Posted inଫୁରସତ

ବୃଦ୍ଧାଙ୍କୁ ପିଠିରେ ବସାଇ ୫ କି.ମି. ଚାଲିଲେ ମହିଳା ପୋଲିସ

ଜନସାଧାରଣଙ୍କ ସେବା କରିବା ପୋଲିସର କାମ। ବେଳେବେଳେ ପୋଲିସର ଏମିତି ସେବା ନଜରକୁ ଆସିଥାଏ ଯାହାକୁ ସମସ୍ତେ ପ୍ରଶଂସା କରିଥାନ୍ତି। ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ପୋଲିସ ଜଣେ ବୃଦ୍ଧାଙ୍କୁ ପିଠିରେ ବୋହି ଘରକୁ ଆଣିଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ମହିଳା ପୋଲିସଙ୍କୁ ବହୁତ ପ୍ରଶଂସା କରାଯାଉଛି।

ଏହି ଫଟୋକୁ ଆଇଏଏସ ଅଧିକାରୀ ଅବନୀଶ ଶରଣ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ଗୁଜରାଟର ମହିଳା କନଷ୍ଟେବଳ ବର୍ଷା ପରମାର ଜଣେ ବୃଦ୍ଧାଙ୍କୁ ପିଠିରେ ବସାଇ ନେଉଛନ୍ତି। ପ୍ରବଳ ଖରା ଗରମରେ ବୃଦ୍ଧା ଜଣକ ବେହୋସ ହୋଇପଡ଼ିଥିଲେ। ଏହା ଦେଖି ବର୍ଷା ତାଙ୍କୁ ପିଠିରେ ବସାଇ ତାଙ୍କ ଘରକୁ ନେଇଥିଲେ।

ଫଟୋଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର କହିଛନ୍ତି, ହୃଦୟକୁ ଛୁଇଁଯିବ ଏହି ଦୃଶ୍ୟ। ଆଉ ଜଣେ ୟୁଜର ଲେଖିଛନ୍ତି, ପ୍ରେରଣାଦାୟୀ। ଫଟୋଟିକୁ ପ୍ରାୟ ୨୦ ହଜାର ୟୁଜର ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପେଚା ସହିତ ଟିକ୍‌ଟକ୍‌ ଭିଡ଼ିଓ କରିବା ପଡ଼ିଲା ମହଙ୍ଗା: ବନ ବିଭାଗ ପକ୍ଷରୁ ୨୫ ହଜାର ଜରିମାନା ନୋଟିସ୍‌

ଅହମଦାବାଦ୍‌,୧୫।୨: ବନ୍ୟପ୍ରାଣୀଙ୍କ ସହିତ ଟିକ୍‌ ଟିକ୍‌ ଭିଡ଼ିଓ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟର ସୁରଟରେ ବାସ କରୁଥିବା ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲ...

ପ୍ରଧାନମନ୍ତ୍ରୀଙ୍କୁ ଖୋଲାଚିଠି ଲେଖି: ଫସିଲେ ୫୦ ସେଲିବ୍ରିଟି

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଥିବା ଭିଡ଼ହିଂସା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସେଲିବ୍ରିଟିମାନଙ୍କୁ ମହଙ୍ଗା ପଡ଼ିଛି। ବିହାରର ମୁଜାଫରପୁର ଜିଲାରେ ଏକ ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ...

ନର୍କର ଦ୍ୱାର

ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ମଣିଷ ଅନେକ ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ସମ୍ଭବ କରି ଦେଖାଉଛି। ହେଲେ ଏବେବି ପୃଥିବୀରେ ଏଭଳି ଅନେକ...

ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ ଆଶଙ୍କା ୪୦ ପ୍ରତିଶତ କମିଯାଏ

ବର୍ଲିନ୍‌, ୧୪।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟବଧାନରେ...

ଏହି ଦ୍ୱୀପରେ ବାସ କରନ୍ତି ଆଦିବାସୀ, ବାହ୍ୟ ଜଗତ ସହ ଏମାନଙ୍କର ନାହିଁ କୌଣସି ସମ୍ପର୍କ

ସମଗ୍ର ବିଶ୍ୱ ରହସ୍ୟରେ ପରିପୂର୍ଣ୍ଣ। ଦୁନିଆରେ ଏପରି ଅନେକ ରହସ୍ୟ ରହିଛି, ଯାହାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟର ସମାଧାନ...

ଜେଜେ ମା’ଙ୍କୁ ଦେଖା କରିବା ପାଇଁ ୨୮୦୦ କି.ମି ଚାଲିଲେ ବାଳକ

ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁ କିଛି ସମ୍ଭବ। ଯେତେ ବାଧାବିଘ୍ନ ଆସୁ ପଛେ ତାହା ସହଜ ହୋଇଥାଏ। ଶେଷରେ ସଫଳତା ମିଳିଥାଏ। ଏପରି...

ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ: କ’ଣ ଦେଖିବେ, କେବେ ଓ କେମିତି ଯିବେ

ଆସାମର ମୋରିଗାଓଁ ଜିଲା ଅନ୍ତର୍ଗତ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେହି କେହି ପବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ କହିଥାନ୍ତି। ପ୍ରାୟ ୩୮.୮ ବର୍ଗ କି.ମି. ପର୍ଯ୍ୟନ୍ତ...

କେରାଣ୍ଡିମାଳ ଓ ଘଣ୍ଟଶିଳା ପାହାଡ଼ରୁ କୋଣାର୍କକୁ ଆସିଥିଲା ପ୍ରଥମ ପଥର

ମନ୍ଦିର ନିର୍ମାଣର ଦାୟିତ୍ୱ ମୁଖିଆଙ୍କୁ ଦିଆଯିବା ପରେ ଗଜପତି ନରସିଂହ ଦେବ ‘ବିଡ଼ାନାସୀ’କୁ ଫେରିଯାଇଥିଲେ। କଟକର ବିଡ଼ାନାସୀ ନଅରରେ ସେତେବେଳେ ସେ ରହୁଥିଲେ। ସେହିଦିନଠାରୁ ସମସ୍ତ...

Advertisement
Archives

Model This Week