ଗ୍ରାହକସେବାକୁ ଗୁରୁତ୍ୱ

ଗାଡ଼ି ସର୍ଭିସ୍‌ ସେଣ୍ଟରରୁ ଶୋ ରୁମ୍‌ ମାଲିକ ପର୍ଯ୍ୟନ୍ତ ଯାତ୍ରା ଯେତିକି କଷ୍ଟ ଥିଲା, ତାହା ବର୍ଣ୍ଣନା କରିବା ସହଜ ନୁହେଁ। ହେଲେ ବହୁ ଘାତପ୍ରତିଘାତ ପରେ ଅନେକ ସଫଳତା ମଧ୍ୟ ମିଳିଛି। ବିଶେଷ କରି ଗାଡି ସର୍ଭିସ ସେଣ୍ଟର ପରେ ୩ଚକିଆ ଯାନର ଡିଲରଶିପ୍‌ ମିଳିଲା। ଏହାପରେ ୨ଚକିଆ ଓ ୪ଚକିଆ ଯାନର ଡିଲରଶିପ୍‌ରେ ପାଦ ଥାପିଛୁ। ଏପରିକି ଗ୍ରାହକ ସେବାକୁ ସର୍ବଦା ଗୁରୁତ୍ୱ ଦେଇ ଲକ୍ଷ୍ୟ ପଥରେ ଅଗ୍ରସର ହେଉଥିବା ସଫଳ ଯୁବଦ୍ୟୋଗୀ ତଥା ସିଦ୍ଧିଲକ୍ଷ୍ମୀ ମହିନ୍ଦ୍ରାର ଡାଇରେକ୍ଟର
ରାଜ୍‌ କୁମାର ଅଗ୍ରୱାଲଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତକାର…

୧-ପ୍ର: କୋଭିଡ ପରବର୍ତ୍ତୀ ମାନ୍ଦାବସ୍ଥାକୁ କିଭଳି ଭାବେ ସାମ୍ନା କରୁଛନ୍ତି?
ଉ- କୋଭିଡ୍‌ ସମୟ ବେଶ୍‌ କଷ୍ଟସାଧ୍ୟ ଥିଲା। ମହାମାରୀ ସମୟରେ ପ୍ରଥମେ ନିଜକୁ ରକ୍ଷା କରି ଏତେବଡ଼ ପରିବାର(କର୍ମଚାରୀ)ଙ୍କ କଥା ଚିନ୍ତା କରିବା କଷ୍ଟକର ଥିଲା। ବିଶେଷ କରି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହ କିଭଳି ଭାବେ ସେମାନେ ସ୍ବାଭାବିକ୍‌ ଜୀବନ ବଞ୍ଚତ୍ବେ ସେନେଇ ମଧ୍ୟ ଭାବିବାକୁ ପଡ଼ୁଥିଲା। ଆଉ ଏହାପରେ ବ୍ୟବସାୟ ଦୟନୀୟ ଅବସ୍ଥାରେ ଚାଲିଛି। ଏଭଳି କି ଗାଡ଼ି ଶୋ ରୁମ୍‌ରେ ମହଜୁଦ୍‌ ରହୁଥିଲା କିନ୍ତୁ ବ୍ୟାଙ୍କ ରୁଣ ଛାଡ଼ୁ ନ ଥିଲା। ଏହାପରେ କମ୍ପାନୀର ସମ୍ପୂର୍ଣ୍ଣ ସହଯୋଗ ମିଳିଲା। ଏଥିସହ ଗାଡ଼ିର ବିଭିନ୍ନ ଉପକରଣ ଉପରେ ମଧ୍ୟ କମ୍ପାନୀର ସହାୟତା ରହିଲା।
୨-ପ୍ର: ଅଟୋମୋବାଇଲ ଇଣ୍ଡଷ୍ଟ୍ରିର କେଉଁ ସବୁ ପ୍ରମୁଖ ସମସ୍ୟା ରହିଛି?
ଉ- ଦେଶରେ ପ୍ରଥମେ ଗାଡ଼ିର ମୁଖ୍ୟ ସାମଗ୍ରୀ କୁହାଯାଉଥିବା ଚିପ୍‌ ଓ କଣ୍ଡକ୍ଟର ବିଦେଶରୁ ଆସୁଥିଲା। ବର୍ତ୍ତମାନ ଏହା ମେକ୍‌ ଇନ୍‌ ଇଣ୍ଡିଆ ଜରିଆରେ ଭାରତରେ ନିର୍ମାଣ କରାଯାଉଛି ଆଉ ସମ୍ପୂର୍ଣ୍ଣ ଭାବେ ଏହାର ନିର୍ମାଣ ହେଉନଥିଲେ ମଧ୍ୟ ଧୀରେ ଧୀରେ ବ୍ୟବସ୍ଥା କରାଯାଉଛି ଆଗାମୀ ଦିନରେ ଆଉ ବିଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଯାହା ଅଟୋମୋବାଇଲ ଇଣ୍ଡଷ୍ଟ୍ରି ପାଇଁ ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି।
୩-ପ୍ର: ଅଟୋ ଇଣ୍ଡଷ୍ଟ୍ରିରେ ବିକ୍ରି କିମ୍ବା ସେବାରେ କେମିତି ଉନ୍ନତି କରିପାରିବା?
ଉ- ଗ୍ରାହକଙ୍କୁ ପ୍ରଥମେ ଉତ୍ତମ ସେବା ଯୋଗାଇ ଦେବାକୁ ପ୍ରାଧାନ୍ୟ ଦେବା, ଏଭଳି କି ଲୋକଙ୍କୁ ସଚେତନ କରିବା ହେଉଛି ପ୍ରଥମ ଦାୟିତ୍ୱ। କିଭଳି ସେମାନଙ୍କୁ ସେବା ଯୋଗାଇ ହେବ। ଗାଡ଼ି ଯେଉଁଭଳି ବାଟରେ ଅଟକିବ ନାହିଁ। ଆଉ ଯଦି ଗାଡ଼ି ରାସ୍ତାରେ ଛିଡ଼ା ହେଲା, ତେବେ ତାଙ୍କୁ କିଭଳି ତୁରନ୍ତ ସୁବିଧା ଯୋଗାଇ ହେବ ଏଥିପ୍ରତି ଧ୍ୟାନ ଦେବା ହିଁ ପ୍ରଥମ ଦାୟିତ୍ୱ। ଏଥି ସହ ଏବେ ଡିଜିଟାଲ ସମୟ ଆସିଲାଣି ସେଥିରେ ମଧ୍ୟ ଲୋକଙ୍କୁ ସଚେତନ କରିବା ସହ କିଭଳି ସୁବିଧା ଓ ସେବା ଯୋଗାଇ ହେବ ସେ ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରିବା। ଏହା ହେଲେ ବିକ୍ରି ଓ ସେବା ସମ୍ପର୍କରେ ସେମାନେ ତଥ୍ୟ ଘରେ ବସି ପାଇପାରିବେ। ଏହା ହେଲେ ହିଁ ବିକ୍ରି ଓ ସେବାରେ ଉନ୍ନତି ଆସିବ।
୪-ପ୍ର: ବର୍ତ୍ତମାନ ସୁଦ୍ଧା ସିଦ୍ଧିଲକ୍ଷ୍ମୀ ମହିନ୍ଦ୍ରାର ଯାତ୍ରା କିଭଳି ରହିଛି?
ଉ- ମା ବାପାଙ୍କ ଆଶୀର୍ବାଦ ସହ ସମସ୍ତ ଭାଇଙ୍କ ସହଯୋଗ ଓ ଗ୍ରାହକମାନଙ୍କ ଭଲ ପାଇବା ସଫଳତା ଦେଇଛି। ପରିବାରର ମିଳିତ ଉଦ୍ୟମରେ ସଫଳତା ଆସୁଛି। ମାନସିକ ସ୍ତରରେ ସମସ୍ତଙ୍କର ସହଯୋଗ ମଧ୍ୟ ରହିଛି, ଯେଉଁ ସମୟରେ ଆମେ ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲୁ, ସେତେବେଳେ ୩ଚକିଆ ଯାନ ବିକ୍ରି କରିଥିଲୁ। ପରେ ଦୁଇ ଚକିଆ ଯାନର ଡିଲରଶିପ୍‌ ମିଳିଲା, ହେଲେ ତାହା ମଧ୍ୟ ସେ ସମୟରେ ଏତେ ପରିମାଣରେ ବଜାରରେ ଚାଲିନଥିଲା। ପରେ ୨୦୧୫ରେ ମହିନ୍ଦ୍ରାର ଡିଲରସିପ୍‌ ନେଇଥିଲୁ ପରେ ଧୀରେ ଧୀରେ ବିଭିନ୍ନ ପ୍ରଡ଼କ୍ଟ ବଜାରକୁ ଆସିଥିଲା ଆଉ ମାର୍କେଟ୍‌ରେ ଏବେ ବୋଲେରୋ ନିଓ, ଏକ୍ସୟୁଭି ୩୦୦-୭୦୦, ସ୍କର୍ପିଓ ଏବଂ ଥାର୍‌ ଭଳି ପ୍ରଡକ୍ଟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି।
୫-ପ୍ର: ଇଭି ମାର୍କେଟ ଉପରେ ଆପଣଙ୍କ ମତ କଣ?
ଉ- ସରକାର ଯେଉଁ ଯୋଜନା କରିଛନ୍ତି ତାହା ସ୍ବାଗତଯୋଗ୍ୟ। ଡିଜେଲ ଓ ପେଟ୍ରୋଲ ଗାଡ଼ିରେ ପ୍ରଦୂଷଣ ବଢ଼ୁଛି ଏଭଳି କି ବାୟୁମଣ୍ଡଳ ମଧ୍ୟ ଦୂଷିତ ହେଉଛି, ବୈଦ୍ୟୁତିକ ଯାନ ଆସିଲେ ଏଥିରେ ହ୍ରାସ ପାଇବ। ଏଭଳି କି ତୈଳ ପାଇଁ ବିଦେଶ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ ନାହିଁ। ଏ ନେଇ ପ୍ରତ୍ୟେକ ଲୋକ ସଚେତନ ହେବା କଥା। ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରୋସତ୍ାହନ ଯୋଗାଇ ଦିଆଯାଉଛି।
୬-ପ୍ର: ପରିବାର ଓ ବ୍ୟବସାୟକୁ କିଭଳି ଭାବେ ପରିଚାଳନା କରିଥାନ୍ତି?
ଉ- ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟ ଏକ ବଡ଼ ସମସ୍ୟା ଥିଲାବେଳେ ଉଭୟ ପରିବାର ଓ ବ୍ୟବସାୟକୁ ସମୟ ଦେବା କଷ୍ଟକର। ହେଲେ ଉଭୟ ପରିବାର ଓ ବ୍ୟବସାୟରେ ସହଯୋଗ ଓ ସହକର୍ମୀଙ୍କର ସଦ୍ଦିଚ୍ଛା ଯୋଗୁ ସବୁ କିଛି ଠିକ୍‌ଠାକ୍‌ରେ ପରିଚାଳିତ ହୋଇଯାଇଥାଏ। ପ୍ରତିଯୋଗିତାମୂଳକ ବ୍ୟବସାୟରେ ସମୟ ମିଳିଲେ ପରିବାର ଓ ପରଜନଙ୍କ ସହ ସମୟ ଅତିବାହିତ କରିବାକୁ ଭଲଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?