୪୦ ଜଣଙ୍କୁ ରୋଜଗାର ଯୋଗାଇଛନ୍ତି ଇଞ୍ଜିନିୟର ଚାଷୀ

ରାୟଗଡ଼ା ଅଫିସ,୧୯ା୧୧: ଗୋଟିଏ ପଟେ ଚାଷୀ ଚାଷକାମରୁ ଦୂରେଇ ଚାକିରି ପାଇଁ ରାଜ୍ୟ ବାହାରକୁ ଯାଉଥିବାବେଳେ ଅନ୍ୟପଟେ ଯୁବଗୋଷ୍ଠୀ ଚାକିରି ଛାଡ଼ି ଚାଷକୁ ଆପଣାଉଛନ୍ତି। ଆଧୁନିକ ପ୍ରଣାଳୀରେ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇବାକୁ ଇଚ୍ଛାପ୍ରକାଶ କରୁଛନ୍ତି। ଏଭଳି ଜଣେ ଯୁବ ଚାଷୀ ହେଲେ ରାୟଗଡ଼ା ଜିଲା କୋଲନରା ବ୍ଲକ ପେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଅମ୍ଳାଭଟା ଗ୍ରାମର ସତ୍ୟ ପ୍ରବୀଣ (୩୫)। ଇଲେକ୍ଟ୍ରୋନିକ୍‌ସ ଆଣ୍ଡ ଟେଲି କମ୍ୟୁନିକେସନରେ ବି. ଟେକ୍‌ କରି ସେ ବିଭିନ୍ନ ବଡ଼ କମ୍ପାନୀରେ କାମ କରିଛନ୍ତି। ମାଲେସିଆର ଏକ ଘରୋଇ କମ୍ପାନୀରେ କାମ କରି ଭଲ ଦରମା ମଧ୍ୟ ପାଉଥିଲେ। ହେଲେ ଦେଶ ବାହାରେ କାମ କରିବା ବଦଳରେ ଗାଁରେ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସେ ଚିନ୍ତା କରି ଗାଁକୁ ଫେରିଥିଲେ। ଏବେ ସତ୍ୟ ପ୍ରବୀଣ ଆତ୍ମନିର୍ଭର ହେବା ସହ ୪୦ ଜଣଙ୍କୁ କାମ ଯୋଗାଇ ଅନ୍ୟପାଇଁ ଉଦାହରଣ ପାଲଟିଛନ୍ତି।
ପାରମ୍ପରିକ ଚାଷ ବଦଳରେ ସତ୍ୟ ପ୍ରବୀଣ ଆଧୁନିକ ଚାଷ ପ୍ରଣାଳୀକୁ ଆପଣାଇ ସଫଳତା ପାଇଛନ୍ତି। ସତ୍ୟ ପ୍ରବୀଣଙ୍କ ବାପା କପା ଏବଂ ପାମ୍‌ ଅଏଲ ଚାଷ କରି ସତ୍ୟ ପ୍ରବୀଣଙ୍କ ସମେତ ଅନ୍ୟ ୨ ପୁଅଙ୍କୁ ଉଚ୍ଚ ଶିକ୍ଷିତ କରାଇଛନ୍ତି। ଏବେ ସତ୍ୟ ପ୍ରବୀଣ ମଧ୍ୟ ବାପାଙ୍କ ପଥକୁ ଅନୁସରଣ କରିଛନ୍ତି। ଚାକିରି ଛାଡ଼ି ଚାଷ କରିବା ନିଷ୍ପତ୍ତିକୁ ପ୍ରଥମେ ପରିବାର ଲୋକ ଗ୍ରହଣ କରି ନ ଥିଲେ ମଧ୍ୟ ନିଜ ଇଚ୍ଛାଶକ୍ତି ଏବଂ ନିଷ୍ଠା ବଳରେ ସତ୍ୟ ପ୍ରବୀଣ ସଫଳତା ପାଇ ମସସ୍ତଙ୍କୁ ଚକିତ କରିଛନ୍ତି। ୧୦ ମାସ ହେଲା ସେ ଚାଷ ଆରମ୍ଭ କରିଛନ୍ତି। ଲିଜ୍‌ରେ ଜମି ନେଇ ସେ ଫୁଲକୋବି, ଟମାଟ, ଲେମନ୍‌ ଗ୍ରାସ୍‌ ଆଦି ଚାଷ କରୁଛନ୍ତି। ତେବେ ପାରମ୍ପରିକ ଭାବେ ବର୍ଷା ଉପରେ ନିର୍ଭର ନ କରି ସତ୍ୟ ପ୍ରବୀଣ ଡ୍ରିପ୍‌ ଜଳସେଚନ ମାଧ୍ୟରେ ଚାଷ କରୁଛନ୍ତି। ବୋର୍‌ଓ୍ବେଲରୁ ପାଇପ ଦ୍ୱାରା ସିଧାସଳଖ ବୁନ୍ଦା ଜଳସେଚନ କରୁଛନ୍ତି। ଏହାଦ୍ୱାରା ବାଟରେ ପାଣି ଅପଚୟ ମଧ୍ୟ ହେଉନାହିଁ। ୧୦ ଏକର ଜମିରେ ଫୁଲକୋବି, ୬ ଏକର ଜମିରେ ଲେମନ ଗ୍ରାସ୍‌, ସାଢ଼େ ୩ ଏକରରେ ଟମାଟୋ ଲଗାଇଛନ୍ତି। ତାଙ୍କ ଦ୍ୱାରା ଉତ୍ପାଦିତ ପରିବା ଗଞ୍ଜାମ ଜିଲାର ବ୍ରହ୍ମପୁର, ହିଞ୍ଜିଳିକାଟୁ ସମେତ ରାୟଗଡ଼ା, ଜେକେପୁର, ଥେରୁବାଲି ଏପରି ବିଭିନ୍ନ ଅଞ୍ଚଳକୁ ଯାଇଥାଏ। ଏ ନେଇ ସହାୟକ ଉନୟନ ଉଦ୍ୟାନ କୃଷି ବିଭଗ ଅଧିକାରୀ ରାକେଶ ମିଶ୍ର କହିଛନ୍ତି, ବିଭାଗ ତରଫରୁ କୃଷି କାର୍ଯ୍ୟରେ ସବ୍‌ସିଡି ପ୍ରଦାନ କରାଯାଉଛି। ଡ୍ରିପ୍‌ ଉପାୟରେ କୃଷି ବହୁତ ଉପଯୋଗୀ ହେଉଛି। ତେଣୁ ଚାଷ ପାଇଁ ଆସୁଥିବା ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri