Posted inଫୁରସତ

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ ସଂଖ୍ୟାରେ ମୃତ ମାଛ ପଡ଼ି ରହିଥିବାରୁ ଦୁର୍ଗନ୍ଧରେ ଭୋଲୋସ ସହର ଫାଟି ପଡୁଛି। ପରିସ୍ଥିତିକୁ ଦେଖି ଗ୍ରୀସ୍‌ର ଜଳବାୟୁ ମନ୍ତ୍ରଣାଳୟ ସମ୍ପୃକ୍ତ ଅଞ୍ଚଳରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଷ୍ଟେଟ୍‌ ଅଫ୍‌ ଏମର୍ଜେନ୍ସି ଘୋଷଣା କରିଛନ୍ତି।
ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ହୋଇଥିବାବେଳେ ଏହାର ଆଖପାଖ ବିଭିନ୍ନ ଜଳାଶୟରୁ ବର୍ତ୍ତମାନ ସୁଦ୍ଧା ୧୦୦ ଟନ୍‌ରୁ ଅଧିକ ମୃତ ମାଛ ବାହାର କରାଯାଇସାରିଥିବା ନେଇ ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି। ଏହି ଭୟଙ୍କର ମାଛ ମଡ଼କ ଯୋଗୁ ମତ୍ସ୍ୟଚାଷ ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକଙ୍କ ଜୀବିକା ବିପଦରେ ଥିବା ନେଇ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ପରିବର୍ତ୍ତନ ଯୋଗୁ ଗତ ବର୍ଷ ଉକ୍ତ ଅଞ୍ଚଳରେ ହୋଇଥିବା ଭୟଙ୍କର ଝଡ଼ ଏବଂ ବନ୍ୟା ଯୋଗୁ ବିଭିନ୍ନ ଜଳାଶୟରେ ଥିବା ମଧୁର ଜଳ ମାଛଗୁଡ଼ିକ ସମୁଦ୍ରକୁ ଧୋଇ ହୋଇ ଯାଇଥିଲେ, ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିବା ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁଚର୍ଚ୍ଚିତ ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ: ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ରାଉରକେଲା,୨୦।୬(ସଙ୍ଗୀତା ଜେନା): ଗତ ମଙ୍ଗଳବାର ସେକ୍ଟର ୭ ଥାନା ଅଞ୍ଚଳରେ ରଜ ଉତ୍ସବ ଓ ନିଶା କାରବାରକୁ ବିରୋଧ କରିବାକୁ କେନ୍ଦ୍ର କରି ହୋଇଥବା ସେଠାକାର ନିବାସୀ…

ଅନିଲଙ୍କ ଅକାଳ ବିୟୋଗ: ରୋଜଗାରିଆ ପୁଅକୁ ହରାଇ କାନ୍ଧୁଛନ୍ତି ମା’ ବାପା

ଗଞ୍ଜାମ,୨୦।୬(ବିଦ୍ୟାଧର ସାହୁ ): ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ । ରୋଜଗାରିଆ ପୁଅକୁ ହରାଇ ଚିନ୍ତାରେ ମା’ ବାପା । ଏଭଳି ଏକ ସମ୍ବେଦନଶୀଳ ଘଟଣା…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ବଢ଼ିଲା ଜନ ଅସନ୍ତୋଷ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରି…

କାମ କରିବାକୁ ଯାଇ ସ୍ବାମୀ ନିଖୋଜ, ଖୋଜି ଆଣିବାକୁ ଜିଲା ପ୍ରଶାସନ ନିକଟରେ ଗୁହାରୀ କଲେ ସ୍ତ୍ରୀ

ଛତ୍ରପୁର,୨୦।୬(ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲା ବେଗୁନିଆପଡା ଥାନା ଅନ୍ତର୍ଗତ ପି. ନୂଆଗାଁ ଗ୍ରାମର ମହେନ୍ଦ୍ର ଦାସ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫେରିନଥିବାରୁ ତାଙ୍କୁ ଖୋଜି…

ଝାନ୍‌ସୀଙ୍କ କମାଲ: ଜିଲା ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୦ା୬ (ଉତ୍ତମ କୁମାର ଦାଶ):ନୂଆଦିଲ୍ଲୀସ୍ଥିତ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଗତ ୧୫ରୁ ୧୭ ତାରିଖ ଯାଏ ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ୨୦୨୬…

୧୨ରେ ବଦଳି, ୧୮ରେ ବାତିଲ: କଳାହାଣ୍ଡି ଶିକ୍ଷା ବିଭାଗରେ ବଦଳି ନାଟକ

ଭବାନୀପାଟଣା,୨୦ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ ସରକାରୀ ନିୟମ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠିକୁ ବେଖାତିର କରି ମନମୁଖୀ କାର୍ଯ୍ୟ ଚାଲିଥିବା ଭଳି ଘଟଣା…

ଅଜଣା ରୋଗରେ ପୀଡିତ ଜୟଲାଲ, ସରକାରୀ ସହାୟତା ପାଇଁ ନିବେଦନ

ନୂଆପଡ଼ା,୨୦ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ପଞ୍ଚାୟତ ଧରମପୁର ଗଁାର ଜୟଲାଲ ଖର୍ସେଲ (୩୨) ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଅଛନ୍ତି।…

ପିଏମ ସୂର୍ଯ୍ୟଘର: ଓଡ଼ିଶାର ପ୍ରଥମ ସୋଲାର ଦିଦି ବ୍ୟାଚ୍‌ର ପ୍ରଶିକ୍ଷଣ ସମ୍ପନ୍ନ

ଭୁବନେଶ୍ୱର, ୨୦।୬: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ପକ୍ଷରୁ କଟକସ୍ଥିତ ଟାଟା ପାୱାର ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ (ଟିପିଏସଡିଆଇ)ରେ ପିଏମ ସୂର୍ଯ୍ୟଘର: ମୁଫ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri