ବାଘଛାଲ ବିକୁଥିଲେ ଇଞ୍ଜିନିୟରିଂ ଛାତ୍ର

ବାରିପଦା ଅଫିସ,୨୦ା୯: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଗାନ୍ଧୀ ପାର୍କ ନିକଟରୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଚଢ଼ାଉ କରି ୨ଫୁଟର କଲରାପତରିଆ ବାଘଛାଲ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୨ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଦ୍ୱୟ ହେଲେ ବଡ଼ସାହି ଥାନା ଅଧୀନ ଉଠାଣୀନୂଆଗାଁ ଗ୍ରାମର ବିକାଶ ବେଣ୍ଟକର(୨୭) ଓ ଖାନୁଆ ପଞ୍ଚାୟତ ପଳାଶବଣୀ ଗ୍ରାମର ବିକାଶ ବିନୟ ସିଂ(୨୬)।
ସୂଚନା ଅନୁଯାୟୀ, ବିକାଶ ରଙ୍ଗ ମିସ୍ତ୍ରି ଭାବେ କାମ କରନ୍ତି। ଶିମିଳିପାଳ ଅଞ୍ଚଳକୁ ସେ କାମ କରିବାକୁ ଯାଇଥିବା ବେଳେ ବାଘ ଛାଲ କିଣିଥିଲେ। ଏହାକୁ ବିକ୍ରି କରିବା ପାଇଁ ସହଯୋଗୀ ଭାବେ ଡିଗ୍ରୀ ଇଞ୍ଜନିୟରିଂ ପାସ୍‌ କରିଥିବା ବିକାଶ ବିନୟଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ବିକାଶ ବିନୟ ଏହି ବାଘଛାଲର ଫଟୋକୁ ବିକ୍ରି କରିବା ଉଦ୍ଦେଶ୍ୟରେ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ। ଚେନ୍ନାଇର କ୍ରାଇମ୍‌ କଣ୍ଟ୍ରୋଲ ବୋର୍ଡ ଏହି ଫଟୋ ଦେଖି ୱାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବୋର୍ଡ ଜବଲପୁରକୁ ଖବର ଦେଇଥିଲା। ଜବଲପୁରରୁ ଓଡ଼ିଶା ଏସ୍‌ଟିଏଫ୍‌କୁ ସୂଚନା ଦିଆଯାଇଥିଲା। ଏସ୍‌ଟିଏଫ୍‌ ପକ୍ଷରୁ ବାରିପଦା ବନ ବିଭାଗକୁ ଖବର ଦିଆଯିବା ସହ ଜଣେ କର୍ମଚାରୀ ଗ୍ରାହକ ସାଜି ବିକାଶ ବିନୟଙ୍କ ସହ ଯୋଗାଯୋଗ କରିଥିଲେ। ଯୋଜନା ଅନୁଯାୟୀ ସୋମବାର ବାଘଛାଲ ନେଇ ଆସିଥିବା ବେଳେ ଏସଟିଏଫ୍‌ ଓ ବନ କର୍ମଚାରୀମାନେ ବିକାଶ ବିନୟଙ୍କୁ କାବୁ କରିଥିଲେ। ତାଙ୍କଠାରୁ ବାଘଛାଲ ଓ ଦାନ୍ତ ଜବତ କରାଯାଇଛି। ବାଘଟି ଅଳ୍ପ ବୟସର ହୋଇଥିବା ବେଳେ ଏହାର ଲିଙ୍ଗ ଜଣାପଡ଼ିନାହିଁ। ବାଘଛାଲର ଡିଏନ୍‌ଏ ପରୀକ୍ଷା ପରେ ଲିଙ୍ଗ ଓ ବୟସ ଜଣାପଡ଼ିବ ବୋଲି ବିଭାଗ ସୂଚନା ଦେଇଛି। ଏହି ଚଢ଼ାଉରେ ୱାଇଲ୍ଡ ଲାଇଫ୍‌ କଣ୍ଟ୍ରୋଲ ବୋର୍ଡର କନଷ୍ଟେବଳ ରାଜୀବ ଦୀକ୍ଷିତ, ସହକାରୀ ବନ ସଂରକ୍ଷକ ଦିଲୀପ କୁମାର ବାରିକ, ବାରିପଦା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀଧର ବେହେରା ପ୍ରମୁଖ ସାମିଲ ଥିଲେ ା ଏ ସଂକ୍ରାନ୍ତରେ ଏକ ମାମଲା (ଓଆର ୭୮/୨୦୨୧-୨୨) ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?