ମେଶିନ ବଦଳରେ ଜବ୍‌କାର୍ଡଧାରୀଙ୍କୁ କାମ ଦିଅ

ଏରସମା,୩୧।୧୨(ସ୍ବ.ପ୍ର.): ଏରସମା ବ୍ଲକ ସଭାଗୃହରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଛି। ଅଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ମହାପାତ୍ର ଏଥିରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମେଶିନରେ ନ କରି ଜବ କାର୍ଡଧାରୀଙ୍କ ମାଧ୍ୟମରେ କରିବାକୁ ଦାବି ହୋଇଥିଲା। ପ୍ରତି ପଞ୍ଚାୟତରେ ଜଳ ଜୀବନ ମିଶନ ପକ୍ଷରୁ ସ୍ଥାପନ କରାଯାଇଥିବା ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାରେ ଆଶାତୀତ ବିଳମ୍ବ ହେଉଛି ବୋଲି ନାରଦିଆ ପଞ୍ଚାୟତ ସରପଞ୍ଚ ସିମାଇ ଭୋଳ ଅଭିଯୋଗ କରିଥିଲେ। ବସୁଧା ଯୋଜନାରେ ବର୍ଷକୁ ୨ ଥର ଜଳରମାନ ପରୀକ୍ଷଣ ହେବା କଥା ମାତ୍ର ତାହା କରାଯାଉ ନ ଥିବାରୁ ଲେକେ ରୋଗାକ୍ରାନ୍ତ ହେଉଥିବା ନେଇ ସେ ଅଭିଯୋଗ କରିଥିଲେ ା ଏଥିସହ ପଞ୍ଚପଲି-ଗୋଡା ଆରଡି ରାସ୍ତା ଦୁରବସ୍ତା ଉପରେ ବୈଠକରେ ଅଭିଯୋଗ ହୋଇଥିଲା। ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା ହିତାଧିକାରୀଙ୍କ ଖର୍ଚ୍ଚ ତୁଳନାରେ ଅଧିକ ବିଲ ଆସୁଥିବା ନେଇ ହଟ୍ଟଗୋଳ ହୋଇଥିଲା। ତୁରନ୍ତ ଏନେଇ ପଦକ୍ଷେପ ନିଆ ନ ଗଲେ ହିତାଧିକାରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଥିଲା। ଗୋପାଳପୁର ଗ୍ରାମରୁ ଭାରିଶୋଳ ଦେଇ ମିର୍ଜାପୁର ପର୍ଯ୍ୟନ୍ତ ଯାଇଥିବା ସଫେଇରେ ଜଳ ନିଷ୍କାସନ ହୋଇପାରୁ ନାହଁ। ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସମିତି ସଭ୍ୟା ସନ୍ଧ୍ୟାରାଣୀ କୁଅଁର ଅଭିଯୋଗ କରିଥିଲେ ା କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯାଇ ନ ଥିବା ନେଇ କୁଅଁର କହି ଥିଲେ ା ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ବିଡିଓ କୈଳାସ ଚନ୍ଦ୍ର ବେହେରା, ଉପାଧ୍ୟକ୍ଷ ବିକାଶ ପରିଡାଙ୍କ ସହ ସରପଞ୍ଚ,ସମିତି ସଭ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri