Posted inଖେଳ

ପୂରା ଆଇପିଏଲ୍‌ ପାଇଁ ଉପଲବ୍ଧ ହେବେ ନାହିଁ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୨୮।୧: ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣର ଶେଷ ଆଡ଼କୁ ଇଂଲଣ୍ଡ ଟେଷ୍ଟ ଖେଳାଳିଙ୍କୁ ସ୍ବଦେଶ ଫେରିବାକୁ ପଡ଼ିପାରେ। କାରଣ ସେହି ସମୟରେ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ହେବାର ଅଛି। ସିରିଜ୍‌ର ପ୍ରଥମ ଟେଷ୍ଟ ଜୁନ ୨ ତାରିଖରୁ ଲଡର୍‌ସଠାରେ ଖେଳାଯିବାର ଅଛି। ଯଦି ଓ ଏପର୍ଯ୍ୟନ୍ତ ଆଇପିଏଲ ଆୟୋଜନର ତାରିଖ ଘୋଷଣା କରାଯାଇ ନାହିଁ, ତେବେ ମାର୍ଚ୍ଚ ୨୭ରୁ ସମ୍ଭବତଃ ଟୁର୍ନାମେଣ୍ଟ ଆରମ୍ଭ ହୋଇ ମେ’ ଶେଷ ପର୍ଯ୍ୟନ୍ତ ଚାଲିବ। ଏହାର କିଛି ଦିନ ପରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ।

ଯଦି ଇଂଲଣ୍ଡ ଖେଳାଳି ପୂରା ଆଇପିଏଲ ପାଇଁ ଉପଲବ୍ଧ ରୁହନ୍ତି, ତେବେ ସେମାନେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜ୍‌ ପୂର୍ବରୁ ଅଭ୍ୟାସ କରିବାକୁ ସମୟ ମିଳିବ ନାହିଁ। କିନ୍ତୁ ଇଂଲଣ୍ଡ ଖେଳାଳିମାନେ ଆଇପିଏଲ ଦଳ ସହ ସେମାନଙ୍କ ଉପଲବ୍ଧତା ନେଇ କୌଣସି ଯୋଗାଯୋଗ ହୋଇ ନାହିଁ।

କିନ୍ତୁ ଟେଷ୍ଟ ସିରିଜ୍‌ର ପ୍ରସ୍ତୁତି ଯୋଗୁ କେତେ ଖେଳାଳି ପ୍ରଭାବିତ ହେବେ, ତାହା ଆସନ୍ତା ମାସରେ ହେବାକୁ ଥିବା ମେଗା ଅକ୍‌ଶନରେ ଜଣାପଡ଼ିବ। କେବେ ସେମାନଙ୍କୁ ସ୍ବଦେଶ ଫେରିବାକୁ କୁହାଯିବ। ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ଖେଳାଳିମାନେ ଚାମ୍ପିୟନଶିପ୍‌ ମ୍ୟାଚ୍‌ ଖେଳନ୍ତୁ ବୋଲି ଯଦି ଇଂଲଣ୍ଡର ମ୍ୟାନେଜମେଣ୍ଟ ଚାହେଁ, ତେବେ ସେମାନଙ୍କୁ ମେ’ ୧୯ ପୂର୍ବରୁ ସ୍ବଦେଶକୁ ଫେରିବାକୁ ପଡ଼ିବ। ମୋଟ ଉପରେ ୨୨ ଜଣ ଖେଳାଳି ଆଇପିଏଲ ଅକ୍‌ଶନ ପାଇଁ ନାମ ପଞ୍ଜୀକୃତ କରାଇଥିବା ବେଳେ ଜୋସ ବଟଲରଙ୍କୁ ରାଜସ୍ଥାନ ରୟାଲ୍ସ ରିଟେନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri