Posted inଜାତୀୟ

କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

କୁଲଗାମ,୩୦।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ଚିମର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ସମସ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ସୂଚନାଯୋଗ୍ୟ, ଚିମର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିରହିଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଭୟଭୀତ ହୋଇପଡ଼ି ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାପରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଜବାବରେ ପ୍ରତି ଆକ୍ରମଣ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କବାଦୀ ଟଳି ପଡ଼ିଛନ୍ତି। ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନ ମାଟି ଆତଙ୍କବାଦ ପାଇଁ ବ୍ୟବହାର ନ ହେଉ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨ ।୯: କତରର ରାଜଧାନୀ ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ଦିପକ ମିତ୍ତଲଙ୍କ ସହ ତାଲିବାନ ନେତା ଶେର ମହମ୍ମଦ ଅବ୍ୱାସ ଷ୍ଟାନେକଜଇଙ୍କର କଥାବାର୍ତ୍ତା ହୋଇଥିଲା ।...

ଡିସେମ୍ବରରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରନ୍ତି ଫଡ୍‌ନବିସ

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ର ରାଜନୀତିର ଗଣିତ ଏପର୍ଯ୍ୟନ୍ତ ଛିଣ୍ଡି ପାରୁନାହିଁ। ଶିବସେନା, ଏନ୍‌ସିପି ଓ କଂଗ୍ରେସ ପକ୍ଷରୁ ଫଡ୍‌ନବିସ ସରକାରଙ୍କ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାରକୁ...

ଦେଶର ପ୍ରଥମ ପେପର ଲେସ୍‌ ବିଧାନସଭା, ଇତିହାସ ରଚିଲା ନାଗାଲାଣ୍ଡ…

କୋହିମା,୨୦।୩ : ନାଗାଲାଣ୍ଡର ବିଧାନସଭା ସମଗ୍ର ଦେଶରେ ଇତିହାସ ସୃଷ୍ଟି କରିଛି। ନାଗାଲାଣ୍ଡ ବିଧାନସଭା ଦେଶର ପ୍ରଥମ ପେପର ଲେସ୍‌ (କାଗଜ ବିହୀନ) ବିଧାନସଭା ପାଲଟିଛି।...

ଚିଦାମ୍ବରମଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ,୨୨ା୮(ପି.ଟି./ଆଇଏଏନ୍‌ଏସ୍‌): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବହୁଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ସନ୍ଧ୍ୟା...

୧୭ ଅକ୍ଟୋବର ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଚିଦାମ୍ବରମ

ନୂଆଦିଲ୍ଲୀ,୩।୧୦: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଆଇଏନ୍‌ ଏକ୍ସ ମିଡିଆ ଭ୍ରଷ୍ଟଚାର ମାମଲାରେ ଗୁରୁବାର ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ ତାଙ୍କୁ...

କେବେ ମିଳିବ କରୋନାରୁ ମୁକ୍ତି, ଆଇଆଇଟି ବୈଜ୍ଞାନିକ କହିଲେ ଏପରି…

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ କେବେ ମୁକ୍ତି ମିଳିବ ସେ ନେଇ ଆଇଆଇଟି...

ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇଥିଲେ ଦମ୍ପତି, ୨ ବର୍ଷ ପରେ ଘଟିଲା ଏମିତି କିଛି

ବିଶାଖାପାଟନମ୍‌,୨୦।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୧୫ ସେପ୍ଟେମ୍ବର ୨୦୧୯ରେ ଏକ ଡଙ୍ଗା ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କର ମୃତୃ୍ୟ ହୋଇଛି। ଏଥିରେ...

ଦିଲ୍ଲୀ ସରକାରଙ୍କ ଇ-ଯାନ ପଲିସି: ମିଳିବ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି

ନୂଆଦିଲ୍ଲୀ,୭।୮: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ କମ୍‌ କରିବାକୁ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଇଲୋକ୍ଟ୍ରନିକ୍ସ ଯାନ ଉପରେ ଗୁରୁତ୍ୱ ଦେବାକୁ ଯାଉଛନ୍ତି। ଏ ସମ୍ପର୍କରେ...

Advertisement
Archives

Model This Week