Posted inଖେଳ

ବିଗ ବ୍ୟାସ ଲିଗରେ ଲଜ୍ଜାଜନକ ଘଟଣା: ଖରାପ ପିଚ ଯୋଗୁ ମାତ୍ର ୭ ଓଭରରେ ମ୍ୟାଚ୍‌ ରଦ୍ଦ

ସିଡନୀ,୧୦।୧୨: ଅଷ୍ଟ୍ରେଲିଆର ଟି-୨୦ ଫ୍ରାଞ୍ଚାଇଜ ଲିଗରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଖେଳାଯାଉଥିବା ବିଗ ବ୍ୟାସ ଲିଗରେ ଖରାପ ପିଚ ଯୋଗୁ ମ୍ୟାଚ ବାତିଲ କରିବାକୁ ପଡ଼ିଛି। ମ୍ୟାଚ୍‌ର ପ୍ରଥମ ୬ ଓଭରରେ ପରେ ଘାତକ ପିଚ୍‌କୁ ଦେଖି ବନ୍ଦ କରିବାକୁ ପଡିଥିଲା। ବହୁ ବିଚାରବିମର୍ଶ ପରେ ଏହି ମ୍ୟାଚ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବିଗ ବ୍ୟାସ ଲିଗର ନୂଆ ସିଜନ ଡିସେମ୍ବର ୭ରୁ ଆରମ୍ଭ ହୋଇଛି। ଆଜି ମେଲବୋର୍ନ ରେନେଗେଡସ ଏବଂ ପର୍ଥ ସ୍କୋରର୍ସ ମଧ୍ୟରେ ଏକ ମ୍ୟାଚ ଖେଳାଯାଉଥିଲା। ଏହି ସିଜିନ୍‌ର ଏହା କେବଳ ଚତୁର୍ଥ ମ୍ୟାଚ ଥିଲା। ମେଲବୋର୍ନ ରେନେଗେଡ୍ସର ଅଧିନାୟକ ନିକ ମ୍ୟାଡିନ୍ସନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ପିଚ୍‌ର ଅବସ୍ଥା ଏତେ ଖରାପ ଥିଲା ଯେ ବ୍ୟାଟ୍ସମ୍ୟାନଙ୍କ ପାଇଁ ରନ ସ୍କୋର କରିବା କଷ୍ଟସାଧ୍ୟ ଥିଲା। ପର୍ଥ ସ୍କୋରର୍ସର ଓପନର୍‌ ଷ୍ଟିଫେନ (୦) ଏବଂ କପୁର୍‌ (୬) ଶସ୍ତା ପ୍ୟାଭିଲିୟନକୁ ଫେରି ଆସିଥିଲେ। ଆରୋନ ହାର୍ଡି ଏବଂ ଜୋଶ ଇଂଲିଶ କୌଣସି ପ୍ରକାରେ ବୋଲରଙ୍କ ସମ୍ମୁଖୀନ ହୋଇଥିଲେ କିନ୍ତୁ ୬.୫ ଓଭର ପରେ ପିଚ ଘାତକ ହେବାରୁ ମ୍ୟାଚକୁ ବନ୍ଦ କରିବାକୁ ପଡିଥିଲା।
ଅମ୍ପାୟାରମାନେ ଉଭୟ ଦଳର କୋଚ, ଅଧିନାୟକ ଏବଂ ମ୍ୟାଚ ଆୟୋଜକଙ୍କ ସହ କଥାବାର୍ତ୍ତା କରିବାରୁ ନିଷ୍ପତ୍ତି ନିଆଯାଇଛି। ଉଭୟ ଦଳକୁ ସମାନ ପଏଣ୍ଟ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?