କଖଡ଼ି ମହାନଦୀ ଅବବାହିକାରେ ୧୬୫ ପାଣିଚିରି, ୮୨ ଅଣ୍ଡା ଦେଲେ, ୩୫ ଛୁଆ ଫୁଟି ବାହାରିଲେ

ଖୁଣ୍ଟୁଣୀ, ୫।୫(ସଚ୍ଚିଦାନନ୍ଦ ପଣ୍ଡା): ପୃଥିବୀରେ ଇଣ୍ଡିଆନ୍‌ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ। ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା ମାତ୍ର ୪ହଜାର ଥିବା କୁହାଯାଉଛି। ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରବେଶନ ଅଫ୍‌ ନେଚର(ଆଇୟୁସିଏନ୍‌)ର ରେଡ୍‌ ଲିଷ୍ଟରେ ଏହି ପକ୍ଷୀବଂଶ ଏବେ ସଙ୍କଟ ତାଲିକାରେ ଅଛନ୍ତି ଏବଂ ଏହାର ପ୍ରାପ୍ତବୟସ୍କଙ୍କ ସଂଖ୍ୟା ୨୪୫୦ରୁ ୨୯୦୦ ମଧ୍ୟରେ ଥିବା ଆକଳନ କରାଯାଇଛି।

ଏଭଳି ସ୍ଥିତିରେ କଟକ ଜିଲା ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କଖଡ଼ି ଗ୍ରାମ ନିକଟ ମହାନଦୀ ଅବବାହିକାର ବିସ୍ତୃତ ବାଲୁକା ଶଯ୍ୟାରେ ଇଣ୍ଡିଆନ ସ୍କିମର ପକ୍ଷୀର ପ୍ରଥମଥର ପାଇଁ ଆସ୍ଥାନ ଦେଖିବାକୁ ମିଳିଛି। ଏମାନଙ୍କ ସୁରକ୍ଷା ପାଇଁ ବନାଞ୍ଚଳ ପକ୍ଷରୁ ଏବେଠାରୁ ଉଦ୍ୟମ ଆରମ୍ଭ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ପକ୍ଷୀ ଗୋଟିଏ କି ଦୁଇଟି ନୁହେଁ ଏହାର ସଂଖ୍ୟା ୧୬୫ ହେବ। ଏହି ନଦୀଶଯ୍ୟା ଏକ ପ୍ରକୋଷ୍ଠ ଅଣ୍ଡାଦେବା ସ୍ଥାନ ବୋଲି ମନେକରି ଏମାନଙ୍କ ମଧ୍ୟରୁ ୮୨ଟି ଅଣ୍ଡା ଦେଇଥିବା ଓ ୩୫ଟି ଛୁଆ ହୋଇଥିବା ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ କହିଛନ୍ତି।

ଏମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଏବେଠାରୁ ବନବିଭାଗ ଉଦ୍ୟମ ଆରମ୍ଭ କଲେ ଖୁଣ୍ଟୁଣୀ ବନାଞ୍ଚଳ ଭବିଷ୍ୟତରେ ଭାରତର ଏକ ଇଣ୍ଡିଆନ ସ୍କିମର ହବ୍‌ ପାଲଟିବ ବୋଲି ପକ୍ଷୀ ବିଶାରଦମାନେ ଆଶା କରିଛନ୍ତି। ଏହି ପକ୍ଷୀ ଅଣ୍ଡା ଦେବା କିମ୍ବା ପ୍ରଜନନବେଳେ ଯେପରି କୌଣସି କୁକୁର, ବିଲୁଆ କିମ୍ବା ଅନ୍ୟ କୌଣସି ପଶୁପକ୍ଷୀଙ୍କ ଶିକାର ନ ହୁଅନ୍ତି ସେଥିପାଇଁ ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ ବନ କର୍ମଚାରୀଙ୍କୁ ଦିନରାତି ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି। ଏଥିରେ ସ୍ଥାନୀୟ ଗ୍ରାମବାସୀ, ମତ୍ସ୍ୟଜୀବୀ ଓ ସାଧାରଣ ନାଗରିକଙ୍କୁ ସାମିଲ କରାଯାଇଛି।

ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ଶନିବାର କଖଡ଼ିଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବନାଞ୍ଚଳ ଅଧିକାରୀ ସାହୁ ସୂଚନା ଦେଇଛନ୍ତି। ଭାରତର ଚମ୍ବଲ ଉପତ୍ୟାକାରେ ଏହି ପକ୍ଷୀଙ୍କର ସୁରକ୍ଷା ବ୍ୟବସ୍ଥା ଓ ବଂଶ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଥିବା କୁହାଯାଉଛି। ଏମାନେ ଜଳରେ ଥିବା ବିଭିନ୍ନ ଦୂଷିତ ତୈଳ ଅଂଶକୁ ଶୋଷି ନେଇଥାନ୍ତି। ଏଥିପାଇଁ ଏମାନଙ୍କର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଏହି ପକ୍ଷୀମାନେ ଓଡ଼ିଶାକୁ ଆସିଥାନ୍ତି। ହେଲେ ଏବେ ମେ’ମାସରେ ମଧ୍ୟ ଏମାନେ ଅଣ୍ଡା ଦେଉଥିବାରୁ ଏଠାରେ ସେମାନଙ୍କର ବଂଶ ବୃଦ୍ଧିର ଆଶା ଉଜ୍ଜ୍ୱଳ ହୋଇଉଠିଥିବା ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Mo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତର

ଭୁବନେଶ୍ୱର,୧୪।୨: ପୁଣି ମୋ’ ବସ୍‌ ନେଇଛି ଜୀବନ। ଶୁକ୍ରବାର ରାତିରେ ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ସହ ୧୦୦...

ଉମା ଶଙ୍କର ବେହେରା ହେଲେ ଭଞ୍ଜନଗର ଉପ ଜିଲାପାଳ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ): ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା ପ୍ରମୋଶନ ପାଇ ଭଞ୍ଜନଗର ଉପ ଜିଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ ଶୁକ୍ରବାର ବିଜ୍ଞପ୍ତି...

ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ରାଇକିଆ,୧୪।୨: (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଠାରେ ଭାରତ ନିର୍ମାଣ ଆଜାଦି ସେବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ସାରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ...

ସୁପ୍ରିମକୋର୍ଟରେ ପୂର୍ବତନ CJIଙ୍କ ପୁଅ ଲଢ଼ିବେ ୟୁଟ୍ୟୁବର Ranveer Allahbadiaଙ୍କ କେସ୍‌, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୪।୨: କମେଡିଆନ ସମୟ ରାଇନାଙ୍କ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ବିବାଦୀୟ ବୟାନ ଦେଇଥିବା ରଣବୀର ଆଲ୍ଲାହାବାଦିଆଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ମହାରାଷ୍ଟ୍ରରୁ...

ଆରପାରିରେ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ ଝିଅ

ପଟ୍ଟାଙ୍ଗି,୧୪ା୨(ଶରତ କୁମାର ଧଳ):କୋରାପୁଟ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀଙ୍କ ତୃତୀୟ ଝିଅ ରାଜଲକ୍ଷ୍ମୀଙ୍କ ଗୁରୁବାର ବିଳମ୍ବିତ ରାତିରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ...

ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ରଖିଲେ ବିଧାୟକ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମରେ ରହିଥିବା ଅଷ୍ଟଶମ୍ଭୁ ମଧ୍ୟରେ  ଅନ୍ୟତମ ଶୈବପୀଠ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ଶୁକ୍ରବାର ବରଗଡ଼...

ଅଶୁଭ! ଭାଙ୍ଗିଲା ଶ୍ରୀମନ୍ଦିର ଉପରେ ଥିବା ଅକ୍ଷୟ ଦଣ୍ଡ

ପୁରୀ,୧୪।୨: ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ ଭାଙ୍ଗି ଯାଇଛି । jagannath temple ଚୁଡ଼ାରେ ଆଜି ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି...

ଜାଣନ୍ତୁ କିଏ ହେଲେ ଭଞ୍ଜନଗର ବିଡିଓ , ମିଳିଲା ଦାୟିତ୍ୱ

ଭଞ୍ଜନଗର,୧୪ା୨(ବାବୁଲା ପ୍ରଧାନ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ବିଡିଓ ବଦଳି ତାଲିକା ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର ବିଡିଓ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri