ବିଲୁପ୍ତାଭିମୁଖୀ ଭାଷା ଓ ଓଡ଼ିଆ

ବାଦଲ ଭୂୟାଁ

ପୃଥିବୀରୁ ବହୁ ଭାଷା ଲୋପ ପାଇଯାଉଛି। ଏହାକୁ ନେଇ ଭାଷାତତ୍ତ୍ୱବିତ୍‌ମାନେ ବାରମ୍ବାର ଚିନ୍ତାପ୍ରକଟ କରିଆସିଛନ୍ତି। ୟୁନେସ୍କୋ ଅନୁସାରେ ପୃଥିବୀର ପ୍ରାୟ ୬,୫୦୦ ଭାଷା ମଧ୍ୟରୁ ଅଧା ଲୁପ୍ତ ହେବା ଅବସ୍ଥାରେ। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଅନେକଙ୍କର ଚିହ୍ନବର୍ଣ୍ଣ ଲୋପ ପାଇବାର ଆଶଙ୍କା ଦେଖାଦେଇଛି। ନିକଟରେ କେତେକ ଭାଷା ସମ୍ପୂର୍ଣ୍ଣ ଲୋପ ପାଇଯାଉଛି, କାରଣ ଏହାକୁ କହୁଥିବା ଲୋକ ଆଉ କେହି ବଞ୍ଚତ୍ନାହାନ୍ତି। ଏଭଳି ଏକ ଭାଷା ହେଲା ‘ଉଭି’। ୧୯୯୨ରେ ତୁର୍କିର ଏହି ଭାଷା କହୁଥିବା ଶେଷବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଆଉ ଏକ ମୃତଭାଷା ହେଲା ‘ଅକ୍କାଲା ସାମି’। ରୁଷିଆର ଏହି ଭାଷାକୁ କହୁଥିବା ଏକମାତ୍ର ଲୋକଟିର୨୦୦୩ରେ ମୃତ୍ୟୁ ଘଟିଥିଲା। ସେହିପରି ଆଉ ଏକ ଲୁପ୍ତ ଭାଷା ହେଲା ‘ଇୟାକ’। ଆମେରିକାର ଆଲାସ୍କା ଅଞ୍ଚଳରେ ଏହି ଭାଷା ବଞ୍ଚତ୍ରହିଥିଲା। ୨୦୦୮ରେ ଏହି ଭାଷା କହୁଥିବା ଶେଷବ୍ୟକ୍ତି ମେରୀ ସ୍ମିଥ୍‌ ଜୋନ୍ସଙ୍କ ମୃତ୍ୟୁ ହେବା ସହ ‘ଇୟାକ୍‌’ ଭାଷାର ମଧ୍ୟ ଅନ୍ତ ଘଟିଲା। ତେବେ ଭାଷାବିତ୍‌ ଡ.ମାର୍କ ଟୁରିନ୍‌ଙ୍କ ମତରେ ନ୍ୟୁୟର୍କ ଭଳି ମହାନଗରୀରେ ପ୍ରାୟ ୮୦୦ ପ୍ରକାରର ଭାଷା କହୁଥିବା ଲୋକ ରହନ୍ତି। ପୃଥିବୀର କୋଣ ଅନୁକୋଣରୁ ଯାଇ ବିଭିନ୍ନ ଭାଷାଭାଷୀ ଲୋକେ ସେଠାରେ ବସବାସ କରୁଛନ୍ତି। ତେଣୁ ଏହି ନଗରୀଟି ଭାଷାବିତ୍‌ଙ୍କ ଗବେଷଣା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହୋଇଛି। ନ୍ୟୁୟର୍କରେ ବିଭିନ୍ନ ଭାଷା ଶୁଣିବା ପାଇଁ ଆପଣଙ୍କୁ ବିଶେଷ କିଛି କରିବା ଦରକାର ହେବନାହିଁ। କେବଳ ସବ୍‌ୱେରେ ଆପଣ ଯାଆନ୍ତୁ। ରାସ୍ତାରେ ଆପଣଙ୍କୁ କୋରିଆ, ଚାଇନା, ବଙ୍ଗଳା, ଗୁଜରାଟୀ, ନେପାଳୀ ସମେତ ବିଭିନ୍ନ ଭାଷା ଶୁଣିବାକୁ ମିଳିବ। ରାସ୍ତାରେ ମଧ୍ୟ ଆପଣ ବିଭିନ୍ନ ଭାଷାର ଚିହ୍ନ ଓ ସଂକେତ ଲଟକା ଯାଇଥିବା ଦେଖିବେ। ତେବେ ନ୍ୟୁୟର୍କ ଏଭଳି ଏକ ଜାଗା, ଯେଉଁଠି ଅନେକ ଭାଷାର ମୃତ୍ୟୁ ମଧ୍ୟ ଘଟୁଛି। ଭାଷାବିତ୍‌ ଡାନିଏଲ କଫମ୍ୟାନ୍‌ କହନ୍ତି, ସ୍ଲୋଭାନିଆର ଗଟ୍‌ଶିୟର୍ସ ଲୋକେ ସ୍ଲାଭିକ୍‌ ଭଳି ଏକ ଭାଷା କୁହନ୍ତି, ଯାହାକୁ ଜର୍ମାନୀ ଲୋକେ ବୁଝିପାରନ୍ତି ନାହିଁ। ଏହି ଭାଷା କହୁଥିବା ଲୋକଙ୍କ ମଧ୍ୟରୁ କେତେଜଣ କୁଇନ୍ସରେ ରହୁଛନ୍ତି। ସେହିପରି ହୋଣ୍ଡୁରାସ ଓ ବେଲିଜ୍‌ର ଗରିଫୁନା ଭାଷା କହୁଥିବା କେତେଜଣ ପ୍ରବାସୀ ମଧ୍ୟ ଆମେରିକାରେ ରହୁଛନ୍ତି। ଆମେରିକାର କେତେଜଣ ଭାଷାବିତ୍‌ ଏକାଠି ହୋଇ ଏବେ ‘ଏନ୍‌ଡେଞ୍ଜର୍ଡ ଲାଙ୍ଗୁଏଜ୍‌ ଆଲାଏନ୍ସ’ ବା ଲୁପ୍ତପ୍ରାୟ ଭାଷା ମେଣ୍ଟ ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେମାନେ ଲୁପ୍ତପ୍ରାୟ ଭାଷାଗୁଡ଼ିକୁ ସଂରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଏବେ ଇଣ୍ଡୋନେସିଆର ସୁଲାଭେସିର ‘ମମୁଜୁ’ ଭାଷା କହୁଥିବା ହୁସ୍ନି ହୁସେନଙ୍କ ଭିଡିଓ ମଧ୍ୟ ତିଆରି କରିଛନ୍ତି। ନ୍ୟୁୟର୍କରେ ଏହି ଭାଷା କହୁଥିବା ସେ ଏକମାତ୍ର ବ୍ୟକ୍ତି।
ଭାରତୀୟ ଭାଷାଗୁଡ଼ିକର ଶାସ୍ତ୍ରୀୟ ମାନ୍ୟତା ପାଇବା ଭାରତୀୟଙ୍କ କ୍ଷେତ୍ରରେ ଏକ ସ୍ପର୍ଶକାତର ପ୍ରସଙ୍ଗ ରୂପେ ଉଭା ହୋଇଥିଲା। ଏହି ପ୍ରେକ୍ଷାପଟରେ ଆମେ ଏକ ପ୍ରକାର ଉଦାସୀନ ଥିଲୁ। ୨୦୧୦ ବେଳକୁ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହେବା ପରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗ ନେଇ ବିଚାରବିମର୍ଶ ଆରମ୍ଭ ହୋଇଥିଲା। ଶାସ୍ତ୍ରୀୟତା ଲାଭ ପାଇଁ ମୁଖ୍ୟତଃ ଚାରିଟି ଯୋଗ୍ୟତାର ଆବଶ୍ୟକତା ରହିଛି। ପ୍ରଥମତଃ ଶାସ୍ତ୍ରୀୟତା ଦାବି କରୁଥିବା ଭାଷାଭାଷୀ ଜାତିର ଅନୂ୍ୟନ ୧୫୦୦ରୁ ୨୦୦୦ବର୍ଷର ଲିପିବଦ୍ଧ ଇତିହାସ ଓ ସଂସ୍କୃତିର ପ୍ରାଚୀନ ଐତିହ୍ୟ ଥିବ। ଦ୍ୱିତୀୟତଃ ଯୁଗ ଯୁଗ ଧରି ମହତ୍ତ୍ୱପୂର୍ଣ୍ଣ ବୋଲି ମନେକରାଯାଉଥିବା ପ୍ରାଚୀନ ଐତିହ୍ୟ ଓ ଗ୍ରନ୍ଥ ରଚନାର ପରମ୍ପରା ଥିବ। ତୃତୀୟତଃ ମୌଳିକ ସୃଷ୍ଟି ସମ୍ଭାରରେ ସମୃଦ୍ଧ ହୋଇଥିବ। ଚତୁର୍ଥତଃ ଆଧୁନିକ ଭାଷାଠାରୁ ସମ୍ପୂର୍ଣ୍ଣ ଭାବେ ସ୍ବତନ୍ତ୍ର ଓ ବୈଶିଷ୍ଟ୍ୟପୂର୍ଣ୍ଣ ହୋଇଥିବ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଦ୍ୱାରା ଏହି ଭାଷା ସାହିତ୍ୟର ଗବେଷକଙ୍କ ପାଇଁ ବର୍ଷକୁ ଦୁଇଟି ମୂଲ୍ୟବାନ ଆନ୍ତର୍ଜାତିକ ପୁରସ୍କାର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଏହି ଭାଷାର ଅଧ୍ୟୟନ ଓ ଗବେଷଣା ପାଇଁ ଗବେଷଣା ପରିଷଦ ସ୍ଥାପନ କରାଯିବ ଏବଂ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଦ ଖୋଲିବା ପାଇଁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନଙ୍କୁ ନିର୍ଦ୍ଦେଶ ଦିଆଯିବ। ଏହି ଭାଷାର ଉନ୍ନତି, ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାର ଏକ ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବେ। ପ୍ରତିବର୍ଷ ବଜେଟରୁ ଭାଷା ପ୍ରସାର ପାଇଁ ଅନୂ୍ୟନ ୫କୋଟି ଟଙ୍କା ରାଜ୍ୟ ପାଇବ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ସହିତ ଜାତୀୟ ଗୌରବ ଓ ସ୍ବାଭିମାନ ସଂଶ୍ଳିଷ୍ଟ।
୪ଜି ପ୍ରତାପ ଆପାର୍ଟମେଣ୍ଟ, ୭ ଏକ୍ସଟେନ୍‌ଶନ ରୋଡ, ପୁରୁଣା ସୋନାରୀ, ଜାମସେଦପୁର,
ମୋ: ୭୪୮୮୯୯୮୫୩୨ପୃଥିବୀରୁ ବହୁ ଭାଷା ଲୋପ ପାଇଯାଉଛି। ଏହାକୁ ନେଇ ଭାଷାତତ୍ତ୍ୱବିତ୍‌ମାନେ ବାରମ୍ବାର ଚିନ୍ତାପ୍ରକଟ କରିଆସିଛନ୍ତି। ୟୁନେସ୍କୋ ଅନୁସାରେ ପୃଥିବୀର ପ୍ରାୟ ୬,୫୦୦ ଭାଷା ମଧ୍ୟରୁ ଅଧା ଲୁପ୍ତ ହେବା ଅବସ୍ଥାରେ। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଅନେକଙ୍କର ଚିହ୍ନବର୍ଣ୍ଣ ଲୋପ ପାଇବାର ଆଶଙ୍କା ଦେଖାଦେଇଛି। ନିକଟରେ କେତେକ ଭାଷା ସମ୍ପୂର୍ଣ୍ଣ ଲୋପ ପାଇଯାଉଛି, କାରଣ ଏହାକୁ କହୁଥିବା ଲୋକ ଆଉ କେହି ବଞ୍ଚତ୍ନାହାନ୍ତି। ଏଭଳି ଏକ ଭାଷା ହେଲା ‘ଉଭି’। ୧୯୯୨ରେ ତୁର୍କିର ଏହି ଭାଷା କହୁଥିବା ଶେଷବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଆଉ ଏକ ମୃତଭାଷା ହେଲା ‘ଅକ୍କାଲା ସାମି’। ରୁଷିଆର ଏହି ଭାଷାକୁ କହୁଥିବା ଏକମାତ୍ର ଲୋକଟିର୨୦୦୩ରେ ମୃତ୍ୟୁ ଘଟିଥିଲା। ସେହିପରି ଆଉ ଏକ ଲୁପ୍ତ ଭାଷା ହେଲା ‘ଇୟାକ’। ଆମେରିକାର ଆଲାସ୍କା ଅଞ୍ଚଳରେ ଏହି ଭାଷା ବଞ୍ଚତ୍ରହିଥିଲା। ୨୦୦୮ରେ ଏହି ଭାଷା କହୁଥିବା ଶେଷବ୍ୟକ୍ତି ମେରୀ ସ୍ମିଥ୍‌ ଜୋନ୍ସଙ୍କ ମୃତ୍ୟୁ ହେବା ସହ ‘ଇୟାକ୍‌’ ଭାଷାର ମଧ୍ୟ ଅନ୍ତ ଘଟିଲା। ତେବେ ଭାଷାବିତ୍‌ ଡ.ମାର୍କ ଟୁରିନ୍‌ଙ୍କ ମତରେ ନ୍ୟୁୟର୍କ ଭଳି ମହାନଗରୀରେ ପ୍ରାୟ ୮୦୦ ପ୍ରକାରର ଭାଷା କହୁଥିବା ଲୋକ ରହନ୍ତି। ପୃଥିବୀର କୋଣ ଅନୁକୋଣରୁ ଯାଇ ବିଭିନ୍ନ ଭାଷାଭାଷୀ ଲୋକେ ସେଠାରେ ବସବାସ କରୁଛନ୍ତି। ତେଣୁ ଏହି ନଗରୀଟି ଭାଷାବିତ୍‌ଙ୍କ ଗବେଷଣା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହୋଇଛି। ନ୍ୟୁୟର୍କରେ ବିଭିନ୍ନ ଭାଷା ଶୁଣିବା ପାଇଁ ଆପଣଙ୍କୁ ବିଶେଷ କିଛି କରିବା ଦରକାର ହେବନାହିଁ। କେବଳ ସବ୍‌ୱେରେ ଆପଣ ଯାଆନ୍ତୁ। ରାସ୍ତାରେ ଆପଣଙ୍କୁ କୋରିଆ, ଚାଇନା, ବଙ୍ଗଳା, ଗୁଜରାଟୀ, ନେପାଳୀ ସମେତ ବିଭିନ୍ନ ଭାଷା ଶୁଣିବାକୁ ମିଳିବ। ରାସ୍ତାରେ ମଧ୍ୟ ଆପଣ ବିଭିନ୍ନ ଭାଷାର ଚିହ୍ନ ଓ ସଂକେତ ଲଟକା ଯାଇଥିବା ଦେଖିବେ। ତେବେ ନ୍ୟୁୟର୍କ ଏଭଳି ଏକ ଜାଗା, ଯେଉଁଠି ଅନେକ ଭାଷାର ମୃତ୍ୟୁ ମଧ୍ୟ ଘଟୁଛି। ଭାଷାବିତ୍‌ ଡାନିଏଲ କଫମ୍ୟାନ୍‌ କହନ୍ତି, ସ୍ଲୋଭାନିଆର ଗଟ୍‌ଶିୟର୍ସ ଲୋକେ ସ୍ଲାଭିକ୍‌ ଭଳି ଏକ ଭାଷା କୁହନ୍ତି, ଯାହାକୁ ଜର୍ମାନୀ ଲୋକେ ବୁଝିପାରନ୍ତି ନାହିଁ। ଏହି ଭାଷା କହୁଥିବା ଲୋକଙ୍କ ମଧ୍ୟରୁ କେତେଜଣ କୁଇନ୍ସରେ ରହୁଛନ୍ତି। ସେହିପରି ହୋଣ୍ଡୁରାସ ଓ ବେଲିଜ୍‌ର ଗରିଫୁନା ଭାଷା କହୁଥିବା କେତେଜଣ ପ୍ରବାସୀ ମଧ୍ୟ ଆମେରିକାରେ ରହୁଛନ୍ତି। ଆମେରିକାର କେତେଜଣ ଭାଷାବିତ୍‌ ଏକାଠି ହୋଇ ଏବେ ‘ଏନ୍‌ଡେଞ୍ଜର୍ଡ ଲାଙ୍ଗୁଏଜ୍‌ ଆଲାଏନ୍ସ’ ବା ଲୁପ୍ତପ୍ରାୟ ଭାଷା ମେଣ୍ଟ ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେମାନେ ଲୁପ୍ତପ୍ରାୟ ଭାଷାଗୁଡ଼ିକୁ ସଂରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଏବେ ଇଣ୍ଡୋନେସିଆର ସୁଲାଭେସିର ‘ମମୁଜୁ’ ଭାଷା କହୁଥିବା ହୁସ୍ନି ହୁସେନଙ୍କ ଭିଡିଓ ମଧ୍ୟ ତିଆରି କରିଛନ୍ତି। ନ୍ୟୁୟର୍କରେ ଏହି ଭାଷା କହୁଥିବା ସେ ଏକମାତ୍ର ବ୍ୟକ୍ତି।
ଭାରତୀୟ ଭାଷାଗୁଡ଼ିକର ଶାସ୍ତ୍ରୀୟ ମାନ୍ୟତା ପାଇବା ଭାରତୀୟଙ୍କ କ୍ଷେତ୍ରରେ ଏକ ସ୍ପର୍ଶକାତର ପ୍ରସଙ୍ଗ ରୂପେ ଉଭା ହୋଇଥିଲା। ଏହି ପ୍ରେକ୍ଷାପଟରେ ଆମେ ଏକ ପ୍ରକାର ଉଦାସୀନ ଥିଲୁ। ୨୦୧୦ ବେଳକୁ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହେବା ପରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗ ନେଇ ବିଚାରବିମର୍ଶ ଆରମ୍ଭ ହୋଇଥିଲା। ଶାସ୍ତ୍ରୀୟତା ଲାଭ ପାଇଁ ମୁଖ୍ୟତଃ ଚାରିଟି ଯୋଗ୍ୟତାର ଆବଶ୍ୟକତା ରହିଛି। ପ୍ରଥମତଃ ଶାସ୍ତ୍ରୀୟତା ଦାବି କରୁଥିବା ଭାଷାଭାଷୀ ଜାତିର ଅନୂ୍ୟନ ୧୫୦୦ରୁ ୨୦୦୦ବର୍ଷର ଲିପିବଦ୍ଧ ଇତିହାସ ଓ ସଂସ୍କୃତିର ପ୍ରାଚୀନ ଐତିହ୍ୟ ଥିବ। ଦ୍ୱିତୀୟତଃ ଯୁଗ ଯୁଗ ଧରି ମହତ୍ତ୍ୱପୂର୍ଣ୍ଣ ବୋଲି ମନେକରାଯାଉଥିବା ପ୍ରାଚୀନ ଐତିହ୍ୟ ଓ ଗ୍ରନ୍ଥ ରଚନାର ପରମ୍ପରା ଥିବ। ତୃତୀୟତଃ ମୌଳିକ ସୃଷ୍ଟି ସମ୍ଭାରରେ ସମୃଦ୍ଧ ହୋଇଥିବ। ଚତୁର୍ଥତଃ ଆଧୁନିକ ଭାଷାଠାରୁ ସମ୍ପୂର୍ଣ୍ଣ ଭାବେ ସ୍ବତନ୍ତ୍ର ଓ ବୈଶିଷ୍ଟ୍ୟପୂର୍ଣ୍ଣ ହୋଇଥିବ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଦ୍ୱାରା ଏହି ଭାଷା ସାହିତ୍ୟର ଗବେଷକଙ୍କ ପାଇଁ ବର୍ଷକୁ ଦୁଇଟି ମୂଲ୍ୟବାନ ଆନ୍ତର୍ଜାତିକ ପୁରସ୍କାର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଏହି ଭାଷାର ଅଧ୍ୟୟନ ଓ ଗବେଷଣା ପାଇଁ ଗବେଷଣା ପରିଷଦ ସ୍ଥାପନ କରାଯିବ ଏବଂ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଦ ଖୋଲିବା ପାଇଁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନଙ୍କୁ ନିର୍ଦ୍ଦେଶ ଦିଆଯିବ। ଏହି ଭାଷାର ଉନ୍ନତି, ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାର ଏକ ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବେ। ପ୍ରତିବର୍ଷ ବଜେଟରୁ ଭାଷା ପ୍ରସାର ପାଇଁ ଅନୂ୍ୟନ ୫କୋଟି ଟଙ୍କା ରାଜ୍ୟ ପାଇବ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ସହିତ ଜାତୀୟ ଗୌରବ ଓ ସ୍ବାଭିମାନ ସଂଶ୍ଳିଷ୍ଟ।
୪ଜି ପ୍ରତାପ ଆପାର୍ଟମେଣ୍ଟ, ୭ ଏକ୍ସଟେନ୍‌ଶନ ରୋଡ, ପୁରୁଣା ସୋନାରୀ, ଜାମସେଦପୁର,
ମୋ: ୭୪୮୮୯୯୮୫୩୨

Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri