Posted inଖେଳ

୫୭୮ରେ ଇଂଲଣ୍ଡ ଅଲଆଉଟ୍‌ ; ଟିମ୍‌ ଇଣ୍ଡିଆ ପାଇଁ ଘାତକ ସାବ୍ୟସ୍ତ ହେଲେ ବେସ୍‌

ଚେନ୍ନାଇ, ୭ା୨- ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ସମ୍ପୂର୍ଣ୍ଣ ରୂପେ ଇଂଲଣ୍ଡ ନିୟନ୍ତ୍ରଣରେ ରହିଛି। ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ୫୭୮ ରନ୍‌ରେ ଅଲଆଉଟ୍‌ ହେବା ପରେ ଅନଭିଜ୍ଞ ସ୍ପିନର ଡୋମିନିକ୍‌ ବେସ୍‌ ଭାରତୀୟ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି। ୩ୟ ଦିବସ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୬ ଉଇକେଟ ହରାଇ ୨୫୭ ରନ୍‌ କରିବାକୁ ସକ୍ଷମ ହୋଇଛି।

ଅସମାପ୍ତ ପ୍ରଥମ ଇନିଂସ ସ୍କୋର(୫୫୫/୮)ରୁ ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡ ବଳକା ଦୁଇ ଉଇକେଟରେ ମାତ୍ର ୨୩ ରନ୍‌ ଯୋଡ଼ି ପାରିଥିଲା। ଫଳରେ ୫୭୮ ରନ୍‌ରେ ସୀମିତ ରହିଥିବା ଭ୍ରମଣକାରୀ ଇଂଲଣ୍ଡ। ରବିଚନ୍ଦ୍ରନ ଅଶ୍ୱିନ ଓ ଯଶପ୍ରୀତ ବୁମରା ହାତେଇଥିଲେ ଗୋଟିଏ ଲେଖାଏ ଉଇକେଟ। ଏହାପରେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପ୍ରଥମ ୧୦ ଓଭର ମଧ୍ୟରେ ହିଁ ଦୁଇ ଓପନର ରୋହିତ ଶର୍ମା (୬) ଓ ଶୁବମାନ ଗିଲ (୨୯)ଙ୍କ ଉଇକେଟ ହରାଇଥିଲା। ଦୁହିଁଙ୍କ ଉଇକେଟ ନେଇଥିଲେ ଜୋଫ୍ରା ଆର୍ଚ୍ଚର। ସେମାନଙ୍କ ପରେ ଅଧିନାୟକ ବିରାଟ କୋହଲି (୧୧) ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୧) ଆଗ ପଛ ହୋଇ ପ୍ୟାଭେଲିଅନ ଫେରିଥିଲେ। ଏହାପରେ ଚେତ୍ତେଶ୍ୱର ପୂଜାରା ଓ ଋଷଭ ପନ୍ତ ଚତୁର୍ଥ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ି ଥିଲେ ୧୧୯ ରନ୍‌। ଧୈର୍ଯ୍ୟର ସହ ଖେଳୁଥିବା ପୂଜାରା (୭୩) ଆଉଟ୍‌ ହେବା ପରେ ମାତ୍ର ୯ ରନ୍‌ରେ ଶତକ ହାତଛାଡ଼ କରିଥିଲେ ପନ୍ତ (୯୧)। ଏହାପରେ ଓ୍ବାଶିଂଟନ ସୁନ୍ଦର (୩୩*) ଓ ଅଶ୍ୱିନ (୮*) ବ୍ୟାଟିଂ କରି ପ୍ରତିପକ୍ଷ ବୋଲରଙ୍କୁ ଦେଇ ନ ଥିଲେ ଉଇକେଟ ନେବାର ସୁଯୋଗ। ଫଳରେ ତୃତୀୟ ଦିନ ସୁଦ୍ଧା ଭାରତ ୬ ଉଇକେଟ ହରାଇ ୧୫୭ ରନ୍‌ କରିଛି। ଦଳ ହାତରେ ୪ ଉଇକେଟ ବାକି ଥିବାବେଳେ ଇଂନିସ ଅଗ୍ରଣୀ ପାଇଁ ଆହୁରି ୩୨୧ ରନ ଦରକାର। ଇଂଲଣ୍ଡ ପାଇଁ ଆର୍ଚ୍ଚର ୨ ଓ ଡୋମିନିକ ବେସ ୪ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri