Posted inଖେଳ

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବୋଲିଂ କରିବ। ଯୁବ ଦ୍ରୁତ ବୋଲର ଗୁରନୂର ବ୍ରାରଙ୍କୁ ଭାରତୀୟ ଦଳରେ ସୁଯୋଗ ଦିଆଯାଇଛି। ସାଢ଼େ ଛଅ ଫୁଟ ଉଚ୍ଚତା ହେତୁ ସେ ଇଂଲଣ୍ଡ ପରିସ୍ଥିତିରୁ ଯଥେଷ୍ଟ ଲାଭ ପାଇବାର ଆଶା କରାଯାଉଛି। ଶିବମ ଦୁବେଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି। କୁଲଦୀପ ଯାଦବ ଏବଂ ଅର୍ଶଦୀପ ସିଂହ ପ୍ଲେଇଂ-୧୧ରୁ ବଞ୍ଚିତ ହୋଇଛନ୍ତି।
ଇଂଲଣ୍ଡ ଏଜବାଷ୍ଟନ ଷ୍ଟାଡିୟମରେ ଶେଷ ୭ଟି ମ୍ୟାଚ ଜିତିଛି। ଶେଷ ଥର ପାଇଁ ଇଂଲଣ୍ଡ ଦଳ ଏଠାରେ ଟିମ ଇଣ୍ଡିଆଠାରୁ ପରାସ୍ତ ହୋଇଥିଲା। ଭାରତ ୨୦୧୪ରେ ଏହି ସ୍ଥାନରେ ଇଂଲଣ୍ଡକୁ ୯ ଉଇକେଟରେ ପରାସ୍ତ କରିଥିଲା ଏବଂ ସେବେଠାରୁ ଇଂଲଣ୍ଡ ଦଳ ଏଠାରେ ଅପରାଜିତ ରହିଛି। ଏହା ଇଂଲଣ୍ଡର ଉଇକେଟକିପର-ବ୍ୟାଟସମ୍ୟାନ ଜୋସ ବଟଲରଙ୍କ ପାଇଁ ୨୦୦ତମ ମ୍ୟାଚ। ଇଂଲଣ୍ଡ ପାଇଁ ୨୦୦ ଦିନିକିଆ ଖେଳିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ।

ଟିମ ଇଣ୍ଡିଆ ପାଖରେ ଛଅଟି ବୋଲିଂ ବିକଳ୍ପ ଉପଲବ୍ଧ ଅଛି। ତିନି ଜଣ ବିଶେଷଜ୍ଞ ଦ୍ରୁତ ବୋଲର ଅଛନ୍ତି – ଗୁରନୂର ବ୍ରାର, ଜଶପ୍ରୀତ ବୁମରାଏଂବ ପ୍ରସିଦ୍ଧ କ୍ରିଷ୍ଣା। ଶିବମ ଦୁବେ ମିଡିୟମ ପେସ୍‌ ବୋଲିଂ କରନ୍ତି। ଏହା ବ୍ୟତୀତ ଦଳରେ ଦୁଇ ଜଣ ସ୍ପିନର ଅଛନ୍ତି ୱାଶିଂଟନ ସୁନ୍ଦର ଏବଂ ଅକ୍ଷର ପଟେଲ।

ଇଂଲଣ୍ଡ ପ୍ଲେଇଂ-୧୧: ଜାକବ ବେଥେଲ, ବେନ ଡକେଟ, ଜୋ ରୁଟ, ହ୍ୟାରି ବ୍ରୁକ (ଅଧିନାୟକ), ଜୋସ ବଟଲର୍‌ (ଉଇକେଟକିପର), ସାମ କରାନ, ୱିଲ ଜ୍ୟାକ୍ସ, ଜୋଫ୍ରା ଆର୍ଚର, ଲିଆମ ଡସନ, ଜୋଶ ଟଙ୍ଗ, ଏବଂ ଆଦିଲ ରସିଦ।

ଭାରତ ପ୍ଲେଇଂ-୧୧: ରୋହିତ ଶର୍ମା, ଶୁବମନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଉଇକେଟକିପର), ୱାଶିଂଟନ ସୁନ୍ଦର, ଶିବମ ଦୁବେ, ଅକ୍ଷର ପଟେଲ, ଗୁରନୂର ବ୍ରାର, ଜଶପ୍ରୀତ ବୁମରା ଏବଂ ପ୍ରସିଦ୍ଧ କ୍ରିଷ୍ଣା।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?