ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ। ଅଫିସ ଗାଡ଼ିରେ ବିଲ ପାସ୍‌ ଟଙ୍କା ନେଇ ଖୁସିରେ ଘରକୁ ଯାଉଥିଲାବେଳେ ସରକାରୀ ମ୍ୟାଡାମଙ୍କ ରାସ୍ତାରେ ଧରିଥିଲା ଭିଜିଲାନ୍ସର ସ୍ବତନ୍ତ୍ର ଟିମ। ଏହାପରେ ଗାଡ଼ିରୁ ବାହାରିଥିଲା ନଗଦ ୩.୧୫ ଲକ୍ଷ ଟଙ୍କା, ଯାହାକୁ ଜବତ କରିଥିଲା ଭିଜିଲାନ୍ସ। ଠିକାଦାରମାନଙ୍କ ବକେୟା ବିଲ୍‌ ପାସ କରିବା ପାଇଁ ଲାଞ୍ଚ ଆଦାୟ କରାଯାଉଥିବା ନେଇ ବିଶ୍ୱସନୀୟ ଖବର ପାଇଥିଲା ଭିଜିଲାନ୍ସ। ଏହାକୁ ଆଧାର କରି ଗତକାଲି, ଭିଜିଲାନ୍ସର ଏକ ଟିମ୍‌ ମାର୍ଶାଘାଇ ଛକ ନିକଟ ଜାତୀୟ ରାଜପଥ ୫୩-ଏରେ ଅନୁପମା ସାହୁଙ୍କୁ ଅଟକାଇଥିଲା। ସେ ନିଜ କାର୍ଯ୍ୟାଳୟରୁ କେନ୍ଦ୍ରାପଡ଼ା ନୟନବିହାରସ୍ଥିତ ଆବାସକୁ ଅଫିସ ଗାଡ଼ିରେ ଯାଉଥିବାବେଳେ ତାଙ୍କୁ ଅଟକାଯାଇଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ୩ ଲକ୍ଷ ୧୫ ହଜାର ଟଙ୍କା ନଗଦ ମିଳିଥିଲା। ଏତେ ପରିମାଣର ନଗଦ ଟଙ୍କାର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଭିଜିଲାନ୍ସ ଟଙ୍କା ସହ ଗାଡ଼ିଟିକୁ ଜବତ କରିଥିଲା ଟିମ୍‌। ଏହାପରେ ଆୟବର୍ହିଭୂତ ସମ୍ପତ୍ତି ସମ୍ପର୍କିତ ତଦନ୍ତ ଦୃଷ୍ଟିରୁ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ତଲାସି ଆରମ୍ଭ ହୋଇଥିଲା।

Odisha Vigilance recovers another Rs 4 lakh from Kendrapara AEE's residence, cash haul reaches Rs 7.15 lakh

ଏହି ତଦନ୍ତ ଆଧାରରେ ମୋଟ୍‌ ୭ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ଭୁବନେଶ୍ୱର୍‌ରେ ଗୋଟିଏ ଫ୍ଲାଟ, ବ୍ୟାଙ୍କ ଡିପୋଜିଟ ୬୩ ଲକ୍ଷ, ଢେଙ୍କାନାଳରେ ଏକ ସିମେଣ୍ଟ ରଡ୍‌ ଗୋଦାମ ଓ ବଲାଙ୍ଗୀରରେ ଗୋଟିଏ ଦୋକାନ ରହିଛି। ଏହାବ୍ୟତୀତ ୫ଟି ବହୁ ମୂଲ୍ୟ ପ୍ଲଟ୍‌ ମଧ୍ୟ ଜବତ କରିଛି ଭିଜିଲାନ୍ସ। ୨୦୦୩ରେ ସରକାରୀ ଚାକିରିରେ ପାଦ ଥାପିଥିଲେ ଅନୁପମା ସାହୁ। ପ୍ରାରମ୍ଭିକ ୪୦୦୦ ଟଙ୍କା ଦରମା ପାଉଥିଲେ ସେ। କ୍ୟାରିଅର ମଧ୍ୟରେ ୩ଟି ଜିଲାରେ କାର୍ଯ୍ୟ କରିଥିଲେ ଅନୁପମା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?