Posted inଖେଳ

ଦଣ୍ଡାଦେଶ ସ୍ବୀକାର କଲେ ମୋର୍ଗାନ

ଅହମ୍ମଦାବାଦ,୧୯।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଧିମା ବୋଲିଂ ପାଇଁ ଇଂଲଣ୍ଡ ଦଳକୁ ଦଣ୍ଡିତ କରାଯାଇଛି। ଜରିମାନା ବାବଦକୁ ଭ୍ରମଣକାରୀ ଦଳର ଖେଳାଳିଙ୍କ ମ୍ୟାଚ୍‌ ଫି’ରୁ ୨୦ ପ୍ରତିଶତ କାଟ୍‌ କରାଯାଇଛି। ନିର୍ଦ୍ଧାରିତ ସମୟରେ ଇଂଲଣ୍ଡ ଦଳ ପୂରା ୨୦ ଓଭର ବୋଲିଂ କରିପାରି ନ ଥିଲା। ଗୋଟିଏ ଓଭର ବଳକା ରହିଯାଇଥିଲା। ଆଇସିସି ମ୍ୟାଚ୍‌ ରେଫରି ଜାଭାଗଲ ଶ୍ରୀନାଥ ଏହି ଦଣ୍ଡାଦେଶ ଲଗାଇଛନ୍ତି। ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଦୋଷ ଓ ଦଣ୍ଡାଦେଶ ସ୍ବୀକାର କରିନେଇଛନ୍ତି। ଏଣୁ ଏହି ଘଟଣାରେ କୌଣସି ଶୁଣାଣିର ଆବଶ୍ୟକତା ନାହିଁ। ତେବେ ଚଳିତ ସିରିଜ୍‌ରେ ଧିମା ବୋଲିଂ ହାର ଲାଗି ଟିମ୍‌ ଇଣ୍ଡିଆ ମଧ୍ୟ ଦଣ୍ଡିତ ହୋଇସାରିଛି।

ଉଲ୍ଲେଖଥାଉ କି, ଚତୁର୍ଥ ମ୍ୟାଚ୍‌କୁ ଜିତି ସିରିଜ୍‌କୁ ୨-୨ର ବରାବର ସ୍ଥିତିରେ ଆଣି ଛିଡ଼ା କରିଛି ଭାରତୀୟ ଦଳ। ସିରିଜ୍‌ର ଅନ୍ତିମ ତଥା ଫାଇନାଲ ମ୍ୟାଚ୍‌ ଶନିବାର ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ଇତିହାସରେ ତୃତୀୟଥର ଘଟିଲା ଏମିତି ଘଟଣା

ଆଇପିଏଲ ଇତିହାସରେ ଅନେକ ନିଆରା ଘଟଣା ଘଟିଛି, ଯେତେବେଳେ ବ୍ୟାଟ୍ସମ୍ୟାନ୍‌ ୯୯ ରନରେ ଆଉଟ୍‌ ହୋଇଛନ୍ତି ଏବଂ ମାତ୍ର ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ...

‘ ଦିନିକିଆ, ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ ’

ମୁମ୍ବାଇ,୧୪।୫ : ଭାରତୀୟ ଦିନିକିଆ ଓ ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ। ଅସ୍ତ୍ରୋପଚାର ପରେ ସେ ନିୟମିତ ବୋଲିଂ କରିପାରୁ ନାହାନ୍ତି।...

ପଞ୍ଚମ ଓ୍ବିମ୍ବେଲଡନ୍‌ ଟାଇଟଲ୍‌ ଲକ୍ଷ୍ୟରେ ଜୋକୋଭିଚ୍‌

ଲଣ୍ଡନ, ୩୦।୬(ଏଏଫ୍‌ପି)- ଚଳିତ ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଓ୍ବିମ୍ବେଲଡନ ସୋମବାରଠାରୁ ସ୍ଥାନୀୟ ଅଲ୍‌ ଇଂଲଣ୍ଡ ଲନ୍‌ ଟେନିସ କ୍ଲବଠାରେ ଆରମ୍ଭ ହେବାକୁ ଯାଉଛି।...

ବାଂଲାଦେଶକୁ ପ୍ରାରମ୍ଭିକ ଝଟ୍‌କା

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବାଂଲାଦେଶ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ଇନିଂସରେ ମାତ୍ର ୧୫୦...

ପିକେଏଲ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ସେମିଫାଇନାଲରେ

ଅହମ୍ମଦାବାଦ, ୧୫।୧୦ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ବୁଲ୍ସ ଓ ୟୁ ମୁମ୍ବା ଚଳିତ ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌) ୭ମ ସିଜନର ସେମିଫାଇନାଲରେ ପ୍ରବେଶ...

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ହରିୟାଣାକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୧୩।୨(କ୍ରୀଡ଼ା ପ୍ରତିନିଧି)- ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟୀ ହେବା ସହ ଓଡ଼ିଶା...

ବ୍ୟାଟ୍ସମ୍ୟାନଙ୍କ ଲାଗି ହେଲମେଟ୍‌ ବାଧ୍ୟତାମୂଳକ ହେଉ

ନୂଆଦିଲ୍ଲୀ, ୪ା୧୧(ପି.ଟି.)-ପ୍ରଫେସନାଲ ସ୍ତରରେ ଖେଳିବାବେଳେ ବ୍ୟାଟ୍ସମ୍ୟାନଙ୍କ ଲାଗି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଉ ବୋଲି ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

୧୧.୧୫ ଟାଇମିଂ ହେଉଛି ମୂଳ ଲକ୍ଷ୍ୟ: ଦୂତୀ

ଭୁବନେଶ୍ୱର, ୧୪।୧୦(ସ୍ପୋଟର୍‌ସ ବ୍ୟୁରୋ)- ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ରାଞ୍ଚିରେ ଚାଲିଥିବା ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଛନ୍ତି। ଉଭୟ...

Advertisement
Ten Cric Info


Archives

Model This Week