ଚାଇନାରୁ ଆସିଲା ଖାଲି ଅକ୍ସିଜେନ ସିଲିଣ୍ଡର

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ଚାଇନାରୁ ଓଡ଼ିଶା ଆସିଛି ଖାଲି ଅକ୍ସିଜେନ ସିଲିଣ୍ଡର। ସିଲିଣ୍ଡର ଧରି ଆସିଥିବା କାର୍ଗୋ ବିମାନଟି ରବିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଛି। ଖୁବ୍‌ଶୀଘ୍ର ଏହି ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ରାଜ୍ୟର ବିଭିନ୍ନ ମେଡିକାଲକୁ ପଠାଯିବ। ସେହିପରି ଆବଶ୍ୟକସ୍ଥଳେ ଅକ୍ସିଜେନ ସିଲିଣ୍ଡରକୁ ମହଜୁଦ ରଖାଯିବ। ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚାଇନାରୁ ଆସିଥିବା ଏହି ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ସିଲିଣ୍ଡର କରୋନା ମୁକାବିଲା କ୍ଷେତ୍ରରେ ବେଶ୍‌ ସହାୟକ ହେବ। ଅକ୍ସିଜେନ ଅଭାବରୁ କୌଣସି ରୋଗୀ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚାଇନାରୁ ଅକ୍ସିଜେନ୍‌ ସିଲିଣ୍ଡର ଆସିବା ଦେଶରେ ପ୍ରଥମ ବୋଲି ତ୍ରିପାଠୀ କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ କୋଭିଡ୍‌ ସଂକ୍ରମିତଙ୍କ ପାଇଁ ଅମ୍ଳଜାନର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ବିଦେଶରୁ ମେଡିକାଲ ଅକ୍ସିଜେନ୍‌ ସିଲିଣ୍ଡର ଆଣୁଛି। ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ୍‌ ଇଣ୍ଡିଆର କର୍ପୋରେଟ୍‌ ସାମାଜିକ ଦାୟିତ୍ୱ ମାଧ୍ୟମରେ ଅକ୍ସିଜେନ ସିଲିଣ୍ଡରର ଏହି ପ୍ରଥମ ଲଟ୍‌ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ କଟକରେ ହେବ ନିରାଡମ୍ବର ଦୁର୍ଗାପୂଜା

କଟକ ଅଫିସ, ୮।୮-ଚଳିତ ବର୍ଷ କଟକ ସହରରେ ନିରାଡମ୍ବର ଭାବେ ଦୁର୍ଗାପୂଜା ଅନୁଷ୍ଠିତ ହେବ। ଶନିବାର ପୂଜାକମିଟି ସହ ପ୍ରଶାସନର ବୈଠକ ପରେ ଏହି ନିଷ୍ପତି...

ଜୁଲାଇ ୩ରେ ଜେଇଇ ଆଡ୍‌ଭାନ୍ସ

ଭୁବନେଶ୍ୱର,୮।୧(ବ୍ୟୁରୋ): ଆଇଆଇଟି ସମେତ ଦେଶର ପ୍ରମୁଖ ବେଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ସର୍ବଭାରତୀୟସ୍ତରୀୟ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଆସନ୍ତା ଜୁଲାଇ ୩ରେ ଅନୁଷ୍ଠିତ ହେବ। ଚଳିତବର୍ଷ...

ଜିଲା ଚିଠି: ଗଜପତିରେ ଆରଟିଓ ସେବା ବିପର୍ଯ୍ୟସ୍ତ, ଦୌଡି ଦୌଡି ନିରାଶ ହେଉଛନ୍ତି ଜିଲାବାସୀ

୧୯୯୨ ମସିହା, ଅବିଭକ୍ତ ଗଞ୍ଜାମ ଜିଲାରୁ ପୃଥକ୍‌ ହୋଇ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା ଗଜପତି। ଏହାର ୧୧ ବର୍ଷ ପରେ ଅର୍ଥାତ୍‌ ୨୦୦୩ରେ ଜିଲାର...

ଭୂତଳ ଜଳକୁ ମିଳିବ ବଳ

ଭୁବନ, ୨୩।୭(ଡି.ଏନ୍‌.ଏ.) ସହରାଞ୍ଚଳରେ ଫିଟିବ କର୍ମନିୟୋଜନର ମାର୍ଗ। ବଢ଼ିବ ଶ୍ରମଜୀବୀଙ୍କ ରୋଜଗାର। ବସ୍ତିବାସିନ୍ଦାଙ୍କଠାରୁ ଆରମ୍ଭ କରି ମହିଳା, ସମସ୍ତଙ୍କ ଜୀବିକା ସୁନିଶ୍ଚିତ କରାଯିବ। ସେମାନଙ୍କ ଜୀବନଧାରଣ...

ଗ୍ରାମାଞ୍ଚଳରେ ଶାନ୍ତି ବଜାୟ ପାଇଁ ଏସ୍‌ପିଙ୍କୁ ଫେରାଦ

ବ୍ରହ୍ମପୁର ଅଫିସ,୨୦ା୮-ସହରତଳି ଅଞ୍ଚଳକୁ ଅଭିଯୁକ୍ତମାନେ ଏବେ ତାଙ୍କର ଆଡ୍ଡାସ୍ଥଳୀଭାବେ ବାଛିଛନ୍ତି। ବିଭିନ୍ନ ଗ୍ରାମାଞ୍ଚଳରେ ଚୋରି, ଲୁଟ ଭଳି ଘଟଣା ଘଟାଉଛନ୍ତି। ପୋଲିସକୁ ଏ ଦିଗରେ କେତେକ...

ପାଠ୍ୟକ୍ରମରେ ବିପର୍ଯ୍ୟୟ, ମହାମାରୀ ମୁକାବିଲା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ରାଜ୍ୟ ପ୍ରତି ବର୍ଷ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଗତ ବର୍ଷେରୁ ଊର୍ଦ୍ଧ୍ୱ ହେବ ସମଗ୍ର ବିଶ୍ୱ ସହିତ...

ନୂଆପଡ଼ା ହଳଦିଗାଁରେ ବୁଲୁଛି ବାଘ

ତରବୋଡ/ନୂଆପଡା ଅଫିସ,୨୫।୧: ନୂଆପଡ଼ା ଜିଲା ଖରିଆର ରୋଡ ବନାଞ୍ଚଳ ଅଧୀନ ହଳଦିଗାଁରେ ସୋମବାର ୪ଟି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଖବର ପ୍ରଚାର ପରେ...

୨ ଥର ଡିଏଲ୍‌ ରଦ୍ଦ ହେଲେ ଚଲାଇପାରିବେନି ଗାଡ଼ି

ଭଞ୍ଜନଗର,୧୮।୧: କରୋନା ମହାମାରୀ ସମୟରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଥିଲେ ବି ଭଞ୍ଜନଗର ଉପଖଣ୍ଡରେ ଦୁର୍ଘଟଣା ଜନିତ ମୃତ୍ୟୁହାର ବଢ଼ିବାରେ ଲାଗିଛି। ୨୦୨୦ରେ ଉପଖଣ୍ଡରେ...

Advertisement


Archives

Model This Week

Why Dharitri