ଏନ୍‌କାଉଣ୍ଟର ବନାମ ବିଳମ୍ବିତ ନ୍ୟାୟ

ଈପ୍ସିତା ମହାନ୍ତି

 

୨୦୨୧ ଜୁଲାଇ ୨୪ରେ ଚୌଦ୍ୱାରରୁ ବାରିପଦା କାରାଗାରକୁ ନିଆଯିବା ବାଟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ଏନ୍‌କାଉଣ୍ଟର କରାଗଲା। ଏଥିପୂର୍ବରୁ ଭାରତରେ ଏକାଧିକ ଏନ୍‌କାଉଣ୍ଟର ଘଟଣା ଘଟିସାରିଛି। ତେଣୁ ଭାରତୀୟଙ୍କ ପାଇଁ ଏହା ସେଭଳି କିଛି ନୂଆ କଥା ନୁହେଁ। ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ପାଇଁ ଲୋକେ ଆଜି ଏନ୍‌କାଉଣ୍ଟରକୁ ପସନ୍ଦ କରୁଛନ୍ତି। ଏକ ହିସାବରୁ ଜଣାପଡ଼ିଛି ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୩୨କିଲୋମିଟର ବାଟ ଚାଲେ, ତେବେ ସେ ୨୬୦୮ଦିନରେ ୮୩,୪୫୬ କିଲୋମିଟର ବାଟକୁ ଅନାୟାସରେ ଅତିକ୍ରମ କରିପାରିବ। ଏହି ଦୂରତା ସାରା ଦୁନିଆକୁ ୨ଥର ପରିକ୍ରମଣ କରିବା ସହ ସମାନ। ଏକ ସୁସ୍ଥ ବ୍ୟକ୍ତି ବିନା ଦ୍ବିଧାରେ ଦିନକରେ ୩୨କିଲୋମିଟର ବାଟ ଚାଲି ପାରିବ। ଏହି ଗତିରେ ଚାଲି ଯେକେହି ବି ବିନା ଦ୍ବିଧାରେ ୭ବର୍ଷରେ ଦିଲ୍ଲୀ ଓ ଲଣ୍ଡନ ମଧ୍ୟରେ ୧୧ଥର ଯିବା ଆସିବା କରିପାରିବ। ଏହି ତଥ୍ୟ ଏଠାରେ ପ୍ରକାଶ କରିବାର ତାତ୍ପର୍ଯ୍ୟ ହେଉଛି ଜଣେ ବ୍ୟକ୍ତି ୨୬୦୮ଦିନ ପାଦରେ ଚାଲିଚାଲି ପୃଥିବୀକୁ ୨ଥର ପରିକ୍ରମା କରିପାରିବ ଅର୍ଥାତ୍‌ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବ, କିନ୍ତୁ ସେହି ସମାନ ସଂଖ୍ୟକ ଦିନ ଯଦି ବ୍ୟକ୍ତି ଜଣଙ୍କ ଆମଦେଶର ଅଦାଲତରେ ପଇଁତରା ମାରେ, ତେବେ ତାଙ୍କୁ ନ୍ୟାୟ ମିଳିବ କି ନାହିଁ ସେ କଥାରେ କିନ୍ତୁ କୌଣସି ନିଶ୍ଚିତତା ନାହିଁ। ଉଦାହରଣ ସ୍ବରୂପ ଦିଲ୍ଲୀର ନିର୍ଭୟା କଥାକୁ ନେବା।
ନିର୍ଭୟାଙ୍କ ପରିବାର ୨,୬୫୦ଦିନ ଧରି ନ୍ୟାୟାଳୟରେ ପଇଁତରା ମାରିବା ପରେ ନ୍ୟାୟ ପାଇଥିଲେ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆମ ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଆସିପାରୁ ନାହିଁ। ତାରିଖ ପରେ ତାରିଖ ଗଡ଼େଇ ଚାଲିବାର ପରମ୍ପରା ଉପରେ ରୋକ୍‌ ବି ଲାଗି ପାରୁନାହିଁ। ଆମ ନ୍ୟାୟିକ ବ୍ୟବସ୍ଥାରେ ଦୋଷୀଙ୍କ ଦଣ୍ଡାଦେଶକୁ ଦୂରେଇ ଦେବାରେ ଗଳାବାଟ ଆଜି ବି ସମର୍ଥ। ହାଇଦ୍ରାବାଦ ଗଣବଳାତ୍କାରୀଙ୍କ ଏନ୍‌କାଉଣ୍ଟର ପରି ନିର୍ଭୟା ଦୋଷୀଙ୍କର ଯଦି ଏନ୍‌କାଉଣ୍ଟର ହୋଇଯାଇଥାନ୍ତା ତା’ହେଲେ ଭଲ ହୋଇଥାନ୍ତା ବୋଲି ଅନେକେ ଭାବୁଥିଲେ। କାରଣ ଟ୍ବେଣ୍ଟିଟ୍ବେଣ୍ଟିର ଦୁନିଆରେ ଭାରତରେ ନ୍ୟାୟିକ ଚକ ଖୁବ୍‌ ମନ୍ଥର ଗତିରେ ଘୂରୁଛି। ନ୍ୟାୟ ମିଳିବା ବେଳକୁ ପୀଡ଼ିତାର ମୃତ୍ୟୁ ଘଟିସାରୁଛି ଅବା ତା’ ପରିବାର ଭାଙ୍ଗିରୁଜି ଚୂରମାର୍‌ ହୋଇ ଯାଉଛି। ନଚେତ ଦଣ୍ଡକୁ ଅପେକ୍ଷା କରିକରି ଦୋଷୀ ମଧ୍ୟ ସ୍ବାଭାବିକ ଭାବେ ଜୀବନ ହାରି ଦେଉଛି। ଏଭଳି ସ୍ଥିତିରେ ବିଳମ୍ବିତ ନ୍ୟାୟର କୌଣସି ମୂଲ୍ୟ ନାହିଁ। ବିଳମ୍ବିତ ନ୍ୟାୟ, ନ୍ୟାୟ ନ ମିଳିବା ସହ ସମାନ।
ଏକ ପରିସଂଖ୍ୟାନ ଅନୁଯାୟୀ ଭାରତର ଜିଲା ଅଦାଲତଗୁଡ଼ିକରେ ଗୋଟିଏ ମାମଲାର ଫଇସଲା ପାଇଁ ହାରାହାରି ୫ବର୍ଷ ଲାଗୁଛି। ସେହିଭଳି ରାଜ୍ୟ ଉଚ୍ଚ ନ୍ୟାୟାଳୟରୁ ନ୍ୟାୟ ପାଇବା ପାଇଁ ହାରାହାରି ୪ବର୍ଷ ୩ମାସ ଅପେକ୍ଷା କରିବାକୁ ପଡୁଛି। ପୁଣି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଗୋଟିଏ ମାମଲାର ଫଇସଲା ପାଇଁ ୨ରୁ ୩ବର୍ଷ ଲାଗୁଛି। ନ୍ୟାୟ ପରି ମୌଳିକ ସୁବିଧା ହାସଲ ପାଇଁ ଭାରତୀୟଙ୍କୁ ବର୍ଷ ପରେ ବର୍ଷ, ପିଢ଼ି ପରେ ପିଢ଼ି, ଦଶନ୍ଧି ପରେ ଦଶନ୍ଧି ଅପେକ୍ଷା କରିବାକୁ ପଡୁଛି। ତେଣୁ ଦେଶର ନ୍ୟାୟିକ ଆତ୍ମା ସୁପ୍ରିମ୍‌କୋର୍ଟଙ୍କୁ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ।
ବିଶ୍ବ ନ୍ୟାୟ ପ୍ରକଳ୍ପର ତଥ୍ୟ କହୁଛି ନ୍ୟାୟ ବ୍ୟବସ୍ଥା ମାମଲାରେ ପୃଥିବୀର ୧୨୬ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୬୮ତମ। ଯଦି ଆପରାଧିକ ମାମଲାରେ ନ୍ୟାୟର କଥା କହିବା ତେବେ ପୃଥିବୀର ୧୨୬ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୭୭ତମ। ଭାରତୀୟଙ୍କୁ ବୈଧାନିକ ଭାବେ ଠିକ୍‌ ସମୟରେ ନ୍ୟାୟ ମିଳୁ ନ ଥିବା ଏହି ପରିସଂଖ୍ୟାନ ଦର୍ଶାଉଛି। ବୈଧାନିକ ନ୍ୟାୟ ପ୍ରଦାନରେ ପୃଥିବୀର ୧୨୬ଟି ଦେଶ ମଧ୍ୟରୁ ଭାରତ ୯୭ତମ ସ୍ଥାନରେ ରହିଛି। ଭାରତରେ ତୁରନ୍ତ ନ୍ୟାୟ ପାଇବା ପାଇଁ ସେଭଳି କୌଣସି ସୁବିଧା ନାହିଁ। ଏହା ହିଁ ହେଉଛି ଆମ ଭାରତୀୟ ଶାସନ ବ୍ୟବସ୍ଥାର ସବୁଠାରୁ ବଡ଼ ଦୁର୍ବଳତା। ଯାହା ଭାରତର ପ୍ରଗତିକୁ ମନ୍ଥର କରିଦେଉଛି।
ମହାନ୍‌ ବୈଜ୍ଞାନିକ ଚାର୍ଲସ ଡାରଓ୍ବିନ୍‌ ନିଜ ପ୍ରସିଦ୍ଧ ଗ୍ରନ୍ଥ ‘ଦ ଭୋୟଜ୍‌ ଅଫ୍‌ ବିଗଲ’ରେ ଲେଖିଛନ୍ତି, କୌଣସି ଗରିବ ଅବା ଅବହେଳିତ ବ୍ୟକ୍ତିଙ୍କୁ ପ୍ରକୃତିର ନ୍ୟାୟ ବଦଳରେ ଯଦି କୌଣସି ସଂସ୍ଥାନ ଦ୍ବାରା ନ୍ୟାୟ ମିଳେ, ତେବେ ତାହା ସବୁଠାରୁ ବଡ଼ ପାପ ଶ୍ରେଣୀର ଅଂଶବିଶେଷ ହୋଇଥାଏ। ଏହି ଦୃଷ୍ଟିରୁ ବିଚାର କଲେ ଆମ ଦେଶରେ ପ୍ରତିଦିନ ପାପ ହେଉଛି। ଅଥଚ ଏ ବିଷୟରେ କେହି ଆଲୋଚନା କରିବାକୁ ଚାହାନ୍ତି ନାହିଁ। ନ୍ୟାୟ ହିଁ ମନୁଷ୍ୟକୁ ଭଲ ଓ ମନ୍ଦ ମଧ୍ୟରେ ରହିଥିବା ପ୍ରଭେଦକୁ ଜଣାଇଥାଏ। ଅଥଚ ଆଜି ଆମ ଦେଶର ସ୍ଥିତିକୁ ଦେଖି ମନେହେଉଛି ସତେଯେମିତି ନ୍ୟାୟ ଏଠାରେ ବିପରୀତ ଦିଗରେ ଗତି କରୁଛି। ଏହି କାରଣରୁ ଆମ ଦେଶରେ କେହି ଏନ୍‌କାଉଣ୍ଟର ହେଲେ ଲୋକେ ଖୁସି ହେଉଛନ୍ତି। କାରଣ ପାରମ୍ପରିକ ନ୍ୟାୟକୁ ନେଇ ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଚାଲିଛି। ଲୋକେ ତୁରନ୍ତ ନ୍ୟାୟକୁ ପସନ୍ଦ କରୁଛନ୍ତି ଓ ଚାହୁଁଛନ୍ତି ମଧ୍ୟ।
ବିଗତ ୨ଦଶନ୍ଧିରେ ଏଯାଏ ଭାରତରେ ୮ ଅପରାଧୀଙ୍କୁ ଫାଶୀ ହୋଇଛି। ଏମାନଙ୍କ ମଧ୍ୟରୁ ୫ଜଣ ବଳାତ୍କାରୀ ଓ ୩ଜଣ ଆତଙ୍କବାଦୀ। ୧୪ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ଧନଞ୍ଜୟ ଚାଟାର୍ଜୀକୁ ଫାଶୀ ହେବା ପାଇଁ ୧୪ବର୍ଷ ଲାଗିଥିଲା। କସବଙ୍କୁ ଫାଶୀ ଦେବାରେ ଆମ ନ୍ୟାୟିକ ବ୍ୟବସ୍ଥାକୁ ୪ବର୍ଷ ଲାଗିଥିବା ବେଳେ ଆଫଜଲ୍‌ ଗୁରୁଙ୍କୁୁ ଫାଶୀ ଦେବାରେ ୧୧ବର୍ଷ ଲାଗିଥିଲା, କିନ୍ତୁ ମେମନକୁ ଫାଶୀ ଦେବାରେ ଦୀର୍ଘ ୨୨ବର୍ଷର ଲାଗିଯାଇଥିଲା। ନିର୍ଭୟା ଘଟଣାରେ ଦୋଷୀମାନେ ଦୀର୍ଘ ୭ବର୍ଷ ୩ମାସ ୪ଦିନ ପରେ ଫାଶୀ ପାଇଥିଲେ। ଯେଉଁ ଦେଶରେ ଅନ୍ୟ ସବୁ କାମ ୪ଜି ଗତିରେ ହେଉଅଛି, ସେହି ଦେଶରେ ନ୍ୟାୟିକ ବ୍ୟବସ୍ଥା ଆଜି ବ୍ରିଟିଶ୍‌ ଯୁଗ ପରି କାମ କରୁଛି। ବିଗତ ୩ବର୍ଷରେ ଉତ୍ତରପ୍ରଦେଶ ପୋଲିସ ୫ହଜାରରୁ ଊର୍ଦ୍ଧ୍ୱ ଏନ୍‌କାଉଣ୍ଟର କରିସାରିଲାଣି। ଏଥିରେ ରହିଛନ୍ତି ଶତାଧିକ ଅପରାଧୀ। ନ୍ୟାୟିକ ଭାବେ ଏନ୍‌କାଉଣ୍ଟରକୁ କିନ୍ତୁ ଉଚିତ ବୋଲି ଗ୍ରହଣ କରାଯାଏ ନାହିଁ। କାରଣ ଏହାଦ୍ବାରା ପ୍ରକୃତ ଦୋଷୀ ଆଇନ ଆଖିରେ ଧୂଳି ଦେଇ ଖସି ଯିବାର ସମ୍ଭାବନା ରହିଛି। ତେଣୁ ଏହାକୁ ନେଇ ଅନେକ ସମୟରେ ବାଦବିବାଦ ସୃଷ୍ଟି ହୋଇଥାଏ। ପୁଣି ପୋଲିସ ଉପରକୁ ଅଙ୍ଗୁଳି ଉଠିଥାଏ। ଯଦିଓ କେତେକ ସ୍ଥଳେ ଏହାକୁ ଠିକ୍‌ ବୋଲି କୁହାଯାଇଛି କିନ୍ତୁ ବହୁ ସମୟରେ ଏହା ଅସିଦ୍ଧ ବୋଲି ମଧ୍ୟ ପ୍ରମାଣିତ ହୋଇଛି। ଆଜି ଏନ୍‌କାଉଣ୍ଟର ହେଲେ ଲାକେ ଭାବୁଛନ୍ତି ଯାହା ହେଉ ଅପରାଧୀଟି ଏ ଦୁନିଆରୁ ଚାଲିଗଲା। ଦଣ୍ଡ ବିଧାନ କ୍ଷମତା ପୋଲିସର ନାହିଁ, ଏ କ୍ଷମତା କେବଳ ନ୍ୟାୟପାଳିକାର। ପୋଲିସ ହାତକୁ ଏ କ୍ଷମତା ଯିବା ଉଭୟ ଗଣତନ୍ତ୍ର ଓ ନାଗରିକଙ୍କ ପାଇଁ ବିପଜ୍ଜନକ। ପୋଲିସ ବ୍ୟବସ୍ଥାରେ ସୁଧାର ପାଇଁ ଗଠିତ ଏକାଧିକ ଆୟୋଗ ଏହି ବିଷୟରେ ସୁପାରିସ କରିସାରିଥିଲେ ମଧ୍ୟ ବ୍ରିଟିଶ ଅମଳର ପୋଲିସଗିରି ଏଯାଏ ଦୂରାଉ ନାହିଁ। ପ୍ରକୃତପକ୍ଷେ ଗଣତନ୍ତ୍ର ଶାସନରେ ଏଭଳି କାର୍ଯ୍ୟ ଆଦୌ ଶୁଭଙ୍କର ନୁହେଁ। ସୁତରାଂ ଦ୍ରୁତ ନ୍ୟାୟିକ ପ୍ରକ୍ରିୟା ହିଁ ଏନ୍‌କାଉଣ୍ଟର ଭଳି ଘୃଣିତ ପ୍ରଥାକୁ ଦୂରେଇ ଦେବ। ଏହା ସହ ଆମ ବିଚାର ବ୍ୟବସ୍ଥାକୁ ବଳିଷ୍ଠ କରିବ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri