇଂଲଣ୍ଡ ପ୍ଲେଇଂ-୧୧: ଜାକବ ବେଥେଲ, ବେନ ଡକେଟ, ଜୋ ରୁଟ, ହ୍ୟାରି ବ୍ରୁକ (ଅଧିନାୟକ), ଜୋସ ବଟଲର୍‌ (ଉଇକେଟକିପର), ସାମ କରାନ, ୱିଲ ଜ୍ୟାକ୍ସ, ଜୋଫ୍ରା ଆର୍ଚର, ଲିଆମ ଡସନ, ଜୋଶ ଟଙ୍ଗ, ଏବଂ ଆଦିଲ ରସିଦ।

ଭାରତ ପ୍ଲେଇଂ-୧୧: ରୋହିତ ଶର୍ମା, ଶୁବମନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଉଇକେଟକିପର), ୱାଶିଂଟନ ସୁନ୍ଦର, ଶିବମ ଦୁବେ, ଅକ୍ଷର ପଟେଲ, ଗୁରନୂର ବ୍ରାର, ଜଶପ୍ରୀତ ବୁମରା ଏବଂ ପ୍ରସିଦ୍ଧ କ୍ରିଷ୍ଣା।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri