କଖଡ଼ି ମହାନଦୀ ଅବବାହିକାରେ ୧୬୫ ପାଣିଚିରି, ୮୨ ଅଣ୍ଡା ଦେଲେ, ୩୫ ଛୁଆ ଫୁଟି ବାହାରିଲେ

ଖୁଣ୍ଟୁଣୀ, ୫।୫(ସଚ୍ଚିଦାନନ୍ଦ ପଣ୍ଡା): ପୃଥିବୀରେ ଇଣ୍ଡିଆନ୍‌ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ। ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା ମାତ୍ର ୪ହଜାର ଥିବା କୁହାଯାଉଛି। ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରବେଶନ ଅଫ୍‌ ନେଚର(ଆଇୟୁସିଏନ୍‌)ର ରେଡ୍‌ ଲିଷ୍ଟରେ ଏହି ପକ୍ଷୀବଂଶ ଏବେ ସଙ୍କଟ ତାଲିକାରେ ଅଛନ୍ତି ଏବଂ ଏହାର ପ୍ରାପ୍ତବୟସ୍କଙ୍କ ସଂଖ୍ୟା ୨୪୫୦ରୁ ୨୯୦୦ ମଧ୍ୟରେ ଥିବା ଆକଳନ କରାଯାଇଛି।

ଏଭଳି ସ୍ଥିତିରେ କଟକ ଜିଲା ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କଖଡ଼ି ଗ୍ରାମ ନିକଟ ମହାନଦୀ ଅବବାହିକାର ବିସ୍ତୃତ ବାଲୁକା ଶଯ୍ୟାରେ ଇଣ୍ଡିଆନ ସ୍କିମର ପକ୍ଷୀର ପ୍ରଥମଥର ପାଇଁ ଆସ୍ଥାନ ଦେଖିବାକୁ ମିଳିଛି। ଏମାନଙ୍କ ସୁରକ୍ଷା ପାଇଁ ବନାଞ୍ଚଳ ପକ୍ଷରୁ ଏବେଠାରୁ ଉଦ୍ୟମ ଆରମ୍ଭ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ପକ୍ଷୀ ଗୋଟିଏ କି ଦୁଇଟି ନୁହେଁ ଏହାର ସଂଖ୍ୟା ୧୬୫ ହେବ। ଏହି ନଦୀଶଯ୍ୟା ଏକ ପ୍ରକୋଷ୍ଠ ଅଣ୍ଡାଦେବା ସ୍ଥାନ ବୋଲି ମନେକରି ଏମାନଙ୍କ ମଧ୍ୟରୁ ୮୨ଟି ଅଣ୍ଡା ଦେଇଥିବା ଓ ୩୫ଟି ଛୁଆ ହୋଇଥିବା ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ କହିଛନ୍ତି।

ଏମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଏବେଠାରୁ ବନବିଭାଗ ଉଦ୍ୟମ ଆରମ୍ଭ କଲେ ଖୁଣ୍ଟୁଣୀ ବନାଞ୍ଚଳ ଭବିଷ୍ୟତରେ ଭାରତର ଏକ ଇଣ୍ଡିଆନ ସ୍କିମର ହବ୍‌ ପାଲଟିବ ବୋଲି ପକ୍ଷୀ ବିଶାରଦମାନେ ଆଶା କରିଛନ୍ତି। ଏହି ପକ୍ଷୀ ଅଣ୍ଡା ଦେବା କିମ୍ବା ପ୍ରଜନନବେଳେ ଯେପରି କୌଣସି କୁକୁର, ବିଲୁଆ କିମ୍ବା ଅନ୍ୟ କୌଣସି ପଶୁପକ୍ଷୀଙ୍କ ଶିକାର ନ ହୁଅନ୍ତି ସେଥିପାଇଁ ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ ବନ କର୍ମଚାରୀଙ୍କୁ ଦିନରାତି ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି। ଏଥିରେ ସ୍ଥାନୀୟ ଗ୍ରାମବାସୀ, ମତ୍ସ୍ୟଜୀବୀ ଓ ସାଧାରଣ ନାଗରିକଙ୍କୁ ସାମିଲ କରାଯାଇଛି।

ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ଶନିବାର କଖଡ଼ିଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବନାଞ୍ଚଳ ଅଧିକାରୀ ସାହୁ ସୂଚନା ଦେଇଛନ୍ତି। ଭାରତର ଚମ୍ବଲ ଉପତ୍ୟାକାରେ ଏହି ପକ୍ଷୀଙ୍କର ସୁରକ୍ଷା ବ୍ୟବସ୍ଥା ଓ ବଂଶ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଥିବା କୁହାଯାଉଛି। ଏମାନେ ଜଳରେ ଥିବା ବିଭିନ୍ନ ଦୂଷିତ ତୈଳ ଅଂଶକୁ ଶୋଷି ନେଇଥାନ୍ତି। ଏଥିପାଇଁ ଏମାନଙ୍କର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଏହି ପକ୍ଷୀମାନେ ଓଡ଼ିଶାକୁ ଆସିଥାନ୍ତି। ହେଲେ ଏବେ ମେ’ମାସରେ ମଧ୍ୟ ଏମାନେ ଅଣ୍ଡା ଦେଉଥିବାରୁ ଏଠାରେ ସେମାନଙ୍କର ବଂଶ ବୃଦ୍ଧିର ଆଶା ଉଜ୍ଜ୍ୱଳ ହୋଇଉଠିଥିବା ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?