Posted inଖେଳ

କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ଇଂଲଣ୍ଡ

ଡର୍ଟମୁଣ୍ଡ,୧୧ା୭: ୟୁରୋ କପ୍‌ ୨୦୨୪ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ଓଲି ଓ୍ବାଟକିନ୍ସଙ୍କ ଲେଟ୍‌ ଗୋଲ ବଳରେ ଦଳ ୨-୧ରେ ନେଦରଲାଣ୍ଡ୍ସକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ପ୍ରବେଶ କରିଛି।

ମ୍ୟାଚ୍‌ର ୮୧ ତମ ମିନିଟରେ ଇଂଲଣ୍ଡ କୋଚ୍‌ ଗାରେଥ ସାଉଥଗେଟ ଏକ ସାହସିକ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ହ୍ୟାରୀ କେନ୍‌ଙ୍କୁ ସବ୍‌ଷ୍ଟିଚ୍ୟୁଟ କରି ତାଙ୍କ ସ୍ଥାନରେ ଓଲି ଓ୍ବାଟକିନ୍ସଙ୍କୁ ଖେଳାଇଥିଲେ। ୮୯.୫୯ ସେକେଣ୍ଡରେ ଓ୍ବାଟକିନ୍ସ ଗୋଲ କରିବା ସହ ଇଂଲଣ୍ଡକୁ ଫାଇନାଲରେ ପହଞ୍ଚାଇ ଥିଲେ।

ୟୁରୋ ୨୦୨୪ରେ ରାଉଣ୍ଡ ଅଫ୍‌ ୧୬ ମ୍ୟାଚ୍‌ରେ ସ୍ଲୋଭାକିଆକୁ ଅତିରିକ୍ତ ସମୟରେ ଓ କ୍ୱାର୍ଟର ଫାଇନାଲରେ ସୁଇଜରଲାଣ୍ଡକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରିଥିଲା ଇଂଲଣ୍ଡ। ଅନ୍ତିମ ୧୦ ମିନିଟରେ ସାଉଥ୍‌ଗେଟ୍‌ କୋଲ୍‌ ପାଲମର ଓ ଓଲି ଓ୍ବାଟକିନ୍ସଙ୍କୁ ସାମିଲ କରିବାର ଯେଉଁ ଜୁଆ ଖେଳିଥିଲେ ତାହା ସଫଳ ହୋଇଥିଲା।

ମ୍ୟାଚ୍‌ରେ ଇଂଲଣ୍ଡ ୫୯ ପ୍ରତିଶତ ସମୟ ବଳ୍‌ ନିୟନ୍ତ୍ରଣରେ ରଖିଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଜାଭି ସିମନ୍ସ ସପ୍ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଚଳିତ ୟୁରୋରେ ଏହା ତାଙ୍କର ପ୍ରଥମ ଗୋଲ ଥିଲା। ୪୦ ୟାର୍ଡ ଦୂରରୁ ସେ ଏହି ଶଟ୍‌ ମାରିଥିଲେ।

ତେବେ ଏହାର ୧୧ ମିନିଟ ମଧ୍ୟରେ ଇଂଲଣ୍ଡ ଅଧିନାୟକ ହ୍ୟାରୀ କେନ୍‌ ଏହି ଗୋଲ ପରିଶୋଧ କରିଥିଲେ। ୧୮ ତମ ମିନିଟରେ ଇଂଲଣ୍ଡକୁ ଏକ ପେନାଲ୍ଟି ମିଳିଥିଲା। ଏଥିରୁ ସ୍କୋର କରିବା ସହ ମ୍ୟାଚ୍‌କୁ ସମାନ୍ତର ସ୍ଥିତିକୁ ଆଣିଥିଲେ କେନ୍‌। ପ୍ରଥମାର୍ଦ୍ଧରେ ମ୍ୟାଚ୍‌ ୧-୧ ସ୍ଥିତିରେ ରହିଥିଲା। ଦ୍ୱିତୀୟାର୍ଦ୍ଧ ଶେଷ ହେବାର ଠିକ୍‌ ପୂର୍ବରୁ କୋଲ୍‌ ପାଲମରଙ୍କ ଆସିଷ୍ଟରେ ଓଲି ଓ୍ବାଟକିନ୍ସ ଏକ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri