ଜବରଦଖଲ ଉଚ୍ଛେଦ ଘଟଣା: ଛଦ୍ମବେଶୀ ବ୍ୟବସାୟୀଙ୍କ ଆବେଦନ ଯୋଗୁ ବଢୁଛି ସମସ୍ୟା

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଉଠା ଦୋକାନୀଙ୍କ ଥଇଥାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପାଇଁ ଚାଲେଞ୍ଜ ରହିଛି। କିନ୍ତୁ ଏବେ ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ସଠିକ ଚି଼ହ୍ନଟ ହୋଇପାରି ନ ଥିବା ଆଲୋଚନା ହେଉଛି। ଚି଼ହ୍ନଟ ପ୍ରକ୍ରିୟା ଭିତରେ ଏବେ ଛଦ୍ମବେଶୀ ବ୍ୟବସାୟୀଙ୍କ ପାଇଁ ମୁଣ୍ଡବ୍ୟଥା ବଢିଥିବା ସରପଞ୍ଚ ଚନ୍ଦ୍ରିକା ମଲିକ ଚିନ୍ତା ପ୍ରକଟ କରିବା ସହ ପ୍ରଶାସନର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ବିଳମ୍ବ ଘଟୁଛି ବୋଲି କହିଛନ୍ତି।

ଅନେକ ଦାରିଙ୍ଗବାଡି ପଞ୍ଚାୟତବାସୀ ୫୯ ନଂ ଜାତୀୟ ରାଜପଥ କଡ଼ରେ ବସି ବ୍ୟବସାୟ କରି ପରିବାର ପ୍ରତିପୋଷଣ ହେଉଥିବାବେଳେ ସେମାନଙ୍କୁ ପ୍ରଶାସନ ଓ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଥଇଥାନ କରାଯିବାକୁ ଦୋକାନ ଗୃହ ଯୋଗାଇଦେବାକୁ ନିଷ୍ପତି ନିଆଯାଇଛି। ଏହି ଖବର ଶୁଣି ଅନେକ ଦାରିଙ୍ଗବାଡିର ମୂଲ୍ୟବାନ ଜମି, ଦୋକାନ ଗୃହ ହାତେଇବାକୁ ଏବେ କସରତ ଆରମ୍ଭ କରିଥିବା ଜଣାପଡ଼ିଛି। ଅଜଣା ଲୋକ ଦୋକାନ ଗୃହ ହାତେଇବାକୁ ଷଡଯନ୍ତ୍ର କରୁଥିବା ପଞ୍ଚାୟତ ପକ୍ଷରୁ କୁହାଯାଇଛି। ପ୍ରକୃତ ଉଠାଦୋକାନୀଙ୍କୁ ଚି଼ହ୍ନଟ କରି ସେମାନଙ୍କ ଥଇଥାନ ପାଇଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ୨୪ଟି ଭେଣ୍ଡିଂ ଜୋନ ଗୃହ ସମେତ ହାଟପଦା ଓ ଖୋଲା ଜମିରେ ଉଠା ଦୋକାନୀଙ୍କ ପାଇଁ ସେଡ ନିର୍ମାଣ କରି ଥଇଥାନ ପାଇଁ ଯୋଜନା କରାଯାଇଛି ବୋଲି ସରପଞ୍ଚ କହିଛନ୍ତି। ଏବେ ସୁଦ୍ଧା ୧୨୮ଉଠା ଦୋକାନୀଙ୍କ ପକ୍ଷରୁ ଦୋକାନ ଗୃହ ଯୋଗାଇ ଦେବାକୁ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ଗୋଟିଏ ଦଶନ୍ଧି ପୂର୍ବରୁ ଅଗ୍ରିମ ୫ ହଜାର ପ୍ରଦାନ କରି ମଧ୍ୟ ଦୋକାନ ଗୃହ ପଞ୍ଚାୟତ ଯୋଗାଇଦେଇ ନ ଥିବା ଉଠାଦୋକାନୀ ତ୍ରିନାଥ ବେହେରା ଅଭିଯୋଗ କରିଛନ୍ତି। ତେବେ ୧୨୮ ଉଠା ଦୋକାନୀ ଆବେଦନ କରିଥିବାବେଳେ ମାତ୍ର ୨୪ଟି ଦୋକାନ ଗୃହ ରହିଛି। ତାକୁ କିଭଳି ଥଇଥାନ କରାଯିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ସରପଞ୍ଚ କହିଛନ୍ତି,ଯଦି ବ୍ୟବସାୟୀମାନେ ଭେଣ୍ଡିଂ ଜୋନକୁ ଯିବାକୁ ମଙ୍ଗନ୍ତି ତେବେ ଥଇଥାନରେ କୌଣସି ସମସ୍ୟା ହେବନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗୁରୁବାର ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଦାରିଙ୍ଗବାଡି ବଜାରରେ ବୁଲି ଉଠାଦୋକାନୀ ଓ ଜବରଦଖଲକାରୀଙ୍କୁ ଶୀଘ୍ର ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଶନିବାର ଜବରଦଖଲ ଉଚ୍ଛେଦ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିଲା। କିନ୍ତୁ ଥଇଥାନ ବିଳମ୍ବ ଯୋଗୁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ଆଉ ୨ ଦିନ ସେମାନଙ୍କୁ ସମୟ ଦେଇଥିବା ବେଳେ ସୋମବାର ପ୍ରଶାସନ ଜବରଦଖଲ ଉଚ୍ଛେଦ କରିପାରେ ବୋଲି ଯୋଜନା କରୁଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

ଥାଲାପତି ବିଜୟଙ୍କ ନୂଆ ରେକର୍ଡ: ଦେଶର ୫ ପ୍ରମୁଖ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏଣ୍ଟ୍ରି, ଜାଣନ୍ତୁ ନେଟ୍‌ୱର୍ଥ!

ନୂଆଦିଲ୍ଲୀ,୩।୬: ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ (Thalapathy Vijay) ଏବେ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ…

ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ନିଷ୍ପତ୍ତି, ଦିଗପହଣ୍ଡିକୁ ରେଳ ଲାଇନ ଓ ଛେଳିଗଡ ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ ଗଣ ଆନ୍ଦୋଳନ

ଦିଗପହଣ୍ଡି,୩।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ଶ୍ରୀ ଉଜ୍ଜଳେଶ୍ୱର ଶୈବପୀଠ ସଭା ମଣ୍ଡପରେ ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ…

୨୬ ବର୍ଷ ମାତୃଭୂମି ସେବା କରି ଜନ୍ମମାଟିକୁ ଫେରିଲେ ସଞ୍ଜିବ, ଧୁମଧାମରେ ସ୍ବାଗତ କଲେ ଗ୍ରାମବାସୀ

କେସିଙ୍ଗା,୩।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଖାସ ବାହାଲ ଗ୍ରାମର ସଞ୍ଜୀବ କୁମାର ଭୋଇ ଦୀର୍ଘ ୨୬ବର୍ଷ କାଳ ସି.ଆର.ପି.ଏଫ.ଇନ୍ସପେକ୍ଟର ଭାବେ ସୀମାସୁରକ୍ଷା ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri