ଚାପମୁକ୍ତ ଜୀବନ ଉପରେ ଗୁରୁତ୍ୱ

ସମ୍ବଲପୁର,୮ା୫(ବ୍ୟୁରୋ): ସମ୍ବଲପୁର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାପମୁକ୍ତ ଜୀବନ ଓ ଦିବ୍ୟ ନେତୃତ୍ୱ ଶୀର୍ଷକ ଆଧ୍ୟତ୍ମିକ କାର୍ଯ୍ୟକ୍ରମ ହୀରାକୁଦ ହିଣ୍ଡାଲକୋ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର କେନ୍ଦ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ପାର୍ବତୀ, ବ୍ରହ୍ମକୁମାରୀ ବିଧାତ୍ରୀ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ହିଣ୍ଡାଲକୋ ଶିଳ୍ପାଞ୍ଚଳର ମ୍ୟାନେଜର, ଇଞ୍ଜିନିୟର, କର୍ମଚାରୀ ଅଂଶଗ୍ରହଣ କରିଥିଲେ। ବ୍ରହ୍ମକୁମାରୀ ବିଧାତ୍ରୀ ଆମେ କେମିତି ଚାପମୁକ୍ତ ହେବା, ସେନେଇ ବିଭିନ୍ନ ଉଦାହରଣ ମାଧ୍ୟମରେ କହିଲେ। ଆତ୍ମାର ଧର୍ମ ହେଉଛି ଶାନ୍ତି। ଏହି ଶାନ୍ତିର ଉତ୍ସ ହେଉଛନ୍ତି ସ୍ବୟଂ ପରମାତ୍ମା। ତାଙ୍କ ସହିତ ଆତ୍ମାର ସମ୍ବନ୍ଧ ସ୍ଥାପନ ହେଲେ ଆତ୍ମା ଶକ୍ତିଶାଳୀ ହେବ ା ଶାନ୍ତ ପ୍ରକୃତି ଧାରଣ କରିବ ଓ ଚାପମୁକ୍ତ ହେବ ା ବିତିଗଲା କଥାରେ ବିନ୍ଦୁ ଲଗାଇବା ଅର୍ଥ ପୂର୍ଣ୍ଣଚ୍ଛେଦ ପକାଇବା ବୋଲି କହିଥିଲେ। ନେତୃତ୍ୱ ଶକ୍ତି ପ୍ରଦର୍ଶନ ପାଇଁ ନୁହେଁ ବରଂ ଦାୟିତ୍ୱ ବହନ କରି, ଅନ୍ୟର ହୃଦୟକୁ ଜିଣି କାର୍ଯ୍ୟ କରିବା। ଅନ୍ଧକାର ଘୁଞ୍ଚାଇବାକୁ ଆଲୋକର ସୁଇଚ୍‌ ଅନ୍‌ କରିବାକୁ ହୁଏ ା ଏହାକୁ ଟାଣିଲେ ଘୁଞ୍ଚିବ ନାହିଁ। ସେହିପରି ନେତୃତ୍ୱକୁ ଆଗେଇ ନେବାକୁ ହେଲେ ସ୍ନେହ, ମମତା, ଦୟା, କରୁଣା, ସହନଶୀଳତା ପ୍ରଭୃତି ଦିବ୍ୟ ଗୁଣର ସୁଇଚ୍‌ ଅନ୍‌ କରିବାକୁ ହେବ ବୋଲି କହିଥିଲେ। ଏଥିପାଇଁ ରାଜଯୋଗ ହିଁ ଶ୍ରେୟସ୍କର। ବ୍ରହ୍ମାକୁମାରୀ ଦୀପା ରାଜଯୋଗ କ’ଣ ବୁଝାଇ ସମସ୍ତଙ୍କୁ କିଛି ସମୟ ପାଇଁ ରାଜଯୋଗ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri