Advertisement

ଜରାଶ୍ରମ ସଭାପତିଙ୍କୁ ହତ୍ୟା କଲେ କର୍ମଚାରୀ

ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ଗଡ଼ସ୍ଥିତ ଏକ ଜରାଶ୍ରମରେ ଅଭାବନୀୟ କାଣ୍ଡ ଘଟିଛି। ଜରାଶ୍ରମର ସଭାପତିଙ୍କୁ ସେହି ଜରାଶ୍ରମର ଜଣେ କର୍ମଚାରୀ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଥିବା ରତ୍ନମାଳୀ ଜେମା ଜରାଶ୍ରମର ସଭାପତି ସନ୍ତୋଷ ବେହେରାଙ୍କୁ ଉକ୍ତ ଜରାଶ୍ରମର କର୍ମଚାରୀ କୀର୍ତ୍ତନ ପରିଡ଼ା କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସନ୍ତୋଷଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ କୀର୍ତ୍ତନ ନିଜେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ।  ପରେ ତାଙ୍କୁ ପାରାଦୀପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପାରାଦୀପ ଏଏସ୍‌ପି ନିମାଇଁ ଚରଣ ସେଠୀ କହିଛନ୍ତି, କୀର୍ତ୍ତନ ଘରକୁ ଯିବା ପାଇଁ ସନ୍ତୋଷଙ୍କୁ ଟଙ୍କା ମାଗିଥିଲେ। ସନ୍ତୋଷ ତାଙ୍କୁ ନ ଦେବାରୁ କୀର୍ତ୍ତନଙ୍କ ରାଗ ପଞ୍ଚମ ହୋଇଉଠିଥିଲା। ଶନିବାର ମଧ୍ୟାହ୍ନରେ ସନ୍ତୋଷ ଶୋଇଥିବା ବେଳେ କୀର୍ତ୍ତନ ଏକ କଟୁରିରେ ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ କୀର୍ତ୍ତନ କୀଟନାଶକ ସାର ଖାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ପୋଲିସ ଏନେଇ କେସ୍‌ ନଂ ୩୬୮/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ହଜାରେ: ପୁଣି ଜଣେ ରିପିଟ୍‌ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୫।୮(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ହଜାରେ ଟପିଯାଇଛି । ବୁଧବାର ଜିଲାରେ ପୁଣି ୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା...

୫ ଅଧ୍ୟାପିକାଙ୍କୁ ଦୁର୍ବ୍ୟବହାର

ନୟାଗଡ଼ ଅଫିସ,୨୨।୮: ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୫ ଅଧ୍ୟାପିକାଙ୍କୁ ୭ ଛାତ୍ର ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ...

କଙ୍ଗାରୁ କୋର୍ଟରେ ପରିବାର ସଦସ୍ୟ ଦଣ୍ଡିତ: ଖଟବିଦ୍ୟାରେ ହୋଇଥିଲେ ଦୋଷୀ ସାବ୍ୟସ୍ତ

ନୟାଗଡ଼ ଅଫିସ,୧୩ା୬: ନୟାଗଡ଼ ଜିଲା ରଣପୁର ଥାନା ରାଜସୁନାଖଳା ପଞ୍ଚାୟତର କୋଟଗଡ଼ ଗ୍ରାମରେ କଙ୍ଗାରୁ କୋର୍ଟ କରି ଏକ ପରିବାରକୁ ଦଣ୍ଡ ଦିଆଯାଇଛି। ଖଟବିଦ୍ୟା ମାଧ୍ୟମରେ...

ଡିଏଚ୍‌ଏଚ୍‌ର ନାହିଁ ଭିତ୍ତିଭୂମି: କଟକରେ ରୋଗୀ

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରର କାର୍ତ୍ତିକେଶ୍ୱର ମେଢ଼ ଭସାଣିରେ ବୁଧବାର ସନ୍ଧ୍ୟାରେ ବାଣ ବିସ୍ଫୋରଣ ଘଟିଥିଲା। ଏଥିରେ ଶତାଧିକ...

ନାଇଜେରିଆରୁ ମୁକୁଳିଲେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ନାଇଜେରିଆରେ ପଣବନ୍ଦୀ ଥିବା ୫ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ମୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୁଦୀପ ଚୌଧୁରୀ ନାମକ ଜଣେ ଓଡ଼ିଆ ନାବିକ...

ଯୁବକଙ୍କୁ ଆକ୍ରମଣ

ଧରାକୋଟ,୨୪ା୧୧(ଡି.ଏନ.ଏ.)-ଧରାକୋଟ ଥାନା ଶରଧାପୁର ଗ୍ରାମ ମୁଖ୍ୟରାସ୍ତା ପାର୍ଶ୍ୱରେ ଶୁକ୍ରବାର ସରପଞ୍ଚ ପୁଷ୍ପାଞ୍ଜଳି ପଣ୍ଡାଙ୍କ ଦିଅର ଶ୍ରୀକାନ୍ତଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା। ଶ୍ରୀକାନ୍ତଙ୍କ ସ୍ତ୍ରୀ ସଙ୍ଗୀତାଙ୍କ ଅଭିଯୋଗକୁ...

ଶାଶୁ, ଶ୍ୱଶୁରଙ୍କୁ ମାସିକ ଭରଣ ପୋଷଣ ଦେବେ ବିଧବା ବୋହୂ

ଭଦ୍ରକ ଅଫିସ,୮ା୧୧:ଭଦ୍ରକ ପରିବାର ଅଦାଲତ ବିଚାରପତି ପ୍ରଜ୍ଞା ପାରମିତା ରାଉଳ ସୋମବାର ଏକ ମାମଲାର ବିଚାର କରି ବୃଦ୍ଧା ଶାଶୁ, ଶ୍ୱଶୁରଙ୍କୁ ଭରଣ ପୋଷଣ ବାବଦରେ...

ବ୍ୟାଙ୍କ ଋଣ ଶୁଝିବା ଆଳରେ ଠକେଇ, ୨ ଗିରଫ

ବ୍ରହ୍ମପୁର ଅଫିସ,୨୭ା୫: ମାଲିକଙ୍କ ମୃତ୍ୟୁ ପରେ ବ୍ୟାଙ୍କ ଋଣ ଶୁଝିବା ଆଳରେ ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନର ଚାବି ନେଇ ୬୦ଲକ୍ଷ ଟଙ୍କାର ସାମଗ୍ରୀ...

Advertisement
Archives

Model This Week