Posted inଖେଳ

୫୭୮ରେ ଇଂଲଣ୍ଡ ଅଲଆଉଟ୍‌ ; ଟିମ୍‌ ଇଣ୍ଡିଆ ପାଇଁ ଘାତକ ସାବ୍ୟସ୍ତ ହେଲେ ବେସ୍‌

ଚେନ୍ନାଇ, ୭ା୨- ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ସମ୍ପୂର୍ଣ୍ଣ ରୂପେ ଇଂଲଣ୍ଡ ନିୟନ୍ତ୍ରଣରେ ରହିଛି। ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ୫୭୮ ରନ୍‌ରେ ଅଲଆଉଟ୍‌ ହେବା ପରେ ଅନଭିଜ୍ଞ ସ୍ପିନର ଡୋମିନିକ୍‌ ବେସ୍‌ ଭାରତୀୟ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି। ୩ୟ ଦିବସ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୬ ଉଇକେଟ ହରାଇ ୨୫୭ ରନ୍‌ କରିବାକୁ ସକ୍ଷମ ହୋଇଛି।

ଅସମାପ୍ତ ପ୍ରଥମ ଇନିଂସ ସ୍କୋର(୫୫୫/୮)ରୁ ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡ ବଳକା ଦୁଇ ଉଇକେଟରେ ମାତ୍ର ୨୩ ରନ୍‌ ଯୋଡ଼ି ପାରିଥିଲା। ଫଳରେ ୫୭୮ ରନ୍‌ରେ ସୀମିତ ରହିଥିବା ଭ୍ରମଣକାରୀ ଇଂଲଣ୍ଡ। ରବିଚନ୍ଦ୍ରନ ଅଶ୍ୱିନ ଓ ଯଶପ୍ରୀତ ବୁମରା ହାତେଇଥିଲେ ଗୋଟିଏ ଲେଖାଏ ଉଇକେଟ। ଏହାପରେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପ୍ରଥମ ୧୦ ଓଭର ମଧ୍ୟରେ ହିଁ ଦୁଇ ଓପନର ରୋହିତ ଶର୍ମା (୬) ଓ ଶୁବମାନ ଗିଲ (୨୯)ଙ୍କ ଉଇକେଟ ହରାଇଥିଲା। ଦୁହିଁଙ୍କ ଉଇକେଟ ନେଇଥିଲେ ଜୋଫ୍ରା ଆର୍ଚ୍ଚର। ସେମାନଙ୍କ ପରେ ଅଧିନାୟକ ବିରାଟ କୋହଲି (୧୧) ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୧) ଆଗ ପଛ ହୋଇ ପ୍ୟାଭେଲିଅନ ଫେରିଥିଲେ। ଏହାପରେ ଚେତ୍ତେଶ୍ୱର ପୂଜାରା ଓ ଋଷଭ ପନ୍ତ ଚତୁର୍ଥ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ି ଥିଲେ ୧୧୯ ରନ୍‌। ଧୈର୍ଯ୍ୟର ସହ ଖେଳୁଥିବା ପୂଜାରା (୭୩) ଆଉଟ୍‌ ହେବା ପରେ ମାତ୍ର ୯ ରନ୍‌ରେ ଶତକ ହାତଛାଡ଼ କରିଥିଲେ ପନ୍ତ (୯୧)। ଏହାପରେ ଓ୍ବାଶିଂଟନ ସୁନ୍ଦର (୩୩*) ଓ ଅଶ୍ୱିନ (୮*) ବ୍ୟାଟିଂ କରି ପ୍ରତିପକ୍ଷ ବୋଲରଙ୍କୁ ଦେଇ ନ ଥିଲେ ଉଇକେଟ ନେବାର ସୁଯୋଗ। ଫଳରେ ତୃତୀୟ ଦିନ ସୁଦ୍ଧା ଭାରତ ୬ ଉଇକେଟ ହରାଇ ୧୫୭ ରନ୍‌ କରିଛି। ଦଳ ହାତରେ ୪ ଉଇକେଟ ବାକି ଥିବାବେଳେ ଇଂନିସ ଅଗ୍ରଣୀ ପାଇଁ ଆହୁରି ୩୨୧ ରନ ଦରକାର। ଇଂଲଣ୍ଡ ପାଇଁ ଆର୍ଚ୍ଚର ୨ ଓ ଡୋମିନିକ ବେସ ୪ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri