ଏକ୍ସ’କୁ ବ୍ୟାନ୍‌

ସାଓ ପାଉଲୋ, ୧।୯: ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’କୁ ଶନିବାର ବ୍ରାଜିଲ ବ୍ୟାନ୍‌ କରିଛି। ୨୪ ଘଣ୍ଟା ମଧ୍ୟରେ ଜଣେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଶୁକ୍ରବାର ବ୍ରାଜିଲର ସୁପ୍ରିମକୋର୍ଟ ଏକ୍ସ’କୁ ଡେଡ୍‌ଲାଇନ ଜାରି କରିଥିଲେ। ତେବେ ଏକ୍ସ’ ପକ୍ଷରୁ ବ୍ରାଜିଲରେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ନ ଥିବାରୁ ଜଷ୍ଟିସ୍‌ ଆଲେକଜାଣ୍ଡର ଡି ମାରିଆସ ଦେଶବ୍ୟାପୀ ଏହାକୁ ବ୍ୟାନ୍‌ କରିବା ପାଇଁ ଆଦେଶ ଜାରି କରିଛନ୍ତି। ଏହାପୂର୍ବରୁ ଗତ ୧୭ ତାରିଖରେ ଏକ୍ସ’ ନିଜର ପୁରୁଣା ଆଇନ ଅଧିକାରୀଙ୍କୁ ଜେଲ୍‌ରେ ରଖିବାକୁ ବ୍ରାଜିଲରୁ ଧମକ ମିଳୁଥିବା ଦାବିକରି ନିଜର କାର୍ଯ୍ୟାଳୟକୁ ବନ୍ଦ କରିଦେଇଥିଲା। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଅନେକ ମାସ ଧରି ଦେଶରେ ଜଣେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ନେଇ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ନ କରିବାରୁ ବ୍ରାଜିଲରେ ଏକ୍ସ’ ବିବାଦରେ ରହିଆସିଥିଲା। ଦେଶର ଗଣତନ୍ତ୍ରକୁ ଦୁର୍ବଳ କରୁଥିବା କଣ୍ଟେଣ୍ଟ୍‌କୁ ପ୍ରୋତ୍ସାହନ ଯୋଗାଉଥିବା ଏକ୍ସ’ର ଅଧିକାରୀମାନଙ୍କୁ ହଟାଇବାକୁ ବ୍ରାଜିଲରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଉଥିଲା। ତେବେ ନିର୍ଦ୍ଦେଶ ପାଳନ ନ କରିଥିବା ହେତୁ ବ୍ରାଜିଲର ସୁପ୍ରିମ ଫେଡେରାଲ କୋର୍ଟ ଏକ୍ସ’ ଉପରେ ୩ ମିଲିୟନ ଡଲାରର ଜରିମାନା ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧କୁ ୨୩ ବର୍ଷ: ହାତ ମିଳାଇଲେ ଟ୍ରମ୍ପ୍‌, ହାରିସ୍‌

ଓ୍ବାଶିଂଟନ୍‌,୧୨ା୯: ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)କୁ ଅଲ୍‌-କାଏଦା ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ପୂର୍ବ ଉପକୂଳରୁ କାଲିଫର୍ନିଆ ଅଭିମୁଖେ ଯାତ୍ରା କରୁଥିବା...

ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୨ା୯: ନରେନ୍ଦ୍ର ମୋଦି ସରକାର ଚାଇନା ସଂଘର୍ଷର ସଫଳ ମୁକାବିଲା କରିପାରି ନାହାନ୍ତି। ଏଥିଯୋଗୁ ପଡ଼ୋଶୀ ଦେଶର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ୪,୦୦୦ ବର୍ଗ...

ମହାକାଶରେ ୫୯ତମ ଜନ୍ମଦିନ ପାଳିବେ ସୁନୀତା

ଓ୍ବାଶିଂଟନ୍‌,୧୨ା୯: ନାସା ଆଷ୍ଟ୍ରୋନଟ୍‌ ସୁନୀତା ଓ୍ବିଲିୟମ୍ସ ସେପ୍ଟେମ୍ବର ୧୯ରେ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ନିଜ ୫୯ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ମହାକାଶରେ ଏହା...

ନୂଆ ଆଇନ୍ ଆଣିବେ ସରକାର: ପିଲାଙ୍କ ପାଇଁ ବନ୍ଦ ହେବ ସୋସିଆଲ ମିଡିଆ

କାନ୍‌ବେରା, ୧୦।୯: ଅଷ୍ଟ୍ରେଲିଆରେ ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖିବା ପଇଁ ଖୁବ୍‌ଶୀଘ୍ର ଆଇନ କାର୍ଯ୍ୟକାରୀ ହେବ। ଏନେଇ ସରକାର ଚିନ୍ତା କରୁଛନ୍ତି ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ...

ପ୍ରତି ପାଞ୍ଚ ମିନିଟରେ ଭାରତର ବିଶ୍ୱସ୍ତତା ପରୀକ୍ଷା କରିପାରିବୁ ନାହିଁ: କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୯: ଗତ ଦୁଇ ମାସ ମଧ୍ୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଏବଂ ରୁଷିଆ ଗସ୍ତ କରିଛନ୍ତି। ରୁଷିଆ ଗସ୍ତ ପରେ ଆମେରିକା ସହ...

ଫସିଗଲେ ରାହୁଲ! ଭାଜପା କହିଲା ତୁମକୁ କୋର୍ଟ ପର୍ଯ୍ୟନ୍ତ ଘୋଷାଡିବୁ

ନୂଆଦିଲ୍ଲୀ,୧୦।୯: ତିନି ଦିନିଆ ଆମେରିକା ଗସ୍ତରେ ଆସିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଭାଜପା ଏବଂ ଆରଏସଏସ ଉପରେ ଖୁବ୍‌ ବର୍ଷିଛନ୍ତି। ଅନେକ କାର୍ଯ୍ୟକ୍ରମରେ ରାହୁଲ...

ଆମେରିକାରେ ଥାଇ ଏମିତି କ’ଣ କହିଦେଲେ ରାହୁଲ ଗାନ୍ଧୀ: ଭାରତରେ ବଢିଲାଣି ରାଜନୈତିକ ତାତି

ଓ୍ବାଶିଂଟନ୍‌,୧୦।୯: କଂଗ୍ରେସ ନେତା ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ଆମେରିକୀୟ ଗସ୍ତ ସମୟରେ କ୍ରମାଗତ ଭାବରେ ଭାଜପା ଏବଂ ନରେନ୍ଦ୍ର ମୋଦି ସରକାରଙ୍କ...

କିଏ ସେହି ରହସ୍ୟମୟ ଯୁବତୀ, ଯାହାଙ୍କ ସହିତ ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୦।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ତାଙ୍କର ଅନେକ ଫଟୋ ସେଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri