ବିଲୁପ୍ତାଭିମୁଖୀ ଭାଷା ଓ ଓଡ଼ିଆ

ବାଦଲ ଭୂୟାଁ

ପୃଥିବୀରୁ ବହୁ ଭାଷା ଲୋପ ପାଇଯାଉଛି। ଏହାକୁ ନେଇ ଭାଷାତତ୍ତ୍ୱବିତ୍‌ମାନେ ବାରମ୍ବାର ଚିନ୍ତାପ୍ରକଟ କରିଆସିଛନ୍ତି। ୟୁନେସ୍କୋ ଅନୁସାରେ ପୃଥିବୀର ପ୍ରାୟ ୬,୫୦୦ ଭାଷା ମଧ୍ୟରୁ ଅଧା ଲୁପ୍ତ ହେବା ଅବସ୍ଥାରେ। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଅନେକଙ୍କର ଚିହ୍ନବର୍ଣ୍ଣ ଲୋପ ପାଇବାର ଆଶଙ୍କା ଦେଖାଦେଇଛି। ନିକଟରେ କେତେକ ଭାଷା ସମ୍ପୂର୍ଣ୍ଣ ଲୋପ ପାଇଯାଉଛି, କାରଣ ଏହାକୁ କହୁଥିବା ଲୋକ ଆଉ କେହି ବଞ୍ଚତ୍ନାହାନ୍ତି। ଏଭଳି ଏକ ଭାଷା ହେଲା ‘ଉଭି’। ୧୯୯୨ରେ ତୁର୍କିର ଏହି ଭାଷା କହୁଥିବା ଶେଷବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଆଉ ଏକ ମୃତଭାଷା ହେଲା ‘ଅକ୍କାଲା ସାମି’। ରୁଷିଆର ଏହି ଭାଷାକୁ କହୁଥିବା ଏକମାତ୍ର ଲୋକଟିର୨୦୦୩ରେ ମୃତ୍ୟୁ ଘଟିଥିଲା। ସେହିପରି ଆଉ ଏକ ଲୁପ୍ତ ଭାଷା ହେଲା ‘ଇୟାକ’। ଆମେରିକାର ଆଲାସ୍କା ଅଞ୍ଚଳରେ ଏହି ଭାଷା ବଞ୍ଚତ୍ରହିଥିଲା। ୨୦୦୮ରେ ଏହି ଭାଷା କହୁଥିବା ଶେଷବ୍ୟକ୍ତି ମେରୀ ସ୍ମିଥ୍‌ ଜୋନ୍ସଙ୍କ ମୃତ୍ୟୁ ହେବା ସହ ‘ଇୟାକ୍‌’ ଭାଷାର ମଧ୍ୟ ଅନ୍ତ ଘଟିଲା। ତେବେ ଭାଷାବିତ୍‌ ଡ.ମାର୍କ ଟୁରିନ୍‌ଙ୍କ ମତରେ ନ୍ୟୁୟର୍କ ଭଳି ମହାନଗରୀରେ ପ୍ରାୟ ୮୦୦ ପ୍ରକାରର ଭାଷା କହୁଥିବା ଲୋକ ରହନ୍ତି। ପୃଥିବୀର କୋଣ ଅନୁକୋଣରୁ ଯାଇ ବିଭିନ୍ନ ଭାଷାଭାଷୀ ଲୋକେ ସେଠାରେ ବସବାସ କରୁଛନ୍ତି। ତେଣୁ ଏହି ନଗରୀଟି ଭାଷାବିତ୍‌ଙ୍କ ଗବେଷଣା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହୋଇଛି। ନ୍ୟୁୟର୍କରେ ବିଭିନ୍ନ ଭାଷା ଶୁଣିବା ପାଇଁ ଆପଣଙ୍କୁ ବିଶେଷ କିଛି କରିବା ଦରକାର ହେବନାହିଁ। କେବଳ ସବ୍‌ୱେରେ ଆପଣ ଯାଆନ୍ତୁ। ରାସ୍ତାରେ ଆପଣଙ୍କୁ କୋରିଆ, ଚାଇନା, ବଙ୍ଗଳା, ଗୁଜରାଟୀ, ନେପାଳୀ ସମେତ ବିଭିନ୍ନ ଭାଷା ଶୁଣିବାକୁ ମିଳିବ। ରାସ୍ତାରେ ମଧ୍ୟ ଆପଣ ବିଭିନ୍ନ ଭାଷାର ଚିହ୍ନ ଓ ସଂକେତ ଲଟକା ଯାଇଥିବା ଦେଖିବେ। ତେବେ ନ୍ୟୁୟର୍କ ଏଭଳି ଏକ ଜାଗା, ଯେଉଁଠି ଅନେକ ଭାଷାର ମୃତ୍ୟୁ ମଧ୍ୟ ଘଟୁଛି। ଭାଷାବିତ୍‌ ଡାନିଏଲ କଫମ୍ୟାନ୍‌ କହନ୍ତି, ସ୍ଲୋଭାନିଆର ଗଟ୍‌ଶିୟର୍ସ ଲୋକେ ସ୍ଲାଭିକ୍‌ ଭଳି ଏକ ଭାଷା କୁହନ୍ତି, ଯାହାକୁ ଜର୍ମାନୀ ଲୋକେ ବୁଝିପାରନ୍ତି ନାହିଁ। ଏହି ଭାଷା କହୁଥିବା ଲୋକଙ୍କ ମଧ୍ୟରୁ କେତେଜଣ କୁଇନ୍ସରେ ରହୁଛନ୍ତି। ସେହିପରି ହୋଣ୍ଡୁରାସ ଓ ବେଲିଜ୍‌ର ଗରିଫୁନା ଭାଷା କହୁଥିବା କେତେଜଣ ପ୍ରବାସୀ ମଧ୍ୟ ଆମେରିକାରେ ରହୁଛନ୍ତି। ଆମେରିକାର କେତେଜଣ ଭାଷାବିତ୍‌ ଏକାଠି ହୋଇ ଏବେ ‘ଏନ୍‌ଡେଞ୍ଜର୍ଡ ଲାଙ୍ଗୁଏଜ୍‌ ଆଲାଏନ୍ସ’ ବା ଲୁପ୍ତପ୍ରାୟ ଭାଷା ମେଣ୍ଟ ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେମାନେ ଲୁପ୍ତପ୍ରାୟ ଭାଷାଗୁଡ଼ିକୁ ସଂରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଏବେ ଇଣ୍ଡୋନେସିଆର ସୁଲାଭେସିର ‘ମମୁଜୁ’ ଭାଷା କହୁଥିବା ହୁସ୍ନି ହୁସେନଙ୍କ ଭିଡିଓ ମଧ୍ୟ ତିଆରି କରିଛନ୍ତି। ନ୍ୟୁୟର୍କରେ ଏହି ଭାଷା କହୁଥିବା ସେ ଏକମାତ୍ର ବ୍ୟକ୍ତି।
ଭାରତୀୟ ଭାଷାଗୁଡ଼ିକର ଶାସ୍ତ୍ରୀୟ ମାନ୍ୟତା ପାଇବା ଭାରତୀୟଙ୍କ କ୍ଷେତ୍ରରେ ଏକ ସ୍ପର୍ଶକାତର ପ୍ରସଙ୍ଗ ରୂପେ ଉଭା ହୋଇଥିଲା। ଏହି ପ୍ରେକ୍ଷାପଟରେ ଆମେ ଏକ ପ୍ରକାର ଉଦାସୀନ ଥିଲୁ। ୨୦୧୦ ବେଳକୁ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହେବା ପରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗ ନେଇ ବିଚାରବିମର୍ଶ ଆରମ୍ଭ ହୋଇଥିଲା। ଶାସ୍ତ୍ରୀୟତା ଲାଭ ପାଇଁ ମୁଖ୍ୟତଃ ଚାରିଟି ଯୋଗ୍ୟତାର ଆବଶ୍ୟକତା ରହିଛି। ପ୍ରଥମତଃ ଶାସ୍ତ୍ରୀୟତା ଦାବି କରୁଥିବା ଭାଷାଭାଷୀ ଜାତିର ଅନୂ୍ୟନ ୧୫୦୦ରୁ ୨୦୦୦ବର୍ଷର ଲିପିବଦ୍ଧ ଇତିହାସ ଓ ସଂସ୍କୃତିର ପ୍ରାଚୀନ ଐତିହ୍ୟ ଥିବ। ଦ୍ୱିତୀୟତଃ ଯୁଗ ଯୁଗ ଧରି ମହତ୍ତ୍ୱପୂର୍ଣ୍ଣ ବୋଲି ମନେକରାଯାଉଥିବା ପ୍ରାଚୀନ ଐତିହ୍ୟ ଓ ଗ୍ରନ୍ଥ ରଚନାର ପରମ୍ପରା ଥିବ। ତୃତୀୟତଃ ମୌଳିକ ସୃଷ୍ଟି ସମ୍ଭାରରେ ସମୃଦ୍ଧ ହୋଇଥିବ। ଚତୁର୍ଥତଃ ଆଧୁନିକ ଭାଷାଠାରୁ ସମ୍ପୂର୍ଣ୍ଣ ଭାବେ ସ୍ବତନ୍ତ୍ର ଓ ବୈଶିଷ୍ଟ୍ୟପୂର୍ଣ୍ଣ ହୋଇଥିବ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଦ୍ୱାରା ଏହି ଭାଷା ସାହିତ୍ୟର ଗବେଷକଙ୍କ ପାଇଁ ବର୍ଷକୁ ଦୁଇଟି ମୂଲ୍ୟବାନ ଆନ୍ତର୍ଜାତିକ ପୁରସ୍କାର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଏହି ଭାଷାର ଅଧ୍ୟୟନ ଓ ଗବେଷଣା ପାଇଁ ଗବେଷଣା ପରିଷଦ ସ୍ଥାପନ କରାଯିବ ଏବଂ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଦ ଖୋଲିବା ପାଇଁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନଙ୍କୁ ନିର୍ଦ୍ଦେଶ ଦିଆଯିବ। ଏହି ଭାଷାର ଉନ୍ନତି, ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାର ଏକ ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବେ। ପ୍ରତିବର୍ଷ ବଜେଟରୁ ଭାଷା ପ୍ରସାର ପାଇଁ ଅନୂ୍ୟନ ୫କୋଟି ଟଙ୍କା ରାଜ୍ୟ ପାଇବ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ସହିତ ଜାତୀୟ ଗୌରବ ଓ ସ୍ବାଭିମାନ ସଂଶ୍ଳିଷ୍ଟ।
୪ଜି ପ୍ରତାପ ଆପାର୍ଟମେଣ୍ଟ, ୭ ଏକ୍ସଟେନ୍‌ଶନ ରୋଡ, ପୁରୁଣା ସୋନାରୀ, ଜାମସେଦପୁର,
ମୋ: ୭୪୮୮୯୯୮୫୩୨ପୃଥିବୀରୁ ବହୁ ଭାଷା ଲୋପ ପାଇଯାଉଛି। ଏହାକୁ ନେଇ ଭାଷାତତ୍ତ୍ୱବିତ୍‌ମାନେ ବାରମ୍ବାର ଚିନ୍ତାପ୍ରକଟ କରିଆସିଛନ୍ତି। ୟୁନେସ୍କୋ ଅନୁସାରେ ପୃଥିବୀର ପ୍ରାୟ ୬,୫୦୦ ଭାଷା ମଧ୍ୟରୁ ଅଧା ଲୁପ୍ତ ହେବା ଅବସ୍ଥାରେ। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଅନେକଙ୍କର ଚିହ୍ନବର୍ଣ୍ଣ ଲୋପ ପାଇବାର ଆଶଙ୍କା ଦେଖାଦେଇଛି। ନିକଟରେ କେତେକ ଭାଷା ସମ୍ପୂର୍ଣ୍ଣ ଲୋପ ପାଇଯାଉଛି, କାରଣ ଏହାକୁ କହୁଥିବା ଲୋକ ଆଉ କେହି ବଞ୍ଚତ୍ନାହାନ୍ତି। ଏଭଳି ଏକ ଭାଷା ହେଲା ‘ଉଭି’। ୧୯୯୨ରେ ତୁର୍କିର ଏହି ଭାଷା କହୁଥିବା ଶେଷବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଆଉ ଏକ ମୃତଭାଷା ହେଲା ‘ଅକ୍କାଲା ସାମି’। ରୁଷିଆର ଏହି ଭାଷାକୁ କହୁଥିବା ଏକମାତ୍ର ଲୋକଟିର୨୦୦୩ରେ ମୃତ୍ୟୁ ଘଟିଥିଲା। ସେହିପରି ଆଉ ଏକ ଲୁପ୍ତ ଭାଷା ହେଲା ‘ଇୟାକ’। ଆମେରିକାର ଆଲାସ୍କା ଅଞ୍ଚଳରେ ଏହି ଭାଷା ବଞ୍ଚତ୍ରହିଥିଲା। ୨୦୦୮ରେ ଏହି ଭାଷା କହୁଥିବା ଶେଷବ୍ୟକ୍ତି ମେରୀ ସ୍ମିଥ୍‌ ଜୋନ୍ସଙ୍କ ମୃତ୍ୟୁ ହେବା ସହ ‘ଇୟାକ୍‌’ ଭାଷାର ମଧ୍ୟ ଅନ୍ତ ଘଟିଲା। ତେବେ ଭାଷାବିତ୍‌ ଡ.ମାର୍କ ଟୁରିନ୍‌ଙ୍କ ମତରେ ନ୍ୟୁୟର୍କ ଭଳି ମହାନଗରୀରେ ପ୍ରାୟ ୮୦୦ ପ୍ରକାରର ଭାଷା କହୁଥିବା ଲୋକ ରହନ୍ତି। ପୃଥିବୀର କୋଣ ଅନୁକୋଣରୁ ଯାଇ ବିଭିନ୍ନ ଭାଷାଭାଷୀ ଲୋକେ ସେଠାରେ ବସବାସ କରୁଛନ୍ତି। ତେଣୁ ଏହି ନଗରୀଟି ଭାଷାବିତ୍‌ଙ୍କ ଗବେଷଣା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହୋଇଛି। ନ୍ୟୁୟର୍କରେ ବିଭିନ୍ନ ଭାଷା ଶୁଣିବା ପାଇଁ ଆପଣଙ୍କୁ ବିଶେଷ କିଛି କରିବା ଦରକାର ହେବନାହିଁ। କେବଳ ସବ୍‌ୱେରେ ଆପଣ ଯାଆନ୍ତୁ। ରାସ୍ତାରେ ଆପଣଙ୍କୁ କୋରିଆ, ଚାଇନା, ବଙ୍ଗଳା, ଗୁଜରାଟୀ, ନେପାଳୀ ସମେତ ବିଭିନ୍ନ ଭାଷା ଶୁଣିବାକୁ ମିଳିବ। ରାସ୍ତାରେ ମଧ୍ୟ ଆପଣ ବିଭିନ୍ନ ଭାଷାର ଚିହ୍ନ ଓ ସଂକେତ ଲଟକା ଯାଇଥିବା ଦେଖିବେ। ତେବେ ନ୍ୟୁୟର୍କ ଏଭଳି ଏକ ଜାଗା, ଯେଉଁଠି ଅନେକ ଭାଷାର ମୃତ୍ୟୁ ମଧ୍ୟ ଘଟୁଛି। ଭାଷାବିତ୍‌ ଡାନିଏଲ କଫମ୍ୟାନ୍‌ କହନ୍ତି, ସ୍ଲୋଭାନିଆର ଗଟ୍‌ଶିୟର୍ସ ଲୋକେ ସ୍ଲାଭିକ୍‌ ଭଳି ଏକ ଭାଷା କୁହନ୍ତି, ଯାହାକୁ ଜର୍ମାନୀ ଲୋକେ ବୁଝିପାରନ୍ତି ନାହିଁ। ଏହି ଭାଷା କହୁଥିବା ଲୋକଙ୍କ ମଧ୍ୟରୁ କେତେଜଣ କୁଇନ୍ସରେ ରହୁଛନ୍ତି। ସେହିପରି ହୋଣ୍ଡୁରାସ ଓ ବେଲିଜ୍‌ର ଗରିଫୁନା ଭାଷା କହୁଥିବା କେତେଜଣ ପ୍ରବାସୀ ମଧ୍ୟ ଆମେରିକାରେ ରହୁଛନ୍ତି। ଆମେରିକାର କେତେଜଣ ଭାଷାବିତ୍‌ ଏକାଠି ହୋଇ ଏବେ ‘ଏନ୍‌ଡେଞ୍ଜର୍ଡ ଲାଙ୍ଗୁଏଜ୍‌ ଆଲାଏନ୍ସ’ ବା ଲୁପ୍ତପ୍ରାୟ ଭାଷା ମେଣ୍ଟ ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେମାନେ ଲୁପ୍ତପ୍ରାୟ ଭାଷାଗୁଡ଼ିକୁ ସଂରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଏବେ ଇଣ୍ଡୋନେସିଆର ସୁଲାଭେସିର ‘ମମୁଜୁ’ ଭାଷା କହୁଥିବା ହୁସ୍ନି ହୁସେନଙ୍କ ଭିଡିଓ ମଧ୍ୟ ତିଆରି କରିଛନ୍ତି। ନ୍ୟୁୟର୍କରେ ଏହି ଭାଷା କହୁଥିବା ସେ ଏକମାତ୍ର ବ୍ୟକ୍ତି।
ଭାରତୀୟ ଭାଷାଗୁଡ଼ିକର ଶାସ୍ତ୍ରୀୟ ମାନ୍ୟତା ପାଇବା ଭାରତୀୟଙ୍କ କ୍ଷେତ୍ରରେ ଏକ ସ୍ପର୍ଶକାତର ପ୍ରସଙ୍ଗ ରୂପେ ଉଭା ହୋଇଥିଲା। ଏହି ପ୍ରେକ୍ଷାପଟରେ ଆମେ ଏକ ପ୍ରକାର ଉଦାସୀନ ଥିଲୁ। ୨୦୧୦ ବେଳକୁ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହେବା ପରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗ ନେଇ ବିଚାରବିମର୍ଶ ଆରମ୍ଭ ହୋଇଥିଲା। ଶାସ୍ତ୍ରୀୟତା ଲାଭ ପାଇଁ ମୁଖ୍ୟତଃ ଚାରିଟି ଯୋଗ୍ୟତାର ଆବଶ୍ୟକତା ରହିଛି। ପ୍ରଥମତଃ ଶାସ୍ତ୍ରୀୟତା ଦାବି କରୁଥିବା ଭାଷାଭାଷୀ ଜାତିର ଅନୂ୍ୟନ ୧୫୦୦ରୁ ୨୦୦୦ବର୍ଷର ଲିପିବଦ୍ଧ ଇତିହାସ ଓ ସଂସ୍କୃତିର ପ୍ରାଚୀନ ଐତିହ୍ୟ ଥିବ। ଦ୍ୱିତୀୟତଃ ଯୁଗ ଯୁଗ ଧରି ମହତ୍ତ୍ୱପୂର୍ଣ୍ଣ ବୋଲି ମନେକରାଯାଉଥିବା ପ୍ରାଚୀନ ଐତିହ୍ୟ ଓ ଗ୍ରନ୍ଥ ରଚନାର ପରମ୍ପରା ଥିବ। ତୃତୀୟତଃ ମୌଳିକ ସୃଷ୍ଟି ସମ୍ଭାରରେ ସମୃଦ୍ଧ ହୋଇଥିବ। ଚତୁର୍ଥତଃ ଆଧୁନିକ ଭାଷାଠାରୁ ସମ୍ପୂର୍ଣ୍ଣ ଭାବେ ସ୍ବତନ୍ତ୍ର ଓ ବୈଶିଷ୍ଟ୍ୟପୂର୍ଣ୍ଣ ହୋଇଥିବ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଦ୍ୱାରା ଏହି ଭାଷା ସାହିତ୍ୟର ଗବେଷକଙ୍କ ପାଇଁ ବର୍ଷକୁ ଦୁଇଟି ମୂଲ୍ୟବାନ ଆନ୍ତର୍ଜାତିକ ପୁରସ୍କାର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଏହି ଭାଷାର ଅଧ୍ୟୟନ ଓ ଗବେଷଣା ପାଇଁ ଗବେଷଣା ପରିଷଦ ସ୍ଥାପନ କରାଯିବ ଏବଂ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଦ ଖୋଲିବା ପାଇଁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନଙ୍କୁ ନିର୍ଦ୍ଦେଶ ଦିଆଯିବ। ଏହି ଭାଷାର ଉନ୍ନତି, ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାର ଏକ ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବେ। ପ୍ରତିବର୍ଷ ବଜେଟରୁ ଭାଷା ପ୍ରସାର ପାଇଁ ଅନୂ୍ୟନ ୫କୋଟି ଟଙ୍କା ରାଜ୍ୟ ପାଇବ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ସହିତ ଜାତୀୟ ଗୌରବ ଓ ସ୍ବାଭିମାନ ସଂଶ୍ଳିଷ୍ଟ।
୪ଜି ପ୍ରତାପ ଆପାର୍ଟମେଣ୍ଟ, ୭ ଏକ୍ସଟେନ୍‌ଶନ ରୋଡ, ପୁରୁଣା ସୋନାରୀ, ଜାମସେଦପୁର,
ମୋ: ୭୪୮୮୯୯୮୫୩୨


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri