ରୋଚକ ମୋଡ଼ରେ ଯନ୍ତ୍ରୀ-ଠିକାଦାର ବିବାଦ, ଶୀଘ୍ର ସମାଧାନ ନ ହେଲେ…

ବଲାଙ୍ଗୀର,୨୬ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୂର୍ତ୍ତ ବିଭାଗ (ରାସ୍ତା ଓ କୋଠା) ଯନ୍ତ୍ରୀ ଓ ଠିକାଦାରଙ୍କ ବିବାଦ ଏବେ ରୋଚକ ମୋଡ଼ରେ ପହଞ୍ଚିଛି । ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ କେତେଜଣ ଠିକାଦାର (ସି-କ୍ଲାସ୍‌) ଖବରଦାତା ସମ୍ମିଳନୀ ଡାକିଥିଲେ। ସେମାନେ କହିଥିଲେ, ୨୧ ତାରିଖର ଠିକାଦାର-ଯନ୍ତ୍ରୀ ବିବାଦ ନକରାତ୍ମକ ପରିବେଶ ସୃଷ୍ଟି କରିଛି। ଯେଉଁ ପୂର୍ତ୍ତ ଯନ୍ତ୍ରୀ ଓ ଅଫିସ ଷ୍ଟାଫ୍‌ ବଲାଙ୍ଗୀରର ଠିକାଦାରଙ୍କ ସ୍ବାର୍ଥ ଓ ବିକାଶ ପାଇଁ ଦିନରାତି କାମ କରୁଥିଲେ ଗତ ୫ ଦିନ ହେଲା ସେମାନଙ୍କ କାମ ଶିଥିଳ ହୋଇଯାଇଛି। ଯନ୍ତ୍ରୀ-ଠିକାଦାରଙ୍କ ବିବାଦ ପ୍ରଭାବ ପରୋକ୍ଷ ଭାବେ ଠିକାଦାରଙ୍କ ଉପରେ ପଡୁଛି। ଆଗକୁ ମାର୍ଚ୍ଚ ମାସ ଆସୁଛି। ୩/୪ ଶହ ଠିକାଦାର ବିଲ୍‌ ପାଇବେ ବୋଲି ଆଶା ରଖିଛନ୍ତି। ତେବେ ଅଫିସ କାମ ଶିଥିଳ ହୋଇଗଲେ ଠିକାଦାରମାନେ ବହୁତ ହଇରାଣ ହେବେ। ଯନ୍ତ୍ରୀ-ଠିକାଦାରଙ୍କ ଭିତରେ ସେଭଳି କିଛି ବିବାଦ ଆଉ ନାହିଁ। ଠିକାଦାରମାନେ ପୂର୍ତ୍ତ ବିଭାଗ ଅଫିସ ଷ୍ଟାଫ୍‌ଙ୍କ ସହ ସବୁବେଳେ ରହିଛନ୍ତି ଏବଂ ଏହା ଜଣାଇବାକୁ ଖବରଦାତା ସମ୍ମିଳନୀ କରିଥିବା ଠିକାଦାର ଅମିତ ମହାନ୍ତି ଓ ଗୁଞ୍ଜ ଖାନ୍‌ କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିବା ଠିକାଦାର ପ୍ରେମ ରଞ୍ଜନ ପାଣିଗ୍ରାହୀ କହିଥିଲେ, ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଯାହା ବିବାଦ ହୋଇଥିଲା ତାର ମୀମାଂସା ହୋଇଯାଇଛି। ଆଗକୁ ପୂର୍ତ୍ତ ଅଫିସ ଠିକ୍‌ ଯେଭଳି ଚାଲିବ ସେଇ ଉଦ୍ୟମ ହେଉଛି ବୋଲି କହିଥିଲେ। ଖବରଦାତା ସମ୍ମିଳନୀରେ ଠିକାଦାରମାନଙ୍କ ମତାମତ ଶୁଣି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ଠିକାଦାରଙ୍କ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ଯେଉଁ ଅଭିଯୋଗ କରାଯାଇଥିଲା ଏବଂ ଯନ୍ତ୍ରୀ ଠିକାଦାରଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଥିଲେ ତାହା କ’ଣ ମିଛ ଥିଲା କି ବୋଲି ପ୍ରଶ୍ନ କରିଥିଲେ। ତେବେ ଏସବୁ ବିଷୟରେ ଅଧିକ ଚର୍ଚ୍ଚା କି ଖବର ନ କରିବାକୁ ଠିକାଦାରମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ।
ଉକ୍ତ ଖବରଦାତା ସମ୍ମିଳନୀରେ ଠିକାଦାରମାନେ କହିଥିଲେ, ଯନ୍ତ୍ରୀ-ଠିକାଦାର ବିବାଦ ଏକପ୍ରକାର ଭୁଲ ବୁଝାମଣାରୁ ହୋଇଯାଇଥିଲା। ପ୍ରେସମିଟ୍‌ ବାହାରେ କେତେଜଣ ଠିକାଦାର କହିଥିଲେ, ଅଳ୍ପ କେତେ ‘ଖବରୀ’ ଏହି ଷଡଯନ୍ତ୍ର କରିଥିଲେ। ଏଥିରୁ ସେମାନେ ଲାଭ ଉଠାଇବାକୁ ଚାହୁଁଥିଲେ। ତେବେ ସେସବୁ ଫସର ଫାଟିଗଲା। ଠିକାଦାରମାନଙ୍କ ଅଧିକ କ୍ଷତି ହେଲା। ଏହି ବିବାଦର ସମାଧାନ ଶୀଘ୍ର ନହେଲେ ଶତାଧିକ ଠିକାଦାର ଅସୁବିଧାରେ ପଡିବେ। ଏଣୁ ଏହି ଉଦ୍ୟମ ହୋଇଛି ବୋଲି ଠିକାଦାରମାନେ କହିଥିଲେ। ଆଉ କେତେଜଣ ଠିକାଦାର କହିଛନ୍ତି, ଏହି ଘଟଣା ପରେ ଅଧୀକ୍ଷଣ ଯନ୍ତ୍ରୀ ଓ ଅଫିସ ଷ୍ଟାଫ୍‌ଙ୍କ ଉପରେ ମଧ୍ୟ ଏକପ୍ରକାର ଚାପ ସୃଷ୍ଟି ହୋଇଛି। ଗତ ୫ ଦିନର ଯନ୍ତ୍ରୀ-ଠିକାଦାର ବିବାଦ ଘଟଣାକୁ ଦେଖିଲେ ଠିକାଦାରମାନଙ୍କ ଉପରେ ଅଧିକ ଚାପ ସୃଷ୍ଟି ହୋଇଥିବା ଜଣାପଡିଛି। ଯନ୍ତ୍ରୀ ଜିଲା ବାହାରର ଠିକାଦାରଙ୍କୁ କାମ ଦେଉଛନ୍ତି ବୋଲି ଯେଉଁ ଅଭିଯୋଗ କରିଥିଲେ ସେ ବିଷୟରେ ମଧ୍ୟ ଆଉ ଅଧିକ ଆଲୋଚନା କରିବାକୁ ଠିକାଦାରମାନେ ମନା କରିଥିଲେ। ଏ ସମ୍ପର୍କରେ ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନାଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri