ଶତ୍ରୁର ଶତ୍ରୁ

୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିଥିଲା। ଏହିି ଯୁଦ୍ଧକୁ ଏବେ ୧୫ ମାସ ଚାଲିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସାହସ ଓ ଧୈର୍ଯ୍ୟର ସହ ରୁଷିଆ ଆକ୍ରମଣର ମୁକାବିଲା କରିଚାଲିଛନ୍ତି। ଯୁଦ୍ଧରେ ୮ ମିଲିୟନ ୟୁକ୍ରେନ୍‌ ଲୋକ ସ୍ଥାନାନ୍ତର ହୋଇଥିବାବେଳେ ୮ ମିଲିୟନ ଦେଶ ଛାଡ଼ି ପଳାଇଗଲେଣି। ଉଭୟ ପକ୍ଷର ୩,୫୪,୦୦୦ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି ବୋଲି ଆମେରିକା ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ଯୁଦ୍ଧ ଦୀର୍ଘଦିନ ଜାରି ରହିବା କାରଣ ହେଉଛି ୟୁକ୍ରେନକୁ ନାଟୋ ଅସ୍ତ୍ରଶସ୍ତ୍ର ଯୋଗାଉଛିି। ବିଶେଷ କରି ଏହି କ୍ଷେତ୍ରରେ ଆମେରିକା, ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଓ ଇଂଲଣ୍ଡର ଭୂମିକା ବେଶି। ତେବେ ବର୍ତ୍ତମାନ ଜେଲେନସ୍କି୍‌ିଙ୍କ ଇଟାଲୀ, ଜର୍ମାନୀ, ଫ୍ରାନ୍ସ ଏବଂ ଇଂଲଣ୍ଡ ଗସ୍ତ ଯୁଦ୍ଧର ଏକ ସମ୍ଭାବ୍ୟ ଗମ୍ଭୀର ସ୍ଥିତିକୁ ସୂଚିତ କରିଛି। ଇଟାଲୀ ଗସ୍ତ ଶେଷ କରି ସେ ୧୪ ମେ’ରେ ଜର୍ମାନୀ ବାୟୁସେନାର ଲଢୁଆ ବିମାନ ସୁରକ୍ଷାବଳରେ ଜର୍ମାନୀରେ ପହଞ୍ଚି ଓଲାଫ ସ୍ବଲ୍‌ଜଙ୍କ ସହ ସାକ୍ଷାତ କରିଥିଲେ। ଜର୍ମାନୀରେ ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ଓ ପାଶ୍ଚାତ୍ୟ ଦେଶ ମିଶି ଚଳିତ ବର୍ଷ ରୁଷିଆକୁ ହରାଇପାରିବେ ଏବଂ ଏହା ନିର୍ଦ୍ଧାରଣ କରିବା ହିଁ ଉପଯୁକ୍ତ ସମୟ ।
ଏହାସହ ୨.୭ ବିଲିୟନ ୟୁରୋ ବା ୩ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ସ୍ବଲ୍‌ଜ ପ୍ରତିଶ୍ରୁତି ଦେଇଛନ୍ତି। ଜେଲେନ୍‌ସ୍କି ମଧ୍ୟ ଲଢୁଆ ବିମାନ ମାଗିଛନ୍ତି। ଜର୍ମାନୀ ପରେ ଫ୍ରାନ୍ସ ଯାଇ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କୁ ଓ ପରେ ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସାକ୍ଷାତ କରିଛନ୍ତି। ସବୁଠି ତାଙ୍କୁ ସହଯୋଗର ପ୍ରତିଶ୍ରୁତି ମିଳିଛି। ଏଥିରୁ ସ୍ପଷ୍ଟ ଯେ, ୟୁରୋପ ସହ ଜେଲେନସ୍କିଙ୍କ ସମ୍ପର୍କ ମଜଭୁତ ହେଉଛି ଓ ରୁଷିଆ ଉପରେ ଚାପ ବଢୁଛି। ଜେଲେନସ୍କିଙ୍କ ପାଶ୍ଚାତ୍ୟ ଦେଶଗୁଡ଼ିକୁ ତୋଫାନୀ ଗସ୍ତ ରୁଷିଆ ଓ ପାଶ୍ଚାତ୍ୟ ମଧ୍ୟରେ ଅବିଶ୍ୱାସକୁ ଆହୁରି ବଢାଇଦେଇଛି। ଅନ୍ୟପକ୍ଷରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ଅନ୍ତିମ ଲଢେଇ ପ୍ରସ୍ତୁତି ଓ ପ୍ରକୃତ ଲଢେଇ ନାଟୋ ଲଢୁଛି ବୋଲି କହିବା ଭୁଲ୍‌ ହେବନି। ଏଥିସହିତ ପୁଟିନଙ୍କର ପରିସ୍ଥିତି ଦୁର୍ବଳ ହେଉଛି ବୋଲି ଆଜି ଜଣାପଡ଼ୁଛି। ସୋଭିଏଟ୍‌ ରୁଷ୍‌ ସହିତ ମିଶିକରି ଥିବା ପ୍ରାୟ ୧୫ଟି ଅଞ୍ଚଳ ସେହି ସଂଘ ଭାଙ୍ଗିବା ପରେ ଭିନ୍ନ ଦେଶ ହୋଇଯାଇଛନ୍ତି। ତନ୍ମଧ୍ୟରୁ ୯ଗୋଟି ଦେଶ ମିଶିକରି କମନଓ୍ବେଲଥ ଅଫ୍‌ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍ସ (ସିଆଇଏସ୍‌) ଭାବେ ଏକ ଗୋଷ୍ଠୀ କରିଥିଲେ, ଯାହାକି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ସକ୍ରିୟ ସହଯୋଗ ଆରମ୍ଭରୁ ଦେଇଆସୁଛି। ଆଜିର ଖବର ଅନୁଯାୟୀ ସେହି ୯ଟି ଦେଶ ମଧ୍ୟରୁ ମୋଲଡୋଭା ଯୁଦ୍ଧରୁ ବିରତି ନେବ ବୋଲି ଘୋଷଣା କରି ତା’ର ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିନେବାର ନିଷ୍ପତ୍ତି ପୃଥିବୀକୁ ଜଣାଇଦେଲାଣି। ଏହା ପୁଟିନଙ୍କ ପାଇଁ ଏକ ବିରାଟ ବଡ଼ ଧକ୍କା।
ନିକଟ ଭବିଷ୍ୟତରେ ଏହି ଯୁଦ୍ଧ ଶେଷ ହେଲା ଭଳି ମନେ ହେଉନାହିଁ। ଦ୍ୱିତୀୟ ବର୍ଷରେ ପ୍ରବେଶ କରିଥିବା ରୁଷିଆ- ୟୁକ୍ରେନ ଯୁଦ୍ଧ ଦୀର୍ଘଦିନରୁ ଆଞ୍ଚଳିକ ଅସ୍ଥିରତା ସହିତ ବିଶ୍ୱବ୍ୟାପୀ ଅର୍ଥନୀତିକୁ ଦୋହଲାଇ ଦେଇଛି। ନଟୋ ତରଫରୁ ରୁଷିଆ ଉପରେ ଆର୍ଥିକ କଟକଣା ଲଗାଯାଇଛି। କିନ୍ତୁ ଏହି ସମୟରେ ଭାରତ ୟୁକ୍ରେନ ସଙ୍କଟକୁ ନେଇ ସବୁବେଳେ କୂଟନୈତିକ ଦ୍ୱନ୍ଦ୍ୱ ମଧ୍ୟରେ ରହିଆସିଛି। ରୁଷିଆ ସହ ଦୀର୍ଘଦିନର ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ମାପିଚୁପି ପଦକ୍ଷେପ ନେଉଛି। କିନ୍ତୁ ଯାହା ଯେତିକି ଆଜି ପର୍ଯ୍ୟନ୍ତ ହୋଇଛି ସେଥିରେ ଭାରତର କୌଣସି ଲାଭ ହେବା ଭଳି ମନେହେଉନାହିଁ। ଉଦାହରଣସ୍ବରୂପ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଅନେକ ମାସ ତଳେ, ଘୋଷଣା କରିଥିଲେ ଯେ, ମୋଦିଙ୍କ ନେତୃତ୍ୱରେ ହୋଇଥିବା ରୁଷିଆ ସାଙ୍ଗରେ ସମ୍ପର୍କ ସ୍ଥାପନ ଫଳରେ ଭାରତକୁ କମ୍‌ ଦରରେ ପେଟ୍ରୋଲିୟମଜାତ ଦ୍ରବ୍ୟ ରୁଷିଆରୁ ମିଳିବା ଯେକୌଣସି ଭାରତୀୟ ନାଗରିକ କହିପାରିବେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ଡିଜେଲ ଦର ହ୍ରାସ ପାଇନାହିଁ। ଯଦି ଲାଭ ହୋଇଛି ତେବେ କେବଳ କିଛି ବେପାରୀଙ୍କ ହୋଇଥାଇପାରେ। ଏହାବ୍ୟତୀତ ବାଣିଜ୍ୟ ଦୃଷ୍ଟିରୁ ରୁଷିଆର ଅଧିକ ସମ୍ପର୍କ ଚାଇନା ସହିତ ବଢିଛି। ଏହା ଫଳରେ ରୁଷିଆ ତାହାର ଚାହିଦା ଥିବା ସାମଗ୍ରୀକୁ ଭାରତ ପରିବର୍ତ୍ତେ ଚାଇନାଠାରୁ କିଣୁଛି। ଗତ କିଛି ସପ୍ତାହ ପୂର୍ବେ ଭାରତକୁ ଆସିଥିବା ରୁଷିଆ ମନ୍ତ୍ରୀ ଲାଭରୋଭଙ୍କ କହିବା ଅନୁଯାୟୀ ତାଙ୍କ ସରକାରଙ୍କ ନିଷ୍ପତ୍ତି ଯେ, ଭାରତ ସହିତ ଭାରତୀୟ ଟଙ୍କାରେ ବ୍ୟବସାୟ କରିବ ନାହିଁ। ତାଙ୍କ କହିବା ଅନୁଯାୟୀ, ଭାରତୀୟ ବ୍ୟାଙ୍କରେ ବହୁ ଟଙ୍କା ଗଚ୍ଛିତ ରହିବା ସତ୍ତ୍ୱେ ତାକୁ ବ୍ୟବହାର କରିବା ପାଇଁ ରୁଷିଆର କୌଣସି ବାଟ ନାହିଁ। ଏଥିରୁ ବୁଝିବାକୁ ହେବ ଯେ, ଭାରତରୁ ଯେକୌଣସି ସାମଗ୍ରୀ କିଣିବାକୁ ରୁଷିଆ ଅନିଚ୍ଛୁକ।
ଏଭଳି ପ୍ରଚ୍ଛଦପଟରେ ଭାରତ ସରକାରଙ୍କ ଦ୍ୱାରା ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କିତ ଯେଉଁସବୁ ନୀତି ଗ୍ରହଣ କରାଯାଇଛି ତାହାର ପାରିଣାମ ଭୟଙ୍କର ହୋଇପାରେ। ବିଶ୍ୱାସ କରାଯାଏ ଯେ, ଭାରତ ସହ ତିକ୍ତ ସମ୍ପର୍କ ରହିଥିବା ଚାଇନାକୁ ଅଧିକ ପସନ୍ଦ କରୁଛି ରୁଷିଆ। ସେହି ପରିସ୍ଥିତିରେ ଭାରତ ସରକାରଙ୍କ ରୁଷିଆ ସପକ୍ଷବାଦୀ ନୀତି ଦ୍ୱାରା ଆମେରିକା ଏବଂ ନାଟୋ ଦେଶମାନଙ୍କର ସ୍ବାର୍ଥ ବିରୋଧରେ ଭାରତ ଛିଡ଼ା ହୋଇଥିବାର ଚିତ୍ର ସ୍ପଷ୍ଟ ହୋଇସାରିଲାଣି। ଦୀର୍ଘମିଆଦୀ କୂଟନୈତିକ ଆବଶ୍ୟକତାକୁ ଦେଖିଲେ ଭାରତ ଏବଂ ଚାଇନା ମଧ୍ୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଲେ ଆମେରିକା ସାହାଯ୍ୟ ଲୋଡ଼ିବା ସମ୍ଭବପର ହୋଇ ନ ପାରେ। କୁହାଯାଏ, ଶତ୍ରୁର ଶତ୍ରୁ ହେଉଛି ମିତ୍ର। କିନ୍ତୁ ଆମ ସରକାରଙ୍କ ନୀତି ଫଳରେ ଭାରତ ମିତ୍ରହୀନ ହୋଇଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri